ଓଡିଶା

odisha

ETV Bharat / bharat

ନଭେମ୍ବର 26 ରାଶିଫଳ: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ନଭେମ୍ବର 26 ରାଶିଫଳ: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ
ନଭେମ୍ବର 26 ରାଶିଫଳ: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

By

Published : Nov 25, 2022, 9:22 PM IST

Updated : Nov 26, 2022, 6:15 AM IST

ମେଷ:କାର୍ଯ୍ୟଭାର ଦ୍ୱାରା ଅଧିକ ଭାରାକ୍ରାନ୍ତ ଏବଂ ଭାଙ୍ଗି ପଡିବା ଅନୁଭବ କରନ୍ତୁ ନାହିଁ । କାମରେ ଅଳସୁଆମୀ ଆପଣଙ୍କୁ ସୁହାଇବ ନାହିଁ ହେବା ସାହାଯ୍ୟ କରିବ ନାହିଁ ବରଂ କ୍ଷତି ପହଞ୍ଚାଇବ । ଧ୍ୟାନଚ୍ୟୁତ ହୁଅନ୍ତୁ ନାହିଁ ନଚେତ ଏହାର କୁପ୍ରଭାବ ନିଜ ଜୀବନ ଓ କାର୍ଯ୍ୟକ୍ଷେତ୍ରରେ ପଡିବ । ମନ ଓ ଚିନ୍ତା ଦୂର ପାଇଁ ମନ୍ଦିର ବୁଲିଯାଆନ୍ତୁ ।

ବୃଷ:ଯୋଗ ଓ ଧ୍ୟାନ ଦ୍ୱାରା ନିଶ୍ଚିତ ଭାବରେ ଚିନ୍ତା ଦୂର ହେବ । ଏହି ସମସ୍ତ କିଛି ଜୀବନରେ ବହୁତ ପ୍ରଭାବ ପକାଇଥାଏ । କୌଣସି କଥାରେ ଅଧୈର୍ଯ୍ୟ ଓ ଅସହାୟ ମନେକରନ୍ତୁ ନାହିଁ । ବିରାମ ନିଅନ୍ତୁ ଏବଂ ବେଳେବେଳେ ଏହା ମଧ୍ୟ ଆପଣଙ୍କ ସପକ୍ଷରେ ଯାଇପାରେ । ନକ୍ଷତ୍ରଙ୍କ ସୂଚନା ରହିଛି, ଖାଦ୍ୟ ଓ ସ୍ୱାସ୍ଥ୍ୟ ପ୍ରତି ଅଧିକ ସାବଧାନ ହୁଅନ୍ତୁ । ଯାତ୍ରା ପରିତ୍ୟାଗ କରନ୍ତୁ ।

ମିଥୁନ: ଆଜି ସାରା ଦିନଟି ଭଲ ଖାଦ୍ୟ ଖାଇବାରେ କଟିପାରେ । ଆପଣ ଖାଦ୍ୟ, ପାନୀୟ ଏବଂ ଆଗ୍ରହୀ ବନ୍ଧୁଙ୍କ ଗହଣରେ ମୌଜ ମଜଲିସରେ ଲିପ୍ତ ରହିବେ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସଫଳ ହେବ । ସହକର୍ମୀ, ପ୍ରିୟତମା ଏବଂ ପିଲାଦିନର ବନ୍ଧୁଙ୍କ ସଙ୍ଗେ ଭ୍ରମଣଜନିତ ଆମୋଦପ୍ରମୋଦରେ ସମୟ କାଟିବେ ଏବଂ ପ୍ରଫୁଲ୍ଲ ହୋଇ ରହିବେ । ଆଜି ଦିନଟି କିଣାକିଣି, ପ୍ରଣୟ, ଖାଇବା ପିଇବାରେ ଜୀବନକୁ ରଙ୍ଗାୟିତ କରିପାରନ୍ତି । ଏହାମାନେ ଜୀବନର ସର୍ବଶ୍ରେଷ୍ଠ ମାର୍ଗ ସ୍ୱାସ୍ଥ୍ୟ ଭଲରହିବ ଏବଂ ଶାନ୍ତିରେ ନିଦ୍ରାବତୀଙ୍କ କୋଳରେ ଆଶ୍ରୟ ନେବେ ।

