ଓଡିଶା

odisha

ETV Bharat / bharat

୩୦ ଜାନୁଆରୀ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

୩୦ ଜାନୁଆରୀ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ
୩୦ ଜାନୁଆରୀ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

By

Published : Jan 30, 2022, 12:15 AM IST

ମେଷ: ଦିନଟି ମିଶ୍ରିତ ଫଳଯୁକ୍ତ ଅଟେ । ଆଜିର ଦିନରେ କାର୍ଯ୍ୟ କରିବାକୁ ସମର୍ଥ ହେବ ନାହିଁ । ବ୍ୟସ୍ତ ବହୁଳ ,ଆଳସ୍ୟ ଭରି ରହିବ । ଆଜି ଚିନ୍ତା ବଢିପାରେ ଯାହା କର୍ମକ୍ଷେତ୍ରରେକୁ ପ୍ରଭାବ ପକାଇବ । ଯଦି ସାହାଯ୍ୟ ମାଗନ୍ତି ସୁଫଳ ପ୍ରାପ୍ତି ହେବ । ଭାବିଥିବା କାର୍ଯ୍ୟ ଆଜି ଆରମ୍ଭ କରିବେ । ଭଗବାନଙ୍କୁ ଦର୍ଶନ କରିବାର ଯୋଗ ଅଛି । ନାଲି ରଙ୍ଗ ବସ୍ତ୍ର ପରିଧାନ କରନ୍ତୁ ଶୁଭଫଳ ପ୍ରାପ୍ତି ହେବ ।

ବୃଷ:କାର୍ଯ୍ୟବୋଝ ଅଧିକ ରହିବ । କଠିନ ପରିଶ୍ରମ କରିପାରନ୍ତି କିନ୍ତୁ ସଫଳତା ମିଳିବନି । ଅନିଶ୍ଚିତତା ମଧ୍ୟରେ ଗତି କରିବେ । ନୂଆ କାର୍ଯ୍ୟ ପାଇଁ ଆଜି ଦିନଟି ଶୁଭ ନୁହେଁ । ଖାଦ୍ୟ ପ୍ରତି ନଜର ଦିଅନ୍ତୁ । ଯାତ୍ରା କ୍ଷେତ୍ରରେ ପ୍ରତିବନ୍ଧକ ଆସିପାରେ । ଭଗବାନଙ୍କୁ ଦର୍ଶନ କରନ୍ତୁ । ଅନ୍ୟ କଥାକୁ ଧ୍ୟାନର ସହ ଶୁଣନ୍ତୁ । ଆଜି ଧଳା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ, ଶୁଭଫଳ ପ୍ରାପ୍ତି ହେବ ।

ମିଥୁନ:ଆଜିର ଦିନ ହସ ଖୁସିରେ କଟିବ । ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ସହିତ କୌତୁହଳରେ ସମୟ ବିତାଇ ପାରନ୍ତି । କାର୍ଯ୍ୟ କ୍ଷେତ୍ରରେ ପ୍ରଶଂସିତ ହେବେ । ବୈବାହିକ ଜୀବନ ଆନନ୍ଦମୟ ହେବ । ବ୍ୟବସାୟକୁ ନେଇ ଚିନ୍ତିତ ରହିବେ । ଆଜି ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି । ଭ୍ରମଣରେ ଯିବା ସମୟରେ ନିଜର ଧ୍ୟାନ ରଖନ୍ତୁ ।

କର୍କଟ :ଆଜି ଦିନରେ ଆପଣଙ୍କ ମନ ଭଲ ରହିବ । ସମସ୍ତ କାର୍ଯ୍ୟ କରିବାରେ ସକ୍ଷମ ରହିବେ । ଉପରସ୍ଥ କର୍ମଚାରୀମାନେ ଖୁସି ରହିବେ । ପଦୋନ୍ନତି ହେବାର ଆଶା ଅଛି । କିଛି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିବେ । ନିଜ ପରିବାର ବର୍ଗଙ୍କ ସହ ମଧ୍ୟ ଖୋଲାଖୋଲି ଭାବରେ କିଛି ଆଲୋଚନା କରିବେ । ଘର ସାଜସଜ୍ଜାରେ ମନ ନିବେଶ କରିବେ । ଅଫିସ୍‍ କାମରେ ଦୂର ଯାତ୍ରା କରିପାରନ୍ତି । ମା'ଙ୍କ ସହ ସମ୍ପର୍କ ନିବିଡ ହେବ । ସରକାରୀ ସ୍ତରରୁ ସୁବିଧା ଆଶା କରାଯାଇଛି । ଦିନ ସାରା ଆପଣଙ୍କ ମାନସିକ ଓ ଶାରୀରିକ ମନ ଭଲ ରହିବ ।

