ମେଷ: ଆଜି ଏକ ବଢିଆ ଦିନ ଅଟେ । ସାଙ୍ଗସାଥିଙ୍କ ସହିତ ତୁମର ସଂପର୍କ ଅତିବଢିଆ ରହିବ, ଏବଂ ସେମାନଙ୍କ ଅନ୍ତରରେ ତୁମକୁ ସାହାଯ୍ୟ କରିବାପାଇଁ ଇଛା ସୃଷ୍ଟି କରିପାରିବ। ଜଗିରଖି ଖର୍ଚ୍ଚ କରନ୍ତୁ, ଅଧିକ ପ୍ରାଚୁର୍ଯ୍ୟରେ ଖର୍ଚ୍ଚ କରନ୍ତୁ ନାହିଁ । କୌଣସି ନମିଳିବା ସ୍ଥାନରୁ ଆର୍ଥିକ ଲାଭର ସମ୍ଭାବନା ଅଛି। ନକ୍ଷତ୍ର ମାନଙ୍କର ଏହି ଚମତ୍କାର ସଂଯୋଗ ତୁମର ଆନନ୍ଦର କାରଣ ହେବ। ପିଲାମାନେ ମଧ୍ୟ ଅନେକ ସାହାଯ୍ୟ କରିବେ।
ବୃଷ: ଆଜି ସାମାଜିକ ଏବଂ ସାର୍ବଜନୀନ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିବ । ପାରିବାରିକ ଏବଂ ଦାମ୍ପତ୍ୟ ଜୀବନରେ ସୁଖ ଏବଂ ତୃପ୍ତି ରହିବ । ଦିନସାରା ରୋମାଣ୍ଟିକ୍ ରହିବ । ପ୍ରେମ ଜୀବନରେ ତୁମେ ସଫଳତା ପାଇବ । ଜୀବନସାଥୀ ସହିତ ସମନ୍ୱୟ ଭଲ ହେବ । ଆପଣ ମଜା ଏବଂ ମନୋରଞ୍ଜନରେ ବ୍ୟସ୍ତ ରହିପାରନ୍ତି । ବ୍ୟବସାୟରେ ସହଭାଗୀତା କାର୍ଯ୍ୟରୁ ଲାଭ ମିଳିବ । ଚାକିରିଆ ଲୋକମାନଙ୍କୁ ତାଙ୍କ ଅଧିକାରୀମାନେ ପ୍ରଶଂସା କରିବେ।
ମିଥୁନ: ଆପଣଙ୍କ ମନ ଚିନ୍ତାରେ ପୁରି ରହିବ । କାମରେ ମନ ଲଗାଇବା ଦ୍ବାରା ଅସହାୟ ମନେ କରିବେ । ବ୍ୟର୍ଥ ଖର୍ଚ୍ଚ ହେବ । ସାଙ୍ଗ ସାଥିମାନେ ଅସୁବିଧାର କାରଣ ହେବେ । ପିଲାମାନଙ୍କ ଚିନ୍ତାରେ ବ୍ୟସ୍ତ ରହିବେ । ବ୍ୟର୍ଥ କାର୍ଯ୍ୟରେ ବ୍ୟସ୍ତ ରହିବେ । ଅଫିସ କାମରେ ଦୁଃଖ ପାଇବେ ।
କର୍କଟ: ଆଜି ତୁମର ଦିନଟି ଦୁଃଖ ପୂର୍ଣ୍ଣ ହେବ । ଅସ୍ତ୍ରୋପଚାର ହେବ । ନିଜର ଦକ୍ଷତା ଉପରେ ଭରସା ରଖ । ଅସାମାଜିକ କାର୍ଯ୍ୟରୁ ଦୂରେଇ ରହନ୍ତୁ । ଚିନ୍ତା ମଗ୍ନ ରହିବା ସହିତ ଭଲରେ ଶୋଇପାରିବେ ନାହିଁ । ହୃଦ ଯନ୍ତ୍ରଣା ହୋଇପାରେ ।
