ଓଡିଶା

odisha

ETV Bharat / bharat

Horoscope Today: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

Horoscope Today
Horoscope Today

By

Published : Jan 25, 2023, 12:01 AM IST

ମେଷ: ଆଶା କରିନଥିବା କିଛି ଘଟଣା ଘଟିପାରେ । ଚାପଯୁକ୍ତ କାମଗୁଡିକରୁ ଦୂରରେ ରୁହନ୍ତୁ। କାରଣ ଆଜି ସଂଧ୍ୟାରେ ଆପଣଙ୍କୁ ବାହାରକୁ ଯିବାକୁ ପଡିପାରେ । ଚାକଚକ୍ୟକୁ ଗ୍ରହଣ କରନ୍ତୁ କାରଣ ଆଜି କିଛି ଗୀତ ନାଚ ଆପଣଙ୍କର ହୋଇପାରେ ।

ବୃଷ: ଆଜି, ସମସ୍ତ ଭଲ ଜିନିଷରେ ଭରା ରହିବ । ଭଗବାନଙ୍କ ଆଶୀର୍ବାଦ ଦିନସାରା ଆପଣଙ୍କୁ ପଥ ପ୍ରଦର୍ଶନ କରିବ । ସମସ୍ତ ବ୍ୟସ୍ତତା ପଛରେ ଛାଡି ଦିଅନ୍ତୁ ଏବଂ ଆରାମରେ ନିଃଶ୍ୱାସ ନିଅନ୍ତୁ । ଆଜି ପ୍ରଫୁଲ୍ଲ ହୁଅନ୍ତୁ, ଘର ଦୃଷ୍ଟିକୋଣରୁ ନିରବ ଏବଂ ଶାନ୍ତ ରହିବ । କାର୍ଯ୍ୟରେ ମଧ୍ୟ ଆପଣଙ୍କ ଉପରେ ନଜର ରହିବ କାରଣ ବରିଷ୍ଠ ଅଧିକାରୀମାନେ ଆପଣଙ୍କ କାର୍ଯ୍ୟ ଉପରେ ସନ୍ତୁଷ୍ଟ ହେବେ ।

ମିଥୁନ: ଆଜି ଆପଣଙ୍କ ପାଇଁ ମିଶା ମିଶିର ଦିନ ରହିବ ଏବଂ ଆପଣଙ୍କ ପାଇଁ ଭଲ ଖବର ଏବଂ ଖରାପ ଖବର ମଧ୍ୟ ଆଣିବ । ବରିଷ୍ଠ ଅଧିକାରୀ ମାନେ ଆପଣଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ହେବେ ଏବଂ ପିଲାମାନେ ବ୍ୟସ୍ତତାର ମୁଖ୍ୟ କାରଣ ହୋଇପାରନ୍ତି । ସ୍ୱାସ୍ଥ୍ୟ ଭଲ ନ ରହିପାରେ ଏବଂ ଟଙ୍କା ଖର୍ଚ୍ଚ ହେବ । ଅବଶ୍ୟ ସନ୍ଧ୍ୟାବେଳେ ପରିସ୍ଥିତିରେ ଉନ୍ନତି ହେବ ଯେହେତୁ କାର୍ଯ୍ୟରେ ଆପଣ ସଫଳତା ପ୍ରାପ୍ତ କରିପାରନ୍ତି ।

କର୍କଟ: ଦିନର ପ୍ରଥମ ଭାଗ ଆପଣଙ୍କ ଉପରେ ପ୍ରଭାବ ସଂପୁର୍ଣ୍ଣ ପ୍ରତିକୂଳ ରହିବ। ଭଗବାନଙ୍କ ନାମ ଉଚ୍ଚାରଣ କରିବା ଏବଂ ଧ୍ୟାନ କରିବା ଦ୍ୱାରା ହିଁ ଆପଣ ସେହି ପ୍ରତିକୂଳ ଭାବନାକୁ ନିୟନ୍ତ୍ରଣ ରଖିପାରିବେ । ଆପଣଙ୍କ ମନର ଭାବନା ଅସ୍ଥିର ହେବାର ସମ୍ଭାବନା ରହିଛି। ସତର୍କତା ଅବଲମ୍ବନ କରନ୍ତୁ ଏବଂ ଅନୈତିକତା କାର୍ଯ୍ୟ କଳାପ କରନ୍ତୁ ନାହିଁ । ଖର୍ଚ୍ଚ ହେବାର ସମ୍ଭାବନା ଅଛି ।

