ମେଷ: କାର୍ଯ୍ୟାଳୟରେ ଆପଣ ନିଜର ଉପରିସ୍ଥ କର୍ମଚାରୀଙ୍କ ସହ ଗୁରୁତ୍ବପୂର୍ଣ୍ଣ ଆଲୋଚନାରେ ବ୍ୟସ୍ତ ରହିବେ । ଆପଣଙ୍କ ଯୋଜନା ପାଇଁ ସରକାରଙ୍କ ଠାରୁ କିଛି ଅର୍ଥ ମିଳିପାରେ । କାର୍ଯ୍ୟ ପାଇଁ ବିଭିନ୍ନ ସ୍ଥାନକୁ ଗସ୍ତ କରିପାରନ୍ତି । ଘରର ପରିବେଶ ମଧ୍ୟମ ଧରଣର ରହିବ । ନିଜ ଗୃହର ସାଜସଜ୍ଜା ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ନିଜକୁ ବ୍ୟସ୍ତ ରଖିବେ। ଆପଣ କାର୍ଯ୍ୟବ୍ୟସ୍ତତାର ଚାପ ନେଇ ଅସନ୍ତୁଷ୍ଟ ରହିପାରନ୍ତି । ମାଆଙ୍କ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ ।
ବୃଷ: ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ । ବ୍ୟବସାୟୀମାନେ ନୂଆ ବ୍ୟବସାୟ ଆରମ୍ଭ କରି ବିଭିନ୍ନ ଦିଗରେ ନିଜର ଅର୍ଥ ବିନିଯୋଗ କରିବେ ଏବଂ ନିଜ ଭବିଷ୍ୟତ ପାଇଁ ଯୋଜନା ମଧ୍ୟ କରିବେ । ବିଦେଶ ଭ୍ରମଣର ଯୋଗ ଅଛି । କୌଣସି ଧାର୍ମିକ ସ୍ଥାନକୁ ଯାଇ ନିଜର ଆଧ୍ୟାତ୍ମିକ ଭାବକୁ ବୃଦ୍ଧି କରିପାରନ୍ତି । ନିଜର ସ୍ବାସ୍ଥ୍ୟପ୍ରତି ଯତ୍ନ ନିଅନ୍ତୁ । ଆଜି ଆପଣଙ୍କ ଉପରେ କାମର ଚାପ ଅଧିକ ପଡିପାରେ ।
ମିଥୁନ: ଆଜି କିଛି ଅପ୍ରୀତିକର ଘଟଣା ଘଟିପାରେ । ସତର୍କତା ଅବଲମ୍ବନ କରିବାକୁ ପଡିବ । ଶାରୀରିକ ଓ ମାନସିକ ଦୁଶ୍ଚିନ୍ତା ଲାଗିରହିବ। ଏଥିରୁ ମୁକ୍ତି ପାଇବାକୁ ହେଲେ ନିଜର ପସନ୍ଦ ମୁତାବକ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖନ୍ତୁ । ହତୋତ୍ସାହିତ ହୁଅନ୍ତୁ ନାହିଁ । ଖର୍ଚ୍ଚର ପରିମାଣ ବୃଦ୍ଧି ପାଇପାରେ। ନିଜ ମନର ଶାନ୍ତିକୁ ବ୍ୟାହତ ରଖିବାକୁ ହେଲେ ଧ୍ୟାନ ଓ ଯୋଗ କରନ୍ତୁ ।
କର୍କଟ : ଦିନଟିକୁ ବନ୍ଧୁ ଓ ପ୍ରିୟଜନଙ୍କ ଗହଣରେ କାଟିପାରନ୍ତି । ମନୋରଞନ କାର୍ଯ୍ୟରେ ମନୋନିବେଶ କଲେ ଭଲ । ବୃତ୍ତିଗତ ଜୀବନରେ ଅର୍ଥଲାଭ ହୋଇପାରେ । ଆପଣ ନିଜର ଅଂଶୀଦାରଙ୍କଠାରୁ ଉପକୃତ ହେବେ । ଅଳ୍ପଦିନ ପାଇଁ କୌଣସି ସ୍ଥାନକୁ ପରିଭ୍ରମଣରେ ଯାଇ ମନକୁ ଶାନ୍ତି ପ୍ରଦାନ କରିବେ । ସାମାଜିକ ଜୀବନରେ ପ୍ରତିଷ୍ଠିତ ହେବେ ।
ସିଂହ:ଦିନଟି ଅଶାନ୍ତିରେ କଟିବ । ଦୁଃଖ ଦୁର୍ଦ୍ଦଶା ଭୋଗିବାଯୋଗୁଁ ମନ ଭାରାକ୍ରାନ୍ତ ହେବ । କୌଣସି କାରଣରୁ କାର୍ଯ୍ୟ କରିବାବେଳେ ଅସୁବିଧାରେ ପଡିପାରନ୍ତି । କାର୍ଯ୍ୟାଳୟରେ ନିଜର ସହକର୍ମୀଙ୍କ ଠାରୁ ସହଯୋଗ ମିଳିବ ନାହିଁ । ନିଜର ବରିଷ୍ଠ ଅଧିକାରୀଙ୍କ ସହ କଥାବାର୍ତ୍ତା ହେଲାବେଳେ ସଞ୍ଜମତା ରଖନ୍ତୁ। କଠିନ ପରିଶ୍ରମ କରିଥିବା କାର୍ଯ୍ୟରେ ସାମାନ୍ୟ ସଫଳତା ମିଳିପାରେ ।
କନ୍ୟା: ଆଜି ଦିନଟି ଛାତ୍ରଙ୍କ ପାଇଁ ସଂଘର୍ଷପୂର୍ଣ୍ଣ ଅଟେ । ନିଜର ସନ୍ତାନମାନଙ୍କୁ ନେଇ ଚିନ୍ତାରେ ରହିବେ। ଅର୍ଥ ଲଗାଣକାରୀ ସଂସ୍ଥା କିମ୍ବା ବାଜିରେ ଲଗେଇଥିବା ସଂସ୍ଥାରୁ କିଛି ନ ମିଳିବା ନେଇ ହତୋତ୍ସାହିତ ହୋଇପାରନ୍ତି। ମାନସିକ ଅଶାନ୍ତିରେ ଦିନଟି ଅତିବାହିତ ହେବ । କୌଣସି ଆଲୋଚନାରେ ଅଂଶଗ୍ରହଣ କରନ୍ତୁ ନାହିଁ ।