ଓଡିଶା

odisha

ETV Bharat / bharat

ଜୁଲାଇ ୨୪ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

By

Published : Jul 24, 2022, 12:00 AM IST

ଜୁଲାଇ ୨୪ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ
ଜୁଲାଇ ୨୪ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

ମେଷ: ଦିନଟି ମଧ୍ୟମ ଧରଣର ରହିବ । ମାନ୍ଦାମାନ୍ଦା ଲାଗିବ । ଆପଣଙ୍କ ସଚେତନତା ହାନି ଯୋଗୁଁ ଖର୍ଚ୍ଚ ବଢିପାରେ । ଆପଣଙ୍କୁ ଦ୍ୱନ୍ଦରେ ପକାଇ ଦେଇପାରେ । ଆର୍ଥିକ ପରିସ୍ଥିତି ତଳକୁ ଖସି ଯିବାର ସମ୍ଭାବନା ଅଛି । ଜଗିରଖି କାମ କରନ୍ତୁ ।

ବୃଷ: ଆଜି ଆପଣ ଭିତରୁ ସୁସ୍ଥ ଏବଂ ଆରାମ ଅନୁଭବ କରିବେ । ଏହା ସକାଳର ଯୋଗ କ୍ଲାସ୍‌ , କିମ୍ବା ନୂଆ ଖାଦ୍ୟାଭ୍ୟାସ ଯୋଗୁଁ ହୋଇପାରେ । ଯଦିଓ ଏଥିପାଇଁ କୌଣସି କାରଣ ଖୋଜିବାର ଆବଶ୍ୟକ ନାହିଁ, କେବଳ ଫଳାଫଳର ମଜା ନିଅନ୍ତୁ । ଆପଣ ସୁସ୍ଥ, ତତ୍ପର, ଖୁସି ଅନୁଭବ କରିବେ । ଏହି ପ୍ରକାର ଆନନ୍ଦ ସଠିକ ସମୟରେ ନିର୍ଦ୍ଦିଷ୍ଟ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ଅନୁମତି ଦେବ ।

ମିଥୁନ: ଆଜି ସାବଧାନତାର ଅଭ୍ୟାସ କରନ୍ତୁ । ଆପଣଙ୍କର ପ୍ରଚଣ୍ଡ କ୍ରୋଧ ଏବଂ ତିକ୍ତ ବଚନ, ବିବାଦ ଏବଂ ଭୁଲ ବୁଝାମଣାର କାରଣ ହୋଇପାରେ । ଧ୍ୟାନ କରନ୍ତୁ ଏବଂ ଆରାମ ଅନୁଭବ କରିବେ । ଆଜି ଦିନର କୁପ୍ରଭାବ ବିଦ୍ୟାର୍ଥୀଙ୍କୁ ହଇରାଣରେ ପକାଇପାରେ । ଆପଣ ନିଜର ଅସ୍ଥିର ମନୋଭାବକୁ ପରିତ୍ୟାଗ କରନ୍ତୁ । ଅପ୍ରତ୍ୟାଶିତ ଭାବେ ଖର୍ଚ୍ଚାନ୍ତ ହୋଇପାରନ୍ତି, ତେଣୁ ନିଜର ଅର୍ଜିତ ଧନପ୍ରତି ସତର୍କ ରୁହନ୍ତୁ ।

କର୍କଟ: ଆପଣଙ୍କର ସକାରାତ୍ମକ ଶକ୍ତି ଶୀଘ୍ର କିଛି ପରିମାଣରେ ଫଳପ୍ରଦ ହେବାକୁ ଯାଉଛି । ଆଜିର କାର୍ଡରେ ବନ୍ଧୁଙ୍କ ସହିତ ସାକ୍ଷାତ ଏବଂ ମୌଜମଜଲିସ୍‍ ଅଛି । ଏକୁଟିଆ ଥିବା ବ୍ୟକ୍ତି ମାନେ ମିଳନ ପାଇଁ ପ୍ରସ୍ତୁତ ହୁଅନ୍ତୁ । କାମାତୁର ହେବାର ସଂଯୋଗ କାର୍ଡରେ ଅଛି ଏବଂ ଆପଣଙ୍କର ଜୀବନ ସାଥୀ ଶୀଘ୍ର ପାଇପାରନ୍ତି । ହଠାତ୍‍ ଆର୍ଥିକ ଲାଭ ଏବଂ ଆୟର ସ୍ରୋତ ରେ ବର୍ଦ୍ଧିତ ହେବ ।

