ଓଡିଶା

odisha

ETV Bharat / bharat

ଆଜି ଦିନଟି ଦୁଃଖମୟ ରହିବ, ଶରୀର ପ୍ରତି ଯତ୍ନବାନ ହୁଅନ୍ତୁ ଏହି ରାଶିର ବ୍ୟକ୍ତି

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

horoscope
horoscope

By ETV Bharat Odisha Team

Published : Nov 24, 2023, 12:05 AM IST

ମେଷ: ଅଳ୍ପ ସମୟ ଭିତରେ ଅଧିକା ଲାଭ ପାଇଁ ଆପଣ ଲୋଭି ନ ହେବା ନେଇ ପରାମର୍ଶ ଦିଆଯାଇଛି । ନହେଲେ ଆପଣ ଅସୁବିଧାରେ ପଡିପାରନ୍ତି । ସମସ୍ତ ପ୍ରକାର ଆଇନ୍‌ଗତ କାର୍ଯ୍ୟକଳାପରୁ ଦୁରେଇ ରୁହନ୍ତୁ । ଆର୍ଥିକ କାରବାର କରିବାବେଳେ ସାବଧାନତା ଅବଲମ୍ବନ କରିବେ । ଆଜି ଆପଣଙ୍କର ଏକାଗ୍ରତାରେ ହାନି ହୋଇପାରେ । ଫଳରେ ଆପଣ ଆପଣଙ୍କର କାର୍ଯ୍ୟର ଅତି ଉତ୍ତମ ପ୍ରଦର୍ଶନ କରିପାରିବାରେ ସକ୍ଷମ ହୋଇ ନ ପାରନ୍ତି ।

ବୃଷ: ଆଜି ଆପଣଙ୍କୁ ଦୁଇ ପ୍ରକାରର ସ୍ୱାଦ ଚାଖିବାକୁ ପଡିପାରେ। ଦିବସର ପ୍ରଥମାର୍ଦ୍ଧରେ ଆପଣ ସାମାଜିକ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିବେ। ବ୍ୟବସାୟୀ ବନ୍ଧନରେ ବାନ୍ଧି ହୋଇପାରନ୍ତି। ବନ୍ଧୁ ଓ ପରିବାର ସଦସ୍ୟଙ୍କ ସହ ବଣଭୋଜି କରିବାକୁ ଯାଇ ମୌଜ ମଜଲିସରେ ସମୟ କାଟିପାରନ୍ତି।ବେଶେଷତଃ ପିଲାମାନଙ୍କ ସହ ମିଶି ଆପଣ ଅଧିକ ଉତ୍‍ଫୁଲ୍ଳିତ ହେବେ। ଦିବସର ଦ୍ୱିତୀୟାର୍ଦ୍ଧରେ ଗ୍ରହମାନଙ୍କର ଶୁଭଫଳ ଅଭାବରୁ ଆପଣଙ୍କର ଶାରୀରିକ ଅସୁସ୍ଥତା ଦେଖାଦେଇପାରେ । ଆପଣ ନିଜକୁ ଦୁର୍ବଳ ଓ ଶିଥିଳ ଅନୁଭବ କରିବେ । ଉତ୍କଣ୍ଠା ବୃଦ୍ଧି ପାଇପାରେ । ପରିବାରର ସଦସ୍ୟଙ୍କ ସହ ମନୋମାଳିନ୍ୟ ପରିବାରର ବାତାବରଣକୁ ନଷ୍ଟ କରିପାରେ। ଏହି ପରିସ୍ଥିତିରୁ ନିଜକୁ ରକ୍ଷା କରିବା ପାଇଁ ଏବଂ ଶାନ୍ତ ବାତାବରଣକୁ ପୁନର୍ବାର ଫେରାଇ ଆଣିବାକୁ ଆପଣ ନିଜର କ୍ରୋଧରେ ସଞ୍ଜମତା ରଖନ୍ତୁ । ଖର୍ଚ୍ଚର ପରିମାଣ ବୃଦ୍ଧି ପାଇପାରେ। କୌଣସି ପ୍ରକାରର କାର୍ଯ୍ୟକଳାପରେ ସତର୍କତା ଅବଲମ୍ଵନ କରିବା ଉଚିତ୍‍ ।

