ମେଷ: ଜଣେ ବନ୍ଧୁଙ୍କ ଘରକୁ କୌଣସି ଏକ ଉତ୍ସବକୁ ନିମନ୍ତ୍ରିତ ହୋଇ ଗଲେ ମଧ୍ୟ ଆପଣ ଉତ୍ସବର ମଜା ନେଇପାରିବେ ନାହିଁ । ଏହାର କାରଣ ମଧ୍ୟ ସୁସ୍ପଷ୍ଟ । ନିଜର ଶରୀରର ଅସୁସ୍ଥତା ଲାଗି ରହୁଥିବାରୁ ଓ ମନ ଉତେଜିତ ଥିବାରୁ ସେଠାରେ ଖୁସି ମିଳିବ ନାହିଁ । କାରଣ ଆପଣଙ୍କ ବୃତ୍ତିରେ ଉଚ୍ଚପଦସ୍ଥ ଅଫିସରଙ୍କ ସହ ଭୁଲ ବୁଝାମଣା ଓ ଘରର ସଦସ୍ୟଙ୍କ ସହ ମନୋମାଳିନ୍ୟ ଏହାର ମୂଳ କାରଣ ହୋଇପାରେ । ନିଜର ମନକୁ ଟିକେ ଆଘାତ ପାଇଲେ ଉତ୍ତେଜିତ ହେବା ଆଦୌ ଶୋଭନୀୟ ନୁହେଁ । ଏପରିକି ଏହି ପ୍ରକୃତି ଯୋଗୁଁ ଆପଣଙ୍କ କୌଣସି ନୂଆ ଆବଶ୍ୟକୀୟ ପ୍ରକଳ୍ପକୁ ଆଘାତ ପହଞ୍ଚାଇପାରେ ।
ବୃଷ: ଆଜି ଦିନଟି ଯୋଗ ଓ ଧ୍ୟାନ କଲେ ମାନସିକ ଶାନ୍ତି ପାଇ ପାରିବେ । ଉପରିସ୍ଥ ହାକିମ ତଥା ସହକର୍ମୀମାନେ ଆପଣଙ୍କୁ ଦେଇଥିବା କାର୍ଯ୍ୟର ଚାପରୁ ମୁକ୍ତି ମିଳିବ ନାହିଁ । ବହୁ ପ୍ରତିକ୍ଷିତ କାର୍ଯ୍ୟର ସଫଳତାର ଖବର ପାଇବା ବିଳମ୍ୱିତ ହୋଇପାରେ । କୌଣସି ସ୍ଥାନକୁ ବୁଲିବାକୁ ଇଚ୍ଛାଥିଲେ ବି ଯାଇପାରିବେନି । ନିଜକୁ ଆଳସ୍ୟ ଘେରରେ ରଖି ମାନସିକ ଶାନ୍ତି ପାଇବେ ନାହିଁ । ତେଣୁ ଧୈର୍ଯ୍ୟହୀନ ନ ହୋଇ ସୁଦିନକୁ ଅପେକ୍ଷା କରନ୍ତୁ । ଖାଇବା ପିଇବାରେ ସତର୍କତା ଅବଲମ୍ୱନ କରନ୍ତୁ କୌଣସି ନୂତନ କାର୍ଯ୍ୟ ହାତକୁ ନିଅନ୍ତୁ ନାହିଁ ।
ମିଥୁନ: ଆଜିର ଦିନଟିକୁ ଆମୋଦ ପ୍ରମୋଦରେ କାଟିବେ । ସାମାଜିକ ପ୍ରତିଷ୍ଠା ଓ ସମ୍ମାନ ବୃଦ୍ଧି ପାଇବ । ତେଣୁ ପରିବାରର ସଦସ୍ୟ ,ବନ୍ଧୁବାନ୍ଧବ ଏବଂ ସହକର୍ମୀମାନଙ୍କ ଗହଣରେ ନିଜକୁ ଧନ୍ୟ ମନେ କରିବେ । ଶାରୀରିକ ତଥା ମାନସିକ ସୁସ୍ଥତା ଜାରି ରହିବ। ପରିବାରର ସଦସ୍ୟ ଓ ବନ୍ଧୁଙ୍କ ଗହଣରେ କୌଣସି ଦର୍ଶନୀୟ ସ୍ଥାନ ପରିଭ୍ରମଣରେ ଯାଇ ଆମୋଦ ପ୍ରମୋଦରେ ସମୟ କାଟିବେ । ନିଜର ମନ ପସନ୍ଦର ଜିନିଷ କ୍ରୟ କରିପାରନ୍ତି । ପାଟିକୁ ସୁଆଦିଆ ଖାଦ୍ୟର ମଜ୍ଜା ନେଇପାରନ୍ତି ।
