ଓଡିଶା

odisha

ETV Bharat / bharat

Horoscope: ଜୁଲାଇ 7 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ - ଜୁଲାଇ 7 ରାଶିଫଳ

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

Horoscope
Horoscope

By

Published : Jul 7, 2023, 12:05 AM IST

ମେଷ: ଆଜି ଆପଣଙ୍କ ପାଇଁ ଉଜ୍ଜ୍ବଳ ଦିନ ରହିବ । ବିବାହ ବ୍ରତରେ ଯୋଗ ଦେବେ ନିଜ ପାରିବାର ସହ । ସାଙ୍ଗ ମାନଙ୍କ ସହଯୋଗ ମିଳିବ । ସାଙ୍ଗ ମାନଙ୍କୁ ଆତିଥ୍ୟ ପ୍ରଦାନ କରି ଅର୍ଥ ସାରିବେ । ବଡ ମାନଙ୍କର ପ୍ରିୟ ହୋଇ ପାରବେ । ବନ୍ଧୁତ୍ୱ ନିବିଡତର ହେବ । ଦର୍ଶନୀୟ ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି । ଖୋଜୁଥିବା ଜିନିଷ ମିଳିବ । ପିଲାମାନେ ଭଲ କରିବେ ।

ବୃଷ: ଦିନଟି ଅତି ଉଜ୍ଜ୍ବଳ ହେବ। ନୂତନ କାର୍ଯ୍ୟ ହାତକୁ ନେବେ। କର୍ମୀ ତଥା ବ୍ୟବସାୟୀ ମାନେ ଉନ୍ନତି କରିବେ। ଉଚ୍ଚ ପଦସ୍ଥଙ୍କ ଦ୍ୱାରା ପ୍ରଶଂସା ଭାଜନ ହେବେ। ବେତନ ବୃଦ୍ଧି ହେବ । ପୁରୁଣା କାମ ଶେଷ କରିବେ । ପରିବାର ବର୍ଗ ଭଲ ପାଇବା ସହ ସମ୍ମାନ ଜଣାଇବେ । ଆକର୍ଶଣୀୟ ଉପହାର ମିଳିପାରେ ।

ମିଥୁନ: ତୁମ ମନ ଚିନ୍ତାରେ ପୁରି ରହିବ। କାମରେ ମନ ଲଗାଇବା ପାଇଁ ଅସହାୟ ମନେ କରିବେ । ବ୍ୟର୍ଥ ଖର୍ଚ୍ଚ ହେବ । ସାଙ୍ଗ ସାଥି ମାନେ ଅସୁବିଧାର କାରଣ ହେବେ । ପିଲାମାନଙ୍କ ଚିନ୍ତାରେ ବ୍ୟସ୍ତ ରହିବେ । ବ୍ୟର୍ଥ କାର୍ଯ୍ୟରେ ବ୍ୟସ୍ତ ରହିବେ । ଅଫିସ କାମରେ ଦୁଃଖ ପାଇବେ ।

କର୍କଟ: ଆଜି ତୁମର ଦିନଟି ଦୁଃଖ ପୂର୍ଣ୍ଣ ହେବ । ଅସ୍ତ୍ରୋପଚାର ହେବ । ସବୁ କାମ ବଳି ପଡିବ । ନିଜର ଦକ୍ଷତା ଉପରେ ଭରଷା ରଖ । ଅସାମାଜିକ କାର୍ଯ୍ୟରୁ ଦୂରେଇ ରହନ୍ତୁ । ଖରାପ କାମ ଦୁଃଖର କାରଣ ହେବ । କାର୍ଯ୍ୟାଳୟରେ କାମ କରିବା ପାଇଁ ଅନିଚ୍ଛା ପ୍ରକାଶ କରିବେ । ଘରର ପରିବେଶ ଖରାପ କରନ୍ତୁ ନାହିଁ । ଚିନ୍ତା ପୂର୍ଣ୍ଣ ଦିନଟି ଅଳସ୍ୟ ଆଣିବ । ନିଜେ ଠିକ ରୁହନ୍ତୁ ।

