ମେଷ: ଆଜି ଆପଣ ଟିକିଏ କଥାରେ ଚିଡ ଚିଡ ହେବେ କିମ୍ୱା ଉତ୍ତେଜିତ ହୋଇପାରନ୍ତି । ତେଣୁ ନିଜକୁ ଜଗିରଖି ଚଳିବା ଉଚିତ । ଜଣେ ବନ୍ଧୁଙ୍କର ଅପ୍ରତ୍ୟାଶିତ ଖରାପ ବ୍ୟବହାର ଆପଣଙ୍କୁ ଆଘାତ ଦେଇପାରେ । ସେଇ ପରିସ୍ଥିତିରେ ଆପଣ ନିଜକୁ ସଞ୍ଜତ ରଖିବା ଉଚିତ । ସମ୍ପତ୍ତି ଓ ଜମିବାଡ଼ି ସଂକ୍ରାନ୍ତୀୟ କୌଣସି କାର୍ଯ୍ୟକଳାପରେ ନିଜକୁ ସଂପୃକ୍ତ କରନ୍ତୁ ନାହିଁ । ପିତାମାତାଙ୍କ ପାଇଁ ଯଦି ଆପଣ କିଛି ଭାବୁଛନ୍ତି ତେବେ ଶୀଘ୍ର ସେମାନଙ୍କୁ ଏହି କଥା କହିପାରନ୍ତି । ମହିଳାଙ୍କ ନକରାତ୍ମକ ପ୍ରଭାବରୁ ଦୂରେଇ ରୁହନ୍ତୁ । ମାନସିକ ଶାନ୍ତି ଲାଭ କରିବା ପାଇଁ ଯୋଗ ଏବଂ ଧ୍ୟାନରେ ସମୟ ବିନିଯୋଗ କରନ୍ତୁ । ବିଦ୍ୟାର୍ଥୀମାନେ ଏହି ସମୟରେ କ୍ଲାନ୍ତି ଅନୁଭବ କରିବେ ।
ବୃଷ:ଗ୍ରହମାନଙ୍କ ଶୁଭଦୃଷ୍ଟି ଯୋଗୁଁ ଗତକାଲି ପରି ଆଜି ଦିନଟି ଆମୋଦ ପ୍ରମୋଦରେ କାଟିପାରନ୍ତି । ଆପଣ ଏପରି ସ୍ୱପ୍ନିଳ ମଧୁର ସମୟର ସତ୍ ବ୍ୟବହାର କରି ନିଜକୁ କୃତ୍ୟ କୃତ୍ୟ ମନେ କରିବେ । ସତେ ଯେମିତି ଆପଣ ନିଜର ସମସ୍ତ ସୁଖକୁ ଏକତ୍ର କରି ଏକ ନୂଆ ଦୁନିଆଁ ସୃଷ୍ଟି କରିଛନ୍ତି । କୌଣସି ଚିନ୍ତା ଆପଣଙ୍କ ମନକୁ କେବେ ଛୁଇଁବାକୁ ଚେଷ୍ଟା ବି କରିନି । ଆପଣ ଖୁସି, କଳ୍ପନାପ୍ରିୟ, ସୃଜନଶୀଳ ଅନୁଭବ କରିବେ । ଆପଣଙ୍କ ସୃଜନଶୀଳତା କିଛି କରିବାକୁ ପ୍ରବର୍ତ୍ତାଇପାରେ । ନିଜ ପ୍ରିୟଜନମାନଙ୍କୁ ରାନ୍ଧି ଖୁଆନ୍ତୁ ଯାହା ହେଲେ ରାନ୍ଧିବା ଏକ କଳା ଅଟେ । ହଠାତ୍ ଯାତ୍ରା କରିବାକୁ ପଡ଼ିପାରେ କିମ୍ବା ଆର୍ଥିକ ସମସ୍ୟା ଦେଖା ଦେଇପାରେ ।
ମିଥୁନ:ଆଜି ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ଅଟେ । ଆଜିର ଏ ମଧୁର ଦିନଟି ବନ୍ଧୁବାନ୍ଧବ ଓ ପ୍ରିୟଜନଙ୍କ ସହ ଖୁସିରେ କାଟିବେ । ବିବାହ କିମ୍ବା ନିର୍ବନ୍ଧ ପାଇଁ ଆମନ୍ତ୍ରିତ ହୋଇଥିଲେ ସେହି ଉତ୍ସବରେ ଯୋଗ ଦିଅନ୍ତୁ । ଆର୍ଥିକ ସ୍ଥିତିରେ ଶୀଘ୍ର ଉନ୍ନତି ପରିଲକ୍ଷିତ ହେବ । ତେଣୁ ବ୍ୟସ୍ତ ବା ବିବ୍ରତ ହେବା ଉଚିତ ନୁହେଁ । ବୃତ୍ତିଜୀବୀଙ୍କ ପାଇଁ ଶୁଭ ଦିନ ଅଟେ । ବ୍ୟକ୍ତିଗତ ଜୀବନରେ ଆର୍ଥିକ ସ୍ଥିତିରେ ଉନ୍ନତି ହେବ ।