କର୍କଟ: ଆଜି ଦିନଟି ଶୁଭଫଳଦାୟକ ଅଟେ । ବାଣିଜ୍ୟ ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ । ବୃତ୍ତିରେ ସହକର୍ମୀମାନଙ୍କ ଠାରୁ ସାହାଯ୍ୟ ଓ ସହଯୋଗ ମିଳିପାରେ । ଉପରିସ୍ଥ ହାକିମ ଆପଣଙ୍କ କାର୍ଯ୍ୟ ଦକ୍ଷତାକୁ ପ୍ରଶଂସା କରିପାରନ୍ତି । ପ୍ରିୟଜନଙ୍କ ସହ ଆମୋଦ ପ୍ରମୋଦରେ ଦିନଟିକୁ ଅତିବାହିତ କରିପାରିବେ । ପ୍ରତିପକ୍ଷ ଓ ପ୍ରତିଯୋଗୀମାନଙ୍କୁ ପଛରେ ପକାଇ ଆଗେଇବେ । ଆପଣ ତୃପ୍ତିଲାଭ କରିବେ । ଏଠି ସେଠି ନ ବୁଲି ରଚନାତ୍ମକ, କଳାପ୍ରତି ନିଜେ ଆକର୍ଷିତ ହେବେ । ଖର୍ଚ୍ଚର ପରିମାଣକୁ କମାଇବା ପାଇଁ ଚେଷ୍ଟା କରନ୍ତୁ ।
ସିଂହ: ଆଜି ଏକ ଶୁଭ ଦିନ ଅଟେ । କିଛି ଅଘଟଣ ଯୋଗୁଁ ଆପଣ ଉତ୍ତେଜିତ ହୋଇପାରନ୍ତି । ତେଣୁ ନିଜର କ୍ରୋଧକୁ ଦମନ ନ କଲେ ନିଜ ଉପରେ ନ୍ୟସ୍ତ ଦାୟିତ୍ୱପୁର୍ଣ୍ଣ କାର୍ଯ୍ୟକୁ ସଫଳ କରିପାରିବେ ନାହିଁ । ନିଜର ଖରାପ ଅଭ୍ୟାସକୁ ବଦଳାଇ ପାରିଲେ ଶରୀର ସୁସ୍ଥ ରହିବ । ଆଜି ଦିନଟିରେ ଆପଣ ନିଜେ ଭଲ ପାଉଥିବା ରଚନାତ୍ମକ କର୍ମରେ ନିଜକୁ ଲିପ୍ତ ରଖିବେ । ସାଂସ୍କୃତିକ ,କଳା ଓ ଖେଳ ସମ୍ପର୍କୀୟ କର୍ମରେ ଆଗ୍ରହ ପ୍ରକାଶ କରିବେ | । ଛାତ୍ରଛାତ୍ରୀମାନେ ନିଜର ପସନ୍ଦ ମୁତାବକ ପାଠ୍ୟକ୍ରମରେ ଯୋଗ ଦେଇ ସଫଳତା ଅର୍ଜନ କରିବେ । ବନ୍ଧୁବାନ୍ଧବଙ୍କ ସହ ସୁସମ୍ପର୍କ ରହିବ । ସେମାନଙ୍କ ସହ ଆମୋଦ ପ୍ରମୋଦରେ ଦିନଟିକୁ ଅତିବାହିତ କରିବେ ।
କନ୍ୟା: ଆଜି ଦିନଟି ସେତେ ଶୁଭଙ୍କର ନୁହେଁ । ଆଳସ୍ୟ ଏବଂ ମାନ୍ଦାପଣ ଯୋଗୁଁ ନିଜ ଉପରେ ନ୍ୟସ୍ତ ଥିବା କାମକୁ ସମ୍ପୂର୍ଣ୍ଣ କରିପାରିବେ ନାହିଁ । ମନ ବିଭିନ୍ନ କାରଣରୁ ଅଶାନ୍ତ ରହିବ । ଜଣେ ପ୍ରିୟଜନଙ୍କ ସହ ଝଗଡା ହୋଇପାରେ । ନିଜର ମାଆଙ୍କର ସ୍ୱାସ୍ଥ୍ୟଗତ କାରଣରୁ ପତ୍ନୀଙ୍କର ଭର୍ତ୍ସନା ସହ୍ୟ କରିବାକୁ ପଡେ । ତେଣୁ ମନ ଅଶାନ୍ତ ରହିବ । ସମ୍ପତ୍ତି ଏବଂ ଆଇନ ସମ୍ମତ କାଗଜ ପତ୍ର ବିଷୟରେ ତରବରିଆ ଭାବେ କୌଣସି ସିଦ୍ଧାନ୍ତ ନିଅନ୍ତୁ ନାହିଁ ।