ମେଷ:କୌଣସି ନୂଆ କାମ ଆରମ୍ଭ ପାଇଁ ସକାଳ ବେଳ ଶୁଭ ରହିବ । ଆଜି ସରକାରୀ ଲାଭର ସମ୍ଭାବନା ଅଛି । ବ୍ୟାପାରର ଲାଭ ଅଛି । ଚାକିରିରେ ଉପରିସ୍ଥ ଅଧିକାରୀ ଆପଣଙ୍କ ଉପରେ ଖୁସି ରହିବେ । ବିଚାରରେ ଶୀଘ୍ର ପରିବର୍ତ୍ତନ ହେବ । ଦ୍ବିପ୍ରହର ପରେ ମନ ହଜିଲା ହଜିଲା ରହିବ ଏବଂ କେଉଁଥିରେ ବି ମନ ଲାଗିବନି । ପରିବାର ସହ ଶାନ୍ତିରେ ସନ୍ଧ୍ୟାଟି କାଟିବେ ।
ବୃଷ:କିଣାକିଣି ପାଇଁ ଦିନଟି ସ୍ଥିରିକୃତ ହୋଇଅଛି । ମଲ ମାର୍କେଟ, ଡଲାର ଷ୍ଟୋର କିମ୍ବା ମୂଲଚାଲ କାଉଣ୍ଟର ବୁଲାବୁଲି କରିପାରନ୍ତି । ସବୁଠୁ ଭଲ ଡିଲ କରିବାକୁ ଚେଷ୍ଟା କରିଵେ । ଗୁଡ଼ାଏ ଜିନିଷ କିଣାକିଣି କରିପାରନ୍ତି ।
ମିଥୁନ: ଶତ୍ରୁଙ୍କ ସହ ଝଗଡ଼ା ହେଵ । ଶତ୍ରୁତା ଅନୁସାରେ ଏହି ଲୋକମାନେ ଆପଣଙ୍କୁ ବଦନାମ କରିପାରନ୍ତି । ଯାହା ହେଉ ଆପଣ ତାଙ୍କୁ ପରାସ୍ତ କରିଵେ । ଆପଣଙ୍କ ଉନ୍ନତ ବୁଦ୍ଧି ଆଗରେ ସେମାନେ ଧରାଶାୟୀ ହେଵେ ।
କର୍କଟ: ଆଜି ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ । ଆଖି କଷ୍ଟ ଭୋଗ କରିବେ ମାନସିକ ଚିନ୍ତା ବଢ଼ିବ । ଲୋକଙ୍କ ସହ ମିତ୍ର ବ୍ୟବହାର କରନ୍ତୁ । କୌଣସି ବି ପ୍ରକାର ଦ୍ବନ୍ଦ ନ ଉପୁଜିବା ପାଇଁ ଧ୍ୟାନ ରଖିବେ । ଦ୍ବିପ୍ରହର ପରେ ସମସ୍ୟାରେ ପରିବର୍ତ୍ତନ ଆସିବ । ଆର୍ଥିକ ଦୃଷ୍ଟିକୋଣରୁ ଦିନ ଲାଭାଦାୟୀ ରହିବ । ପାରିବାରିକ ପରିବେଶ ଭଲ ରହିବ ମନରୁ ନକରାତ୍ମକ ଭାବନା ଦୁରେଇ ରଖନ୍ତୁ ।
ସିଂହ: ସକାଳ ଭଲରେ ବିତିବ । ସାମାଜିକ ଓ ବ୍ୟବସାୟିକ କ୍ଷେତ୍ରରେ ଆନନ୍ଦପ୍ରଦ ଓ ଲାଭପ୍ରଦ ସମାଚାର ମିଳିବ । ବନ୍ଧୁଙ୍କ ସହ ଦିନ ଭଲରେ ବିତିବ ।ଆୟରେ ବୃଦ୍ଧି ଓ ଧନ ଲାଭ ହେବ । ଦ୍ବିପ୍ରହର ପରେ ଆପଣଙ୍କ କଥା କିମ୍ବା ବ୍ୟବହାର କାହାକୁ ଖରାପ ଲାଗିପାରେ । ବାହନ ଚଳେଇବା ବେଳେ ସାବଧାନ ରକ୍ଷାକରନ୍ତୁ । ମାନସିକ ଚିନ୍ତା ବଢିପାରେ ସନ୍ତାନ ଓ ପରିଜନଙ୍କ ସହ ମନୋମାଳିନ୍ୟା ରହିପାରେ ।
କନ୍ୟା: ଅର୍ଥନୈତିକ କାର୍ଯ୍ୟ ବାଧାପ୍ରାପ୍ତ ହେବ । ଆପଣଙ୍କୁ ଅନୁରୋଧ କରାଯାଉଛି କି ମନ ଓ ହୃଦୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ନିଜସ୍ଵ ସମ୍ପତ୍ତିର ଯତ୍ନ ନିଅନ୍ତୁ । ନୈତିକ ଦାୟିତ୍ବ ଵ୍ୟତିତ ନୂଆ ଯୋଜନା ଗୁଡ଼ିକର ଦୀର୍ଘ ଵର୍ଷର ସ୍ଥାୟୀତ୍ବ ପ୍ରତି ଧ୍ୟାନ ଦିଅନ୍ତୁ।