ଓଡିଶା

odisha

ETV Bharat / bharat

ଡିସେମ୍ବର 6 ରାଶିଫଳ: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ଡିସେମ୍ବର 6 ରାଶିଫଳ: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ
ଡିସେମ୍ବର 6 ରାଶିଫଳ: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

By

Published : Dec 6, 2022, 12:01 AM IST

ମେଷ: ଆପଣ କାର୍ଯ୍ୟସ୍ଥଳରେ ସାହସୀ ପଦକ୍ଷେପ ନେଇପାରନ୍ତି । ଏପରିକି ଆପଣଙ୍କ ମନରେ କିଛି ଅଭିନବ ଧାରଣା ଓ ମତ ମଧ୍ୟ ଆସିପାରେ । କିନ୍ତୁ, ଅପରାହ୍‍ଣ ବେଳକୁ ଆପଣ ପୁଣି କ୍ଷତିରେ ପଡିପାରନ୍ତି । ଏଥିପାଇଁ ଆପଣ କିଛି ସମୟ ପାଇଁ କାମରୁ ବିରତି ନେବା ଜରୁରୀ ଅଟେ।

ବୃଷ: ଆପଣଙ୍କ ସନ୍ଦିଗ୍ଧ ମନ ଆପଣଙ୍କୁ ବିଚଳିତ କରିବ । ଆପଣ ଥଣ୍ଡା ଓ କାଶରେ ଆକ୍ରାନ୍ତ ହୋଇପାରନ୍ତି । ଧାର୍ମିକ କାର୍ଯ୍ୟପାଇଁ କିଛି ଅର୍ଥ ବ୍ୟୟ କରିପାରନ୍ତି । ପ୍ରିୟଜନଙ୍କ ଠାରୁ ଅଲଗା ହୋଇପାରନ୍ତି । ମାତ୍ର ଏହିସବୁ ସମସ୍ୟାରୁ ଉପରବେଳା ମୁକ୍ତ ହୋଇଯିବେ ଏବଂ ନିଜ କାର୍ଯ୍ୟରେ ଆଗେଇ ଯିବାପାଇଁ ଉତ୍ସାହିତ ହେବେ । ଅର୍ଥଲାଭ ଯୋଗ ରହିଛି । ନିଜର ବନ୍ଧୁ ଓ ସମ୍ପର୍କୀୟ ମାନଙ୍କ ସହ ସାକ୍ଷାତ ହୋଇପାରେ । ଶାରୀରିକ ଓ ମାନସିକ ସୁସ୍ଥତା ବଜାୟ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ମିଥୁନ: ଆଜି ବନ୍ଧୁମାନଙ୍କ ଦ୍ୱାରା ଉପକୃତ ହେବେ । କିଛି ନୂତନ ବନ୍ଧୁ ମଧ୍ୟ ସୃଷ୍ଟି ହୋଇପାରନ୍ତି, ଯେଉଁମାନେ କି ଆପଣଙ୍କୁ ଭବିଷ୍ୟତରେ ସାହାଯ୍ୟ କରିବେ । ଆଶାତୀତ ଭାବେ ଅର୍ଥଲାଭ ହେବ । ଯାତ୍ରାଯୋଗ ଅଛି । ସରକାରୀ ସାହାଯ୍ୟ ପ୍ରାପ୍ତ ହୋଇପାରେ । ମାତ୍ର ଅପରାହ୍ନରେ ନିଜକୁ ସତର୍କ ରଖିବେ । ଧାର୍ମିକ କାର୍ଯ୍ୟରେ ଅତ୍ୟଧିକ ଆସକ୍ତି ରଖିବା ଉଚିତ୍‍ ହେବନାହିଁ କାରଣ ଏହା ଆପଣଙ୍କୁ କିଛି ପରିମାଣରେ ଆଘାତ ଦେଇପାରେ । ଅନ୍ୟମାନଙ୍କ ବ୍ୟକ୍ତିଗତ କାର୍ଯ୍ୟକଳାପରେ ଅନାବଶ୍ୟକ ଭାବରେ ହସ୍ତକ୍ଷେପ କରନ୍ତୁନାହିଁ । ପୁଞ୍ଜି ଆଦାନ ପ୍ରଦାନରେ ସତର୍କତା ଅବଲମ୍ଵନ କରନ୍ତୁ।

