ମେଷ: ମୁହଁରେ ଆବେଗ , ଚଞ୍ଚଳତା ଏହି ବ୍ୟକ୍ତି ଙ୍କର ସ୍ଵଭାବ ଅଟେ। ହଁ ଏହା ହେଉଛି ଆପଣଙ୍କର ବିଶେଷତଃ ବର୍ତ୍ତମାନ । ବିଦ୍ରୋହ ମନୋଭାବ ,ଧର୍ଯ୍ୟବାନ ହେବା ଏବଂ ତୀବ୍ର ପ୍ରତିକ୍ରିୟା ଏବଂ ନିର୍ଣ୍ଣୟକୁ ନିଜ ଅଧିନରେ କରନ୍ତୁ । ଆପଣ ମାନସିକଭାବେ କ୍ଳାନ୍ତି ଅନୁଭବ କରିବେ । ଇଚ୍ଛା ମୁତାବକ ଫଳ ପ୍ରାପ୍ତି ପାଇଁ ସଂଘର୍ଷ ସମାପ୍ତ ହେବା ଦେଖାଯାଉ ନାହିଁ । ଯଦିଓ ଅମଲାତନ୍ତ୍ର ସମ୍ବଦ୍ଧୀୟ କାର୍ଯ୍ୟ ଆପଣଙ୍କୁ ଲାଭବାନ କରାଇବ । ମାର ବନ୍ଧୁ ଦୃଢ ରହନ୍ତୁ ନକ୍ଷତ୍ରମାନେ ସଂପୂର୍ଣ୍ଣ ଭାବେ ଆଜି ଉଦାର ନାହାଁନ୍ତି । କାର୍ଯ୍ୟଳୟରେ ପ୍ରଚୁର କାମ ଆପଣଙ୍କୁ ଅପେକ୍ଷା କରୁଛି । ଏହା ସାମାନ୍ୟ ସମୟ ଅପେକ୍ଷା ଅଧିକ ଲାଗିପାରେ । ଫଳ ସ୍ବରୁପ , ସନ୍ଧ୍ୟା ଯୋଜନା ସ୍ଥଗିତ ହୋଇପାରେ | ସାମାନ୍ୟ ଉଦର ପୀଡା ଦେଖା ଯାଇପାରେ , ଯତ୍ନ ନିଅନ୍ତୁ ।
ବୃଷ : ଆପଣଙ୍କ ଆତ୍ମବିଶ୍ବସ ବାସ୍ତବିକ ଚତୁରତା ସହିତ ପୂର୍ଣ୍ଣ ରହିବ । ଦୃଢ ଇଚ୍ଛାଶକ୍ତି ଏବଂ ନୀର୍ଭିକତା ଆପଣଙ୍କୁ କାର୍ଯ୍ୟରେ , ବ୍ୟବସାୟରେ ଏବଂ ବ୍ୟକ୍ତିଗତ ଜୀବନରେ ଏକ ନୂତନ ପରାକାଷ୍ଠା ପ୍ରାପ୍ତ କରିବାରେ ସାହାଯ୍ୟ କରିବ । ସମସ୍ତ କାର୍ଯ୍ୟ କ୍ଷେତ୍ରରେ ବର୍ତ୍ତମାନ ସଫଳତାର ଗ୍ୟାରେଣ୍ଟି ଅଛି । ଆପଣଙ୍କର ବାପାଙ୍କ ତରଫରୁ ଲାଭର ପ୍ରବାହ ହେବ । ଯଦି ଆପଣ ନିଜେ ବାପା ହୋଇଥିବେ , ଆପଣ ନିଜର ପିଲାମାନଙ୍କ ଭବିଷ୍ୟତ ପାଇଁ ସାବଧାନତା ସହ ନିବେଶ କରିବେ , ଆର୍ଥିକ ଲାଭ ଅର୍ଜନ କରିବାର ସମ୍ଭାବନ ରହିଛି । ଛାତ୍ର ମାନଙ୍କ ପାଇଁ ଏହା ଏକ ମହାନ୍ ସମୟ ବିଶେଷତଃ ଯେଉଁମାନେ ପରୀକ୍ଷା ପାଇଁ ପ୍ରସ୍ତୁତି ହେଉଛନ୍ତି , ତାଙ୍କ ପାଇଁ ଦିନଟି ବେଶ ଲାଭବାନ ହେବ।
ମିଥୁନ : ଆଜି ସମସ୍ତ ନୂତନ ବ୍ୟବସାୟ ପାଇଁ ଦିନଟି ଶୁଭ ଅଛି । ଅଗ୍ରସର ହୁଅନ୍ତୁ ଏବଂ ନୂତନ ବ୍ୟବସାୟ ଆରମ୍ଭ କରନ୍ତୁ । କାରବାର ଦୃଢ ଭାବେ ଧରି ରଖିବା ଆବଶ୍ୟକ | ପବ୍ଳିକ ସେକ୍ଟର କାର୍ଯ୍ୟରେ ଉଚ୍ଚ ଅଧିକାରୀ ମାନେ ଲାଭାନ୍ବିତ ଏବଂ ଉପଯୋଗୀ ହେବେ , କିନ୍ତୁ ସତର୍କତା ତ୍ୟାଗ କରନ୍ତୁ ନାହିଁ । ଯଥା ସମ୍ଭବ ହେଉଛି ବିବାଦରୁ ଦୂରେଇ ରହନ୍ତୁ । କିଛି ବ୍ୟକ୍ତି କିମ୍ବା କିଛି ବିଷୟରେ ନିଜର ମନ୍ତବ୍ୟ ବଦଳାଇବା ପାଇଁ ବାଧ୍ୟ କରାଇବେ | କୌଣସି ଅବିଶ୍ବସନୀୟ ଆର୍ଥିକ ଯୋଜନାରୁ ସାବଧାନ ରହନ୍ତୁ । ଟଙ୍କା ପଇସା ମାମଲାରେ ସାବଧାନ ରହନ୍ତୁ ।