ମିଥୁନ: ଆଜି ଦିନଟି ଉତ୍ତମ ଫଳାଫଳ ସହିତ ଘଟଣାପୂର୍ଣ୍ଣ ରହିବ । କାର୍ଯ୍ୟସ୍ଥଳରେ ସିନିଅର୍‌ମାନେ ଆପଣଙ୍କ ଉପରେ ଖୁସି ହୋଇପାରନ୍ତି । ଏହା ପରିବେଶକୁ ଆପଣଙ୍କ ପାଇଁ କାର୍ଯ୍ୟ ଅନୁକୂଳ କରିପାରେ । ଏହି ସମୟରେ ବ୍ୟବସାୟରେ ଥିବା ବ୍ୟକ୍ତିମାନଙ୍କ ପାଇଁ କେବଳ ଯେ ଲାଭ ବଢିବ ତାହା ନୁହେଁ ଏହା ଆପଣଙ୍କର ବାକି ପଡିଥିବା ପଇସାକୁ ରିକଭର୍ କରିବ ।

କର୍କଟ: ଦିନର ପ୍ରଥମ ଅଧକରେ ଆପଣ ଅଧିକ ଚିନ୍ତାରେ ରହିପାରନ୍ତି । ଆପଣ କାର୍ଯ୍ୟ କ୍ଷେତ୍ରରେ ଅସ୍ଥାୟୀ ଭାବରେ ଅସୁବିଧାରେ ପଡି ପାରନ୍ତି । ଏହା ଆପଣଙ୍କୁ ବିରକ୍ତିକର କରିଦେଇପାରେ । କାହାରି ସହିତ ବିଶେଷ କରି ଆପଣଙ୍କ ସିନିଅର୍‌ଙ୍କ ସହ କାର୍ଯ୍ୟ କ୍ଷେତ୍ରରେ ସମ୍ପୂର୍ଣ୍ଣ ବିବରଣୀ ଦେଇ କଥାବାର୍ତ୍ତା କରନ୍ତୁ ନାହିଁ । ଆପଣ ଆପଣଙ୍କ ପେଶାଗତ ସଂପର୍କ ହରାଇ ପାରନ୍ତି । ଅବଶ୍ୟ ଦିନର ଶେଷ ଆଡକୁ ଏହି ପରିସ୍ଥିତି ବଦଳିଯାଇପାରେ ।

ସିଂହ: ଆଜି ଦିନଟି ଦୁଃଖମୟ ରହିବ । ଆପଣଙ୍କ ଶରୀର,ରାଗ ଏବଂ କଥା ପ୍ରତି ଯତ୍ନବାନ ହୁଅନ୍ତୁ । ପରିବାର ଭିତରେ ଦ୍ୱନ୍ଦର ଆଶଙ୍କା ଅଛି । ତେଣୁ ପରିସ୍ଥିତିକୁ ବିଜ୍ଞତାର ସହିତ ଶାନ୍ତ ରହି ହ୍ୟାଣ୍ଡେଲ୍‌ କରନ୍ତୁ । ଯଦି ସମ୍ଭବ ବେଆଇନ୍‌ କାର୍ଯ୍ୟକଳାପ କିମ୍ବା ଅନୈତିକ କାର୍ଯ୍ୟଠାରୁ ଦୂରେଇ ରୁହନ୍ତୁ । ଯାହାକି ଆପଣଙ୍କୁ ହଇରାଣରେ ପକାଇ ଦେଇପାରେ । ଆପଣଙ୍କ ସହ କଥାବାର୍ତ୍ତା ଏକ ଗଭୀର ଯୁକ୍ତିତର୍କ ଆଡକୁ ବାଟ ଦେଖେଇଥାଏ ।

