ମେଷ: ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଭଲ ରହିବ । ପ୍ରିୟଜନଙ୍କୁ ପ୍ରଭାଵିତ କରିବା ପାଇଁ ପ୍ରୟାସ କରିବେ । କୌଣସି କାରଣରୁ ନିଜ ଲୋକ ଓ ବନ୍ଧୁମାନଙ୍କ ନିକଟରେ ଅତ୍ୟଧିକ ଖୁସି ହେବେ ନାହିଁ । ରାତିରେ ସମସ୍ତେ ଏକାଠି ହେବାର ସମ୍ଭାବନା ସହ ନୂଆ ବନ୍ଧୁଙ୍କ ସହ କଥା ହୋଇପାରନ୍ତି । ମାଟିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ଶୁଭଫଳ ପ୍ରାପ୍ତି ହେବ ।
ବୃଷ: ଆଜି କୌଣସି ଅସୁବିଧାରେ ପଡିପାରନ୍ତି । କଠିନ ପରିଶ୍ରମ ପରେବି ଫଳ ମିଳିବ ନାହିଁ । ଧୈର୍ଯ୍ୟହରା ନ ହୋଇ ଶାନ୍ତ ରୁହନ୍ତୁ । ଗାଇକୁ ପାଚିଲା କଦଳୀ ଖାଇବାକୁ ଦିଅନ୍ତୁ । ମୁଣ୍ଡରେ ତିଲକ ଲଗାଇଲେ ଶୁଭଫଳ ପ୍ରାପ୍ତି ହେବ ।
ମିଥୁନ: ମହିଳାଙ୍କ ପାଇଁ ଆଜି ଦିନଟି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ରହିଛି । ନିଜ ଉପରେ ଧ୍ୟାନ ନଦେଇ ପରିବାର ଉପରେ ଧ୍ୟାନ ଦିଅନ୍ତୁ । ସନ୍ତାନର ସ୍ବାସ୍ଥ୍ୟପ୍ରତି ଯତ୍ନବାନ ହୁଅନ୍ତୁ । ଆଜି ପେଟ ରୋଗ ସମସ୍ୟା ଦେଖାଦେଇପାରେ । କିଛି ମିଠା ଖାଦ୍ୟ ଖାଆନ୍ତୁ । ଭ୍ରମଣକୁ ବାରଣ କରନ୍ତୁ । କମଳା ରଙ୍କର ବସ୍ତ୍ର ପରିଧାନ କରନ୍ତୁ, ଶୁଭଫଳ ପ୍ରାପ୍ତି ହେବ ।
କର୍କଟ : ଆଜିର ଦିନରେ ଚିନ୍ତିତ ରହିବେ । ପରିଶ୍ରମ ଅନୁଯାୟୀ ଫଳ ମିଳିବ ନାହିଁ । ଏହିଭଳି ଭାବନା ଯୋଗୁଁ ମନରେ ନିରାଶ ଜାତ ହେବ । କ୍ଲାନ୍ତ ଏବଂ ଶକ୍ତିହୀନ ଅନୁଭବ କରିବେ । ପରିସ୍ଥିତିକୁ ଭଲଭାବେ ମୁକବିଲା କରିବାକୁ ଧୈର୍ଯ୍ୟ ରଖନ୍ତୁ । ଛୋଟ ପିଲାଙ୍କୁ ମିଷ୍ଠାନ ବଣ୍ଟନ କରନ୍ତୁ । ଏହା ଦ୍ବାରା ସମସ୍ୟା ଦୂର ହୋଇପାରେ ।
ସିଂହ: କୌଣସି କଥାକୁ ନେଇ ଚିନ୍ତିତ ରହିବେ । ବ୍ୟବସାୟ, ପାରିବାରିକ ସମସ୍ୟା ଦୂର ହୋଇପାରେ । ସାହାଯ୍ୟ ପ୍ରାପ୍ତି ହେବ । ପରିବାର ସହ ସମୟ ଅତିବାହିତ କରନ୍ତୁ । ଭ୍ରମଣ ସମୟରେ ଧ୍ୟାନ ରଖନ୍ତୁ କେହି ଯେମିତି ଆପଣଙ୍କ ଠାରୁ ଦୂରେଇ ନଯାଆନ୍ତି । ସମସ୍ତଙ୍କ ସହ ସମ୍ପର୍କ ମଜବୁତ ହେବ । ବିବାହ ନେଇ ଖବର ଆସିପାରେ । ମହିଳା ମାନେ ଆଜି ପରିଶ୍ରମୀ ହେବେ । ନାଲି ରଙ୍ଗର ଫୁଲ ଭଗବାନଙ୍କ ନିକଟରେ ଅର୍ପଣ କରନ୍ତୁ ।
କନ୍ୟା : ଆଜିର ସାରାଂଶ ହେଉଛି ''ମିଠା ଏବଂ ମିଠାଭରା'' । ତେଣୁ, ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯଦି ଆପଣ ଅନ୍ୟଲୋକଙ୍କ ଅପେକ୍ଷା ଅଧିକ ମିଠା । ଯାହା ସବୁ ମିଠା, ଆପଣଙ୍କ ଆଜିର କାର୍ଯ୍ୟସାରଣୀରେ ଅଛି । ଭଲ ସଂପର୍କ ରଖିବାର ଲାଭ ଆପଣ ଆଜି ଅନୁଭବ କରିପାରିବେ ଯେତେବେଳେ ଆପଣ ଲୋକମାନଙ୍କ ପ୍ରଶଂସା ପାଇବେ । ନ୍ୟସ୍ତ କରାଯାଇଥିବା କାମ ଆପଣ ସମୟ ପୂର୍ବରୁ ସମାପ୍ତ କରିପାରିବେ ।