କର୍କଟ: କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ଆଜିଠାରୁ ଶୁଭ ଦିନ ଆଉ ନାହିଁ । ଆପଣଙ୍କ ନକ୍ଷତ୍ର ଆପଣଙ୍କ ନିଜ ସ୍ୱଭାବ ଭଳି ବ୍ୟବହାର କରୁଛନ୍ତି । ଆପଣ ଆଜି ଦିନଟି ନିଜ ଇଚ୍ଛା ଅନୁସାରେ କାଟିପାରିବେ । ବନ୍ଧୁଙ୍କ ସହ ଚାହା ପାନ ସମୟରେ ଖୁସିଗପରେ ମସଗୁଲ୍ ରହିବେ । ଉପହାର ଆଦାନପ୍ରଦାନ କରି ଅତ୍ୟଧିକ ଉଲ୍ଲସିତ ହେବେ । ନିଜ ମନ କଥା ଯଦି କାହା ଆଗରେ କହିବାକୁ ଇଚ୍ଛା କରନ୍ତି, ତା ହେଲେ ବର୍ତ୍ତମାନ କୁହନ୍ତୁ । ପରିଭ୍ରମଣ ଅତି ଆମୋଦଦାୟକ ହୋଇପାରେ । ସ୍ୱାଦିଷ୍ଟ ଭୋଜନରେ ଆତ୍ମ ସନ୍ତୋଷ ବୃଦ୍ଧି ପାଇପାରେ । କୌତୁକପୂର୍ଣ୍ଣ ଖେଳରେ ନିଜକୁ ନିୟୋଜିତ କରିପାରନ୍ତି । ପ୍ରେମରେ ସାଥୀଙ୍କ ସହ ଚମତ୍କାର ସମ୍ପର୍କ ରହିବ ।
ସିଂହ:ଆଜି ଆପଣଙ୍କ ବୁଦ୍ଧିଭ୍ରଷ୍ଟ ହୋଇପାରେ । କୌଣସି ସିଦ୍ଧାନ୍ତରେ ନପହଞ୍ଚି ପାରିବା ଯୋଗୁଁ ଆପଣ ବ୍ୟଥିତ ହୋଇପାରନ୍ତି । ବିକ୍ଷିପ୍ତଭାବରେ ନିୟମିତ କାମ କରିବାକୁ ଥିବାରୁ ଏହା ଆପଣଙ୍କୁ ବିଚଳିତ କରିପାରେ । ନିଜର କ୍ରୋଧ ଏବଂ ବାର୍ତ୍ତାଳାପ ଶୈଳୀକୁ ନିୟନ୍ତ୍ରଣରେ ରଖନ୍ତୁ । ଆଇନଗତ କାର୍ଯ୍ୟକଳାପ ପ୍ରତି ସତର୍କ ରୁହନ୍ତୁ । ଆଇନଗତ ଏବଂ ଅମଲାତାନ୍ତ୍ରିକ ନିଷ୍ପତ୍ତି ସ୍ଥଗିତ କରନ୍ତୁ । ନିଜର ଚିନ୍ତାଧାରା ଉପରେ ନିୟନ୍ତ୍ରଣ ରଖନ୍ତୁ । ଯେହେତୁ ଆପଣ ଦୁର୍ବଳ ଅଛନ୍ତି ତେଣୁ କେହି ଆପଣଙ୍କୁ କୌଣସି ନିଷ୍ପତ୍ତି ନେବା ପାଇଁ ପ୍ରରୋଚିତ କରିପାରେ । ଯେଉଁଥିପାଇଁ ଆପଣ ପରେ ଅନୁତାପ କରିବେ । ନୂଆ ମହିଳା ବନ୍ଧାବୀଙ୍କଠାରୁ ଦୂରେଇ ରୁହନ୍ତୁ । ବିଦେଶରୁ କିଛି ଖବର ମିଳିପାରେ ।
କନ୍ୟା: ଆଜି ଦିନଟି ଶୁଭ ରହିବା ନେଇ ପୂର୍ବାନୁମାନ କରାଯାଉଛି । ପୁରସ୍କାର, ଲାଭ, ଫାଇଦା, ଯାହା ଇଚ୍ଛା କରିବେ ତାହା ପାଇବେ । ଘର, ପରିବାର କିମ୍ବା ବ୍ୟବସାୟ ଯେକୌଣସି କ୍ଷେତ୍ରରେ ଏସବୁ ଆପଣଙ୍କୁ ମିଳିପାରେ । ଏହି ସମୟରେ ଯାତ୍ରା ଶୁଭଙ୍କର ହେବ । ଆପଣଙ୍କ ଜୀବନସାଥୀଙ୍କ ସହ ଘନିଷ୍ଠତା ବଢ଼ିବ । ଗ୍ରହଙ୍କର ମଙ୍ଗଳକର ସ୍ଥିତି ଯୋଗୁଁ ପ୍ରେମ ଏବଂ ଲାଭ ଆଶା କରୁଥିବା ବ୍ୟକ୍ତିମାନେ ଲାଭାନ୍ୱିତ ହେବେ । ମହିଳା ବାନ୍ଧବୀଙ୍କଠାରୁ ଅନୁଗ୍ରହ ଲାଭ କରିବେ । ଉପଭୋଗ କରନ୍ତୁ ! ଅର୍ଥ ସଂକ୍ରାନ୍ତରେ ନକ୍ଷତ୍ରମାନେ ବଦାନ୍ୟ ହେବେ । ପରିଣାମସ୍ୱରୂପ ପାଣ୍ଠି ବଢ଼ିବ । ଆପଣ ବ୍ୟବସାୟ ସମ୍ପର୍କିତ ଅର୍ଥ ସଂଗ୍ରହ ପାଇଁ ଯାତ୍ରା କରିପାରନ୍ତି ଏବଂ ଏହା ଫଳପ୍ରଦ ରହିବ ।