କନ୍ୟା: ଆପଣ ନିଜକୁ କଳା ଜଗତରେ ସକ୍ରିୟ ଭାବରେ ବ୍ୟସ୍ତ ରଖିବେ । ସାମାଜିକ ଜୀବନରେ ବହୁ ଅନୁଷ୍ଠାନ ସହିତ ଜଡିତ ରହି ସମୟ କାଟିବେ । ଏହାଦ୍ୱାରା ଆପଣଙ୍କ ସମ୍ମାନ ବୃଦ୍ଧି ପାଇବା ସହିତ ସ୍ୱୀକୃତି ମିଳିପାରେ । ଆପଣଙ୍କ ବୃତ୍ତିରେ ଆପଣଙ୍କ ଅଂଶୀଦାର ବ୍ୟବସାୟୀମାନେ ଆପଣଙ୍କ ଆଡକୁ ସହଯୋଗର ହାତ ବଢାଇବେ । ଆପଣ ଅର୍ଥଲାଭ କରିବେ । ଆଜି ଆପଣ ଦିନର ଅଧିକାଂଶ ସମୟ ମନୋରଞ୍ଜନ ଓ ଆମୋଦ ପ୍ରମୋଦରେ କାଟିପାରନ୍ତି । ମଧ୍ୟାହ୍ନ ପରେ ଆପଣଙ୍କର ସ୍ୱାସ୍ଥ୍ୟର ଅବନତି ମଧ୍ୟ ଘଟିପାରେ । ତେଣୁ ଶରୀର ପ୍ରତି ଯତ୍ନବାନ ହୁଅନ୍ତୁ। ଧ୍ୟାନ, ପ୍ରାର୍ଥନା ଓ ଯୋଗ କଲେ ମାନସିକ ଶାନ୍ତି ପାଇବେ ।

ତୁଳା:ଆଜି ଦିନଟି ଶୁଭଫଳ ପ୍ରଦାନ କରିବ। ଆପଣ ନିଜର ଆତ୍ମବିଶ୍ୱାସ ଓ ଦୃଢ ମନୋବଳ ଯୋଗୁଁ ସବୁ କାର୍ଯ୍ୟରେ ସଫଳତା ଅର୍ଜନ କରିବେ । ମାତ୍ର ଆପଣ ଅତ୍ୟଧିକ ଖୁସି ହୁଅନ୍ତୁ ନାହିଁ । କାରଣ ଏହା ଆପଣଙ୍କ ପାଇଁ ହାନିକାରକ ହୋଇପାରେ। ପାରିବାରିକ ପରିବେଶ ଶାନ୍ତ ଓ ପ୍ରୀତିଦାୟକ ହୋଇପାରେ । ମାତ୍ର ଆପଣ ନିଜର ଉତ୍ତେଜନା ଓ ବାର୍ତ୍ତାଳପର ଶୈଳୀକୁ ଆୟତ୍ତ ରଖିବାକୁ ଚେଷ୍ଟା କରନ୍ତୁ । ଆଜି ଦିନଟି ଶିଳ୍ପୀମାନଙ୍କ ନିମନ୍ତେ ସର୍ବୋତ୍କୃଷ୍ଟ ଦିନ । ସେମାନେ ନିଜର ଆକର୍ଷଣୀୟ କଳାକୃତ୍ତିକୁ ଦର୍ଶକଙ୍କ ନିକଟରେ ପ୍ରଦର୍ଶନ କରି ନିଜକୁ ଗୌରବନ୍ୱିତ ମନେ କରିପାରନ୍ତି । ବନ୍ଧୁମାନଙ୍କ ଗହଣରେ ଆପଣ ଦିବସଟିକୁ ଆମୋଦ ପ୍ରମୋଦରେ ସମୟ କାଟିବେ।

ବିଛା: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଙ୍କର ଅଟେ। ଆପଣ ନିଜେ ସାହିତ୍ୟ ପ୍ରତି ଆକୃଷ୍ଟ ହୋଇ ଦିବସଟିର ଅଧିକାଂଶ ସମୟ ପୁସ୍ତକ-ଜଗତରେ କଟାଇବେ । ଯେଉଁ ବିଦ୍ୟାର୍ଥୀମାନେ ଶିକ୍ଷା ଜଗତରୁ ବିଦାୟ ନେଇ ସାରିଛନ୍ତି, ସେହିମାନଙ୍କ ପାଇଁ ଏହା ଶୁଭ ସଂକେତ ଅଟେ । ଗ୍ରହମାନଙ୍କ ଶୁଭ ଦୃଷ୍ଟିରୁ ପୁଞ୍ଜି ଲଗାଣକାରୀମାନେ ଆଜି ଯାହାକୁ ସ୍ପର୍ଶ କରିବେ, ତାହା ସ୍ୱର୍ଣ୍ଣରେ ପରିଣତ ହୋଇପାରେ । ଦିନତମାମ ଆପଣ ନିଜର ଆତ୍ମବିଶ୍ୱାସ ଓ ଦୃଢ ମନୋବଳ ଥିବାରୁ ଯେ କୌଣସି କାର୍ଯ୍ୟକୁ ବିନା ପ୍ରତିବନ୍ଧକରେ ସମ୍ପୂର୍ଣ୍ଣ କରିପାରନ୍ତି | ଶାରୀରିକ ସୁସ୍ଥତା ବଜାୟ ରହିବ । ଆଜି ଆପଣ ଧୈର୍ଯ୍ୟ ଧରି ଶୁଭ ସମୟକୁ ଅପେକ୍ଷା କରନ୍ତୁ ।