ସିଂହ: ଆପଣ ଖୁସି ଏବଂ ଆନନ୍ଦମୟ ଅନୁଭବ କରିବେ ଯେପରିକି ଚିନ୍ତାର ବାଦଲ ସବୁ ଆପଣଙ୍କ ପାଖରୁ ପଳାଇଯାଇଛି । ଆପଣ ଆପଣଙ୍କ ପରିବାର ସହିତ ଖୁସି ବାଣ୍ଟି ପାରିବେ ଏବଂ ସାନ ଭାଇ ଭଉଣୀମାନଙ୍କ ସହ ଭଲ ସମୟ ବିତାଇ ପାରିବେ ଯାହାକି ଆପଣଙ୍କ ଦିନକୁ ଆହୁରି ଆନନ୍ଦମୟ କରିବ ଆଉ ମଧ୍ୟ ଆପଣ ଗୋଟିଏ ଛୋଟ ଯାତ୍ରାର ଆୟୋଜନ କରିପାରନ୍ତି ତାହା ଆହୁରି ଆନନ୍ଦମୟ ରହିବ ।

କନ୍ୟା: ଏହା ଆପଣଙ୍କ ପାଇଁ ତୀର୍ଥ ସ୍ଥାନକୁ ଯିବା ଏବଂ ତୀର୍ଥ ଭ୍ରମଣ କରିବା ପାଇଁ ଗୋଟିଏ ବଢିଆ ସମୟ । ଆପଣ ଆପଣଙ୍କ ସଂପର୍କୀୟମାନଙ୍କ ଘରକୁ ମଧ୍ୟ ଯାଇପାରନ୍ତି, ଏହା ଆପଣଙ୍କୁ ଅନେକ ମଜା ଦେବ । ମହିଳା ବନ୍ଧୁ ଏବଂ ସଂପକୀୟମାନଙ୍କଠାରୁ ପ୍ରଚୁର ପରିମାଣରେ ଲାଭ ପାଇପାରନ୍ତି ।

ତୁଳା:ଆଜି ଆପଣ ସମସ୍ତ ପ୍ରକାର କଥାବାର୍ତ୍ତା କରିବା ବେଳକୁ ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦିଆଯାଉଛି । ଆପଣ କଥାମାନେ ବ୍ୟକ୍ତିମାନେ ଅଧିକ ଆଶାଖୋର କିମ୍ବା ଅଧିକ କ୍ଷମତା ଯୁକ୍ତ ହୋଇପାରନ୍ତି, ଯାହାକି ଆପଣଙ୍କୁ ବିରକ୍ତିପ୍ରକାଶ କରାଇବ । ସେହି ଅତ୍ୟଧିକ ବିରକ୍ତି ଭାବକୁ ନିୟନ୍ତ୍ରଣରେ ରଖନ୍ତୁ । ଆଉ ମଧ୍ୟ ଆପଣ ବିପ୍ଲବାତ୍ମକ ଭାବନାଠାରୁ ଦୁରରେ ରୁହନ୍ତୁ ।

ବିଛା: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଆଶି ଶୁଭ ଦିନ ନୁହେଁ । ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବେ । ସାବଧାନତା ନହେଲେ ଅସୁବିଧାର ସମ୍ମୁଖୀନ ହେବେ । ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ ।