ସିଂହ:ଆଜି ଏକ ଶୁଭଦିନ ଅଟେ । କିଛି ଅଘଟଣ ଯୋଗୁଁ ଉତ୍ତେଜିତ ହୋଇପାରନ୍ତି । ନିଜର କ୍ରୋଧକୁ ଦମନ ନକଲେ ନିଜ ଉପରେ ନ୍ୟସ୍ତ ଦାୟିତ୍ୱପୂର୍ଣ୍ଣ କାର୍ଯ୍ୟକୁ ସଫଳ କରିପାରିବେ ନାହିଁ । ନିଜର ଖରାପ ଅଭ୍ୟାସକୁ ବଦଳାଇ ପାରିଲେ ଶରୀର ସୁସ୍ଥ ରହିବ । ଆଜି ଦିନଟିରେ ଭଲ ପାଉଥିବା ରଚନାତ୍ମକ କର୍ମରେ ନିଜକୁ ଲିପ୍ତ ରଖିବେ । ସାଂସ୍କୃତିକ, କଳା ଓ ଖେଳ ସମ୍ପର୍କୀୟ କର୍ମରେ ଆଗ୍ରହ ପ୍ରକାଶ କରିବେ । ଛାତ୍ରଛାତ୍ରୀ ନିଜର ପସନ୍ଦ ମୁତାବକ ପାଠ୍ୟକ୍ରମରେ ଯୋଗଦେଇ ସଫଳତା ଅର୍ଜନ କରିବେ ।

କନ୍ୟା: ଆଜିର ଦିନରେ ଭାବପ୍ରବଣ ହେବ । ଯଦି କେଉଁ କାର୍ଯ୍ୟକୁ ନିମନ୍ତ୍ରିତ ହୋଇନହାନ୍ତି ତେବେ ଆଦୌ ହସ୍ତକ୍ଷେପ କରନ୍ତୁ ନାହିଁ । କୌଣସି ଆଲୋଚନା ବା ବିବାଦ ସ୍ଥଳୀରୁ ନିଜକୁ ଦୂରେଇ ରଖନ୍ତୁ, ଅନ୍ୟଥା ଲୋକମାନେ ଆପଣଙ୍କୁ ଲୋକେ ଆଘାତ କରିବେ । ଆଜି ହଠାତ୍‍ ନିଜ ମନର ମଣିଷ ସହ ଝଗଡା କରିପାରନ୍ତି, ତେଣୁ ଶାନ୍ତ ରୁହନ୍ତୁ ଏବଂ ପରିସ୍ଥିତିକୁ ଧୀର ସ୍ଥିର ଭାବରେ ସମାଧାନ କରନ୍ତୁ । ଅପରାହ୍ନରେ ଆତ୍ମବିଶ୍ୱାସ ବଳରେ ସାମାଜିକ ପ୍ରତିଷ୍ଠା ଓ ସମ୍ମାନ ବୃଦ୍ଧି ପାଇବ । ମାତ୍ର କ୍ଷଣକୋପ ଏବଂ ଅସହନୀୟ ପ୍ରକୃତିକୁ ନିଜ ଆୟତରେ ରଖିବାକୁ ଚେଷ୍ଟା କରନ୍ତୁ |

ତୁଳା : ନିଷ୍ପତ୍ତି ନେବାରେ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି । କୌଣସି ନୂଆ କିମ୍ବା ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଆଜି ହାତକୁ ନିଅନ୍ତୁ ନାହିଁ ନହେଲେ ଅନିଶ୍ଚିତତା ଭିତରେ ଫସି ଯାଇପାରନ୍ତି । ଯୁକ୍ତିତର୍କ ସମୟରେ ପ୍ରିୟଜନଙ୍କ ଦୋଷ ଧରନ୍ତୁ ନାହିଁ ।

ବିଛା : ଆଜିଦିନ ମଧ୍ୟମ ଧରଣର ହୋଇପାରେ । ଖର୍ଚ୍ଚ ଉପରେ ନଜର ରଖନ୍ତୁ । କଥାବାର୍ତ୍ତା ସମୟରେ ଯତ୍ନଶୀଳ ରହନ୍ତୁ, ନମ୍ର ଏବଂ ଉଲ୍ଲାସ ରୁହନ୍ତୁ । ଧର୍ମ କାର୍ଯ୍ୟରେ ଖର୍ଚ୍ଚ କରିପାରନ୍ତି । ଭ୍ରମଣର ସୁଯୋଗ ରହିଛି । କାଉକୁ ଅରୁଆ ଚାଉଳ ଖାଇବାକୁ ଦିଅନ୍ତୁ, ଶୁଭଫଳ ପ୍ରାପ୍ତି ହେବ ।