ଧନୁ: ଆଜି ଆପଣ ନିଜେ ଜାଗ୍ରତ ପ୍ରହରୀ ରୂପେ କାର୍ଯ୍ୟ କରିବାକୁ ପଡିବ। ଆପଣଙ୍କ ମାତାଙ୍କର ଶାରୀରିକ ଅସୁସ୍ଥତା, ପରିବାରରେ ଅଶାନ୍ତ ପରିବେଶ ଆପଣଙ୍କ ମନକୁ ଭାରାକ୍ରାନ୍ତ କରିବ । ତେଣୁ ଧୈର୍ଯ୍ୟ ଧରି ଶୁଭ ସମୟକୁ ଅପେକ୍ଷା କରନ୍ତୁ । ନଚେତ୍‍ ଏହାର କୁପ୍ରଭାବ ଆପଣଙ୍କ ମନ ଓ ଶରୀରକୁ ଅସୁସ୍ଥ କରିପାରେ। ଆର୍ଥିକ କ୍ଷତି ସହିବାକୁ ପଡିପାରେ । ମଧ୍ୟାହ୍ନପରେ ପରିବେଶ ଶାନ୍ତ ହୋଇପାରେ ଏବଂ ମାନସିକ ଦୁଃଶ୍ଚିନ୍ତାରୁ ଆପଣ ମୁକ୍ତି ହୋଇପାରନ୍ତି । ଆପଣ ନିଜକୁ ସୃଜନଶୀଳ କାର୍ଯ୍ୟରେ ଲିପ୍ତ ରହିବାକୁ ଆଗ୍ରହାନ୍ୱିତ ହୋଇପାରନ୍ତି । ଆପଣଙ୍କ ଶାରୀରିକ ସୁସ୍ଥତା ବଜାୟ ରହିବ। ବିଦ୍ୟାର୍ଥୀଙ୍କ ନିମନ୍ତେ ଦିନଟି ଅତ୍ୟନ୍ତ ଶୁଭଫଳଦାୟକ ଅଟେ ।

ମକର: ଦିବସର ପ୍ରଥମାର୍ଦ୍ଧରେ ଖୁସିର ଲହର ଖେଳିବା ବେଳେ ଦ୍ୱିତୀୟାର୍ଦ୍ଧରେ କିଛି ଅସୁବିଧା ଘଟିପାରେ । ପରିବାରର ପରିବେଶ ଶାନ୍ତ ଓ ପ୍ରୀତିପଦ ଥିବାରୁ ଆପଣ ଥଟ୍ଟା ତମସା ଓ ମୌଜ ମଜଲିସରେ ସେମାନଙ୍କର ସହ ସମୟ କାଟିବାକୁ ଚେଷ୍ଟା କରିବେ । ସାମାଜିକ କ୍ଷେତ୍ରରେ ବନ୍ଧୁବାନ୍ଧବଙ୍କ ସହ ଆତ୍ମୀୟତା ବୃଦ୍ଧି ପାଇବ। ବ୍ୟକ୍ତିଗତ ଜୀବନରେ ଆପଣଙ୍କ ଦକ୍ଷତା ଓ କର୍ମ କୁଶଳତା ପ୍ରଦର୍ଶିତ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବେ । ପ୍ରତିଦ୍ୱନ୍ଦୀଙ୍କୁ ପରାଜିତ କରିବେ। ମାତ୍ର ଅପରାହ୍ନରେ ପରିସ୍ଥିତିର ପରିବର୍ତ୍ତନ ଘଟିପାରେ। ଏକ ଦୁର୍ଘଟଣା ଘଟି ଜଣେ ପ୍ରିୟଜନ ଆଘାତ ହୋଇପାରନ୍ତି । ମାତ୍ର ନିଜର ସାହସୀ ମନକୁ ଦୁର୍ବଳ ହେବାକୁ ଦିଅନ୍ତୁ ନାହିଁ । ଆପଣଙ୍କ ମାତାଙ୍କର ଶାରୀରିକ ଅସୁସ୍ଥତା ଯୋଗୁଁ ଆପଣ ଚିନ୍ତାଗ୍ରସ୍ତ ରହିବେ। ସ୍ଥାବର ସମ୍ପତ୍ତି ସମ୍ପର୍କିତ ଘଟଣାରେ ଆପଣ ସତର୍କତା ଅବଲମ୍ଵନ କରନ୍ତୁ ।

