ଓଡିଶା

odisha

ETV Bharat / bharat

ଅଗଷ୍ଟ ୨୨ ରାଶିଫଳ, ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ - ଅଗଷ୍ଟ ମାସର ରାଶିଫଳ

ଆଜି କେମିତି ରହିବ ଆପଣଙ୍କ ଦିନ, ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି, କିପରି କଟିବ ଦାମ୍ପତ୍ୟ ଜୀବନ, ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କଣ ପ୍ରତିକାର, ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି, ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ, ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ଅଗଷ୍ଟ ୨୧ ରାଶିଫଳ, ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ
ଅଗଷ୍ଟ ୨୧ ରାଶିଫଳ, ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

By

Published : Aug 22, 2022, 12:06 AM IST

ମେଷ: ଆଜି ଦିନଟି ଆପଣଙ୍କ ଉପରେ ମଧ୍ୟମ ପ୍ରଭାବ ପକାଇପାରେ । ଆଜି ଆପଣ ଯୋଜନା କରିଥିବା କାର୍ଯ୍ୟରୁ ଶୁଭାରମ୍ଭ କରିବାର ଏକ ଶୁଭ ଦିବସ ଅଟେ । ନୂଆ କାର୍ଯ୍ୟ ମଧ୍ୟ ହାତକୁ ନେଇପାରନ୍ତି । ମାତ୍ର ତରବରିଆ ଭାବେ କୌଣସି ସିଦ୍ଧାନ୍ତ ନିଅନ୍ତୁ ନାହିଁ । ଅଫିସରେ ଆପଣ ଅତ୍ୟନ୍ତ କଷ୍ଟକର ପ୍ରତିଯୋଗିତାର ସମ୍ମୁଖୀନ ହୋଇପାରନ୍ତି । ତଥାପି ଆପଣ ବ୍ୟସ୍ତ ନ ହୋଇ ନିଜର କାର୍ଯ୍ୟଦକ୍ଷତା ପ୍ରତିପାଦନ କରିବେ । ମହିଳାମାନେ ନିଜର ଆକ୍ରମଣଶୀଳ ମନୋଭାବ ଓ ଜିହ୍ଵାକୁ ନିଜ ଆୟତରେ ରଖନ୍ତୁ ।

ବୃଷ:ଆଜି ଦିନଟି ଆପଣଙ୍କ ପାଇଁ ଆଦୈ ଶୁଭ ନୁହେଁ । ଆପଣ ନିଜର ସିଦ୍ଧାନ୍ତ ନେବାରେ ଏପଟ ସେପଟ ହେଲେ ଆପଣ ବହୁ ସୁଯୋଗକୁ ହାତଛଡା କରିପାରନ୍ତି । ହତାଶ ନହୋଇ ଅତିଶୃଙ୍ଖଳିତ ଉପାୟରେ ପ୍ରବେଶ କରିବାର ବାଟ ଖୋଜନ୍ତୁ । ଆଜି କୌଣସି ନୂଆ ଯୋଜନା ବା ଚୁକ୍ତିପତ୍ର କରିବା ଉଚିତ ନୁହେଁ । ସହକର୍ମୀ, ବନ୍ଧୁ ଓ ପରିବାର ସଦସ୍ୟମାନଙ୍କ ସହିତ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବାକୁ ଚେଷ୍ଟା କରନ୍ତୁ । ନିଜର କ୍ରୋଧଶୀଳ ପ୍ରକୃତିକୁ ବଦଳାନ୍ତୁ ।

ମିଥୁନ:ବନ୍ଧୁ ଓ ପ୍ରିୟଜନଙ୍କ ସହ ସାମାଜିକ ଜୀବନରେ ମୌଜ ମଜଲିସରେ ସମୟ ବିତାଇବା ପାଇଁ ଆଜି ଦିନଟି ସର୍ବୋକୃଷ୍ଟ ଅଟେ । ଆପଣ ବନ୍ଧୁମାନଙ୍କୁ ରାତ୍ରି ଭୋଜନ ପାଇଁ ଆମନ୍ତ୍ରଣ କରିପାରନ୍ତି କିମ୍ୱା ବାହାରକୁ ଭ୍ରମଣରେ ଯାଇପାରନ୍ତି । ଅର୍ଥ ଲାଭ ହୋଇପାରେ । ମାତ୍ର ଖର୍ଚ୍ଚର ମାତ୍ରାକୁ ସୀମା ଭିତରେ ରଖି ଅଯଥା ଖର୍ଚ୍ଚରୁ ନିବୃତ ହୁଅନ୍ତୁ । ବନ୍ଧୁ ଓ ପ୍ରିୟଜନଙ୍କ ଠାରୁ ଉପହାରର ସୁଅ ଛୁଟିପାରେ ।