କର୍କଟ: ନକାରାତ୍ମକ ଏବଂ ନିନ୍ଦକ ଭାବନାରୁ ଦୂରେଇ ରହନ୍ତୁ । ଆପଣଙ୍କ ଶାରୀରିକ ଏବଂ ମାନସିକ ଅସୁସ୍ଥତା ଭୋଗ କରିପାରନ୍ତି । ଯଦି ଆପଣଙ୍କର ପ୍ରିୟଜନ ଠାରୁ କିଛି ଆଘାତ ପାଇଛନ୍ତି , ଜିଦ ଧରି ପୃଥକ ରହିବା ଅପେକ୍ଷା , ନିଜ ଭୁଲ ଗ୍ରହଣ କରିଦିଅନ୍ତୁ ବହୁତ ଭଲ ହେବ | ପରିବାର ସଦସ୍ୟମାନଙ୍କ ସହ ଭୁଲ ବୁଝାମଣା ହେବାର ସମ୍ଭାବନା ରହିଛି । କଥାବାର୍ତ୍ତା ମାଧ୍ୟମରେ ଆପଣଙ୍କ କଥା ପରିପ୍ରକାଶ କରନ୍ତୁ । ଛାତ୍ର ଛାତ୍ରୀ ମାନଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା କିମ୍ବା ଫଳାଫଳ ପାଇଁ ଅପେକ୍ଷା କରିବା ପାଇଁ ଏହି ଦିନଟି ଭଲ ନୁହେଁ । ତଥାପି ନିରାଶ ହୁଅନ୍ତୁ ନାହିଁ । ମନ୍ଦ ବିଚାର ଦୂର କରନ୍ତୁ , ଭଲ ଭାବନାରେ ରହନ୍ତୁ ।
ସିଂହ: ଶକ୍ତିମାନ ସିଂହ ଆଜି ତାଙ୍କର ପ୍ରକୃତ ରୂପରେ ଅଛନ୍ତି । ଆପଣ ସ୍ବଂୟ ଭରସା ଯୋଗ୍ୟ ହେବା ସହିତ ନିର୍ଭୀକ ଏବଂ ଅତ୍ୟାଧିକ ଭାବୁକ ହେବେ । ଆଜି ଆପଣଙ୍କର ନିର୍ଣ୍ଣୟ କୌଶଳ ମଧ୍ୟ ଚରମ ସୀମାରେ ପହଞ୍ଚିବ ଏବଂ କ୍ଷିପ୍ର ଗତିରେ ନେଉଥିବା ଦୃଢ ନିଶ୍ଚୟ ସମତଳ ହୋଇପାରେ । ମା ବାପାଙ୍କ ଏବଂ ଗୁରୁଜନମାନଙ୍କ ତରଫରୁ ଲାଭ ପ୍ରାପ୍ତ କରିବେ ବର୍ତ୍ତମାନ ଶ୍ରଦ୍ଧା ଏବଂ ସମାଜରେ ମର୍ଯ୍ୟଦା ରୂପେ ଉପରକୁ ଉଠିବା କାର୍ଡରେ ଅଛି କିନ୍ତୁ ଗୁଣରେ ବିଶ୍ବସ ରହିଛି ,ତେବେ କଠୋରତା ସହ ଆପଣଙ୍କର ଅଂହକାର କୁ ଦୂର କରନ୍ତୁ । ଆପଣଙ୍କର ବ୍ୟକ୍ତବ୍ୟ ଏବଂ କ୍ରୋଧ କୁ ସଞ୍ଜତ କରନ୍ତୁ ଏବଂ ଆପଣଙ୍କର ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ ।
କନ୍ୟା: ଆପଣ ଭାବନା ଉପରେ ନିୟନ୍ତ୍ରଣ ରଖନ୍ତୁ । ବହୁତ ଅଧିକ ଆଶା ରଖନ୍ତୁ ନାହିଁ । ବୃଥା ଆସ୍ପାଳନ ଏବଂ ଆଚରଣରେ ଅଂହକାରତାକୁ ଦୂର କରନ୍ତୁ ,ନଚେତ୍ ଆପଣଙ୍କ ସମାନ ଟକ୍କରର କେହି ଜଣେ ମିଳିଯାଇପାରେ । ଏହା ଆପଣଙ୍କୁ ମାନସିକ ଭାବେ ଅସ୍ଥିର କରିଦେବ ଏବଂ ପ୍ରତିକୁଳଭାବେ ଆପଣଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇବ । ଆପଣ ତରତର ଭାବେ କାର୍ଯ୍ୟ କରିବେ ଏବଂ ଆବଶ୍ୟକତା ଠାରୁ ଅଧିକ କଥା କହିବେ , ଯାହା ଆପଣଙ୍କ ପୁରୁଣା ବନ୍ଧୁତ୍ବ ଉପରେ ନକାରାତ୍ମକତା ସୃଷ୍ଟି କରିବ। ନିଜକୁ ଦୋଷୀ ଅନୁଭବ କରିବେ , ତେଣୁ ସାବଧାନ ରୁହନ୍ତୁ! ଆପଣଙ୍କ ସମୟ ପ୍ରାର୍ଥନାରେ ବ୍ୟତିତ କରନ୍ତୁ ।