ଓଡିଶା

odisha

ETV Bharat / bharat

ଜାନୁଆରୀ 4 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

4th January Horoscope: ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

horoscope
horoscope

By ETV Bharat Odisha Team

Published : Jan 4, 2024, 12:01 AM IST

ମେଷ:ବିନା କାରଣରେ ଆପଣ ଆଜି ଶାନ୍ତ ରହିବେ । ଅନ୍ୟମାନଙ୍କୁ ସେମାନଙ୍କ ଯୋଗଦାନ ପାଇଁ ପ୍ରଶଂସା କରିବେ। ଆପଣଙ୍କୁ ଉଦାର ହେବାକୁ ପଡିବ । ଆପଣଙ୍କ ସହ ଥିବା ଲୋକମାନଙ୍କୁ ସଫଳତାର ରହସ୍ୟ ଜଣାଇବା ଆବଶ୍ୟକ।

ବୃଷ: ଆଜି ନକ୍ଷତ୍ର ଆପଣଙ୍କ ପାଇଁ ବହୁତ ଶୁଭ ଅଛି । ଆଜି ଆପଣଙ୍କ ପାଇଁ ଅତି ଉଜ୍ଜ୍ଵଳ ଓ ମଜାଦାର ଦିନ ରହିବ । ସମସ୍ତ ଘଟଣା ଓ ପରିସ୍ଥିତି ଆପଣଙ୍କ ସପକ୍ଷରେ ଯିବ । ଯଦି ଆପଣ ଉଚ୍ଚ ଅଧ୍ୟୟନ କରୁଛନ୍ତି ତେବେ ଆପଣଙ୍କ ପ୍ରଦର୍ଶନ ବହୁତ ଭଲ ରହିବ ।

ମିଥୁନ: ଆପଣଙ୍କ ଘର ଆଜି ଖୁସି ଓ ଉଲ୍ଲାସରେ ପରିପୂର୍ଣ୍ଣ ହେବ । ଆପଣ ପିଲାମାନଙ୍କ ସହିତ ବହୁତ ସମୟ ବିତାଇବେ । ଆପଣ ବହୁତ ଦିନ ଧରି ବାକିଆ ଥିବା ଘରକାମକୁ ଶେଷ କରିବେ । ପରିବାର ସଦସ୍ୟମାନଙ୍କ ମଧ୍ୟରେ ଥିବା ଆନମନାକୁ ଠିକ କରିବେ ।

କର୍କଟ:ଆଜି ଆପଣ ମହିଳାଙ୍କ ଠାରୁ ଲାଭ ପାଇବାର ସମ୍ଭାବନା ଅଛି । ଯଦିଓ ଆପଣ କାର୍ଯ୍ୟରେ ବ୍ୟବସ୍ଥିତ ଓ ଅନୁଶାସିତ ଥାଆନ୍ତି, ତଥାପି ଆପଣ ନିୟନ୍ତ୍ରଣହୀନ ଅନୁଭବ କରିବେ । ତଥାପି ଆପଣ ଏହି ନିରାସତାରୁ ବାହାରକୁ ଆସି ଉଲ୍ଲାସପୂର୍ଣ୍ଣ ହେବେ।

ସିଂହ: ଆଜି ଆପଣଙ୍କ ଦିନ ଆଦୌ ଆପଣଙ୍କ ଅନୁସାରେ ଯିବ ନାହିଁ । ଏହା ଭଲ ଲୋକମାନଙ୍କ ସହ ହୁଏ । ସେ ବିଷୟରେ କେହି କିଛି କରିପାରିବେ ନାହିଁ । ସେଥିପାଇଁ ଆପଣଙ୍କୁ ନିଜ ଭିତରୁ ନୈତିକ ସମର୍ଥନ ଖୋଜିବାକୁ ପଡିବ।

କନ୍ୟା:ଆଜି ଧାର୍ମିକ ବିଶ୍ଵାସ ଓ ଆଧ୍ୟାତ୍ମିକତା ସମ୍ପର୍କିତ ସମସ୍ୟାଗୁଡିକ ସାମ୍‍ନାକୁ ଆସିବ । ଆପଣଙ୍କ ପସନ୍ଦ କ୍ଷେତ୍ରରେ ସଫଳତା ପାଇବା ପାଇଁ ଗୋଟିଏ ମନରେ ଆପଣଙ୍କ ଲକ୍ଷ୍ୟକୁ ଅନୁସରଣ କରନ୍ତୁ । ଆପଣଙ୍କ ଦକ୍ଷତା ଓ ପ୍ରତିଭାର ଲାଭ ଉଠାନ୍ତୁ । ଆପଣ ଆଜି ସମ୍ପର୍କ କ୍ଷେତ୍ରରେ ଭାବପୂର୍ଣ୍ଣ ନ ହୋଇ ତର୍କସଙ୍ଗତ ଓ ହିସାବୀ ହେବା ଆବଶ୍ୟକ ।

