ଓଡିଶା

odisha

ETV Bharat / bharat

ନଭେମ୍ବର 26 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

horoscope
horoscope

By ETV Bharat Odisha Team

Published : Nov 26, 2023, 12:00 AM IST

ମେଷ: କିଛି ନିଷ୍ପତ୍ତି ନେବା କଠିନ ହୋଇ ପଡ଼ିବ । ଭାବପ୍ରବଣତା କାର୍ଯ୍ୟକୁ ନେଇ ପ୍ରଭାବିତ ହୋଇପାରନ୍ତି । କିନ୍ତୁ ଥରେ ନିଷ୍ପତ୍ତି ନେଇଗଲା ପରେ ଆପଣ ସେଥିରେ ଲାଗି ରହିବେ । ପରିସ୍ଥିତିକୁ ସାମ୍ନା କରିବା ପାଇଁ ସ୍ଥିର ଚିତ୍ତରେ ଅଗ୍ରସର ହେବାକୁ ପଡିବ ।

ବୃଷ: ଆପଣ ସତର୍କତା ଏବଂ ସଞ୍ଜମ ରକ୍ଷା କରିବାକୁ ପରାମର୍ଶ ଦିଆଯାଉଛି । ଦିନସାରା ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । ତେଣୁ ସତର୍କତାର ସହିତ ଅଗ୍ରସର ହୁଅନ୍ତୁ । ଆପଣଙ୍କ ଆଖି ଏବଂ କାନ ଖୋଲା ରଖନ୍ତୁ ।

ମିଥୁନ: ଆଜି ଆପଣଙ୍କର ଅନେକ ପ୍ରକାର ଲାଭ ଆପଣଙ୍କ ଖୁସିକୁ ଦ୍ୱିଗୁଣା କରିପାରେ । ଆପଣ ଆପଣଙ୍କର ସ୍ତ୍ରୀ ଏବଂ ପିଲାମାନଙ୍କ ଠାରୁ ଭଲ ଖବର ଗ୍ରହଣ କରିପାରନ୍ତି । ଆପଣ ବନ୍ଧୁମାନଙ୍କ ସହ ମିଶି ଖୁସି ଅନୁଭବ କରିବେ । ବିବାହ ହେବାକୁ ଥିବା ବ୍ୟକ୍ତିମାନେ ସେମାନେ ସେମାନଙ୍କର ଭଲ ଜୀବନସାଥୀ ପାଇପାରିବେ । ଆପଣଙ୍କ ଉପରେ ଥିବା ଆଶୀର୍ବାଦକୁ ଦେଖନ୍ତୁ ଏବଂ ସେଗୁଡିକର ଅନୁକୂଳ ବ୍ୟବହାର ପାଇଁ ତତ୍ପର ହୋଇ ପଡନ୍ତୁ ।

କର୍କଟ: ପେଶାଦାରମାନଙ୍କ ପାଇଁ ଏହି ଦିନଟି ଫଳପ୍ରଦ ହେବ । ପଦୋନ୍ନତି ହେବାର ସମ୍ଭାବନା ଅଛି । ଆପଣ ଆପଣଙ୍କ ପରିବାର ସଦସ୍ୟଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଘଟଣା ଉପରେ ଆଲୋଚନା କରିପାରନ୍ତି । ଆପଣ ସମ୍ମାନ ଏବଂ ଟଙ୍କା ଅର୍ଜନ କରିବେ । ଆପଣ ଆପଣଙ୍କ ଘରର ଡେକୋରେସନ କରି ସୌନ୍ଦର୍ଯ୍ୟ ବଢାଇ ପାରନ୍ତି । ଅତ୍ୟଧିକ କାର୍ଯ୍ୟ ଯୋଗୁଁ ଆପଣ ଥକି ପଡି ପାରନ୍ତି ।

ସିଂହ: ଆଜି ଆପଣ ଧର୍ମାର୍ଥ କାର୍ଯ୍ୟକଳାପରେ ଲାଗି ପଡିବେ । ବନ୍ଧୁ ଏବଂ ପରିବାର ସହ ତୀର୍ଥ ସ୍ଥାନ ବୁଲିଯିବା ପାଇଁ ଆଜି ହେଉଛି ଏକ ବଢିଆ ଦିନ । ଆପଣ ଯଦି କୌଣସି କାର୍ଯ୍ୟ କରିବା ପାଇଁ ସିଦ୍ଧାନ୍ତ ନେବେ ତେବେ ଆପଣ ଯେ କୌଣସି ମତେ ତାହା ସଂପୂର୍ଣ୍ଣ କରି ରହିବେ । ଆପଣଙ୍କ ମନ୍ତବ୍ୟରୁ ଆପଣ ଅଲଗା ରହିବେ । ଆପଣଙ୍କର ବିରକ୍ତି ଭାବ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆପଣ ଆପଣଙ୍କ ପେଶା ଉପରେ ଅଳ୍ପ ହଇରାଣର ସମ୍ମୁଖିନ ହୋଇପାରନ୍ତି ।

କନ୍ୟା: ଲୋକମାନକ ସହ କଥାବାର୍ତ୍ତା କରିବା ବେଳେ ଆପଣଙ୍କର ରାଗକୁ ନିୟନ୍ତ୍ରଣରେ ରଖିବା ପାଇଁ ପରାମର୍ଶ ଦିଆଯାଇଛି । ନୂଆ କାମ ଆରମ୍ଭ କରିବା ପାଇଁ ଆଜି ଦିନଟି ଭଲ ନାହିଁ । ଆପଣ ହତାଶ ଏବଂ ରାଗ ଅନୁଭବ କରିପାରନ୍ତି । ସାବଧାନ ରୁହନ୍ତୁ । ପରିବାର ଭିତରେ କଳହ ଆପଣଙ୍କୁ ଦୁଃଖ ଦେଇପାରେ । ଯଦି ସମ୍ଭବ, ଯାତ୍ରା କରନ୍ତୁ ନାହିଁ । ଆପଣଙ୍କୁ ଆଘାତ ଦେବାକୁ ଚାହୁଁଥିବା ଲୋକମାନଙ୍କ ଠାରୁ ଦୁରରେ ରୁହନ୍ତୁ ।