ସିଂହ: ଗତକାଲିପରି ଆଜି ମଧ୍ୟ ଆପଣଙ୍କ ଦିନଟି ସେତେ ଭଲରେ କଟିବ ନାହିଁ । ସାଙ୍ଗ ହୋଇ କରୁଥିବା ବ୍ୟବସାୟରେ ବନ୍ଧୁଙ୍କ ରୁକ୍ଷ ବ୍ୟବହାର ମନକୁ ଅଶାନ୍ତ କରିପାରେ । ନିଜର ବିଶ୍ୱାସରେ ଅନ୍ୟକୁ ସରଳ ଭାବି ରହିଗଲେ ତାହା ନିଜପାଇଁ ହାନିକାରକ ବୋଲି ସାବ୍ୟସ୍ତ ହୋଇପାରେ । ନିଜର ସ୍ୱାସ୍ଥ୍ୟ ଭଲ ରହିବ, ମାତ୍ର ପତ୍ନୀଙ୍କ କ୍ଷେତ୍ରରେ ବିପରୀତ ଦେଖାଦେଇପାରେ ।
କନ୍ୟା:ଆଜି ଦିନଟି ଶୁଭଙ୍କର ଅଟେ । ପରିବାରର ସଦସ୍ୟ ଏବଂ ବନ୍ଧୁବାନ୍ଧବଙ୍କ ଗହଣରେ ଆମୋଦ ପ୍ରମୋଦରେ ସୁଅ ଛୁଟିବ। ଶାନ୍ତ ପରିବେଶ ମଧ୍ୟରେ ଆପଣଙ୍କ ମନ ପ୍ରଫୁଲ୍ଲ ରହିବ । ଶରୀର ପୂର୍ବାବସ୍ଥା ଠାରୁ ଆହୁରି ଭଲ ରହିବ । ଆର୍ଥିକ ଅବସ୍ଥା ଅତି ସ୍ୱଛଳ ସାମାଜିକ ଜୀବନରେ ପ୍ରତିଷ୍ଠିତ ହୋଇପାରନ୍ତି । ସହକର୍ମୀ ମାନଙ୍କ କାର୍ଯ୍ୟରେ ସହଯୋଗ କରିବେ ।
ତୁଳା: ଆଜି ଦ୍ୱନ୍ଦ୍ୱରେ ରହିବେ । ମନରେ ନକାରାତ୍ମକ ଭାବନା ହେତୁ ଭୟ ରହିବ । ପରିବାର ସଦସ୍ୟଙ୍କ ସହିତ ମତଭେଦ କିମ୍ବା ବିବାଦ ହୋଇପାରେ । ଭୁଲ ବାଟରେ ଖର୍ଚ୍ଚ ହେବାର ସମ୍ଭାବନା ଅଛି । ଛାତ୍ରମାନେ ଅଧ୍ୟୟନରେ ଏକାଗ୍ର ହୋଇପାରିବେ ନାହିଁ । କାହା ସହିତ କୌଣସି ବିବାଦ କିମ୍ବା ଆଲୋଚନାରେ ପ୍ରବେଶ କରନ୍ତୁ ନାହିଁ । ଯାତ୍ରା ସମ୍ଭବତଃ । ଆପଣ ଆମଦାନୀ-ରପ୍ତାନିରେ ଲାଭ ପାଇପାରନ୍ତି । ମଧ୍ୟାହ୍ନ ପରେ ପରିସ୍ଥିତିରେ ପରିବର୍ତ୍ତନ ଆସିବ ଏବଂ ପତି-ପତ୍ନୀଙ୍କ ସହ ପୁରୁଣା ବିବାଦର ସମାଧାନ ହେବ । ସ୍ୱାସ୍ଥ୍ୟ ଭଲ ରହିବ ।
ବିଛା: ପାରିବାରିକ ଜୀବନରେ ସୁଖଶାନ୍ତି ଫେରିଆସିପାରେ । ଦିନଟି ସୁଖରେ କାଟିବାକୁ ହେଲେ ଧର୍ମପତ୍ନୀଙ୍କସହ ଆପୋଷ ବୁଝାମଣା କରିବାକୁ ପଡିପାରେ । ତେଣୁ କୌଣସି ନାଟକୀୟ ଢଙ୍ଗରେ ଗୃହରେ ସୁସ୍ଥ ବାତାବରଣ ସୃଷ୍ଟି କରନ୍ତୁ । ଆଜି ଦିନଟି ଶରୀର ଓ ମନକୁ ବିଶ୍ରାମ ଦିଅନ୍ତୁ । ନିଜକୁ ଏପରି ଘଟଣାରେ ସଂଶ୍ଲିଷ୍ଟ କରନ୍ତୁ ନାହିଁ ଯାହା ଆପଣଙ୍କ ସମ୍ମାନ ଓ ଧନ ହାନି କରାଇବ । ଭାବିଚିନ୍ତି କାର୍ଯ୍ୟକଲେ ଏପରି କାର୍ଯ୍ୟରେ ଠକିଯିବେନି ।
