ମେଷ: ଦିନଟି ଆପଣଙ୍କ ପାଇଁ ଲାଭ ଦାୟକ ଏବଂ ଘଟଣାମୟ ରହିବ । ଆପଣ ସୋସିଆଲ୍ ନେଟ୍ୱାର୍କ୍ରେ ବ୍ୟସ୍ତ ରହି ପାରନ୍ତି । ଆସନ୍ତା ଦିନମାନଙ୍କରେ ଆପଣଙ୍କର ନୂଆ ଯୋଗାଯୋଗ ନମ୍ବରଗୁଡିକ କାମରେ ଆସିପାରେ । ଆଶା କରାଯାଉନଥିବା ଖର୍ଚ୍ଚ ଦେଖା ଦେଇପାରେ । ଆପଣ ବ୍ୟବସାୟରେ ଲାଭବାନ୍ ହୋଇପାରନ୍ତି । ଆପଣଙ୍କର ବଡ ଏବଂ ବରିଷ୍ଠମାନଙ୍କ ଆଶୀର୍ବାଦ ପାଇଁ ଆପଣ ଖୁସି ହୋଇପାରନ୍ତି ।
ବୃଷ: ଆଜି ଦିନଟି ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଭଲ ଦିନ । ବିଶେଷକରି ଯେଉଁମାନେ ବ୍ୟବସାୟରେ ବ୍ୟସ୍ତ ଅଛନ୍ତି ଦିନଟି ତାଙ୍କ ସପକ୍ଷରେ ଯିବ ଏବଂ ବ୍ୟବସାୟରେ ବୃଦ୍ଧି ଆସିପାରେ ଏବଂ ଅତି ବଡ ଧରଣର ସଫଳତା ଆଣିଦେଇପାରେ । ଯଦି ଆପଣ ଚାକିରି କରୁଛନ୍ତି ତେବେ ଆପଣ ବରିଷ୍ଠ ସହକର୍ମୀମାନଙ୍କଠାରୁ ସହଯୋଗ ପାଇପାରନ୍ତି । ଘରର ପରିବେଶ ଶାନ୍ତି ଏବଂ ଖୁସିପୂର୍ଣ୍ଣ ରହିବ ।
ମିଥୁନ: ନୂତନ କାର୍ଯ୍ୟ ଶୁଭାରମ୍ଭ କରିବା ପାଇଁ ଯୋଜନା କରନ୍ତୁ ନାହିଁ । ଦିନଯାକ ଆପଣଙ୍କୁ ବ୍ୟସ୍ତତା ଘେରି ରହିବ । ତେଣୁ ଆପଣ କୌଣସି କାମ କରିବା ପାଇଁ ଉତ୍ସାହିତ ହେବେ ନାହିଁ । ପାକସ୍ଥଳିରେ ଯନ୍ତ୍ରଣା ଏବଂ ଆଉ କିଛି ସାମାନ୍ୟ ରୋଗ ଆପଣଙ୍କ ମାନସିକ ଯନ୍ତ୍ରଣାକୁ ବଢାଇ ଦେଇପାରେ । କାର୍ଯ୍ୟସ୍ଥଳ ଏବଂ ବ୍ୟବସାୟରେ କିଛି ପ୍ରତିପକ୍ଷ ବାଧା ସୃଷ୍ଟି କରିପାରନ୍ତି । ଏଥିପାଇଁ ଆପଣଙ୍କର ସହକର୍ମୀ ଏବଂ ଉପରିସ୍ଥ କର୍ମଚାରୀମାନେ ନୈରାଶ୍ୟ ହୋଇପାରନ୍ତି । କୌଣସି ଗୁରୁତ୍ତ୍ୱପୁର୍ଣ୍ଣ ସିଦ୍ଧାନ୍ତ ଆଜି ନିଅନ୍ତୁ ନାହିଁ ।
