ମେଷ: ଆଜି ଦିନଟି ଅତି ଶୁଭଙ୍କର ଅଟେ। ବାହାର ଲୋଭନୀୟ ରୁଚିକର ଭୋଜ୍ୟ ପଦାର୍ଥକୁ ଦେଖି ଖାଇବାକୁ ଇଚ୍ଛାଥିଲେ ମଧ୍ୟ ଖାଆନ୍ତୁ ନାହିଁ । ଯାହାକଲେ ମଧ୍ୟ ତାହା ଆପଣଙ୍କ ଶରୀର ଉପରେ କୁପ୍ରଭାବ ପକାଇବ । ଅତ୍ୟଧିକ ଖର୍ଚ୍ଚ ଯୋଗୁଁ ଆପଣ ଚିନ୍ତିତ ରହିବେ । ଏ ବିଷୟରେ ମନକୁ ହାଲକା କରନ୍ତୁ ନଚେତ ଶାରୀରିକ ଅସୁସ୍ଥତା ବୃଦ୍ଧି ପାଇପାରେ । ମାନସିକ ଶାନ୍ତି ପାଇବାକୁ ଧ୍ୟାନ କରନ୍ତୁ । ସୁସ୍ୱାଦୁ ଖାଦ୍ୟ ଖାଇ ଆତ୍ମସନ୍ତୋଷ ଲାଭ କରନ୍ତୁ । ଆପଣ ନିଜର ମହିଳା ସହକର୍ମୀଙ୍କ ସହ ମଧୁର ବାର୍ତ୍ତାଳାପ ଆପଣଙ୍କ ମନର ପ୍ରଫୁଲତା ବୃଦ୍ଧି କରିବ ।
ବୃଷ: ଗ୍ରହ ମାନଙ୍କ ଶୁଭ ଦୃଷ୍ଟିରୁ ଦିନଟିକୁ ଶାନ୍ତିରେ କାଟିପାରନ୍ତି । ଆପଣ ଆଜି ନିଜ ଆତ୍ମବିଶ୍ୱାସର ସହିତ ନିଜର କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ଏହା ଫଳରେ ଆପଣଙ୍କୁ ଦିଆଯାଇଥିବା କାର୍ଯ୍ୟକୁ ସଫଳତାର ସହ ସମ୍ପନ୍ନ କରିପାରିବେ । ଅର୍ଥ ସମ୍ପର୍କୀୟ କାର୍ଯ୍ୟ ସମ୍ପାଦନ ପାଇଁ ଆଜି ଦିନଟି ସର୍ବୋକୃଷ୍ଟ ଅଟେ ଏବଂ ଅର୍ଥଲାଭ ମଧ୍ୟ ହୋଇପାରେ ।ଗୃହର ପରିବେଶ ଅତି ମଧୁରମୟ ହେବ ଏବଂ ଆପଣ ଦିନଟିକୁ ଆମୋଦ ପ୍ରମୋଦରେ କାଟିବେ ।
ମିଥୁନ: ଆଜି ଆପଣ ଅତ୍ୟାଧିକ ଶ୍ରମ କରନ୍ତୁ ଓ ସତର୍କତା ଅବଲମ୍ୱନ କରନ୍ତୁ । ନିଜର ମିଜାଜ ଓ କଥାବାର୍ତ୍ତା ପ୍ରତି ସତର୍କ ରହିଲେ ଅନ୍ୟ ମାନେ ଆପଣଙ୍କ ଠାରୁ ଦୂରେଇ ଯିବେ । ଏହାର କୁ ପ୍ରବାହ ନିଜର ଶରୀର ଉପରେ ପଡିବ ଏବଂ ପରିବାରର ସଦସ୍ୟ ଓ ବନ୍ଧୁ ମାନଙ୍କ ସହ ଭୁଲ ବୁଝାମଣା କିମ୍ୱା ମତାନ୍ତର ହେବାର ସମ୍ଭାବନା ଅଛି । ଆପଣ ନିଜର ପରିବାରର ସଦସ୍ୟ ଏବଂ ପୁଅ ମନରେ ଆଘାତ ଦେଇପାରନ୍ତି । ଆଜି ଆପଣ ଚକ୍ଷୁ ଜନିତ ଯନ୍ତ୍ରଣା ପାଇଁ ଔଷଧ ପାଖରେ ରଖନ୍ତୁ | ଖର୍ଚ୍ଚାନ୍ତ ର ଯୋଗ ଅଛି । ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି ।
