ମେଷ: ଧୈର୍ଯ୍ୟ ଧରନ୍ତୁ । ଆପଣଙ୍କ କଠିନ ପରିଶ୍ରମର ଫଳ ଆଶାତୀତ ଭାବେ ସଫଳ ହେବ । ଆପଣ ନିଜ କାର୍ଯ୍ୟ୍ୟ ବ୍ୟସ୍ତତା ଯୋଗୁଁ ଘର କଥାରେ ମନୋନିବେଶ କରିବାକୁ ସମୟ ପାଇବେ ନାହିଁ । ପେଟଜନିତ ଯନ୍ତ୍ରଣା ତଥା ସନ୍ତାନ ସନ୍ତତିଙ୍କ ଭବିଷ୍ୟତ ଚିନ୍ତା ଆପଣଙ୍କୁ ବ୍ୟସ୍ତ ଓ ବିବ୍ରତ କରିପାରେ । ସରକାରୀ କାର୍ଯ୍ୟ୍ୟଟିକୁ ଆପଣ ସୂଚାରୁ ରୂପେ ତୁଲାଇବାରେ ସକ୍ଷମ ହେବେ । ଆଜି ଦିନଟି ମିଶ୍ରିତଫଳ ପ୍ରଦାନକାରୀ ଅଟେ ।
ବୃଷ: ଆପଣଙ୍କ ଦୃଢ ବିଶ୍ବାସ ଓ ସଂକଳ୍ପ ଆପଣଙ୍କୁ ସବୁ କାର୍ଯ୍ୟ୍ୟରେ ସାଫଲ୍ୟମଣ୍ଡିତ କରିପାରେ । ତେଣୁ ଆପଣ ଖୁସି ଅନୁଭବ କରିବେ । ପିତୃପକ୍ଷ ଲୋକମାନଙ୍କ ଦ୍ବାରା ଆପଣ ଉପକୃତ ହେବାର ସମ୍ଭାବନା ଅଛି । ବିଦ୍ୟାର୍ଥୀମାନେ ନିଜ ପାଠପଢାରେ ମନୋନିବେଶ କରି ବେଶ ସଫଳତା ଅର୍ଜନ କରିବେ । ଆପଣ ନିଜର ସନ୍ତାନ ସନ୍ତତିଙ୍କ ସୁଖି ଭବିଷ୍ୟତ ପାଇଁ ଅର୍ଥ ସଞ୍ଚୟ କରିବେ । ନିଜର ଦାୟୀତ୍ବକୁ ନିଜେ ବହନ କରି କୃତକାର୍ଯ୍ୟ ହେବା ହିଁ ଆଜି ଦିନର ବିଶେଷତ୍ବ ।
ମିଥୁନ: ଆପଣ ନିଜର ଉପରିସ୍ଥ କର୍ମଚାରୀଙ୍କ ସହାୟତାରେ ସରକାରୀ କାର୍ଯ୍ୟ ସୂଚାରୁ ରୁପେ ସମ୍ପାଦନ କରିବେ । ଆପଣଙ୍କର କାର୍ଯ୍ୟ୍ୟକଳାପ ସନ୍ତୋଷ ଜନକ ହୋଇଥିବାରୁ ସମସ୍ତଙ୍କର ପ୍ରଶଂସା ଭାଜନ ହୋଇପାରିବେ । ପଡୋଶୀ ଓ ବନ୍ଧୁମାନଙ୍କର ସହ ମତାନ୍ତର ଦୂର ହୋଇପାରେ । ଆଜି ଆପଣଙ୍କ ଚିନ୍ତାଧାରା ଓ ବ୍ୟବହାରରେ ଏକ ବିଶେଷ ପରିବର୍ତ୍ତନ ଦେଖାଦେଇପାରେ । ନିଜର ସ୍ବାସ୍ଥ୍ୟ ତଥା ଆର୍ଥିକ ସ୍ଥିତି ପ୍ରତି ସଚେତନ ହୁଅନ୍ତୁ ।