ଧନୁ : ପିଲାର ଶରୀର ଏବଂ ପାଠପଢା ସଂକ୍ରାନ୍ତୀୟ ବିଷୟକୁ ନେଇ ଚିନ୍ତାରେ ରହିବେ । ବିରକ୍ତି ଭାବ ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ । ସମସ୍ତ କାର୍ଯ୍ୟ ସଫଳତାର ସହ ସମ୍ପୂର୍ଣ୍ଣ କରିପାରିବେ ନାହିଁ । ସାହିତ୍ୟ ଆଡକୁ ଆଜି ଦିନଟି ନକ୍ଷତ୍ରଙ୍କ ଭଳି ଉଜ୍ୱଳ ରହିବ। କାର୍ଯ୍ୟ କ୍ଷେତ୍ରରେ ଓ ସାମାଜିକ ସ୍ଥରରେ ସୁଦୃଢ ଭାବରେ ପ୍ରତିଷ୍ଠିତ ହେବେ । ଆନନ୍ଦ ଅନୁଭବ କରନ୍ତୁ ଏବଂ ନିବିଡ ବନ୍ଧୁ ତଥା ପରିବାର ବର୍ଗଙ୍କ ସହିତ ଏହା ବାଣ୍ଟନ୍ତୁ । ଶାରୀରିକ ସୁସ୍ଥତା ଓ ଆନନ୍ଦ ମନ ରହିବ । ବନ୍ଧୁ ଏବଂ ପରିବାର ସହ ପରିଦର୍ଶନରେ ଯିବେ ।

ମକର : ନିଜ କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ । ଜଟିଳତା ମଧ୍ୟରେ ଗତି କରିବେ । କ୍ରୋଧ ଯୋଗୁଁ ଆର୍ଥିକ କ୍ଷତି ହୋଇପାରେ । ଅନେକ କାରଣରୁ ନିଜ ବନ୍ଧୁଙ୍କ ସହିତ କଳହ ହୋଇପାରେ । ଶାରିରୀକ ଅସୁସ୍ଥତା ଅନୁଭବ କରିପାରନ୍ତି । ପ୍ରିୟଜନମାନଙ୍କ ସହ ଯୁକ୍ତିତର୍କ ହେବାର ସମ୍ଭାବନା ରହିପାରେ, ଯାହାକି ପ୍ରତିକୂଳୀୟ ପରିବେଶ ସୃଷ୍ଟି କରିପାରେ ।

କୁମ୍ଭ :ଆଜିର ଦିନଟି ଭଲରେ କଟିବ । ନିଜ ପରିବାର ଓ ପିଲାଙ୍କ ସହିତ ଖୁସି ବାଣ୍ଟିପାରନ୍ତି । ବାଣିଜ୍ୟ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ସ୍ୱତନ୍ତ୍ର ଓ ନୂତନ ଭାବରେ ବ୍ୟବସାୟ ଆରମ୍ଭ କରିବା ପାଇଁ ଦିନଟି ଭଲ ଅଟେ । ଉତ୍ପାଦନ ବଢିବ, ସମାଜରେ ସମ୍ମାନ ବଢିବ । ଯାତ୍ରା ଶୁଭପ୍ରଦ ହେବ ।

ମୀନ: ଆଜି ଦିନଟି ଶୁଭପ୍ରଦ ହେବ । ସହଜରେ ଲାଭବାନ ହେବେ ଏବଂ କ୍ରମାଗତ ଭାବରେ ଖୁସି ହେବେ । ଏହା ପରିବାର ବା କାର୍ଯ୍ୟ ଦକ୍ଷତା ଯୋଗୁଁ ହୋଇପାରେ । କାର୍ଯ୍ୟକ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରଶଂସିତ ହୋଇ ଖୁସିହେବେ । ଆନନ୍ଦ ଅନୁଭବ କରିବେ ଯାହାକି ଆପଣଙ୍କ କାର୍ଯ୍ୟ, ପରିବାର ସଦସ୍ୟ ଏବଂ ବନ୍ଧୁଙ୍କ ଦ୍ୱାରା ପରିପ୍ରକାଶ ହେବ । ବୟସ୍କ ତଥା ପିତାଙ୍କ ସଂପର୍କରେ ଉନ୍ନତି ହେବ ।

ABOUT THE AUTHOR

...view details