କର୍କଟ: ଗ୍ରହ ମାନଙ୍କ ଶୁଭ ଦୃଷ୍ଟି ଯୋଗୁଁ ଆପଣ ଯାହା ଇଚ୍ଛା କରିବେ ,ତାହା ପାଇପାରିବେ । ବ୍ୟବସାୟ ଓ ଆର୍ଥିକ ସ୍ଥିତିରେ ଲାଭବାନ ହେବେ ଏବଂ ଅର୍ଥଲାଭର ପରିମାଣ ବୃଦ୍ଧି ପାଇପାରେ । ପୁଞ୍ଜି ଲଗାଣ ପାଇଁ ଦିନଟି ଶୁଭ ଅଟେ । ବହୁ ଦିନର ବ୍ୟବଧାନ ପରେ ଆପଣଙ୍କ ବନ୍ଧୁଙ୍କ ସଙ୍ଗେ ମିଳନ ଆଦି ଆପଣଙ୍କୁ ଉତଫୁଲିତ କରିପାରେ । ଅବିବାହିତ ଯୁବକ ଓ ଯୁବତୀ ମାନେ ନିଜର ବୈବାହିକ ଜୀବନ ଆରମ୍ଭ କରିବା ପାଇଁ ଆଜି ଦିନଟି ସର୍ବୋକୃଷ୍ଟ ଅଟେ। ଆପଣ ଖୋଜୁଥିବା ପ୍ରିୟତମାଙ୍କୁ ଶିଘ୍ର ସାକ୍ଷାତ ଲାଭ କରିବେ। ଦିନଟିକୁ ଆମୋଦ ପ୍ରମୋଦରେ କଟିବାକୁ ବଣଭୋଜି କରିବାକୁ ପରିବାର ଓ ବନ୍ଧୁ ପ୍ରିୟଜନଙ୍କୁ ସାଙ୍ଗରେ ନେଇ ଯାଇପାରନ୍ତି ।
ସିଂହ: ଆଜି ଆପଣଙ୍କର ଦୃଢ ବିଚାର ଓ ବିଶ୍ୱାସ କିଛି ଚମତ୍କାର ଦେଖାଇପାରେ । ଏହା ଫଳରେ ଆପଣ ନିଜର କାର୍ଯ୍ୟକୁ ଠିକ୍ ସମୟରେ ସଫଳତାର ସହ ସମ୍ପୁର୍ଣ୍ଣ କରିପାରିବେ । ଗ୍ରହ ମାନଙ୍କ ଶୁଭ ଦୃଷ୍ଟିରୁ ପଦୋନ୍ନତି ହେବାର ଯଥେଷ୍ଟ ସମ୍ଭାବନା ଅଛି । ଏହା ଛଡା ନିଜର ପୈତୃକ ସମ୍ପତ୍ତି ପାଇଁ ଆପଣଙ୍କ ଖୁସିର ପରିମାଣ ବୃଦ୍ଧି ପାଇପାରେ | କ୍ରିଡାବିତ ଓ ସୃଜନ ସୃଷ୍ଟି କରିବାର ବ୍ୟକ୍ତିମାନଙ୍କ ପାଇଁ ନିଜର ପ୍ରତିଭା ପ୍ରଦର୍ଶନ କରିବା ଉଚିତ୍ । ଏହା ଦ୍ୱାରା ସେମାନେ ନିଜର କଳାରେ ପ୍ରତିଷ୍ଠା ଅର୍ଜନ କରିପାରିବେ । ଆର୍ଥିକ ସମ୍ବଳତା ବୃଦ୍ଧି ପାଇବାରେ | ସରକାରୀ କାର୍ଯ୍ୟରେ ଦରକାରୀ କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ଦିନଟି ଶୁଭଙ୍କର ଅଟେ ।
କନ୍ୟା: ଆପଣ ଆଜି ଦିନର ପ୍ରାରମ୍ଭରୁ ପ୍ରାର୍ଥନା ଓ ଠାକୁର ମନ୍ଦିରକୁ ଯାଇ ଆରାଧନା କରନ୍ତୁ । ତାହାହେଲେ ଦିନର ବାକି ସମୟ ଭଲରେ କଟିପାରେ। ବାନ୍ଧବୀଙ୍କ ଦର୍ଶନ ତଥା ଭାଇ ଭଉଣୀଙ୍କ ସାଙ୍ଗ ଲାଭ ଆପଣଙ୍କ ହୃଦୟରେ ଶାନ୍ତି ଓ ମୁଖରେ ତୃପ୍ତିର ହସ ଫୁଟାଇବାରେ ସାହାଯ୍ୟ କରିବ । ଦେଶ ବାହାରକୁ ଯିବା ପାଇଁ ଲାଳାୟିତ ବ୍ୟକ୍ତିଙ୍କ ନିମିତ୍ତ ଆଜି ଦିନଟି ସର୍ବୋତ୍ତମ ଅଟେ। ଦୂର ବିଦେଶରୁ ଶୁଭ ଖବର ପାଇ ଆନନ୍ଦିତ ହେବେ । ଦିନଟି ଆମୋଦ ପ୍ରମୋଦରେ କାଟନ୍ତୁ ।