ଓଡିଶା

odisha

ETV Bharat / bharat

22 ନଭେମ୍ବର ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

22 ନଭେମ୍ବର ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ
22 ନଭେମ୍ବର ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

By

Published : Nov 22, 2021, 12:15 AM IST

ମେଷ : ଏହି ଦିନ ତୁମ ପାଇଁ ମଧ୍ୟମଧରଣର ହେବ । ଯୋଜନା କାର୍ଯ୍ୟକାରୀ କରିବା ପାଇଁ କିମ୍ବା ଏକ ନୂଆ ପ୍ରକଳ୍ପ ହାତକୁ ନେବା ପାଇଁ ଏହା ଏକ ଭଲ ଦିନ । ତଥାପି, ନ ଭାବି ନଚିନ୍ତି କୌଣସି ସିଦ୍ଧାନ୍ତ ନେଇ ଚିନ୍ତାଧାରାକୁ ଜଟିଳ କରନ୍ତୁ ନାହିଁ । ଭ୍ରମଣ ଏବଂ ଯାତ୍ରାର ସମ୍ଭାବନା ରହିଛି । କିଛି ବୌଦ୍ଧିକ କିମ୍ବା ଯୁକ୍ତିଯୁକ୍ତ ଆଲୋଚନାରେ ଅଂଶଗ୍ରହଣ କରିବେ । ଆଜି ଲେଖାରେ ପ୍ରତିଭା ପ୍ରଦର୍ଶନ କରିବେ । ପରିବାର ସହିତ ସମୟ ଭଲ ହେବ । ସ୍ବାସ୍ଥ୍ୟ ପାଇଁ ବାହାରକୁ ଯିବାର କାର୍ଯ୍ୟକ୍ରମକୁ ସ୍ଥଗିତ ରଖିବା ଲାଭଦାୟକ ହେବ ।

ବୃଷ : ଆଜି ତୁମର ଅସାମାଜିକ ଆଚରଣ ତୁମକୁ ଅସୁବିଧାରେ ପକାଇପାରେ । ଜିଦଖୋର ପ୍ରକୃତି ହେତୁ, କାହା ସହିତ ସାଧାରଣ ଆଲୋଚନା ମଧ୍ୟ ବିବାଦର ରୂପ ନେଇପାରେ । ଭ୍ରମଣ ଯୋଜନା ଥିଲେ ତାହା ବାତିଲ କରନ୍ତୁ । ଏହା ତୁମ ପାଇଁ ଲାଭଦାୟକ ଅଟେ । ଆଜି ଲେଖକ, କାରିଗର ଏବଂ କଳାକାରମାନେ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ପାଇବେ । ଭବିଷ୍ୟତରେ ପରିବାର ସହିତ ଏକ ଛୋଟ ବିବାଦ ବଡ ହୋଇପାରେ । ଏହି ସମୟରେ, ନୀରବ ରହି ବିବାଦକୁ ଏଡାଇବାକୁ ଚେଷ୍ଟା କରନ୍ତୁ । ସ୍ବାସ୍ଥ୍ୟ ଦୃଷ୍ଟିକୋଣରୁ ସମୟ ମଧ୍ୟମ ଫଳପ୍ରଦ ଅଟେ ।

ମିଥୁନ : ପ୍ରିୟଜନ ଏବଂ ବନ୍ଧୁମାନଙ୍କ ସହିତ ମିଶିବା ଏବଂ ମଜା କୌତୁକ କରିବା ପାଇଁ ଏହା ହେଉଛି ଏକ ଭଲ ଦିନ । ତେଣୁ ଆୟୋଜନ କରନ୍ତୁ ଏବଂ ଆପଣଙ୍କ ବନ୍ଧୁମାନଙ୍କୁ ରାତ୍ରି ଭୋଜନ ପାଇଁ ନିମନ୍ତ୍ରଣ କରନ୍ତୁ କିମ୍ବା ତାଙ୍କ ସହିତ ବାହାରକୁ ଯାଆନ୍ତୁ । ଆର୍ଥିକ ଦୃଷ୍ଟିକୋଣରୁ, ଲାଭବାନ ହେବ । ଅବଶ୍ୟ, ସେଥିପାଇଁ ଅତ୍ୟଧିକ ଖର୍ଚ୍ଚ କରନ୍ତୁ ନାହିଁ; ଖର୍ଚ୍ଚକୁ ସୀମା ଭିତରେ ରଖନ୍ତୁ ଏବଂ ଭାବିଚିନ୍ତି ଖର୍ଚ୍ଚ କରନ୍ତୁ ।

