ମେଷ: ଆପଣ ଆଜି ଦିନଟିକୁ ଉତ୍ସାହିତ ହୋଇ କାଟିପାରନ୍ତି । ଆପଣଙ୍କର ଶାରୀରିକ ଓ ମାନସିକ ସୁସ୍ଥତା ବଜାୟ ରହିବ । ପାରିବାରିକ ଜୀବନ ମଧୁମୟ ହେବ । ଆଜି ଆପଣ ନିଜର ବନ୍ଧୁ ଓ ପ୍ରିୟଜନଙ୍କୁ ଭେଟିବେ । ଅପରାହ୍ନରେ ଆପଣ ନିଜର ସ୍ୱାସ୍ଥ୍ୟରେ ସାମାନ୍ୟ ପରିବର୍ତ୍ତନ ଲକ୍ଷ୍ୟ କରିପାରନ୍ତି । ଅତ୍ୟଧିକ ଖାଆନ୍ତୁ ନାହିଁ । ନିଜ କଥାବାର୍ତ୍ତରେ ସଞ୍ଜମତା ରକ୍ଷା କରନ୍ତୁ । ନଚେତ୍ ଲୋକମାନଙ୍କ ନିକଟରେ ଅପଦସ୍ତ ହେବେ ।
ବୃଷ: ଆପଣଙ୍କ ସନ୍ଦିଗ୍ଧ ମନ ଆପଣଙ୍କୁ ବିଚଳିତ କରିବ । ଆପଣ ଥଣ୍ଡା ଓ କାଶରେ ଆକ୍ରାନ୍ତ ହୋଇପାରନ୍ତି । ଧାର୍ମିକ କାର୍ଯ୍ୟପାଇଁ କିଛି ଅର୍ଥ ବ୍ୟୟ କରିପାରନ୍ତି । ପ୍ରିୟଜନଙ୍କ ଠାରୁ ଅଲଗା ହୋଇପାରନ୍ତି । ମାତ୍ର ଏହିସବୁ ସମସ୍ୟାରୁ ଉପରବେଳା ମୁକ୍ତ ହୋଇଯିବେ ଏବଂ ନିଜ କାର୍ଯ୍ୟରେ ଆଗେଇ ଯିବାପାଇଁ ଉତ୍ସାହିତ ହେବେ । ଅର୍ଥଲାଭ ଯୋଗ ରହିଛି । ନିଜର ବନ୍ଧୁ ଓ ସମ୍ପର୍କୀୟ ମାନଙ୍କ ସହ ସାକ୍ଷାତ ହୋଇପାରେ । ଶାରୀରିକ ଓ ମାନସିକ ସୁସ୍ଥତା ବଜାୟ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।
ମିଥୁନ:ଆଜି ବନ୍ଧୁମାନଙ୍କ ଦ୍ୱାରା ଉପକୃତ ହେବେ । କିଛି ନୂତନ ବନ୍ଧୁ ମଧ୍ୟ ସୃଷ୍ଟି ହୋଇପାରନ୍ତି, ଯେଉଁମାନେ କି ଆପଣଙ୍କୁ ଭବିଷ୍ୟତରେ ସାହାଯ୍ୟ କରିବେ । ଆଶାତୀତ ଭାବେ ଅର୍ଥଲାଭ ହେବ । ଯାତ୍ରାଯୋଗ ଅଛି । ସରକାରୀ ସାହାଯ୍ୟ ପ୍ରାପ୍ତ ହୋଇପାରେ । ମାତ୍ର ଅପରାହ୍ନରେ ସତର୍କ ରୁହନ୍ତୁ । ଧାର୍ମିକ କାର୍ଯ୍ୟରେ ଅତ୍ୟଧିକ ଆସକ୍ତି ରଖିବା ଉଚିତ୍ ହେବନାହିଁ କାରଣ ଏହା ଆପଣଙ୍କୁ କିଛି ପରିମାଣରେ ଆଘାତ ଦେଇପାରେ । ଅନ୍ୟମାନଙ୍କ ବ୍ୟକ୍ତିଗତ କାର୍ଯ୍ୟକଳାପରେ ଅନାବଶ୍ୟକ ଭାବରେ ହସ୍ତକ୍ଷେପ କରନ୍ତୁନାହିଁ । ପୁଞ୍ଜି ଆଦାନ ପ୍ରଦାନରେ ସତର୍କତା ଅବଲମ୍ଵନ କରନ୍ତୁ ।