ସିଂହ: ଆଜି ଆପଣ ଅନେକ ଆମୋଦପ୍ରମୋଦର ସାଧନ ଖୋଜୁଛନ୍ତି । ସାଙ୍ଗମାନେ ଆପଣଙ୍କ ସହିତ ମୁଭି କିମ୍ୱା ଡ୍ରାଇଭିଙ୍ଗ୍‌ରେ ଯିବାରେ ଖୁସୀରୁ ବି ଅଧିକ ଅନୁଭବ କରିବେ। ଏହି ବିଷୟରେ ଦ୍ୱିତୀୟ ଥର ଚିନ୍ତା କରନ୍ତୁ। କାରଣ ଆପଣ ଯୋଜନା ହୁଏତ ରଦ୍ଦ କରିପାରନ୍ତି ଏବଂ ଯାତ୍ରାରୁ ଫେରିବା ପାଇଁ ଆୟୋଜନ କରିପାରନ୍ତି । ଅବଶ୍ୟ, ଲଗାତାର ଭାବନାର ପ୍ରବାହ ଏବଂ ମନରେ ବିରକ୍ତିଭାବ ସନ୍ଧ୍ୟା ସୁଦ୍ଧା କ୍ଳାନ୍ତ ଏବଂ ଶକ୍ତିହୀନ ଅନୁଭବ କରାଇପାରେ ।

କନ୍ୟା: ଆଜିର ଏହି ମହତ୍ୱପୂର୍ଣ୍ଣ ଦିନର ଯଥା ସମ୍ଭବ ଲାଭ ନିଅନ୍ତୁ । ଆପଣଙ୍କ ବ୍ୟବସାୟୀକ ସହଯୋଗୀଙ୍କଠାରୁ ଆପଣ ଲାଭ ପାଇପାରନ୍ତି । ଆଉ ମଧ୍ୟ ଆପଣ ନିଜର କାର୍ଯ୍ୟ ସଫଳ ଭାବରେ ସମାପ୍ତ କରିପାରିଥିବାରୁ ଅତ୍ୟନ୍ତ ଆନନ୍ଦ ଅନୁଭବ କରିପାରନ୍ତି। ସନ୍ଧ୍ୟାରେ ବନ୍ଧୁବର୍ଗ ଏବଂ ପରିବାର ସହିତ ଉତ୍ସବ ମଧ୍ୟ ପାଳନ କରିପାରନ୍ତି । ମ୍ୟୁଜିକ ବଜାନ୍ତୁ ଏବଂ ଆନନ୍ଦଉଲ୍ଲାସରେ ଉତ୍ସବ ପାଳନ କରନ୍ତୁ ।

ତୁଳା: ଆଜିଦିନଟି ଆପଣ ସକ୍ରିୟ ଆଲୋଚନା ଏବଂ ତର୍କ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ । ଆପଣଙ୍କ ବିଶ୍ଳେଷଣାତ୍ମକ ଏବଂ ସୃଜନଶୀଳ ଗୁଣ ପାଇଁ ଏକ ପରୀକ୍ଷା ହେବ । ସୃଜନଶୀଳ ଲେଖା ପାଇଁ ଆପଣ ଚିନ୍ତାକରି ଆସୁଛନ୍ତି, ଏହା ଆପଣ ଦକ୍ଷତାର ସହିତ କରିପାରିବେ। ଯେହେତୁ ଏଭଳି କାର୍ଯ୍ୟ ପାଇଁ ଆଜି ହେଉଛି ଉତ୍କୃଷ୍ଟ ସମୟ । ଏଭଳି କାର୍ଯ୍ୟକଳାପରେ ନିଜକୁ ଲିପ୍ତ କରିବା ଦ୍ୱାରା ଆପଣଙ୍କର ଦକ୍ଷତାରେ ବୃଦ୍ଧି ହେବ ଏବଂ ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ସାହାଯ୍ୟ କରିବ ।

ବିଛା: ଯଦି ନିଜ ଜିଦିରେ ଅଟଳ ରହିବେ, ଆପଣ ଲକ୍ଷ୍ୟଚ୍ୟୁତ ହୋଇପାରନ୍ତି । ମନର ଭାବ ପ୍ରବଣତାକୁ କମ୍‌ କରନ୍ତୁ, ନ ହେଲେ ଆପଣ ବ୍ୟାକୁଳତା ଏବଂ ମାନସିକ ଅସ୍ଥିରତାର ଶିକାର ହେବାର ସମ୍ଭାବନା ରହିଛି । ମଧ୍ୟାହ୍ନ ପରେ ଆପଣଙ୍କ ଭାବନାରେ ଅସ୍ଥିରତା ଦେଖା ଦେଇପାରେ । ତେଣୁ, ଆପଣଙ୍କୁ ପରାମର୍ଶ ଦିଆ ହେଉଛି ଯେ ଆପଣ କୌଣସି ନୂଆ କାର୍ଯ୍ୟ କିମ୍ୱା ପ୍ରକଳ୍ପ ଆଜି ହାତକୁ ନେବେ ନାହିଁ । ତା ପରିବର୍ତ୍ତେ , ଏଭଳି କିଛି କରନ୍ତୁ, ଶରୀର ଏବଂ ମନକୁ କ୍ଳାନ୍ତ ଏବଂ ଶକ୍ତିହୀନ କରିବ ନାହିଁ ।