କର୍କଟ : ଆଜି ଦିନଟି ତୁମେ ଦ୍ବନ୍ଦ ଭିତରେ ରହିବ । ଗୁରୁତ୍ବପୂର୍ଣ୍ଣ ସିଦ୍ଧାନ୍ତ ଗ୍ରହଣ କରିବେ । ପରିବାର ସଦସ୍ୟମାନଙ୍କ ମଧ୍ୟରେ ମତଭେଦ ଦେଖାଦେଇପାରେ ।ଖର୍ଚ୍ଚ ଅଧିକ ହୋଇପାରେ । ଘରୋଇ ବିଷୟ ପାଇଁ ତୁମେ ବଜେଟ୍‌ ବଢାଇପାରନ୍ତି । ପାଟିରେ ଲଗାମ ରଖନ୍ତୁ ଏବଂ ମତଭେଦକୁ ସମାଧାନ କରିବା ପାଇଁ ଚେଷ୍ଟା କରନ୍ତୁ ।

ସିଂହ : ତୁମ ପାଇଁ ପରିସ୍ଥିତି ଆଜି ଅତ୍ୟନ୍ତ ଅନୁକୂଳ ଅଟେ, କିନ୍ତୁ ଏହାର ଉତ୍ତମ ବ୍ୟବହାର କରିବାରେ ଆପଣ ବିଫଳ ହୋଇପାରନ୍ତି । ନୂଆ ପ୍ରକଳ୍ପ କିମ୍ବା ନୂଆ କାର୍ଯ୍ୟ ହାତକୁ ନିଅନ୍ତୁ ନାହିଁ; ଆଜି ଦିନ ସେଥିପାଇଁ ଅନୁକୂଳ ନୁହେଁ ।

କନ୍ୟା : ଆଜିର ସକାଳ ତୁମ ପାଇଁ ଦୟାଶୀଳ ଏବଂ ବନ୍ଧୁତ୍ବପୂର୍ଣ୍ଣ ରହିବ । ଆଜି ଦିନରେ ଶୁଭାରମ୍ଭ ହୋଇଥିବା ସ୍କିମ୍‌ ଏବଂ ପ୍ରକଳ୍ପ ସଫଳତାର ସହ ସ୍ଥିର ହେବ । ପେଶାଦାର ଏବଂ ଅଫିସ୍‌ ଯାଉଥିବା ବ୍ୟକ୍ତିଙ୍କ ପଦୋନ୍ନତି ଏବଂ ଦରମା ବୃଦ୍ଧି ହୋଇପାରେ । ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ଅଧିକ ଲାଭବାନ ହୋଇପାରନ୍ତି । ପିତାଙ୍କ ଠାରୁ ଉପକୃତ ହେବେ ।

ତୁଳା : ଆଜି କିଛି ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ସମର୍ଥ ହେବେ । ବ୍ୟବସାୟକୁ ଆଗକୁ ନେବା ପାଇଁ ନୂତନ ଉପାୟ ଅବଲମ୍ବନ କରିବେ । ନିଯୁକ୍ତ ବ୍ୟକ୍ତିମାନେ ଅଧିକାରୀଙ୍କ ସମର୍ଥନ ପାଇବେ । ବୈଦ୍ଧିକ କାର୍ଯ୍ୟ ଏବଂ ସାହିତ୍ୟ ଲେଖିବାରେ ସକ୍ରିୟ ରହିବ । ତୀର୍ଥଯାତ୍ରା କରିବାକୁ ଆପଣ ଏକ ସୁଯୋଗ ପାଇବେ । ଆପଣ ବିଦେଶରେ ରହୁଥିବା ବନ୍ଧୁ ଏବଂ ସମ୍ପର୍କୀୟଙ୍କଠାରୁ ଭଲ ଖବର ପାଇବେ । ଆଜି କୌଣସି ଆଲୋଚନା କିମ୍ବା ବିତର୍କରେ ପ୍ରବେଶ କରନ୍ତୁ ନାହିଁ ।

ବିଛା : ସତର୍କତାର ସହିତ ଦିନ ବିତାଇବାକୁ ପରାମର୍ଶ ଦିଆଯାଉଛି । ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ ଏବଂ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । କୌଣସି ପ୍ରକାରର ଭୁଲରୁ ଦୂରରେ ରୁହନ୍ତୁ, ନଚେତ୍ ବଡ କ୍ଷତି ହୋଇପାରେ । ସରକାରୀ କାର୍ଯ୍ୟ କର । ଏକ ନୂତନ ସମ୍ପର୍କ ଆରମ୍ଭ କରିବା ପୂର୍ବରୁ ଗମ୍ଭୀର ଭାବରେ ଚିନ୍ତା କରନ୍ତୁ । ଖର୍ଚ୍ଚ ଏକ ଚିନ୍ତାର କାରଣ ହୋଇପାରେ । ଇଶ୍ବରଙ୍କ ଉପାସନା ଓ ଧ୍ୟାନ କରିବା ଲାଭଦାୟକ ହେବ । ସ୍ବାସ୍ଥ୍ୟ ବିଷୟରେ ଅବହେଳା କରନ୍ତୁ ନାହିଁ । ଦିନଟି ଛାତ୍ରମାନଙ୍କ ପାଇଁ ଅନୁକୂଳ ଅଟେ ।

