ଓଡିଶା

odisha

By

Published : Mar 5, 2023, 12:01 AM IST

ETV Bharat / bharat

Horoscope: ମାର୍ଚ୍ଚ ୫ ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢ଼ନ୍ତୁ, ଆଜିର ରାଶିଫଳ

Horoscope
Horoscope

ମେଷ: ଆପଣ ଆଜି ଉଦାସୀନ ଓ ଚିନ୍ତିତ ହୋଇପାରନ୍ତି । ଆପଣଙ୍କ ସମ୍ପର୍କ ଅଧିକ ଭଲ କରିବା ପାଇଁ ଆପଣ ନିଜର ସାଧାରଣ ପଥରୁ ଅଲଗା ହେବେ । ପରିବାର ସହ ସୁସମ୍ପର୍କ ରଖନ୍ତୁ । ଆଜି ନିଜର ଲାଇଫ ପାର୍ଟନର ସହ ବୁଲିବାକୁ ଯାଇପାରନ୍ତି ।

ବୃଷ: ଆପଣଙ୍କ ପ୍ରେମ ଜୀବନରେ ଗ୍ରହଣଶୀଳତା ଓ ସମ୍ଵେ୍ଦନଶୀଳତାର ବହୁତ ସମ୍ଭାବନା ରହିଛି । ଅନ୍ୟ ପକ୍ଷରେ, ଆପଣଙ୍କ ନକାରାତ୍ମକତା ଭାବନା ମଧ୍ୟବର୍ତ୍ତୀ ସ୍ତରର ଫଳାଫଳ ଦେଇପାରେ । ଅନ୍ୟମାନଙ୍କ ସମସ୍ୟା ସମୟରେ ଆପଣ ଜଣେ ଯୋଦ୍ଧା ହୋଇଯାଆନ୍ତି କିନ୍ତୁ ନିଜ ଘର କଥା ଭୁଲିଯିବେ । ତେଣୁ ଆଜି ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ ।

ମିଥୁନ: ଭାବନାତ୍ମକ ଓ ସାମଗ୍ରୀକ ସୁରକ୍ଷାର ଆଜି ସମାନ ଗୁରୁତ୍ଵ ରହିବ । ଆପଣ ଭଲ ପାଇବାକୁ ଚାହାନ୍ତି, କିନ୍ତୁ ସେଥିରେ ଆପଣ ସଫଳ ହୋଇପାରିବେ ନାହିଁ । ପାଠ ପଢାରେ ଅଧିକ ଫୋକସ କରିବେ । ଛୁଆମାନଙ୍କୁ ଆଜି କୁଆଡେ ବୁଲେଇବା ପାଇଁ ନିଅନ୍ତୁ ।

କର୍କଟ: ଯେତେବେଳେ କଷ୍ଟ ଅବସ୍ଥା ଚାଲିଥାଏ, ତାହା ସହ ଆଗକୁ ବଢିବା ଠିକ ହେବ । ବିବାହରୁ ଦୂରେଇ ରୁହନ୍ତୁ । ଆଜି ଦିନ ଆପଣଙ୍କ ସପକ୍ଷରେ ନଥିବା ହେତୁ ସମସ୍ତ କାର୍ଯ୍ୟକୁ ସ୍ଥଗିତ ରଖନ୍ତୁ ।

ସିଂହ: ଆପଣ ଏହାକୁ ଆବିର୍ଭାବ କହିପାରନ୍ତି କିନ୍ତୁ ଆଜି ଆପଣଙ୍କ ରହସ୍ୟ ଉଦ୍‍ଘାଟନର ଦିନ ଭଳି ଲାଗିବ । ଭଲ ସମୟ ଧିରେଧିରେ ଆସିବ ଓ ଆପଣଙ୍କ ଲୁକ୍କାୟିତ ପ୍ରତିଭା ବାହାରକୁ ଆସିବ । ଆପଣଙ୍କ ମନ ଯାହା କହୁଛି ତାହା କରନ୍ତୁ ।

କନ୍ୟା: ଆପଣଙ୍କ ଲେଖିବାର ଦକ୍ଷତା ଆପଣଙ୍କୁ ଅନ୍ୟମାନଙ୍କୁ କଷ୍ଟ ନ ଦେଇ ନିଜ ଭାବନା ପ୍ରକାଶ କରିବାରେ ସାହାଯ୍ୟ କରିବ । ଆପଣଙ୍କ ବାକିଆ ଥିବା କାମଗୁଡିକ ଆପଣ ସଫଳତାର ସହିତ ଶେଷ କରିବେ । ଆପଣ ଆଜି ଯାହା ବି କାମ ଧରିବେ ସେଥିରେ ଆପଣ ସଫଳତା ପାଇବେ ।

