ମେଷ: ନିଜର କଥା ଓ ବ୍ୟବହାରରେ ସଞ୍ଜମତା ରକ୍ଷାକରନ୍ତୁ । ଶତୃ ମାନେ ବଢିପାରେ । ବିଚଳିତ ହୁଅନ୍ତୁ ନାହିଁ । ଯାତ୍ରା ବର୍ଜନ କରନ୍ତୁ କାରଣ ଅନେକ ବିପଦର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । ଯେତେ ଦୂର ସମ୍ଭବ ନୂତନ କାର୍ଯ୍ୟ ପ୍ରାରମ୍ଭ ନ କରିବା ଭଲ । ଦେବ ପୂଜାରେ ମନ ଦିଅନ୍ତୁ । ଏହା ମିଶ୍ରିତ ଫଳ ଯୁକ୍ତ ଦିନ ଅଟେ ।
ବୃଷ: ଆପଣଙ୍କୁ ଦିନଟି ଆପଣଙ୍କ ସପକ୍ଷରେ ଯିବ । ସୁସ୍ଥ ରହିବେ । ଶରୀର ଠିକ ରହିବ । ମନ ଭଲ ରହିବ । ପରିବାର ଓ ସଙ୍ଗ ମାନଙ୍କ ପାଇଁ ସମୟ ବାହାର କରନ୍ତୁ । ସମାଜିକ କାର୍ଯ୍ୟରେ ସଫଳତା ମିଳିବ । ଦୂରରୁ ସୁସମ୍ୱାଦ ପାଇବେ । ବୈବାହିକ ଜୀବନ ଆନନ୍ଦମୟ ହେବ । ଅଚାନକ ଧନ ପ୍ରାପ୍ତି ହେବ ।
ମିଥୁନ: ଏହି ଦିନରେ ଐପଣ ଯାହା ଚାହିଣବେ ସେୟା କରିବେ । ମୋଟ ଉପରେ ଗ୍ରହିକ ପ୍ରଭାବ ଶାନ୍ତ ରହିବ । ତେଣୁ ଆପଣ ନିଜର କାର୍ଯ୍ୟରେ ଉତ୍ତମ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରିବେ ଏବଂ ତାକୁ ମଧ୍ୟ ସହଜରେ ସମାପ୍ତ କରିପାରିବେ । ଗୃହ ଜୀବନ ମଧ୍ୟ ଶାନ୍ତ, ଖୁସୀମୟ ରହିବ । ଆପଣ ପ୍ରତିଯୋଗୀଙ୍କ ଉପରେ ମଧ୍ୟ ଜୟଲାଭ କରିବେ ଏବଂ ସେମାନଙ୍କ ସମ୍ମାନ ମଧ୍ୟ ପ୍ରାପ୍ତ କରିବେ ।
କର୍କଟ: ନିଜର ଚିନ୍ତାଗ୍ରସ୍ତ ମନ ଯୋଗୁଁ ଶିଥିଳତା ଅନୁଭବ କରିବେ । ଆପଣଙ୍କର ସନ୍ତାନ ଏବଂ ବନ୍ଧୁଙ୍କ ଚିନ୍ତା ଆପଣଙ୍କୁ ବ୍ୟଥିତ କରିବ । କାମ ପ୍ରତି ସଜାଗ ରୁହନ୍ତୁ । ଅଯଥା ଯୁକ୍ତିତର୍କରୁ ନିବୃତ ରୁହନ୍ତୁ । ଯାତ୍ରାର ଯୋଜନାକୁ ସ୍ଥଗିତ ରଖନ୍ତୁ । ଗ୍ରହମାନଙ୍କର ଶୁଭଦୃଷ୍ଟି ନଥିବରୁ ଆପଣ ଏପରି କାର୍ଯ୍ୟରେ ଲିପ୍ତ ରହୁନ୍ତୁ ନାହିଁ , ଯାହା ଆପଣଙ୍କ ମାନସିକ ଅଶାନ୍ତିର କାରଣ ହେବ ।
ସିଂହ: ଆଜି ଦିନଟିରେ ଆପଣ ଟିକିଏ ସତର୍କତା ଅବଲମ୍ୱନ କରନ୍ତୁ । ନିଜର ଚାଲି଼ଚଳନକୁ ନୀରିକ୍ଷଣ କରନ୍ତୁ । ନିଜ ମାତାଙ୍କ ସଙ୍ଗେ ଆପଣଙ୍କ ସମ୍ପର୍କ ତିକ୍ତ ହୋଇପାରେ । ଆପଣ ରୁକ୍ଷ ବ୍ୟବହାର ଏବଂ କଥା କହିବାର ଶୈଳି ଯୋଗୁଁ ତର୍କର ମୁଖ୍ୟ କାରଣ ହୋଇପାରେ ।କାଗଜ ପତ୍ରକାର୍ଯ୍ୟ ଓ ଜଳଠାରୁ ସତର୍କତା ଅବଲମ୍ୱନ କରନ୍ତୁ ।
କନ୍ୟା:ଶରୀର ସୁସ୍ଥ ରହିଲେ ମନ ଆପେ ଆପେ ସୁସ୍ଥ ରହିବ । ଏହି ତଥ୍ୟକୁ ଭିତ୍ତିକରି ଆପଣଙ୍କ ଶରୀର ଓ ମନ ଆଜି ସୁସ୍ଥ ରହିବ । ଯଦ୍ବାରା ଆପଣ ଆଜି ଦିନଟା ସାରା ପ୍ରଫୁଲ୍ଳିତ ରହିବେ । କାର୍ଯ୍ୟରେ ସନ୍ତୁଷ୍ଟ ହେବେ । ନିଜର ଗୁରୁତ୍ତ୍ୱପୁର୍ଣ୍ଣ ସମୟକୁ ପ୍ରିୟଜନଙ୍କ ଗହଣରେ ଆମୋଦ ପ୍ରମୋଦରେ ବିତାଇବେ । ପ୍ରତିଦାନରେ ଆପଣ ସେମାନଙ୍କଠାରୁ ବିନାଚୁକ୍ତିରେ ସାହାଯ୍ୟ ପାଇପାରିବେ ।