କର୍କଟ: ଆପଣ ସତର୍କତାର ସହ ଆଜି କାର୍ଯ୍ୟ କରନ୍ତୁ । ପରିବାରର ସଦସ୍ୟଙ୍କ ସଙ୍ଗେ ଯୁକ୍ତିତର୍କ କରନ୍ତୁ ନାହିଁ । ଅପ୍ରୀତିକର ଘଟଣା ଘଟିବା ପୂର୍ବରୁ ଆପଣ ନିଜର କ୍ରୋଧ ଓ ବାକ୍ୟାଳାପରେ ସଞ୍ଜମତା ରକ୍ଷାକରନ୍ତୁ । ଆଜିର ଦିନ ସରିଲାବେଳକୁ ଆପଣ ଅତ୍ୟଧିକ ଖର୍ଚ୍ଚ କରିସାରିଥିବେ । ତେଣୁ ଜିନିଷ ପତ୍ର କିଣିବାକୁ ଯିବା କାର୍ଯ୍ୟକ୍ରମକୁ ଅନ୍ୟ ଦିନକୁ ଘୁଞ୍ଚାଇ ଦିଅନ୍ତୁ । ଆପଣ ନିଜକୁ କୌଣସି ବେଆଇନ ଏବଂ ନୀତି ବିରୁଦ୍ଧ କାର୍ଯ୍ୟ କଳାପରୁ ଦୂରେଇ ରଖନ୍ତୁ । ପ୍ରାର୍ଥନା କରିବା, ଧର୍ମ ଗ୍ରନ୍ଥ ପଢିବା, ମନ୍ତ୍ର ଉଚ୍ଚାରଣ କରିବା କିମ୍ୱା ଅନ୍ୟ କୌଣସି ଆଧ୍ୟାତ୍ମିକ କାର୍ଯ୍ୟକଳାପରେ ନିଜକୁ ନିୟୋଜିତ କରିପାରିଲେ ଆପଣ ମାନସିକ ଶାନ୍ତି ପାଇପାରନ୍ତି ।
ସିଂହ: ବିବାହିତ ବ୍ୟକ୍ତିମାନେ ନିଜ ସ୍ତ୍ରୀଙ୍କ ସହ ଝଗଡା କରି ଅଶାନ୍ତି ଭୋଗିପାରନ୍ତି । ଆପଣଙ୍କର ଧର୍ମପତ୍ନୀ ଆଜି ଶାରୀରିକ ଅସୁସ୍ଥତାର ସମ୍ମୁଖୀନ ହୋଇପାରନ୍ତି । ଧୈର୍ଯ୍ୟ ଓ ପ୍ରଶାନ୍ତି ଦୁଇଟି ଯାକ ଶବ୍ଦ ଆଜି ଆପଣଙ୍କ ପାଇଁ ଚାବିକାଠି ପରି କାମ ଦେଇପାରେ । ମୂଲ୍ୟହୀନ ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ । ଏହା ବ୍ୟବସାୟୀ ଅଂଶୀଦାର କିମ୍ୱା ବ୍ୟବସାୟରେ ଲିପ୍ତ ଥିବା ଅନ୍ୟ କେହି ବ୍ୟକ୍ତିଙ୍କ ସହ ଅପ୍ରୀତିକର ପରିସ୍ଥିତିରୁ ରକ୍ଷା କରିବା ପାଇଁ ଆପଣଙ୍କୁ ସାହାଯ୍ୟ କରିବ । ସାମାଜିକ ଜୀବନରେ ପ୍ରତିଷ୍ଠା ମିଳି ନପାରେ ।
କନ୍ୟା: ଆଜି ଆପଣ ଉତ୍ତେଜନା ଓ ଉତ୍ସାହରେ ଦିନଟିକୁ କାଟିପାରନ୍ତି ।ପାରିବାରିକ ପରିବେଶ ଶାନ୍ତ ରହିବ । କାର୍ଯ୍ୟକ୍ଷେତ୍ରରେ ମଧ୍ୟ ସୁସ୍ଥ ବାତାବରଣ ରହିପାରେ । ଆପଣ ନିଜ ସହକର୍ମୀ ଓ ସମକକ୍ଷ ବ୍ୟକ୍ତିଙ୍କଠାରୁ ସହଯୋଗ ପାଇବେ ଏବଂ ଅଂଶୀଦାର ମାନଙ୍କର ଶୁଭେଚ୍ଛା ରହିବ । ଆପଣ ନିଜର ଶ୍ରେଷ୍ଠ କାର୍ଯ୍ୟଦକ୍ଷତା ପାଇଁ ଉପକୃତ ହେବେ । ଅସୁସ୍ଥ ଥିବା ବ୍ୟକ୍ତି ମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା କ୍ରମଶ ଆରୋଗ୍ୟ ଆଡ଼କୁ ଗତିକରିବ । ବିବାହିତ ମହିଳାମାନେ ସେମାନଙ୍କ ନିଜ ଜନ୍ମିତ ସ୍ଥାନରୁ ଶୁଭଖବର ପାଇବେ ।