କର୍କଟ: ଆଜି ଆପଣ ବହୁତ ଦିନ ଧରି ନୂଆ ଘର କିଣିବାକୁ କିମ୍ଵା ବର୍ତ୍ତମାନର ଘରକୁ ନୂଆ କରିବା ପାଇଁ କରିଥିବା ଯୋଜନାକୁ ଉପରେ କାମ କରିବା ଆରମ୍ଭ କରିବେ । ଏହି ଖର୍ଚ୍ଚଗୁଡିକ ପାଇଁ ଆପଣଙ୍କ ପାଖରେ ଯଥେଷ୍ଟ ଟଙ୍କା ହୋଇଯିବ ଓ ଏକ ବ୍ୟବସାୟରେ ମଧ୍ୟ କିଛି ଟଙ୍କା ନିବେଶ ପାଇଁ ଆପଣଙ୍କ ନିକଟରେ ଟଙ୍କା ରହିବ ।

ସିଂହ: ସବୁ ପରିବାରରେ କିଛି କିଛି ସମସ୍ୟା ଥାଏ । ଆଜି ଆପଣଙ୍କର ନିଜ ଭାଇଭଉଣୀ ଓ ପରିବାରର ଅନ୍ୟ ସଭ୍ୟମାନଙ୍କ ସହ ମତଭେଦ ହୋଇପାରେ । ଟଙ୍କା ଓ ସମ୍ପତ୍ତି ଆପଣଙ୍କ ଚିନ୍ତାର ମୁଖ୍ୟ ବିଷୟ ହେବ । କାର୍ଯ୍ୟସ୍ଥଳରେ ମଧ୍ୟ ସହକର୍ମୀମାନଙ୍କ ସହ ଆନମନା ହୋଇପାରେ । ଆଜି ଆପଣଙ୍କୁ ଆପଣଙ୍କ ଭାବନାକୁ ନିୟନ୍ତ୍ରଣରେ ରଖିବାକୁ ପଡିବ ।

କନ୍ୟା:ଲୋକମାନେ ଓ ସମ୍ପର୍କଗୁଡିକୁ ସମ୍ଭାଳିବାରେ ଆପଣ ଅଭିଜ୍ଞ । ଦିବସର ଦ୍ଵିତୀୟାର୍ଦ୍ଧରେ ଆପଣ କିଛି ଘଟଣାଗୁଡିକ ବିଷୟରେ ଚିନ୍ତିତ ହୋଇଯାଇପାରନ୍ତି । ଦିନର ଶେଷ ସମୟରେ ଆପଣ ଚିନ୍ତିତ ହେବେ ଯେତେବେଳେ ଆପଣ ଜାଣିପାରିବେ ଯେ ମଜା ଓ କୌତୁକପୂର୍ଣ୍ଣ ସମୟ ପାଇ ବହୁତ ଖର୍ଚ୍ଚ ପଡିଥାଏ ।

ତୁଳା: ସମୟ ବହୁତ ମୂଲ୍ୟବାନ । ଆଜି ଏହି ବାକ୍ୟର ଗୁରୁତ୍ଵ ବହୁତ ରହିବ କାରଣ ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ ପରିଣାମର ସମୟ ଚିହ୍ନଟ କରିବେ । ଆପଣଙ୍କ ପାଇଁ ପ୍ରତି ସେକେଣ୍ଡ ମୂଲ୍ୟବାନ ହେବ ଓ ସବୁ ଠିକ ଠାକ କରିବା ପାଇଁ ପୁରୁଣା ସମୟ ଭଳି ଯୋଜନା କରିପାରନ୍ତି ।