କର୍କଟ: ଆପଣ ନିଜ ବ୍ୟକ୍ତିଗତ ଓ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ବିଷୟରେ ଆଲୋଚନା କରିପାରନ୍ତି, ଯାହା ଫଳରେ ଆଜି ଦିନଟି ଖୁସିରେ କଟିପାରେ । ଅତ୍ୟଧିକ କାର୍ଯ୍ୟଭାର ଆପଣଙ୍କୁ କ୍ଲାନ୍ତି ଆଣିପାରେ, ମାତ୍ର ଅପରାହ୍ନରେ ଆପଣ ନିଜକୁ ହାଲକା ମନେକରିବେ । ଆଜି ବନ୍ଧୁମିଳନ ଘଟିପାରେ ଏବଂ ଯାତ୍ରାଯୋଗ ଅଛି । ସାମାଜିକ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିବେ ।
ସିଂହ: ଆଜି ଆପଣଙ୍କ ଶାରୀରିକ ଓ ମାନସିକ ଅସୁସ୍ଥତା ଯୋଗୁଁ କ୍ଲାନ୍ତ ଓ ବିଚଳିତ ହୋଇପାରନ୍ତି । ନିଜର କ୍ରୋଧାନ୍ୱିତ ମନକୁ ନିଜ ନିୟନ୍ତ୍ରଣରେ ନ ରଖିଲେ କଳହ ହୋଇପାରେ । ଲୋକଙ୍କ ସହିତ ଏପରି ଅପ୍ରତ୍ୟାସିତ ଘଟଣା ସୁସ୍ଥ ବାତାବରଣକୁ ବିଷାକ୍ତ କରିପାରେ, ତେଣୁ ସତର୍କ ରୁହନ୍ତୁ । ମାତ୍ର ଅପରାହ୍ନରେ ଆପଣ ନିଜକୁ ଦୁଶ୍ଚିନ୍ତାରୁ ମୁକ୍ତି ପାଇପାରନ୍ତି ଏବଂ ଏହା ଆପଣଙ୍କୁ ନିଜ ପରିବାରର ପରିବେଶକୁ ଶାନ୍ତ ଓ ସତେଜ ରଖିବାରେ ସାହାଯ୍ୟ କରିବ । ଅଫିସ୍ର ଉପରିସ୍ଥ କର୍ମଚାରୀମାନଙ୍କ ସହ କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିପାରନ୍ତି ।
କନ୍ୟା:ଆଜି ଆପଣ ଅତ୍ୟଧିକ ଚିନ୍ତାମଗ୍ନ ରହିବେ । ଆଧ୍ୟାତ୍ମିକ ଭାବନା ଆଡକୁ ଆକର୍ଷିତ ହୋଇପାରନ୍ତି । କଳିଝଗଡା ଠାରୁ ନିଜକୁ ସୁରକ୍ଷିତ ରଖିବା ନିମନ୍ତେ ନିଜର ବର୍ତ୍ତାଳାପରେ ସଞ୍ଜତ ହୁଅନ୍ତୁ । ଆପଣଙ୍କର ସାମାନ୍ୟ ଶାରୀରିକ ଅସୁସ୍ଥତା ଦେଖାଦେଇପାରେ । ଅପରାହ୍ନରେ ଯାତ୍ରା ଯୋଗ ଅଛି ଏହି ଯାତ୍ରା କୌଣସି ନିର୍ଦ୍ଦିଷ୍ଟ ଉତ୍ସବ ପାଇଁ କିମ୍ଵା ତୀର୍ଥସ୍ଥାନକୁ ନ ହୋଇପାରେ ।