କର୍କଟ:ଶତ୍ରୁଙ୍କ ଉପରେ ବିଜୟଲାଭ କରିବେ, ବାନ୍ଧବୀଙ୍କ ସହ ସାକ୍ଷାତ ଆପଣଙ୍କୁ ଉଲ୍ଲସିତ କରିବ । ଏକ ସୁସ୍ଥ ମାନବ ଜୀବନ ପାଇଁ ସର୍ବଶ୍ରେଷ୍ଠ ଉପହାର ଆପଣଙ୍କୁ ଆଜି ସହଜରେ ଉପଲବ୍ଧ ହେବ । ନିଜ ବୃତ୍ତିଗତ କାର୍ଯ୍ୟରେ ସହକର୍ମୀ ଓ ସହଯୋଗୀଙ୍କ ସହଯୋଗରେ କଠିନ କାର୍ଯ୍ୟ କରିବାରେ ସକ୍ଷମ ହେବେ । ଆଜିପରି ଅଶାପ୍ରଦ ଶାନ୍ତିମୟ ଦିନ କ୍ୱଚିତ ଆସିଥାଏ । ତେଣୁ ଜୀବନକୁ ମଧୁମୟ କରିବାକୁ ପରିବାରର ସଦସ୍ୟଙ୍କ ସହିତ ମୌଜମଜଲିସରେ ସମସ୍ତ ଦିନଟିକୁ ଉପଭୋଗ କରିବା ଉଚିତ୍‍ ।

ସିଂହ: ଦିନଟି ଖୁସିରେ କଟିବ । ନୂତନ କବିତା ଲେଖିବା ପାଇଁ ପ୍ରେରଣା ପାଇବେ । ପ୍ରେମାଳାପ ମଧୁର ଓ ଫଳଯୁକ୍ତ ହେବ । ପିଲାଙ୍କ ପ୍ରଗତିରେ ସୁଫଳ ପ୍ରାପ୍ତି ହେବ । ପିଲାମାନେ ପାଠପଢାରେ ଉଚ୍ଚକୋଟିର ଫଳ ପାଇବେ । ସାଙ୍ଗ ତଥା ସ୍ତ୍ରୀଙ୍କଠାରୁ ଲାଭ ହେବ ।

କନ୍ୟା:ଆଜି ଦିନ ଆପଣଙ୍କ ସପକ୍ଷରେ ନାହିଁ । ଶାରିରୀକ ଭାବରେ ଆପଣ ଆଶାବାଦୀ ଅନୁଭବ କରି ନପାରନ୍ତି । ବ୍ୟସ୍ତତା ଆପଣଙ୍କ ମନକୁ ଗ୍ରାସ କରିବ । ଆପଣଙ୍କ ଜୀବନସାଥୀଙ୍କ ସହିତ ଯୁକ୍ତିତର୍କ ଏବଂ କଳହ ସୃଷ୍ଟି ହୋଇପାରେ । ମାଆଙ୍କର ସ୍ୱାସ୍ଥ୍ୟ ଆପଣଙ୍କୁ ବ୍ୟସ୍ତ କରିପାରେ । ଜମି ଏବଂ ସମ୍ପତ୍ତି ବିଷୟରେ ଅତ୍ୟନ୍ତ ଯତ୍ନଶୀଳ ହୁଅନ୍ତୁ ।

ତୁଳା: ସାରା ଦିନ ଖୁସୀର ଦିନ ରହିବ । ପ୍ରତିଯୋଗୀଙ୍କ ପାଖରୁ ହିଁ ଆପଣ ସୁଯୋଗ ଛଡାଇ ନେଇପାରିବେ । ଆପଣ ଆଜି ଯାହା କରିବେ ସଫଳତା ସୁନିଶ୍ଚିତ କରିବେ । ପ୍ରୀୟଜନଙ୍କ ସହିତ ମିଳନ ହେବ । ଆପଣଙ୍କ ମନ ବ୍ୟସ୍ତ ଏବଂ ବ୍ୟାକୁଳତା ମୁକ୍ତ ରହିବ । ତୀର୍ଥଯାତ୍ରାରେ ଯାଇ ଆପଣ ଖୁସୀ ଅନୁଭବ କରିବେ । ସମ୍ପର୍କରେ ଭାବ ପ୍ରବଣତା ଆପଣଙ୍କୁ ଦ୍ୱନ୍ଦ୍ୱରେ ପକାଇବ ।