ସିଂହ: ଆଜି ଆଶାନୁରୁପ ଫଳ ମିଳିବ ନାହିଁ । ଜୀବନ ସାଥୀ ସହ କଳହ ହେବ । ବନ୍ଧୁତ୍ୱକୁ ସୁରାରୁ ରୁପେ ପରିଚାଳନା କରନ୍ତୁ। ବ୍ୟବସାୟୀଙ୍କ ଚୁକ୍ତି କରିବା ମନା । ସ୍ୱାସ୍ଥ୍ୟ ଭଲ ରହିବ ନାହିଁ । ସ୍ତ୍ରୀ ଙ୍କ ସ୍ୱାସ୍ଥ୍ୟ ଚିନ୍ତାର କାରଣ ହେବ । ସାମାଜିକ ସ୍ଥିତି ସୁଦୃଢ ହେବ । ବିଦେଶୀ ବନ୍ଧୁ ମିଳନ ହେବ । କିଛି ସ୍ଥିରତା ମିଳିବ ନାହିଁ ।

କନ୍ୟା:ଆଜି ଭଲ ଦିନ ରହିବ । ପାରିବାରିକ ଶାନ୍ତି ଓ ସମୃଦ୍ଧି ମିଳିବ । ମୌଜ କରିବେ । ଦୁଃଖରୁ ନିବୃତ ହେବେ । ଆୟ ଓ ପ୍ରତିଷ୍ଠା ବଢିବ । ବନ୍ଧୁ ମିଳନ ହେବ । ପରିବାରଜନଙ୍କ ସହ ଖୁସି ଆଶା କରାଯାଏ ।

ତୁଳା: ସୁସମ୍ପର୍କ ତୁମକୁ ଶାନ୍ତି ପ୍ରଦାନ କରିବ। ବଳବାନ ଗ୍ରହ ତୁମର ମନୋବଳ ବୃଦ୍ଧି କରିବେ । ପିଲାମାନେ ତୁମ ବନ୍ଧୁ ମାନଙ୍କ ସହ ଭଲ ସମ୍ପର୍କ ଗଢିବେ। ଆଜି ଜୀବନ୍ତ ଓ ପ୍ରଫୁଲ ମନ ରହିବ । ଚିନ୍ତା ମୁକ୍ତ ରୁହନ୍ତୁ ଓ ଦିନଟି ଉପଭୋଗ କରନ୍ତୁ ।

ବିଛା: ଆଜି ଚୁପଚାପ ରୁହନ୍ତୁ । ଚିନ୍ତିତ ରହିବେ । ବନ୍ଧୁମାନେ ଦୁରେଇ ଯିବେ । ଶରୀର ସୁସ୍ଥ ରହିବ ନାହିଁ , ଧନହାନୀ ଓ ମର୍ଯ୍ୟାଦାହାନୀ ହେବ । ସ୍ତ୍ରୀ ଓ ପାଣି ପ୍ରତି ଘୃଣା ଭାବ ଜାତ ହେବ । ନିଜର ପଦବୀକୁ ରକ୍ଷା କରନ୍ତୁ । ଅନେକ ଚିନ୍ତା କରି କୈଣସି କାଗଜ ପତ୍ରରେ ହସ୍ତାକ୍ଷର କରିବେ ।

ଧନୁ: ଆଜି ଦିନଟି ଭକ୍ତି , ପୂଜା ଓ ଶାନ୍ତିର ଦିନ ଅଟେ । ଭାଇ ଭଉଣୀ ମାନଙ୍କ ସାନିଧ୍ୟ ମିଳିବ । ନୂତନ କାର୍ଯ୍ୟ ପାଇଁ ଅତି ଭଲ ଦିନ ରହିବ। ସାଙ୍ଗ ସାଥିଙ୍କ ସହ ମୌଜ କରିବେ । ଗ୍ରହଙ୍କ ପ୍ରଭାବରୁ ଆଜି ଜୟଯୁକ୍ତ ହେବେ । ଶତୃ ପରାଜୟ ହେବେ । ସୁଦୂର ଯାତ୍ରା କରିବେ। କ୍ଷତି ଅର୍ଜନ କରିବେ।

