ମେଷ: ଜଣେ ବନ୍ଧୁଙ୍କ ଘରକୁ କୌଣସି ଏକ ଉତ୍ସବକୁ ନିମନ୍ତ୍ରିତ ହୋଇ ଗଲେ ମଧ୍ୟ ଆପଣ ଉତ୍ସବର ମଜା ନେଇପାରିବେ ନାହିଁ । ଏହାର କାରଣ ମଧ୍ୟ ସୁସ୍ପଷ୍ଟ । ନିଜର ଶରୀରର ଅସୁସ୍ଥତା ଲାଗି ରହୁଥିବାରୁ ଓ ମନ ଭଲ ନ ଥିବାରୁ ସେଠାରେ ଖୁସି ମିଳିବ ନାହିଁ । କାରଣ ଆପଣଙ୍କ ବୃତ୍ତିରେ ଉଚ୍ଚପଦସ୍ଥ ଅଫିସରଙ୍କ ସହ ଭୁଲ ବୁଝାମଣା ଓ ଘରର ସଦସ୍ୟଙ୍କ ସହ ମନୋମାଳିନ୍ୟ ଏହାର ମୂଳ କାରଣ ହୋଇପାରେ । ନିଜର ମନକୁ ଟିକେ ଆଘାତ ପାଇଲେ ରାଗିଯିବା ଆଦୌ ଶୋଭନୀୟ ନୁହେଁ । ଏପରିକି ଏହି ପ୍ରକୃତି ଯୋଗୁଁ ଆପଣଙ୍କ କୌଣସି ନୂଆ ଆବଶ୍ୟକୀୟ ପ୍ରକଳ୍ପକୁ ଆଘାତ ପହଞ୍ଚାଇପାରେ ।
ବୃଷ: ଆଜି ଦିନଟି ଯୋଗ ଓ ଧ୍ୟାନ କଲେ ମାନସିକ ଶାନ୍ତି ପାଇପାରିବେ । ଉପରିସ୍ଥ ହାକିମ ତଥା ସହକର୍ମୀମାନେ ଆପଣଙ୍କୁ ଦେଇଥିବା କାର୍ଯ୍ୟର ଚାପରୁ ମୁକ୍ତିମିଳିବ ନାହିଁ । ବହୁ ପ୍ରତିକ୍ଷିତ କାର୍ଯ୍ୟର ସଫଳତାର ଖବର ପାଇବା ବିଳମ୍ୱିତ ହୋଇପାରେ । କୌଣସି ସ୍ଥାନକୁ ବୁଲିବାକୁ ଇଛାଥିଲେ ବି ଯାଇପାରିବେନି । ନିଜକୁ ଆଳସ୍ୟ ଘେରରେ ରଖି ମାନସିକ ଶାନ୍ତି ପାଇବେ ନାହିଁ । ତେଣୁ ଧୈର୍ଯ୍ୟହୀନ ନହୋଇ ସୁଦିନକୁ ଅପେକ୍ଷା କରନ୍ତୁ । ଖାଇବା ପିଇବାରେ ସତର୍କତା ଅବଲମ୍ୱନ କରନ୍ତୁ ଏଥିସହ କୌଣସି ନୂତନ କାର୍ଯ୍ୟ ହାତକୁ ନିଅନ୍ତୁ ନାହିଁ ।
ମିଥୁନ: ଗୁପ୍ତ କାର୍ଯ୍ୟ ସିଦ୍ଧି ଓ ମନ ଭଲ ରହିବ । ଭିନ୍ନ ଭିନ୍ନ ଲୋକଙ୍କ ସହ ମିତ୍ରତା ବଢିପାରେ। ସ୍ତ୍ରୀ ପିଲାଙ୍କ ସହ ସୁନ୍ଦର ଯାତ୍ରା କରିବେ । ନୂତନ ବସ୍ତ୍ର ପରିଧାନ କରିବା ସହ ପ୍ରେମ ବାଣରେ ଆଜି କାହାକୁ ବସିଭୁତ କରିପାରନ୍ତି। ଶାରୀରିକ ସୁସ୍ଥତା , ସାମାଜିକ ପ୍ରତିଷ୍ଠା ଓ କ୍ଷାତି ବଢିବ । ଶରୀରିକ ସମ୍ୱନ୍ଧ ମଧୂର ମୟ ହେବ ।
କର୍କଟ:ଆପଣଙ୍କ ପାଇଁ ଦିନଟି ଶୁଭ ଫଳ ଦାୟକ ଅଟେ। ପାରିବାରିକ ସମ୍ପର୍କ ଭଲ ରହିବ । କିଛି ଶୁଭ ଫଳ ପାଇବେ । ଯାହା କରିବେ ଯଶ ପାଇବେ ,ଶରୀର ସୁସ୍ଥ ରହିବ । ସ୍ତ୍ରୀ ପିଲାଙ୍କ ସହ ସୁନ୍ଦର ସମୟ କାଟିବା ସହ ଚାକିରି କ୍ଷେତ୍ରରେ ଉନ୍ନତି ଆସିବ । ଅଧିନସ୍ଥ କର୍ମଚାରୀଙ୍କ ଦ୍ୱାରା ଉପକୃତ ହେବେ । ସ୍ତ୍ରୀ ସାଙ୍ଗ ମାନଙ୍କ ସହ ମଧୁର ସମ୍ପର୍କ ଓ ଶତୃ ପରାଜୟ ହେବେ ।
ସିଂହ: ଦିନଟି ଖୁସିରେ କଟିବ । ଉଚ୍ଚ ଚିନ୍ତା ଶକ୍ତି ହେବ । ପ୍ରେରଣା ପାଇବେ ନୂତନ କବିତା ଲେଖିବା ପାଇଁ । ପ୍ରେମାଳାପ ମଧୁର ଫଳ ଯୁକ୍ତ ହେବ । ପିଲାଙ୍କ ପ୍ରଗତିରେ ସୁଫଳ ପ୍ରାପ୍ତି । ପିଲାମାନେ ପାଠପଢାରେ ଉଚ୍ଚ ଫଳ ଯୁକ୍ତ ହେବେ । ସାଙ୍ଗ ତଥା ସ୍ତ୍ରୀ ମାନଙ୍କ ଠାରୁ ଲାଭ ହେବ । କିଛି ଆୟୋଜକ ଭାବରେ କାମ କରିପାରନ୍ତି ।
କନ୍ୟା: ଆପଣଙ୍କ ପାଇଁଦିନଟି ଭଲ ନୁହେଁ । ଶରୀର ଓ ମନ ଭଲ ରହିବ ନାହିଁ । ପ୍ରେମିକାଙ୍କ ସହ ମତ ଭେଦ ହେବ । ମାଆଙ୍କ ଦେହ ଭଲ ରହିବ ନାହିଁ । ଧନ ସମ୍ପତି ତଥା ଜରୁରୀ କାଗଜ ପତ୍ରର ଯତ୍ନ ନିଅନ୍ତୁ । ପାଣିକୁ ଡରିବେ। ସ୍ତ୍ରୀ ଙ୍କ ସହ ବାର୍ତ୍ତାଳାପ ନ କରିବା ଭଲ । ଅଯଥା ଗଣ୍ଡଗୋଳରେ ଭାଗ ନିଅନ୍ତୁ ନାହିଁ । ଖର୍ଚ୍ଚ ବଢିବାର ସମ୍ଭାବନା ରହିଛି |