ମେଷ: ଆଜି ଦିନଟି ବହୁ ଅସୁବିଧାରେ ଅତିବାହିତ ହୋଇପାରେ । ନିଜର ଶରୀରର ଅସୁସ୍ଥତା, ମାନସିକ ସନ୍ତୁଳନର ଭାରସାମ୍ୟ ରକ୍ଷା ନକରିପାରନ୍ତି। ଅଯଥା ଖର୍ଚ୍ଚର ପରିମାଣ ବୃଦ୍ଧି ହୋଇପାରେ । ନିଜେ ନିଜର ବଳକା ଅର୍ଥକୁ ସଞ୍ଚୟ କରିବା ଯୋଜନା କରିପାରନ୍ତି । ନିଜର ବଦାନ୍ୟତା ଦେଖାଇ କିଛି ଦାନ କରିବା ପ୍ରବୃତ୍ତି ପ୍ରତି ସତର୍କ ରୁହନ୍ତୁ । ଦେବାନେବା ପ୍ରକ୍ରିୟାରେ ସତର୍କତା ଅବଲମ୍ୱନ କରିବା ଉଚିତ୍ । ଆପଣ ଆଜି ଆଧ୍ୟାତ୍ମିକ ଭାବରେ ଉଦବୁଦ୍ଧ ହୋଇପାରନ୍ତି। ଆଜି ଆପଣଙ୍କୁ ଠିକ୍ ସିଦ୍ଧାନ୍ତ ନେବା ପାଇଁ କଷ୍ଟ ହେବ ଯାହା ଦ୍ୱାରା ଆପଣ ଦିନସାରା ଛନ୍ଦି ହୋଇ ରହିବେ।
ବୃଷ:ଆଜି ଏକ ଶୁଭଦିନ ଅଟେ। ଆପଣଙ୍କର ବ୍ୟବସାୟ ବୃଦ୍ଧି ପାଇବ । ବନ୍ଧୁ ଓ ପ୍ରିୟଜନଙ୍କ ଗହଣରେ ଆମୋଦ ପ୍ରମୋଦରେ ସମୟ ଅତିବାହିତ ହେବ। ନୂତନ ବନ୍ଧୁ ତଥା ୠଣ ଦେବା ବ୍ୟକ୍ତିଙ୍କ ଠାରୁ ବ୍ୟବସାୟ ଓ ବୃତ୍ତିରେ ଲାଭଜନକ ହେବ । ଗୋଟିଏ ଛୋଟକାଟିଆ ପରିଭ୍ରମଣରେ ଯାଇ ହସଖୁସି କରିପାରନ୍ତି । ସଂକ୍ଷିପ୍ତରେ କହିବାକୁ ଗଲେ ଦିନଟିଯାକ ହସଖୁସି ଓ ଆନନ୍ଦ ଉଲ୍ଳାସରେ ଅତିବାହିତ ହେବ ।
ମିଥୁନ: ଆଜି ଆପଣଙ୍କର ଶରୀର ସୁସ୍ଥ ରହିବ । ମାନସିକ ଚିନ୍ତାରୁ ମୁକ୍ତ ହୋଇ ନିଜକୁ ହାଲକା ମନେ କରିବେ । ଏପରିକି ଆପଣ ନିଜେ ବୃତ୍ତିରେ ନିଜର କାର୍ଯ୍ୟ ଦକ୍ଷତା ପାଇଁ ପ୍ରଂଶସିତ ହେବେ । ଆପଣଙ୍କର ସହକର୍ମୀମାନେ ମଧ୍ୟ ଆପଣଙ୍କୁ ସହଯୋଗ ପ୍ରଦାନ କରିବେ । ସାମାଜିକ ଜୀବନରେ ଆପଣଙ୍କର ସମ୍ମାନ ବୃଦ୍ଧି ପାଇବ । ପାରିବାରିକ ଜୀବନ ଅତ୍ୟନ୍ତ ମଧୁରମୟ ହେବ । ପଦୋନ୍ନତି ହେବାର ଶୁଭ ସୁଚନା ଅଛି । ସରକାର କିମ୍ୱା ସରକାରୀ କର୍ମଚାରୀ ସହ ସମ୍ପର୍କ ରଖି କୃତକାର୍ଯ୍ୟ ହେବେ ।
କର୍କଟ: ଆପଣଙ୍କର କାର୍ଯ୍ୟ ଓ ବ୍ୟବସାୟରେ ଆପଣ କଠିନ ପରିଶ୍ରମ ଦ୍ବାରା ନିଜର ସ୍ଥାନକୁ ସୁରକ୍ଷିତ କରିପାରିବେ। ସହଯୋଗୀଙ୍କ ସହିତ ସମ୍ବନ୍ଧରେ ଉନ୍ନତି ଆସିବ। ଜୀବନସାଥୀଙ୍କ ସହିତ ସମ୍ପର୍କ ସୁଦୃଢ଼ ହେବ। ଘରେ ଆନନ୍ଦର ବାତାବରଣ ରହିବ। ଆପଣ ନିଜର ପ୍ରିୟଜନଙ୍କ ସହିତ ସମୟ ବିତାଇବେ।
ସିଂହ:ଯଦି ଆପଣ କୌଣସି ଜଟିଳ ପରିସ୍ଥିତିର ସମ୍ମୁଖୀନ ହେଉଥାନ୍ତି ତେବେ ଏଥିପାଇଁ ଆଶ୍ଚର୍ଯ୍ୟାନ୍ବିତ ହୁଅନ୍ତୁ ନାହିଁ। ଏହା ବ୍ୟକ୍ତିଗତ ହେଉ ବା କାର୍ଯ୍ୟସମ୍ବନ୍ଧିତ ଆପଣ ଏହାର ସମାଧାନର ମାର୍ଗ ବାହାର କରିବା ଉଚିତ୍। ଆପଣଙ୍କୁ ଏଥିପାଇଁ ବୁଦ୍ଧି ଓ କୂଟନୀତିର ପ୍ରୟୋଗ କରିବା ଆବଶ୍ୟକ। ସନ୍ତୁଳିତ ତଥା ଶାନ୍ତ ରୁହନ୍ତୁ ! ଗୋଟିଏ କଥା ନିଶ୍ଚିତ ଯେ ଆପଣଙ୍କର ସାମାଜିକ ପ୍ରତିଷ୍ଠାରେ ଉନ୍ନତି ଆସିବ।
କନ୍ୟା: ଆଜି ଆପଣଙ୍କ ପାଇଁ ଶୁଭଦିନ ଅଟେ। ଆପଣ ନିଜର ନାମ ଓ ସମ୍ମାନକୁ ବଜାୟ ରଖିବେ । ଆଜି ବ୍ୟବସାୟୀ ଓ ଅଂଶୀଦାରଙ୍କ ମଧ୍ୟରେ ସୁସମ୍ପର୍କ ବୃଦ୍ଧି ପାଇପାରେ । ନିଜପାଇଁ ନୂତନ ବସ୍ତ୍ର କିଣିବାରେ ତୃପ୍ତି ଲାଭ କରିବେ । ବନ୍ଧୁଙ୍କ ଗହଣରେ ଦୂରସ୍ଥାନକୁ ପରିଭ୍ରମଣରେ ଯାଇ ଆମୋଦ ପ୍ରମୋଦ କରିପାରନ୍ତି ।