ମେଷ: ଆଜି ଆପଣ ସାଧନସମ୍ପନ୍ନ ବୋଲି ପ୍ରମାଣ କରିବେ ଓ ସଫଳତା ମଧ୍ୟ ପାଇବେ । ଆପଣ ମହତ୍ତ୍ଵାକାଂକ୍ଷୀ ତାହା ଠିକ କଥା କିନ୍ତୁ ଯେତେ ସମ୍ଭାଳି ପାରିବେ କେବଳ ସେତେ ହାତକୁ ନିଅନ୍ତୁ । ଆପଣଙ୍କ କ୍ଷମତା ଉପରେ ଆତ୍ମବିଶ୍ଵାସୀ ହୁଅନ୍ତୁ, କଠିନ ପରିଶ୍ରମ କରନ୍ତୁ ଓ ମିତବ୍ୟୟିତା ଉପରେ ବିଶ୍ଵାସ ରଖନ୍ତୁ ।
ବୃଷ: ଆଜି ଆପଣଙ୍କ କାନ୍ଧରେ ଆର୍ଥିକ ଦାୟିତ୍ଵଗୁଡିକର ଚାପ ଥିବାର ଅନୁଭବ କରିବେ । ଖର୍ଚ୍ଚ ଉପରେ ଅଧିକ ଧ୍ୟାନ ଦିଅନ୍ତୁ ନାହିଁ । ଦିନର ଶେଷ ଭାଗରେ ଆପଣଙ୍କ ନିକଟକୁ ଆଶା କରାଯାଇନଥିବା ସ୍ଥାନରୁ ଟଙ୍କା ଆସିବ । ଯଦି ଆପଣ ନିଷ୍ପକ୍ଷ ନିର୍ଣ୍ଣୟ ନେବେ, ତେବେ ତାହା ଆପଣଙ୍କ ଆର୍ଥିକ ଅବସ୍ଥା ଉପରେ ବହୁତ ଭଳ ଫଳ ଦେବ ।
ମିଥୁନ:ଆଜି ଯେତେ ସମ୍ଭବ ଅଧିକ ସମୟ ଆପଣଙ୍କ ଜୀବନସାଥୀଙ୍କ ସହ ବିତାଇବେ । ଆପଣଙ୍କ ଶାରୀରିକ ଓ ମାନସିକ ସ୍ତରରେ ପୀଡା ଅନୁଭବ କରିବେ । ଅନିବାର୍ଯ୍ୟ କାରଣ ପାଇଁ ଅତ୍ୟଧିକ ପରିମାଣର ଅର୍ଥ ଖର୍ଚ୍ଚ କରିବେ । ନିଜ କାର୍ଯ୍ୟରେ ନିଜର ସହକର୍ମୀଙ୍କ ଠାରୁ ସାହାଯ୍ୟ ଓ କଠିନ ପରିଶ୍ରମ ପାଇଁ ନିଜକୁ ଯୋଗ୍ୟ ବୋଲି ପ୍ରତିପାଦନ କରିବେ । ଦିନତମାମ ନିଜର ଆତ୍ମବିଶ୍ୱାସ ଓ ଦୃଢ ମନୋବଳ ଥିବାରୁ ଯେ କୌଣସି କାର୍ଯ୍ୟକୁ ବିନା ପ୍ରତିବନ୍ଧକରେ ସମ୍ପୂର୍ଣ୍ଣ କରିପାରନ୍ତି ।
କର୍କଟ:ଦୁର୍ଭାଗ୍ୟ ଜନକ ପରିସ୍ଥିତିରୁ ଧାର୍ମିକ କାର୍ଯ୍ୟ ଏବଂ ଭଗବାନଙ୍କ ପ୍ରତି ବିଶ୍ୱାସ ଆପଣଙ୍କୁ ରକ୍ଷା କରିବ । ଆଜି ମନ ଅସ୍ଥିର ରହିବ ଏବଂ ବିରକ୍ତିଭାବ ଆସିବ । ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ପରିବାର ସହ ବାହାରକୁ ଯାଇପାରନ୍ତି ।
ସିଂହ:ସମସ୍ତେ ଭିନ୍ନ ହେବାକୁ ଚାହାନ୍ତି କିନ୍ତୁ ସେମାନେ ଏହା କଦାପି ହୃଦୟଙ୍ଗମ କରିପାରନ୍ତି ନାହିଁ ଯେ ସେମାନେ ପୂର୍ବରୁ ଅଦ୍ଵିତୀୟ ଅଟନ୍ତି । ଆଜି ଆପଣ ଏହିପରି ଅନେକ ଲୋକଙ୍କ ସହ କାର୍ଯ୍ୟସ୍ଥଳରେ ସମ୍ମୁଖୀନ ହେବେ । ସେମାନଙ୍କ ମଧ୍ୟରୁ କିଛି ଆପଣଙ୍କ ଧୈର୍ଯ୍ୟର ପରୀକ୍ଷା ମଧ୍ୟ ନେବେ । ସେଥିପାଇଁ ସବୁବେଳେ ମନେ ରଖନ୍ତୁ ଯେ ଗୋଟିଏ ଦଳରେ କାମ କରିବା ଅର୍ଥ ଅନେକ ଅହଙ୍କାର ଓ ମତାମତ ମଧ୍ୟରେ ସନ୍ତୁଳନତା ରଖିବା ।
କନ୍ୟା:ଆଜି ଏକ ଲାଭଜନକ ଦିବସ ଅଟେ । ବହୁଦିନରୁ ଯୋଜନା କରିଥିବା ଅନୁସାରେ ନିଜ କାର୍ଯ୍ୟର ଶୁଭାରମ୍ଭ କରନ୍ତୁ । ଆପଣଙ୍କ ବ୍ୟକ୍ତିଗତ ଜୀବନ ଅତ୍ୟନ୍ତ ସୁଖମୟ ହୋଇପାରେ ଏବଂ ଭବିଷ୍ୟତକୁ ଔଜଲ୍ୟମୟ କରିପାରେ । ଆପଣଙ୍କର ପଦୋନ୍ନତି ହେବାର ଉଜ୍ଜଳ ସମ୍ଭାବନା ଅଛି ଏବଂ କାର୍ଯ୍ୟାଳୟରେ ସମସ୍ତେ ଆପଣଙ୍କ ଉପରେ ସନ୍ତୁଷ୍ଟ ହେବେ । ପାରିବାରିକ ଜୀବନ ଅତ୍ୟନ୍ତ ସୁଖକର ହେବ । ଅର୍ଥ ଲାଭ ଯୋଗ ଅଛି ।