ଧନୁ : ଆଜି ଦିନଟି ଆପଣ ପାଇଁ ଉଜ୍ବଳମୟ ରହିବ । ସାରାଦିନ ହସଖୁସିରେ ରହିବେ । ବାହାର ସାଙ୍ଗ ମାନଙ୍କ ସହ ହସଖୁସିରେ ସମୟ ବିତାଇବେ । ଏହି ଦିନଟି ଏକ କଲ୍ପନାତ୍ମକ କାର୍ଯ୍ୟକଳାପରେ ବିତିବ । ଆପଣଙ୍କର ପାର୍ଟ୍‌ନରସିପ୍‌ ଆପଣଙ୍କ ପାଇଁ ଲାଭପ୍ରଦ ପ୍ରମାଣିତ ହେବେ ।

ମକର : ଆଜି ବ୍ୟବସାୟରେ ବହୁତ ସଫଳତା ମିଳିବ, କିନ୍ତୁ ଆଇନଗତ ପ୍ରସଙ୍ଗରେ ସାବଧାନ ରୁହନ୍ତୁ । ବ୍ୟବସାୟ ଯୋଜନା ସଫଳତାର ସହିତ ସମାପ୍ତ ହେବ । କାହା ସହିତ ଟଙ୍କା କାରବାର ସଫଳତାର ସହିତ ସମାପ୍ତ ହେବ । ଯେଉଁମାନେ ଦେଶ ତଥା ବିଦେଶରେ ବ୍ୟବସାୟ କରୁଛନ୍ତି ସେମାନେ ଉପକୃତ ହେବେ । ଘରେ ପରିବାର ସଦସ୍ୟଙ୍କ ସହିତ ସମୟ ଖୁସିରେ ବିତାଇବ । ର୍ଥିକ କ୍ଷେତ୍ରରେ ଲାଭବାନ ହେବେ । ଆପଣ କାର୍ଯ୍ୟରେ ସଫଳତା ପାଇବେ । ବିରୋଧୀଙ୍କୁ ପରାସ୍ତ କରିପାରନ୍ତି ।

କୁମ୍ଭ : ଆଜି ଦିନରେ ଆପଣଙ୍କର ଭାବିବା ଏବଂ କହିବା ଭିତରେ ଫରକ୍‌ ଆସିବ । ଆପଣ ଏକ ଜ୍ଞାନଭିତ୍ତିକ ଆଲୋଚନା ଏବଂ ଭାଷଣରେ ଭାଗ ନେଇପାରନ୍ତି । କଳ୍ପନାମୂଳକ ଏବଂ ସୃଜନଶୀଳତାର ବୀଜ ଦୃଢ ଭାବରେ ଅଙ୍କୁରିତ ହେବ । ଅଚାନକ ଖର୍ଚ୍ଚ ବଢିଯିବାର ମଧ୍ୟ ସମ୍ଭାବନା ଅଛି । ଆଜି ସ୍ବାସ୍ଥ୍ୟଜନିତ ସମସ୍ୟା ଦେଖାଦେବ । ପେଟ ଯନ୍ତ୍ରଣା ଅସୁବିଧା ସୃଷ୍ଟି କରିବ । ଆଜି ନୂଆ ଜିନିଷ ଆରମ୍ଭ କରିବା ଆପଣଙ୍କ ହିତରେ ନାହିଁ । ଯାତ୍ରାରେ ଅସୁବିଧା ହେବ, ଯଦି ସମ୍ଭବ ତେବେ ଏହାକୁ ସ୍ଥଗିତ ରଖିବାକୁ ଚେଷ୍ଟା କରନ୍ତୁ ।

ମୀନ : ଆଜି ଆପଣଙ୍କଠାରେ ଆଗ୍ରହ ଏବଂ ଶକ୍ତିର ଅଭାବ ଦେଖାଦେବ । ଆପଣଙ୍କ ପରିବାର ସଦସ୍ୟ ସହ ଦ୍ବନ୍ଦ ବିବାଦର ଆଶା କରାଯାଇପାରିବ, ଆପଣ କଳହ ଏବଂ ଯୁକ୍ତିତର୍କ ନ କରିବା ପାଇଁ ପରାମର୍ଶ ଦିଆଯାଉଛି । ଉଭୟ ଶାରୀରିକ ଏବଂ ମାନସିକ ସ୍ତରରେ ଦୁର୍ବଳ ଏବଂ ଶକ୍ତିହୀନ ଅନୁଭବ କରିବେ ।

ABOUT THE AUTHOR

...view details