ତୁଳା: ଆପଣ ଆପଣଙ୍କ ପ୍ରିୟଜନଙ୍କ ସହ ଯଥେଷ୍ଟ ସମୟ ଅତିବାହିତ କରିବେ । ସେମାନଙ୍କ ସହ ବାହାରକୁ ଖାଇବା ପିଇବାକୁ ମଧ୍ୟ ଯାଇପାରନ୍ତି । ଯାହାଦ୍ଵାରା ଆପଣ ସେମାନଙ୍କୁ ନିଜର ଅଧିକ ନିକଟକୁ ଆଣିପାରନ୍ତି । ଆପଣ ସେମାନଙ୍କୁ ଉପହାର ଆଦି ଦେଇ ଖୁସି କରିବାକୁ ଚେଷ୍ଟା କରିବେ ।

ବିଛା: ଆଜିକାଲି ନିରାଶାକୁ ଆପଣଙ୍କୁ ଏକ ସୁସ୍ଥ ଢଙ୍ଗରେ ସାମ୍‍ନା କରିବା ଶିଖିବା ଦରକାର । ଠିକ ନିଷ୍ପତ୍ତି ନେବା ସବୁବେଳେ କଷ୍ଟକର । ଭାବନାରେ ବହି ଯାଇ କୌଣସି ନିଷ୍ପତ୍ତି ଶୀଘ୍ର ନିଅନ୍ତୁ ନାହିଁ । କାରଣ ସେଗୁଡିକ ଠିକ ଲାଗିପାରେ କିନ୍ତୁ ପରେ ଅତ୍ୟଧିକ ଅବ୍ୟବହାରିକ ଭଳି ଲାଗିପାରେ ।

ଧନୁ: ଆଜି ଗ୍ରାହକ ଓ ବ୍ୟବସାୟୀଙ୍କ ସହ ମିଟିଂ ଆୟୋଜନ କରିବାରେ ଆପଣଙ୍କ ଅଧିକାଂଶ ସମୟ ଚାଲିଯିବ । ଆପଣଙ୍କ ଧୈର୍ଯ୍ୟ ଯୋଗୁଁ ଆପଣ ଲୋକମାନେ ଦେଉଥିବା ପରାମର୍ଶ ଓ ମତାମତଗୁଡିକ ଶୁଣି ପାରିବେ । ଏହା ଫଳରେ ଆପଣଙ୍କ ବହୁତ ଲାଭ ଓ ଉତ୍ପାଦନକ୍ଷମ ହେବ ।

ମକର: ଆପଣଙ୍କୁ ଆଜି ଆପଣଙ୍କ ପାଇଁ ସଠିକ ଜୀବନସାଥୀ ମିଳିବାର ଅନେକ ସମ୍ଭାବନା ଅଛି ଓ ଆପଣ ତାଙ୍କୁ ନିଜ ମନକଥା କହିବେ। ଆପଣଙ୍କ ପରିବାର ଆପଣଙ୍କ ପାଇଁ ସବୁକିଛି ଓ ଗତ କିଛି ବର୍ଷ ମଧ୍ୟରେ ଆପଣ ଏହି ବିଷୟରେ ଅଧିକ ଭାବବୋଧକ ରହିବେ |

କୁମ୍ଭ: ଆଜି ଆପଣ ନିଜ ସହ ସମୟ ଅତିବାହିତ କରିବାକୁ ଚାହୁଁଛନ୍ତି । ଅବଶ୍ୟ ଏହା ଆପଣ ଆଶା କରୁଥିବା ଶାନ୍ତି ଦେଇନପାରେ । ଏକ ଅପ୍ରିୟ ପରିସ୍ଥିତି ଆପଣଙ୍କ ସମ୍ମୁଖକୁ ବାସ୍ତବିକତାକୁ ଆଣିବ । ବର୍ତ୍ତମାନ ଆପଣ ଅନୁଭବ କରିବେ ଭଗବାନଙ୍କ ପ୍ରତି ଆପଣଙ୍କ ଥିବା ଭକ୍ତିରୁ ଆପଣ କେତେ ଶକ୍ତି ପାଇଥାଆନ୍ତି ।

ମୀନ:ଗ୍ରହ ଆପଣଙ୍କ ସପକ୍ଷରେ ଅଛନ୍ତି । ସମସ୍ତ ପ୍ରକାର କଳାରେ ଆପଣ ଉଚ୍ଚ ସ୍ତରର କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରିବେ । ବ୍ୟବସାୟରେ ନୂଆ ପାଟର୍ଣ୍ଣର୍‌ସିପ୍‌ ପାଇଁ ଏହା ହେଉଛି ଉତ୍କୃଷ୍ଟ ସମୟ । ଦୈନଦିନ କାର୍ଯ୍ୟର ପ୍ରାୟ ସମସ୍ତ ସମାପ୍ତ କରିସାରିଲା ପରେ ଆପଣ ଆନନ୍ଦ ଉପଭୋଗ କରିବା ପାଇଁ ଚାହିଁବେ । ପ୍ରୀୟଜନଙ୍କ ସହିତ ପାର୍ଟି କରିବାକୁ ଚାହିଁବେ କିମ୍ୱା ବାହାରକୁ ଯିବାକୁ ଚାହିଁବେ । ବାହାରକୁ ନେଇ ପରିବାରର ସମସ୍ତ ସଦସ୍ୟଙ୍କ ସହିତ ସମ୍ପର୍କ ସଫଳତାର ସହିତ ମଜଭୁତ କରିପାରିବେ । ସଫଳତା ପାଇଁ ଆପଣ ଖ୍ୟାତି ଅର୍ଜନ କରିବେ ।

ABOUT THE AUTHOR

...view details