ବିଛା: ଇତିହାସ ଆପଣଙ୍କୁ ସଙ୍କେତ ଦେଉଛି ଓ ଅଜଣା ସ୍ଥାନ ଆପଣଙ୍କୁ ଡାକୁଛି । କାର୍ଯ୍ୟସ୍ଥଳରେ ଆପଣ ନିଜର ଅଦ୍ଵିତୀୟ କାର୍ଯ୍ୟଦକ୍ଷତା ପାଇଁ ଧ୍ୟାନର କେନ୍ଦ୍ର ହୋଇ ରହିବେ । ବ୍ୟବସାୟ ଆପଣଙ୍କ ପାଇଁ ମଜାଦାର ଓ ଚିତ୍ତାକର୍ଷକ ହେବ ।

ଧନୁ: ଆପଣଙ୍କ ପ୍ରିୟଜନଙ୍କ ସ୍ଵାର୍ଥ ରକ୍ଷା ପାଇଁ ଆପଣଙ୍କୁ ଉତ୍ତରଦାୟୀତ୍ଵ ବହନ କରିବାକୁ ପଡିପାରେ । ଅପରାହ୍‍ଣରେ ଏକ ବ୍ୟବସାୟିକ ଯାତ୍ରାରେ ଯାଇପାରନ୍ତି । ଅବଶ୍ୟ, ଚିତ୍ତବିନୋଦନ ଯୁକ୍ତ ଆଉଟିଙ୍ଗ ମଧ୍ୟ ଆପଣଙ୍କ ପାଇଁ ଭଲ ବିକଳ୍ପ ହୋଇପାରେ! କିନ୍ତୁ ପ୍ରସାଧନ ସାମଗ୍ରୀ ବ୍ୟବହାର ଦ୍ଵାରା ଆପଣଙ୍କ ଖର୍ଚ୍ଚ ବଢିପାରେ ।

ମକର: କାମ କରିବା ଓ ନିଜର ଦାବିଗୁଡିକ ପୂରଣ କରିବାରେ ଦିନ ଶେଷ ହୋଇଯିବ । ଏଥିରେ ଆପଣ ଆପଣଙ୍କ ବନ୍ଧୁ ଓ ପରିବାର ସଦସ୍ୟମାନଙ୍କ ସହ ଅଧିକ ସମୟ ଖର୍ଚ୍ଚ କରିବେ | ଆପଣଙ୍କ ବସ୍‍ଙ୍କୁ ଖୁସି କରିବାକୁ ଚେଷ୍ଟା କରୁଥିବା ସମୟରେ ଭୁଲିଯାଇଥିବା ଗପରେ ଆପଣଙ୍କ ସମୟ ଯିବ ।

କୁମ୍ଭ: ଆପଣ ବିଭିନ୍ନ ଧାରଣାଗୁଡିକୁ ଆଜି କାର୍ଯ୍ଯକାରୀ କରିବେ ଓ କୌଶଳରେ ଲଗାଇବେ ଓ ପ୍ରଶଂସା ପାଇବେ । ଆପଣ ମଧ୍ୟ ଜୀବନକୁ ଅଧିକ ଭଲ ପାଇବେ ଓ ଏହାର ମୂଲ୍ୟ ଅଧିକ ଭଲ ଭାବେ ବୁଝିବେ । ଶେଷ ଆପଣଙ୍କ ମାଆ ବାରମ୍ବାର ଆପଣଙ୍କୁ କହୁଥିବା ପବିତ୍ର ଧର୍ମଗ୍ରନ୍ଥ ଆଜି ଆପଣ ପଢିପାରନ୍ତି ।

ମୀନ:ଆଜି ଆପଣ ଦ୍ଵନ୍ଦ୍ଵରେ ରହିବେ । ଯାହା ଫଳରେ ଆପଣ ଏକ ଦୃଢ ନିଷ୍ପତ୍ତି ନେବାକୁ ସକ୍ଷମ ହେବେ ନାହିଁ । ଆପଣଙ୍କ ମନରୁ ଦ୍ଵନ୍ଦ୍ଵ ନ ବାହାରିବା ପର୍ଯ୍ୟନ୍ତ କୌଣସି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ।

ABOUT THE AUTHOR

...view details