ଧନୁ: ଏହି ଦିନଟି ଆପଣଙ୍କ ପାଇଁ ଗୋଟିଏ ଆନନ୍ଦମୟର ଦିନ । ଆପଣ ନିଜ ସହ ଏବଂ ଅନ୍ୟମାନଙ୍କ ସହ ମଧ୍ୟ ଖୁସି ଅନୁଭବ କରିପାରନ୍ତି ଏବଂ ସାଧାରଣ ଭାବରେ ଆହି ଆପଣଙ୍କୁ ମିଳୁଥିବା ସମସ୍ତ ପ୍ରକାର ଖୁସିକୁ ଆପଣ ଏକାଠି କରନ୍ତୁ । ପରିବାର ସମସ୍ତ ବିଷୟକୁ ନେଇ ଗୋଟିଏ ଉତ୍ତମ ଦିନ । ଘରେ ପରିବେଶ ବାତାବରଣ ଆନନ୍ଦମୟ ରହିବ, ଯାହାକି ତାହା ଆପଣଙ୍କୁ ଅଧିକ ଖୁସି ଦେବ ।

ମକର: ତାରକାମାନେ ଠିକ୍‌ ସ୍ଥାନରେ ନଥିବା ହେତୁ ଆପଣ ବ୍ୟଥିତରେ ଅଛନ୍ତି । ଆପଣଙ୍କୁ ବ୍ୟଥିତ କରୁଥିବା କାରଣ ପ୍ରତି ଅସଚେତନତା ହୋଇପାରନ୍ତି । ଆପଣଙ୍କର ମାନସିକ ସ୍ତରରେ ଅସ୍ଥିରତା ଦେଖାଦେଇପାରେ । ଏହା ଆପଣଙ୍କର ସିଦ୍ଧାନ୍ତ ନେବା କ୍ଷମତାକୁ ଦୁର୍ବଳ କରିଦେବ । ଆପଣ ଘର କିମ୍ବା ଅଫିସ୍‌ରେ କିଛି ସମସ୍ୟାକୁ ନେଇ ବ୍ୟଥିତ ରହି ପାରନ୍ତି ।

କୁମ୍ଭ: ଆପଣ ଭାବପ୍ରବଣତା ଏବଂ ଅସହାୟତା ଅନୁଭବ କରିବେ । ମାନସିକ ଶାନ୍ତତା ଏବଂ ମନର ସ୍ୱଛତାର ଅଭାବ ଆପଣଙ୍କୁ ଅସୁବିଧା ପକାଇବ । ଛାତ୍ରମାନେ ସେମାନଙ୍କର ପାଠପଢା କାର୍ଯ୍ୟକଳାପରେ ସଫଳତା ଅର୍ଜନ କରିବେ । ସମସ୍ତ ପ୍ରକାର ନିର୍ଦ୍ଦିଷ୍ଟ କାର୍ଯ୍ୟ ସଠିକ୍‌ ସମୟରେ ଶେଷ ହୋଇଯାଇପାରେ । ଫଳରେ ଆପଣ ସାଙ୍କମାନଙ୍କ ମଧ୍ୟରେ ସମ୍ମାନ ରୂପରେ ଲାଭ ପାଇ ପାରିବେ ।

ମୀନ: କୌଣସି ପ୍ରକାର ସାମୁହିକ ସିଦ୍ଧାନ୍ତ ନେବା ପାଇଁ ଆଜି ଦିନଟି ହେଉଛି ଅତି ଉତ୍ତମର ଦିନ । ଆପଣଙ୍କ ପାଖରେ ଅନେକ ପ୍ରକାର ଭାବନା ଅଛି । ଆପଣଙ୍କ କଳ୍ପନା ଶକ୍ତି ସବୁଠାରୁ ଉପରେ, ଏବଂ ଆଲୋଚନା ପ୍ରତି ଆପଣଙ୍କର ପ୍ରଭାବଶୀଳ ଅବଦାନ ଅଛି । ବର୍ତ୍ତମାନ ଆପଣଙ୍କ ପାଖରେ ଥିବା ଆକର୍ଷଣୀୟ ଭାବନା ଭିତରୁ ଆପଣଙ୍କ ସୃଜନଶୀଳ ଭାବନା ଅଧିକ ଲାଭପ୍ରଦ ହେବ ।

ABOUT THE AUTHOR

...view details