କୁମ୍ଭ: ଆଜି ଦିନଟି ଆପଣଙ୍କ ପାଇଁ କଷ୍ଟଦାୟକ ହୋଇପାରେ। ଆଜି ଆପଣ ନିଜର ଉତ୍ତେଜିତ ମନକୁ ନିୟନ୍ତ୍ରଣ ନ କଲେ ଆପଣଙ୍କୁ ନିଜ ଗୃହରେ ଏବଂ ଅଫିସରେ ଏହାର ପ୍ରଭାବ ଅନୁଭୂତ ହେବ। ବାର୍ତ୍ତାଳାପ କରିବା ପୂର୍ବରୁ ନିଜକୁ ସମିକ୍ଷା କରନ୍ତୁ। କାରଣ କୌଣସି ଅପ୍ରିତିକର ପରିସ୍ଥିତିକୁ ନିଜର ମଧୁର ବଚନରେ ସମାଧାନ କରିପାରିବେ। ଦିବସଟିର ଅଶାନ୍ତ ପ୍ରବାହ ଆପଣଙ୍କର ମନକୁ ଭାରାକ୍ରାନ୍ତ କରିପାରେ। ଅପରାହ୍ନରେ ଅବସ୍ଥାରେ ପରିବର୍ତ୍ତନ ଘଟିପାରେ । ଗୃହରେ ଶାନ୍ତ ପରିବେଶ ଜାରି ରହିବ ଏବଂ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣ ସୃଷ୍ଟି ହେବ । ବୃତ୍ତିଗତ ଜୀବନରେ ସଫଳତାର ସହ ଆପଣ ନିଜ ଉପରେ ନିତ୍ୟ କର୍ମକୁ ସମ୍ପୂର୍ଣ୍ଣ କରି ଆତ୍ମସନ୍ତୋଷ ଲାଭ କରିବେ ।

ମୀନ: ଆଜି ଆପଣଙ୍କର ଅନୁକୂଳ ବାତାବରଣ ଦେଖାଦେବ । ତେଣୁ ଆପଣ ଅତ୍ୟନ୍ତ ଆନନ୍ଦ ଏବଂ ଆଗ୍ରହୀ ଅନୁଭବ କରିବେ । ଏହା ହେଉଛି ନୂତନ କାର୍ଯ୍ୟ ଆରମ୍ଭ କରିବାର ଉପଯୁକ୍ତ ମନୋଭାବ ଏବଂ ସମୟ । ଘରେ ଆପଣ ଆପଣଙ୍କ ନିଜ ଲୋକମାନଙ୍କ ସହ ଭଲ ଭାବରେ ସମୟ ବିତାଇବେ । ଆଉ ମଧ୍ୟ ଆପଣ ମନର ଶାନ୍ତି ପାଇଁ କିଛି ଧର୍ମାର୍ଥ କାର୍ଯ୍ୟ କରିପାରନ୍ତି । କିନ୍ତୁ ଧ୍ୟାନ ରଖନ୍ତୁ ଆପଣଙ୍କ ଖର୍ଚ୍ଚ ଯେପରି ଅତ୍ୟଧିକ ହୋଇ ନଯାଏ ।

ABOUT THE AUTHOR

...view details