ଧନୁ: ଆଜିର ଦିନ ଭଲରେ ଆରମ୍ଭ ହେବ ଏବଂ ଦିନର ଶେଷ ବେଳକୁ ଖରାପ ଆଡକୁ ଗତି କରିବ । ଦିନର ପ୍ରଥମ ଭାଗରେ, ମନ, ଶରୀର ଏବଂ ମନୋବୃତ୍ତି ଆପଣଙ୍କ ସଂପୁର୍ଣ୍ଣ ନିୟନ୍ତ୍ରଣରେ ରହିବ । ଅବଶ୍ୟ, ଆପଣଙ୍କ ପରିବାରକୁ ବ୍ୟସ୍ତ କରୁଥିବା ସମସ୍ୟା ଆପଣଙ୍କ ମନକୁ ଆନ୍ଦୋଳିତ କରିଦେଇପାରେ। ଆପଣ ସେହି ସବୁ ସମସ୍ୟାକୁ ସଫଳତାର ସହିତ ସମାଧାନ କରିପାରିବେ ।

ମକର: ଜିଭ ଯଦି ଶାନ୍ତ ଥାଏ, ମୁଣ୍ଡ ନିଜର ବିଜ୍ଞତାର ପରିଚୟ ଦେଇଥାଏ । ଆଉ ମଧ୍ୟ, ଆପଣ ଏହି ଭାବନାକୁ ଜୀବନରେ ପ୍ରୟୋଗ କରିବାରେ ସଫଳ ହେବେ । ଆପଣ ପରିବାର ସଦସ୍ୟ ଏବଂ ପ୍ରୀୟଜନଙ୍କ ମଧ୍ୟରେ ହେଉଥିବା ସମସ୍ତ କଳହ ଏବଂ ବାଦ ବିବାଦ ସମାଧାନ କରିବାରେ ସହଜରେ ସଫଳ ହେବେ । ସନ୍ଧ୍ୟାବେଳକୁ, ପରିସ୍ଥିତିରେ ଉନ୍ନତି ହେବ ଏବଂ ଆପଣଙ୍କର ମନ ବ୍ୟାକୁଳତା ଏବଂ ବ୍ୟସ୍ତତାରୁ ନିଜକୁ ମୁକ୍ତି କରିପାରିବ ।

କୁମ୍ଭ: ଆପଣଙ୍କ ଜୀବନର ଆଧାର ଆପଣଙ୍କ ବନ୍ଧୁ ଆଜି ଦିନ ସାରା ଆପଣଙ୍କ ସହ ରହିବେ । ଆଜି ଆପଣ ନିଜ ସୀମିତ କ୍ଷେତ୍ରରୁ ବାହାରି ନୂଆ ପଥ ଗ୍ରହଣ କରିବେ । ଆପଣଙ୍କ ବ୍ୟକ୍ତିଗତ ଜୀବନର ଜୀବନ୍ତ ପାର୍ଶ୍ଵକୁ ଆଗକୁ ଆଣନ୍ତୁ ଓ ଦେଖନ୍ତୁ ଆପଣ ଅନ୍ୟମାନଙ୍କ ଜୀବନରେ କଣ ପରିବର୍ତ୍ତନ ଆଣିପାରୁଛନ୍ତି ।

ମୀନ: ଆପଣ ସମ୍ପର୍କ କ୍ଷେତ୍ରରେ ଖୁସି ପାଇବେ। କାରଣ ଆପଣ ଓ ଆପଣଙ୍କ ଜୀବନସାଥୀ ମଧ୍ୟରେ କିଛି ସାଧାରଣ କଥା ଜଣା ପଡିବ ଓ ଉଭୟଙ୍କ ମଧ୍ୟରେ ଥିବା ପ୍ରଭେଦକୁ ଉଭୟ ଗ୍ରହଣ କରି ବୈବାହିକ ଅବସ୍ଥାକୁ ଉନ୍ନତ କରିବେ । ପ୍ରତି ସମ୍ପର୍କରେ ଆପୋଷ ସମାଧାନ ଓ ସମାଯୋଜନ ବାଧ୍ୟତାମୂଳକ। ସେଥିପାଇଁ ଆପଣଙ୍କ କ୍ଷେତ୍ରରେ ମଧ୍ୟ ତାହା ଲାଗୁ ହେବ କିନ୍ତୁ ଦିନ ଶେଷ ବେଳକୁ ଆପଣଙ୍କ ନିକଟରେ କଣ ଅଛି ତାହାର ଗୁରୁତ୍ଵ ଥାଏ ନା କି ଆପଣ କଣ ହରାଇଛନ୍ତି ।

ABOUT THE AUTHOR

...view details