ମେଷ: ଆଜି ଆପଣଙ୍କ ମନୋଭାବ ଭଲ ରହିବ । ଆପଣ ମାନସିକ ଏବଂ ଶାରୀରିକ ଭାବରେ ସୁସ୍ଥ ରହିବେ । ଆଜି ଦିନରେ ଆପଣ ଯାହା କରିବେ ତାହା ସଫଳ ହେବ । ଆପଣଙ୍କ ପରିବାରର ପରିବେଶ ଶାନ୍ତିପୂର୍ଣ୍ଣ ରହିବ । ଆପଣଙ୍କ ବାପାମାଙ୍କଠାରୁ ଭଲ ଖବର ମିଳିପାରେ । ଆଉ ମଧ୍ୟ ଆଜି ଆପଣ ସେମାନଙ୍କଠାରୁ କିଛି ଲାଭ ପାଇପାରିବେ । କିଛି ଆର୍ଥିକ ଲାଭ ହେବ ।
ବୃଷ: ଆଜି ଦିନଟି ଆପଣଙ୍କ ପାଇଁ ଭଲ ନାହିଁ । ସାମାନ୍ୟ ଛୋଟ ଚିନ୍ତା ଆପଣଙ୍କୁ ବ୍ୟଥିତ କରିବ । ଶାରୀରିକ ଅସୁସ୍ଥତା ସମ୍ବନ୍ଧୀୟ ସମସ୍ୟା ଅନୁଭବ କରିପାରନ୍ତି । ଆପଣଙ୍କ ପ୍ରିୟଜନମାନଙ୍କ ସହ ମତଭେଦ ସୃଷ୍ଟି ହେବ, ଯାହାକି ଆପଣଙ୍କର ପରିବାରିକ ପରିବେଶ ଅଶାନ୍ତ କରିବେ । ଆଜି ଆପଣ କାମ ସଂପୂର୍ଣ୍ଣ କରିପାରିବେ ନାହିଁ ।
ମିଥୁନ:ଆଜି ଦିନ ଆପଣଙ୍କ ପାଇଁ ଆଶୀର୍ବାଦ ଭରା ରହିବ । ଆପଣଙ୍କ ପରିଶ୍ରମର ଲାଭ ମିଳିବ । ଆପଣଙ୍କର ଭାଗ୍ୟ ଆପଣଙ୍କୁ ଖୁସି ଦେବ । ସମସ୍ତ କ୍ଷେତ୍ରରୁ ଲାଭବାନ ହେବେ । ଯେତେବେଳେ ଆପଣଙ୍କର ପାର୍ଟନର କିମ୍ବା ବରିଷ୍ଠ ଅଧିକାରୀ ପ୍ରଶଂସା କରିବେ ଆପଣ ନମ୍ରତାର ସହିତ ଗ୍ରହଣ କରନ୍ତୁ । ଆପଣ ଏକ ବଡ ଧରଣର ପ୍ରୋଜେକ୍ଟ ପାଇବାର ସମ୍ଭାବନା ରହିଛି କିମ୍ବା ଏକ ରାଜିନାମା କାର୍ଯ୍ୟକାରୀ ହୋଇପାରେ ।
କର୍କଟ: ଆପଣଙ୍କ ପାଇଁ ଆଜି ହେଉଛି ଶୁଭ ଦିନ । ସବୁ ଶାନ୍ତ ରହିବ, କାର୍ଯ୍ୟ ପାଇଁ ଏତେ ସଂଘର୍ଷ କରିବାକୁ ପଡିବ ନାହିଁ ଏବଂ ଲାଭ ସହଜରେ ମିଳିବ । ଆପଣଙ୍କ କଠିନ ପରିଶ୍ରମ ଫଳପ୍ରଦ ହେବ । ଆପଣ ମାନସିକ ଭାବରେ ଉତ୍ସାହିତ ଅନୁଭବ କରିବେ । ଉଚ୍ଚ କର୍ତ୍ତୃପକ୍ଷ ଆପଣଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ ଏବଂ ଆପଣଙ୍କ ପଦୋନ୍ନତି ହୋଇପାରେ ।
ସିଂହ : ଆଜି ଆପଣଙ୍କ ପାଇଁ ମଧ୍ୟମ ହସଖୁସୀର ଦିନ ହେବ । ଆପଣ କାର୍ଯ୍ୟ କ୍ଷେତ୍ରରେ ଉତ୍ତମ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରିବେ ଏବଂ ନ୍ୟସ୍ତ ହୋଇଥିବା ସମସ୍ତ କାର୍ଯ୍ୟ ସମାପ୍ତ କରିବେ । ଆଜି ନିର୍ଦ୍ଦିଷ୍ଟ ହୋଇଥିବା ମିଟିଙ୍ଗ୍ରୁ ଆପଣ ଲାଭ ପ୍ରାପ୍ତ ହୋଇପାରନ୍ତି । ସମସ୍ୟାକୁ ଧୈର୍ଯ୍ୟ ଏବଂ ଦୁରଦୃଷ୍ଟିର ସହିତ ସମାଧାନ କରିବେ । ଧର୍ମକାର୍ଯ୍ୟ ପାଇଁ କିଛି ଦାନ କରିପାରନ୍ତି ।
କନ୍ୟା:ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆଜି ହେଉଛି ଏକ ମହତ୍ବପୂର୍ଣ୍ଣ ଦିନ । ଆପଣ ବହୁ ପୁର୍ବରୁ ପ୍ରସ୍ତୁତ କରିଥିବା ଯୋଜନା କାର୍ଯ୍ୟକାରୀ କରିବେ । ଦିନଟି ଆପଣଙ୍କ ପାଇଁ ସାହାଯ୍ୟକାରୀ ହେବ । ଯଦି ଆପଣ ଜୀବନର ଅନ୍ୟ କ୍ଷେତ୍ରରେ ଯତ୍ନଶୀଳ ହୁଅନ୍ତୁ ।