ବିଛା:ଯଦି ଆପଣ ଘରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶ ବଜାୟ ରଖିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ପରାମର୍ଶ ଦିଆ ହେଉଛି ଯେ ଆପଣ ନିଜର ଭାଷା ଉପରେ ନିୟନ୍ତ୍ରଣ ରଖନ୍ତୁ । ଆପଣଙ୍କର ଅସାଧାରଣ ବ୍ୟବହାର ପାଇଁ କୌଣସି ବ୍ୟକ୍ତିଙ୍କୁ ମାନସିକ ଭାବରେ ଆଘାତ ଦେଇପାରେ । ଆପଣଙ୍କ ମନରେ ପ୍ରତିକୂଳ ଭାବନା ରଖନ୍ତୁ ନାହିଁ । ସ୍ୱାସ୍ଥ୍ୟ ସମସ୍ୟା ରହିପାରେ ।

ଧନୁ:ନିଜ ଦେହର ଯତ୍ନ ନିଅନ୍ତୁ । କରୁଥିବା କାର୍ଯ୍ୟରେ ସଫଳତା, ଧନ ପ୍ରାପ୍ତି ହେବ । ଦେବ ଦର୍ଶନ କରିବେ । ବନ୍ଧୁବାନ୍ଧବଙ୍କ କାମରେ ସହଯୋଗ କରିବେ । ବିବାହିତ ଜୀବନ ସୁଖମୟ ହେବ । ଭଲ ବ୍ୟବହାର ଦେଖାଇବେ । ନାମ ଓ ଖ୍ୟାତି ଅର୍ଜନ କରିବେ ।

ମକର: ପାଦେପାଦେରେ ସାବଧାନତା ଅବଲମ୍ୱନ କରନ୍ତୁ । କାର୍ଯ୍ୟ ସ୍ଥଳରେ ସାହାଯ୍ୟ ପାଇବେ । ଆୟଠାରୁ ବ୍ୟୟ ବଢିବ । ସାମାଜିକ ତଥା ଧାର୍ମିକ ଅନୁଷ୍ଠାନ ପାଇଁ କାର୍ଯ୍ୟ କରିବେ ଏବଂ ବ୍ୟୟ ବହୁଳ ହେବେ । ସ୍ୱାସ୍ଥ୍ୟ ଭଲ ରହିବ ନାହିଁ । କଠିନ ପରିଶ୍ରମ କରି ସୁଫଳ ପାଇବାର ଆଶା ଅଛି । ଚିନ୍ତା ବଢିବ । ଦୁର୍ଘଟଣା ଯୋଗ ଅଛି, ସତର୍କ ରୁହନ୍ତୁ ।

କୁମ୍ଭ:ଆଜି ନୂତନ କାର୍ଯ୍ୟାରମ୍ଭ ପାଇଁ ପ୍ରକୃଷ୍ଟ ସମୟ ଅଟେ । ସରକାରୀ ତଥା ବ୍ୟବସାୟୀ ଦୃଷ୍ଟିରୁ ସୁଫଳ ମିଳିବ । ସ୍ତ୍ରୀଙ୍କ କାର୍ଯ୍ୟରେ ବ୍ୟସ୍ତ ରହିବେ । ସାମାଜିକ ପ୍ରତିଷ୍ଠା ବଢିବ । ସ୍ତ୍ରୀ ପିଲାଙ୍କଠାରୁ ସୁସମ୍ୱାଦ ମିଳିବ । ବିବାହ ଆଦି କାର୍ଯ୍ୟ ସମ୍ପର୍ଣ୍ଣ ହେବ । ସୁନ୍ଦର ଯାତ୍ରାର ସୁଯୋଗ ଅଛି ।

ମୀନ:ଆଜି ଦିନଟି ସଫଳଯୁକ୍ତ ହେବ । ମନ ପ୍ରଫୁଲ୍ଲ ରହିବ ନିଜର ସଫଳତା ଏବଂ କାର୍ଯ୍ୟ ସାଧନା ପାଇଁ । ବ୍ୟବସାୟ ଭଲ ହେବ । ଋଣ କରଜ ମିଳିବ । ପିତା ତଥା ବୟସ୍କମାନଙ୍କ ଦ୍ୱାରା ଉପକୃତ ହେବେ । ପାରିବାରିକ ସମ୍ପର୍କରେ ମଧୂରତା ଭରିଯିବ । ସରକାରୀ ସହାୟତା ମିଳିବ, ପ୍ରତିଷ୍ଠା ପାଇବେ । ସାମାଜିକ ଜୀବନ ସୁଖମୟ ହେବ ।

Last Updated : Nov 26, 2022, 6:15 AM IST

ABOUT THE AUTHOR

...view details