ତୁଳା: ଆପଣଙ୍କ ସଫଳତାରେ ଆପଣଙ୍କ ପରିବାରର ଭାଗ ଅଧିକ ରହିବ । ଆପଣଙ୍କ ଶୁଭ ସମୟ ଆପଣଙ୍କ ଘରୁ ଆରମ୍ଭ ହେବ ଓ ଆପଣ ଯେଉଁ ସ୍ଥାନକୁ ଯିବେ ସେହି ତାଳ ଓ ଲୟରେ ଏହି ଭାଗ୍ୟକୁ ସାଥିରେ ନେଇ ଯିବେ । ଆପଣଙ୍କ ସ୍ମିତହାସ୍ୟ ଦ୍ବାରା ଆପଣ ଲୋକମାନଙ୍କୁ ନିଜ ଆଡକୁ କରିଦେବେ ।

ବିଛା:ଆପଣ ନିଜର ମୂଲ୍ୟାୟନ କରିବା ଓ ନିଜର କ୍ଷମତାଗୁଡିକର ପରୀକ୍ଷା କରିବାରେ ଅଧିକାଂଶ ସମୟ ଖର୍ଚ୍ଚ କରିବେ । ଆପଣଙ୍କ ବ୍ୟବସାୟିକ ଦକ୍ଷତାଗୁଡିକୁ ବଢାଇବା ପାଇଁ ସବୁ ପ୍ରକାର ଚେଷ୍ଟା କରିବେ । ଆଜି ଆପଣ ଖୁସିିର କାରଣ ଖୋଜିବେ ।

ଧନୁ: ଆପଣ ଆପଣଙ୍କ ହିତକୁ ଯେପରି ଜୀବନ୍ତ ରଖୁଛନ୍ତି ତାହା ଆପଣଙ୍କ ମସ୍ତିଷ୍କକୁ ବ୍ୟସ୍ତ ରଖୁଛି । ଆଜି ଫୁରସତ କ୍ରିୟାକଳାପଗୁଡିକ ଆପଣଙ୍କ ଦୈନନ୍ଦିନର ନିରସ ସମୟକୁ ଅଲଗା କରିବ । ଆପଣଙ୍କୁ ଯାହା ଭଲ ଲାଗେ, ସେ ବଗିଚା କାମ ହେଉ, କି ରୋଷେଇ ଏପରିକି ପୁରୁଣା ବହି ପଢିବା ମଧ୍ୟ ହେଉ, ତାହା କରନ୍ତୁ ।

ମକର: ଆଜିର ଉପଲବ୍ଧି ଆପଣଙ୍କୁ ଏହା ଅନୁଭବ କରାଇବ ଯେ ଆପଣ ଜୀବନରେ କେବଳ ସଫଳତା ପାଇବା ପାଇଁ ଜନ୍ମ ନେଇଛନ୍ତି । ଆଜି ଆପଣ ଯାହା କରିବେ ସେଥିରେ ସଫଳତା ପାଇବେ ଓ ସେଥିପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ମଧ୍ୟ ପଡିବ ନାହିଁ । ଅବଶ୍ୟ, ଆପଣଙ୍କୁ ଅତି କମରେ ଆରମ୍ଭ କରିବାକୁ ହେବ ଓ କୌଣସି କାରଣ ନଥାଇ ପୁରସ୍କାର ଆଶା କରିବା ଠିକ ନୁହେଁ ।

କୁମ୍ଭ: ସମସ୍ତ ଉପାୟରେ ଆପଣଙ୍କ ପ୍ରତିଯୋଗୀଙ୍କ ଠାରୁ ଆଗରେ ରହି ଆପଣ ଆଜି ନିଜକୁ ପ୍ରମାଣିତ କରିବେ । ଆପଣ ନିଜ ନିରାଶାକୁ ପରାସ୍ତ କରିବେ ଓ ଆଗକୁ ବଢି ଚାଲିବେ । ଆପଣଙ୍କ ପ୍ରସନ୍ନ କରୁଥିବା ଆଚରଣ ଅନ୍ୟମାନଙ୍କ ନିକଟରେ ଆପଣଙ୍କୁ ଲୋକପ୍ରିୟ କରିବ ଓ ଆପଣ ସବୁ ସମୟରେ ପ୍ରଶଂସା ପାଇବେ ।

ମୀନ: ଯେପରି ଦୂର ପର୍ବତରୁ ବରଫ ତରଳି ମହାସାଗରର ଜଳ ସ୍ତର ବଢାଏ, ବର୍ତ୍ତମାନ ଆପଣ କରୁଥିବା ନିରନ୍ତର ପ୍ରୟାସ ଲମ୍ଵା ସମୟରେ ଲାଭଫଳ ପ୍ରଦାନ କରିବ । ବାଧାବିଘ୍ନ ଆସିଲେ ହାର ମାନନ୍ତୁ ନାହିଁ ଓ ଆଗକୁ ମାଡି ଚାଲନ୍ତୁ । ବିଦେଶ ଗସ୍ତରେ ଯିବାର ସମ୍ଭାବନା ରହିଛି ।

ABOUT THE AUTHOR

...view details