ମେଷ:ଦିନଟି ମଧ୍ୟମ ଧରଣର ଯିବାର ଆଶା ରହିଛି । ଆଜି ସାମାନ୍ୟ ମାନ୍ଦାଳିଆ ଅନୁଭବ କରିପାରନ୍ତି । ସଚେତନତା ହାନି ଯୋଗୁଁ ଖର୍ଚ୍ଚ ବଢିପାରେ । ଆଜି ଦ୍ବନ୍ଦରେ ପଡିପାରନ୍ତି । ଏଥିପ୍ରତି ନଜର ରଖନ୍ତୁ । କିନ୍ତୁ ଗୋଟିଏ ସୀମା ପର୍ଯ୍ୟନ୍ତ ବ୍ୟଥିତ ହେବେ । ଆର୍ଥିକ ସ୍ଥିତି ତଳକୁ ଖସି ଯିବାର ସମ୍ଭାବନା ରହିଛି । ପ୍ରତିକୂଳ ଭାବନା ଠାରୁ ଦୂରେଇ ରହିଲେ ଭଲ ।
ବୃଷ: ଆଜି ସୁସ୍ଥ ଏବଂ ଆରାମ ଅନୁଭବ କରିବେ । ଏହା ସକାଳର ଯୋଗ କ୍ଲାସ୍ କିମ୍ବା ନୂଆ ଖାଦ୍ୟାଭ୍ୟାସ ଯୋଗୁଁ ହୋଇପାରେ । ଯଦିଓ ଏଥିପାଇଁ କୌଣସି କାରଣ ଖୋଜିବାର ଆବଶ୍ୟକ ନାହିଁ, କେବଳ ଫଳାଫଳର ମଜା ନିଅନ୍ତୁ । ସୁସ୍ଥ, ତତ୍ପର, ଖୁସି ଅନୁଭବ କରିବେ । ଏହି ପ୍ରକାର ଆନନ୍ଦ ସଠିକ ସମୟରେ ନିର୍ଦ୍ଦିଷ୍ଟ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ଅନୁମତି ଦେବ ।
ମିଥୁନ: ନିଜ ପ୍ରିୟଜନଙ୍କ ସହ କିମ୍ବା ପୁତ୍ର ସହ ଯୁକ୍ତିତର୍କ କରିପାରନ୍ତି । ଅତ୍ୟନ୍ତ ବିରକ୍ତି ପ୍ରକାଶ ଏବଂ ରାଗ ଅନୁଭବ କରିପାରନ୍ତି । ଯାହାର କାରଣ କେବଳ ଆପଣଙ୍କୁ ହିଁ ଜଣାଥିବ । ନିଜ ଉପରେ ନିୟନ୍ତ୍ରଣ ରଖନ୍ତୁ । ନଚେତ୍ ଅପମାନିତ ହୋଇପାରନ୍ତି । ପ୍ରିୟଜନକୁ ଆଘାତ କରିପାରନ୍ତି ଏବଂ ଏହା ବଡ ଧରଣର ରୂପ ନେଇପାରେ । ଏହି ପ୍ରକାର ବିରକ୍ତି ଭାବ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ ।
କର୍କଟ: ଆୟ ମାର୍ଗରେ ବୃଦ୍ଧି ଆସିପାରେ । ଦିନଟି ଖୁସିରେ କଟିବ । ଏହି ଖୁସି ପରିବାର କିମ୍ବା ବନ୍ଧୁ ବର୍ଗ ସହ ବୁଲାବୁଲି ଆକାରରେ ହୋଇପାରେ କିମ୍ବା ଏହା ଯୁକ୍ତ ବ୍ୟବସାୟ ଏବଂ ଆନନ୍ଦ ଆକାରରେ ହୋଇପାରେ । ସମ୍ପର୍କୀୟଙ୍କ ସହ ସାକ୍ଷାତକାର ପାଇଁ ଏହା ଏକ ଭଲ ଦିନ ।
ସିଂହ:ଆପଣ ଜଣେ ଅତି ଉତ୍ତମ ବ୍ୟକ୍ତି । ଏହା ଉପରେ ବିଶ୍ବାସ କରନ୍ତୁ । ଆଜି ଅନ୍ୟମାନଙ୍କ ସହ କଥାବାର୍ତ୍ତା ଶୈଳୀ ଏହା ଦର୍ଶାଇ ଦେବ । ସବୁଠାରେ ସିଂହ ଭାବରେ ଛିଡା ହୁଅନ୍ତି । କେବେହେଲେ ଆତ୍ମବିଶ୍ବାସ ହରାନ୍ତୁ ନାହିଁ । କିନ୍ତୁ ଆଜି ଆତ୍ମବିଶ୍ବାସ ବାସ୍ତବରେ ଆଶାତୀତ ହେବ । ମୋଟ ଉପରେ କହିବାକୁ ହେଲେ ସମ୍ପୂର୍ଣ୍ଣ ଇଚ୍ଛା ଶକ୍ତି ଜ୍ଞାନ ଭଣ୍ଡାର ସହ ଯୋଡି ହେବ ।
କନ୍ୟା: ବିଭିନ୍ନ ତୀର୍ଥ ସ୍ଥାନ ଭ୍ରମଣ କରିବା ପାଇଁ ଦିନଟି ଭଲ ସମୟ । ଏହାକୁ ଅନେକ ଦିନ ହେଲାଣି ଖୋଜୁଥିଲେ । ନିଜ ସଂପର୍କୀୟମାନଙ୍କ ଘରକୁ ମଧ୍ୟ ଯାଇପାରନ୍ତି । ଏହା ମଜାଦାୟକ ହେବ । ମହିଳା ବନ୍ଧୁ ଏବଂ ସଂପର୍କୀୟମାନଙ୍କ ଠାରୁ ପ୍ରଚୁର ପରିମାଣରେ ଲାଭ ପାଇପାରନ୍ତି ।