ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ଅଟେ । ଆଜି ସାଙ୍ଗ ଓ ବନ୍ଧୁ ମାନଙ୍କ ସହ ମିଶି ଅନେକ ସାମଜିକ କାର୍ଯ୍ୟ କରିବେ। ଦିନଟି ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆଣିବ । ଦର୍ଶନୀୟ ସ୍ଥାନ ପରିଦର୍ଶନରେ ଯାଆନ୍ତୁ । ସାଙ୍ଗସାଥିଙ୍କ ସହିତ ତୁମର ସଂପର୍କ ଭଲ ରହିବ । ସେମାନଙ୍କୁ ଅନ୍ତରରେ ତୁମକୁ ସାହାଯ୍ୟ କରିବା ପାଇଁ ଇଚ୍ଛା ରଖିବେ । ଜଗି ରଖି ଖର୍ଚ୍ଚ କରନ୍ତୁ । ଆର୍ଥିକ ଲାଭର ସମ୍ଭାବନା ଅଛି ।
ବୃଷ: ତୁମର ସମସ୍ତ କାର୍ଯ୍ୟ ସ୍ବଳ୍ପ ଚେଷ୍ଟାରେ ସମାପନ ହେବ । ତେଣୁ ଯଦି ଚାହୁଁଚ ତେବେ ନୂତନ କାମରେ ଲାଗିପଡ । ଗ୍ରହମାନେ ସହାୟ ହେବେ। ଚାକିରି କ୍ଷେତ୍ରରେ ଉନ୍ନତି, ପଦୋନ୍ନତ୍ତି ତଥା ପାଇବେ । ବିବାହିତ ମାନେ ଜାଣିପାରିବେ ଏବଂ ବୁଝି ପାରିବେ ଯେ ଏହି ଭଳି ଦିନରେ ସେମାନଙ୍କ ସୁଖର ସ୍ବପ୍ନ କେତେ ମିଠା ଓ ସୁନ୍ଦର ଅଟେ । ଆପଣ ପ୍ରତିଷ୍ଠା ଅର୍ଜନ କରିବେ ।
ମିଥୁନ: ନୂଆ କାର୍ଯ୍ୟ ହାତକୁ ନେବା ପାଇଁ ଏହି ଦିନଟି ଅନୁକୂଳ ନୁହେଁ । ଆପଣ କ୍ଲାନ୍ତ, ଅଳସୁଆ ଅନୁଭବ କରିପାରନ୍ତି । ପେଟ ଜନିତ ସମସ୍ୟା ଦେଖା ଦେଇପାରେ । ବ୍ୟବସାୟିକ ଭାବରେ, କୌଣସି ବିଷୟ ଆପଣଙ୍କ ସପକ୍ଷରେ ଯାଇ ନପାରେ । ଆପଣ ଆପଣଙ୍କ ଉପରସ୍ଥ ଅଧିକାରୀମାନଙ୍କ ଉପରେ ଅସନ୍ତୁଷ୍ଟ ହୋଇପାରନ୍ତି । ଅଦରକାରୀ ଖର୍ଚ୍ଚ କରନ୍ତୁ ନାହିଁ । ସମସ୍ତ ପ୍ରକାର ଗୁରୁତ୍ବପୂର୍ଣ୍ଣ ଯୋଜନା ଏବଂ ସିଦ୍ଧାନ୍ତ ଆଗକୁ ଘୁଞ୍ଚିଯିବାର ଅଛି ।
କର୍କଟ:ଆଜି ଦିନରେ ଆପଣ ଯାହା କରିବେ ସେଥିପ୍ରତି ଅତ୍ୟନ୍ତ ଯତ୍ନଶୀଳ ହୁଅନ୍ତୁ। ପରିବାରରେ ଗଣ୍ଡଗୋଳରୁ ଦୂରରେ ରୁହନ୍ତୁ । ବିନମ୍ର ହୁଅନ୍ତୁ ଯାହା ଆପଣଙ୍କୁ ସମସ୍ୟା ବିହୀନ କରିବ । ଖର୍ଚ୍ଚ ପ୍ରତି ପ୍ରସ୍ତୁତ ରୁହନ୍ତୁ । ବେଆଇନ୍ କାର୍ଯ୍ୟରୁ ଦୂରରେ ରୁହନ୍ତୁ । ପ୍ରାର୍ଥନା ଏବଂ ଧ୍ୟାନ ଆପଣଙ୍କୁ ଅନେକ ଗୁଣରେ ସାହାଯ୍ୟ କରିବ ।
ସିଂହ: ଆପଣଙ୍କ ଜୀବନସାଥୀଙ୍କ ସହିତ କଳହ ହୋଇପାରେ । ଆପଣ ଅସୁସ୍ଥ ଅନୁଭବ କରିବେ । ବିଶେଷ କରି ଆପଣଙ୍କ ଅନୁଷ୍ଠାନ ଏବଂ ବ୍ୟବସାୟ ପାର୍ଟନରଙ୍କ ସହ କଥାବାର୍ତ୍ତା କରିବା ବେଳେ ସାବଧାନତା ଅବଲମ୍ବନ କରିନ୍ତୁ । ଅଜଥା କଥାକୁ ନେଇ ଚିନ୍ତିତ ହୁଅନ୍ତୁ ନାହିଁ ।
କନ୍ୟା :ଆଜି ଆପଣ ସବୁଠାରୁ ଅଧିକ ଖୁସି ଅନୁଭବ କରିବେ । ଘରେ ଏବଂ କାର୍ଯ୍ୟ କ୍ଷେତ୍ରରେ ଆପଣ ଅଧିକ ଭାବନାତ୍ମକ ଭାବେ ଖୁସି ହେବେ । ବିଶେଷ କରି ଆପଣଙ୍କ ବନ୍ଧୁ ଏବଂ ସହକର୍ମୀ ଆପଣଙ୍କୁ ସହଯୋଗ କରିବେ । ଆପଣଙ୍କ ଲାଗି ରହିଥିବା ଅସୁସ୍ଥତା ସମସ୍ୟା ଦୂର ହେବ । ଆପଣଙ୍କ ପରିବାର ତରଫରୁ କିଛି ଭଲ ଖବର ମିଳିପାରେ ।