ମକର: ଅର୍ଥ ଲଗାଣକାରୀ ସଂସ୍ଥା ଦ୍ୱାରା ପ୍ରଚୁର ଅର୍ଥ ମିଳିବ। କାହାର ଦେହ ଖରାପରେ ଚିନ୍ତିତ ହେବେ । ଘରେ ପରିସ୍ଥିତି ଭଲ ରହିବ ନାହିଁ । ଗୃହିଣୀଙ୍କ କାମ ବଢିବ ଏବଂ ହାଲିଆ ହୋଇ ପଡିବେ । ପିଲାମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ ପାଠପଢାରେ । ସ୍ୱାସ୍ଥ୍ୟ ଏକ ପ୍ରକାର ରହିବ । ଆଖି ଧରା ରୋଗ ହୋଇପାରେ । ନିଜର କର୍ମ ଚଞ୍ଚଳତା ଓ ଚତୁର ପଣିଆ ଦ୍ୱାରା ଏ ସବୁ ଠିକ କରିପାରିବେ । ଦୃଢତାର ସହ ଆଗକୁ ମାଡି ଯିବା ପାଇଁ ଦିନଟି ପ୍ରସସ୍ଥ ଅଟେ ।

କୁମ୍ଭ: ଆପଣଙ୍କ ଦିନଟି ସୁଖ ସମୃଦ୍ଧିରେ ପୂର୍ଣ୍ଣ ରହିବ । ଶୁଭ ଗ୍ରହଙ୍କ ଦ୍ୱାରା ଲାଭ ହିଁ ଲାଭ ହେବ । ପିଲାମାନଙ୍କ ସହ ମନୋରଞ୍ଜନ କରିବେ । ସୁନ୍ଦର ମନ ଓ ଭକ୍ତି ପୂର୍ଣ୍ଣ ଚିତ୍ତରେ ବୁଡି ରହିବେ । ଓଜନିଆ ଉପହାର ମିଳିବ । ସବୁ ଖରାପ ଚିନ୍ତାକୁ ପଛରେ ପକେଇ ଆଗକୁ ଚାଲନ୍ତୁ । ବିବାହ ଆଦି କାର୍ଯ୍ୟ ପୂର୍ଣ୍ଣ ହୋଇପାରେ ।

ମୀନ: ଆଜି ଦୃଢତାର ସହ ଆଗକୁ ବଢିବେ । ଚିନ୍ତାରେ ପୀଡିତ ହେବେ। ଧାର୍ମୀକ ସଂସ୍ଥାରେ ଅର୍ଥ ବିନିଯୋଗ କରିବେ । ଅର୍ଥ ବିନିଯୋଗ କରିବା ଆଗରୁ ସଠିକ ପରାମର୍ଶ ନିଅନ୍ତୁ । ପରିବାରରେ କଳହ କାରଣରୁ ନିଜ ଭିତରେ ଅଲଗା ରହିବାର ନିଷ୍ପତି କଷ୍ଟଦାୟକ ହେବ । ଛୋଟ ଫାଇଦା ପାଇଁ ଅଧିକ ବ୍ୟୟ ହେବ । କଚେରୀ କାମ ଗୁଡିକ ସତର୍କତାର ସହ କରନ୍ତୁ । ପ୍ରାର୍ଥନା ଓ ବ୍ୟାୟାମ ଆପଣଙ୍କ ଦିନଟିକୁ ବଦଳେଇ ପାରିବ ।

ABOUT THE AUTHOR

...view details