ଧନୁ: ଆଜି କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାକୁ ସକ୍ଷମ ହେବେ । ବନ୍ଧୁ ଏବଂ ପ୍ରିୟଜନଙ୍କ ସହିତ ସାକ୍ଷାତ କରିବା ଆନନ୍ଦଦାୟକ ହେବ । ଏକ ସ୍ବଳ୍ପ ଯାତ୍ରା ଆୟୋଜିତ ହୋଇପାରେ । ଭାଇମାନଙ୍କ ସହିତ ସମ୍ପର୍କରେ ଘନିଷ୍ଠତା ରହିବ । ମଧ୍ୟାହ୍ନ ପରେ, ଅପ୍ରୀତିକର ଘଟଣା ହେତୁ ମନ ଅସୁସ୍ଥ ରହିବ । ଆର୍ଥୀକ କ୍ଷେତ୍ରରେ ଅଧିକ ଖର୍ଚ୍ଚାନ୍ତ ହେବେ । ସ୍ଥାୟୀ ସମ୍ପତ୍ତି ଦସ୍ତାବିଜରେ ଦସ୍ତଖତ କରିବା ସମୟରେ ସତର୍କ ରୁହନ୍ତୁ । ମା’ଙ୍କ ସ୍ବାସ୍ଥ୍ୟ ବିଷୟରେ ଚିନ୍ତା ହେବ ।
ମକର:ଅର୍ଥ ଲଗାଣକାରୀ ସଂସ୍ଥାରେ ଅର୍ଥ ବିନିଯୋଗ କରି ଲାଭବାନ ହେବେ । ପାରିବାରିକ ଜୀବନରେ ଟିକିଏ ବ୍ୟତିକ୍ରମ ଦେଖାଦେଇପାରେ ଯାହାଦ୍ୱାରା ଆପଣ ନିଜକୁ ନ୍ୟୁନ ମନେ କରିବେ । ମହିଳା ମାନେ ଘରକାମରେ ଅକ୍ଲାନ୍ତ ପରିଶ୍ରମ କରି ନିଜକୁ ଗୌରବାନ୍ୱିତ ମନେ କରିବେ । ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜି ଦିନଟି ଶୁଭଙ୍କର ନୁହେଁ ।
କୁମ୍ଭ: ଆଜି ଦିନଟି ଏକ ଭାଗ୍ୟଶାଳୀ ଦିବସ ଅଟେ । ବ୍ୟବସାୟରୁ ଅତ୍ୟନ୍ତ ଆର୍ଥିକ ସହାୟତା ମିଳିପାରେ । ଦିନଟି ନିଜର ବ୍ୟବସାୟୀ ବୁଦ୍ଧିକୁ ଖଟାଇ ମନୋରମ କରିପାରିବେ । ପ୍ରିୟଜନଙ୍କ ଠାରୁ ଉପହାର ପାଇ ନିଜକୁ ଭାଗ୍ୟଶାଳୀ ମନେ କରିବେ । ଶରୀର ସୁସ୍ଥ ରହିବ, ଅବସର କାଳୀନ ଯାତ୍ରା ବନ୍ଧୁମେଳରେ ଖୁସିର ଲହରୀ ସୃଷ୍ଟି କରିବ । ବ୍ୟବସାୟ ସଂକ୍ରାନ୍ତୀୟ ଏକ ବନ୍ଧୁ ମିଳନରେ ଆମୋଦ ପ୍ରମୋଦ କରିପାରନ୍ତି ।
ମୀନ: ଆଇନ ସମ୍ପର୍କୀୟ ଘଟଣାରୁ ନିଜକୁ ଦୁରେଇ ରହନ୍ତୁ । କମ ସମୟରେ ଉପକୃତ ଆର୍ଥିକ ଯୋଜନା ପଛରେ ଧାଇଁବା ଉଚିତ ନୁହେଁ । କୌଣସି ଆଲୋଚନାରେ ଭାଗ ନିଅନ୍ତୁ ନାହିଁ । ଆପଣ ଘର ଓ ପ୍ରିୟଜନଙ୍କ ଠାରୁ ଦୁରେଇ ଯିବାଦ୍ୱାରା ମନରେ ଅଶାନ୍ତି ସୃଷ୍ଟି ହୋଇପାରେ । ଅର୍ଥ ଲଗାଣକାରୀ ସଂସ୍ଥାରେ ଅର୍ଥ ଲଗାଇବା ଅନୁଚିତ ।