କର୍କଟ: ନିଜକୁ ସବୁ କ୍ଷେତ୍ରରେ ସତର୍କ ରଖନ୍ତୁ । ଆପଣଙ୍କର ଶାରୀରିକ ତଥା ମାନସିକ ସ୍ଥିତି ଭଲ ନଥିବାରୁ ବିଶ୍ରାମ ନେବା ଆପଣଙ୍କ ପାଇଁ ଜରୁରୀ ଅଟେ । ଅସନ୍ତୋଷ ଓ ଉଦାସ ମନୋଭାବ ଯୋଗୁଁ ମନ ବିଚଳିତ ହେବ ଏବଂ ଆପଣ ପ୍ରତିକଥାରେ ବିରକ୍ତିଭାବ ପ୍ରକାଶ କରିପାରନ୍ତି । ତେଣୁ ପରିବାରର ସଦସ୍ୟମାନଙ୍କ ପାଇଁ ନିଜର ଆଚରଣ ଓ ବ୍ୟବହାରକୁ ମାର୍ଜିତ କରନ୍ତୁ । ସର୍ବୋତ୍ତମ ଫଳ ହାସଲ କରିବାକୁ ବିଦ୍ୟାର୍ଥୀମାନେ କଠିନ ପରିଶ୍ରମ କରିବେ ।
ସିଂହ : ଆଜି ତୁମର ଅଧିକ ଆତ୍ମବିଶ୍ବାସ ରହିବ ଏହି କାରଣରୁ, ତୁମେ ତୁମର ଅସମାପ୍ତ କାର୍ଯ୍ୟଗୁଡ଼ିକୁ ସଂପୂର୍ଣ୍ଣ କରିବାକୁ ଚେଷ୍ଟା ଜାରି ରଖିବ । କୌଣସି କାମ କରିବାକୁ ତତ୍ପର ହୁଅନ୍ତୁ ନାହିଁ, ନଚେତ୍ କ୍ଷତି ହୋଇପାରେ ବାପା ଏବଂ ବୟସ୍କମାନଙ୍କଠାରୁ ଲାଭ ମିଳିବ । ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ, ମଧ୍ୟାହ୍ନ ପରେ କୌଣସି କାରଣରୁ କ୍ରୋଧର ପରିମାଣ ଅପେକ୍ଷାକୃତ ଅଧିକ ହେବ । ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ରଖ । ପରିବାର ସଦସ୍ୟଙ୍କ ସହିତ ମତଭେଦ ହୋଇପାରେ ।
କନ୍ୟା : ତୁମର ଦିନ ଶାରୀରିକ ଏବଂ ମାନସିକ ଚିନ୍ତାର ଭାରରେ ରହିବ, ଧ୍ୟାନ ରଖନ୍ତୁ ଯେ, ତୁମ ଇଗୋ ପାଇଁ ଯେପରି କାହା ସହ ବିବାଦ ନ ହୁଏ । କୋର୍ଟ କାର୍ଯ୍ୟରେ ସାବଧାନ ରୁହନ୍ତୁ ହଠାତ ଟଙ୍କା ଖର୍ଚ୍ଚ ହେବ । ସାଙ୍ଗମାନଙ୍କ ସହିତ ମତଭେଦ ହୋଇପାରେ, ଧାର୍ମିକ କାର୍ଯ୍ୟରେ ଟଙ୍କା ଖର୍ଚ୍ଚ ହେବ । ଶାନ୍ତ ମନ ସହିତ କାମ କର, ମାନସିକ ଚିନ୍ତା ବଢିପାରେ । ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ, ଚାକିରୀଆ ବ୍ୟକ୍ତିମାନେ ସେମାନଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଲୋକମାନଙ୍କ ପ୍ରତି ସାବଧାନ ରୁହନ୍ତୁ, ବ୍ୟବସାୟରେ ସାବଧାନ ରୁହନ୍ତୁ ।