ତୁଳା:ଆପଣଙ୍କ ପ୍ରିୟଜନ ଏବଂ ବନ୍ଧୁମାନଙ୍କ ସହ ଆମୋଦ ପ୍ରମୋଦରେ ମଜ୍ଜି ରହି ଅତ୍ୟଧିକ ଖୁସି ହେବେ । ଯାତ୍ରା କରିବା ପାଇଁ ଆଜି ଦିନଟି ହେଉଛି ଅତି ଉତ୍ତମ । ଆପଣ ପୋଷାକ ପତ୍ର ଏବଂ ଆମୋଦପ୍ରମୋଦ କରିବା ପରି ଜିନିଷ କ୍ରୟ କରିବେ । ଆଜି ଆପଣ ମାନସିକ ଏବଂ ଶାରୀରିକ ଭାବରେ ସୁସ୍ଥ ଅନୁଭବ କରିପାରନ୍ତି । ଆପଣଙ୍କ ମର୍ଯ୍ୟଦା ବଢିବ ।

ବିଛା:ଆପଣଙ୍କ ପରିବାରର ପରିବେଶ ସାରା ଦିନ ଅନୁକୂଳମୟ ରହିବ । ଆପଣ ଶାରୀରିକ ଏବଂ ମାନସିକ ଭାବରେ ଶକ୍ତି ସମ୍ପନ୍ନ ଅନୁଭବ କରିବେ । ଆପଣଙ୍କ ଶତୃମାନେ ଆପଣଙ୍କ ଠାରୁ ପରାସ୍ତ ହେବେ । ଆପଣ ଆପଣଙ୍କ ସହକର୍ମୀମାନଙ୍କ ଠାରୁ ସାହାଯ୍ୟ ପାଇବାରେ ସକ୍ଷମ ହେବେ। ଆର୍ଥିକ ଲାଭ ହୋଇପାରେ । ଆପଣ ଆପଣଙ୍କ କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ । ଯେଉଁମାନେ ଅସୁସ୍ଥ ଅଛନ୍ତି ସେମାନେ ଟିକିଏ ଯନ୍ତ୍ରଣାରୁ ଉପଶମ ପାଇପାରିବେ ।

ଧନୁ:ଗ୍ରହଜନିତ ଜଟିଳତାରୁ ନକ୍ଷତ୍ରଗଣ ସଂପୂର୍ଣ୍ଣ ଭାବରେ ମୁକ୍ତି ପାଇ ପାରିନାହାନ୍ତି । ଫଳରେ ଆପଣ ମାନସିକ ଭାବରେ ଟିକିଏ ଅବ୍ୟବସ୍ଥିତ ରହିବେ । ହଜମ ସଂକ୍ରାନ୍ତିୟ ଅସୁସ୍ଥତା ପାଇଁ ଆପଣ ଗ୍ରହଣ କରୁଥିବା ଜିନିଷ ଉପରେ ନଜର ରଖନ୍ତୁ । ବିଗତ ଦୁଇଦିନ ହେଲା ଆପଣ ନେଉଥିବା ଚିନ୍ତା ହେତୁ ଏସିଡିଟି ହେବାର ସମ୍ଭାବନା ଅଛି ।

ମକର: ଆତ୍ମବିଶ୍ବାସ ହିଁ ସଫଳତାର ଦ୍ଵାର ଉନ୍ମୁକ୍ତ କରିବ । ନିଜର ସକରାତ୍ମକ ଚିନ୍ତାଧାରା ଓ ବ୍ୟବହାର ଦ୍ଵାରା ସଫଳତାର ନିକଟବର୍ତ୍ତୀ ହୋଇପାରିବେ । ଆପଣ ଚିନ୍ତାଶୂନ୍ୟ ଵ୍ୟକ୍ତି ନୁହଁନ୍ତି। ନିଜର ସମସ୍ତ ନିଷ୍ପତ୍ତିକୁ ଭାବିଚିନ୍ତି ନିଅନ୍ତୁ ।

କୁମ୍ଭ: ଏକ ବିଶେଷ ଆୟୋଜନ ପାଇଁ ଆପଣଙ୍କୁ କୌଣସି ପ୍ରକାରର କାରଣ ଦେବାକୁ ଦରକାର ପଡ଼ିବନି । କାରଣ କିଛି ବି ହୋଇପାରେ । ଯଦି ଆପଣ ବ୍ୟବସାୟୀ ଅଟନ୍ତି ଆପଣ ସଫଳତାର ନିକଟବର୍ତ୍ତୀ ହେବେ।

ମୀନ: ଅନିଶ୍ଚିତତା ଏବଂ ଦ୍ଵନ୍ଦ ଭିତରେ ସାରାଦିନ ବୁଡ଼ି ରହିବେ । ସମସ୍ୟା ପାଇଁ ସ୍ଥାୟୀ ପ୍ରତିକାର ପାଇବେ ନାହିଁ । କଳହଠାରୁ ଦୁରେଇବାକୁ ଚେଷ୍ଟା କରନ୍ତୁ । ନିଜ କାର୍ଯ୍ୟକୁ ସୁଚାରୁରୂପେ କରନ୍ତୁ ।

ABOUT THE AUTHOR

...view details