କର୍କଟ: ଗ୍ରହ ମାନଙ୍କ ପ୍ରଭାବରୁ ଆପଣ ସବୁବେଳେ ଚିନ୍ତାଗ୍ରସ୍ତ ରହିବେ । ବିଶ୍ରାମହୀନ ଉତ୍କଣ୍ଠିତ ଚିତ୍ତରେ ଶାନ୍ତି ପାଇବେ ନାହିଁ, ତେଣୁ ନିଜକୁ ଶାନ୍ତ ରଖିବାକୁ ଚେଷ୍ଟା କରନ୍ତୁ । ନଚେତ ମାନସିକ ଅଶାନ୍ତି ଆପଣଙ୍କୁ କୌଣସି ସିଦ୍ଧାନ୍ତରେ ପହଞ୍ଚିବାକୁ ପ୍ରତିବନ୍ଧକ ସୃଷ୍ଟି କରିପାରେ । ଏହା ଦ୍ୱାରା ଆପଣ ହତୋତ୍ସାହିତ ହୋଇପାରନ୍ତି ।

ସିଂହ: ଆଜି ଦିନଟି ଆପଣଙ୍କୁ ସାଧାରଣ ଭାବେ ଫଳ ପ୍ରଦାନ କରିପାରେ । ଆଜିର ପରିସ୍ଥିତି ଆପଣଙ୍କ ସପକ୍ଷରେ ରହିବ । ମାତ୍ର ଆପଣ ଯଦି ଅନ୍ୟମନସ୍କ ରହିବେ କିମ୍ୱା ଭୁଲ ସିଦ୍ଧାନ୍ତ ନେବେ, ତେବେ ଆପଣ ଏହାର ଲାଭ ଉଠାଇବାକୁ ଅସମର୍ଥ ହେବେ । ଆଜି ଦିନଟି ଶୁଭଙ୍କର ନ ଥିବାରୁ କୌଣସି କାର୍ଯ୍ୟ ନିଜ ହାତକୁ ନିଅନ୍ତୁ ନାହିଁ । ବ୍ୟବସାୟ ଭଲ ଚାଲିବ । ଅର୍ଥ ଲାଭର ସମ୍ଭାବନା ମଧ୍ୟ ଅଛି ।

କନ୍ୟା: ଆଜି ଆପଣ ନିଜର ପେଷାରେ ଏବଂ ଅନ୍ୟ ଦିଗରୁ ଉଚ୍ଚ ପ୍ରଶଂସାର ପାତ୍ର ହେବେ । ପ୍ରିୟଜନଙ୍କ ଗହଣରେ ଆନନ୍ଦ ଉଲ୍ଳାସରେ ସମୟ କଟାଇବେ । ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ରୋମାଞ୍ଚକର ଓ ମଧୁମୟ ହେବ । ମଧ୍ୟାହ୍ନ ଭୋଜନ ପରେ ଆପଣ ନିଜର କଥାବାର୍ତ୍ତା ଓ ବ୍ୟବହାରକୁ ସଂଞ୍ଜତ କରନ୍ତୁ । ଯଦି ପାରନ୍ତି, ଯାତ୍ରା କରନ୍ତୁ ନାହିଁ । ଆଧ୍ୟାତ୍ମିକ କାର୍ଯ୍ୟ ସମ୍ପାଦନ କରିପାରନ୍ତି ।

ତୁଳା: ଆଜି ଆପଣ ନିଜକୁ ଲଳିତ କଳା ପ୍ରତି ଆକର୍ଷିତ ହୋଇପାରନ୍ତି । ଚିତ୍ର କରିବା ଓ ଲେଖାଲେଖିରେ ସମୟ କାଟିବାକୁ ଭଲ ପାଇବେ । ଆଜି ଆପଣ ସମସ୍ତ ଯୋଜନାକୁ ଏକତ୍ରିତ କରି କାର୍ଯ୍ୟର ଶୁଭାରମ୍ଭ କରିବା ଆପଣଙ୍କ ପାଇଁ ଦିନଟି ଶୁଭଙ୍କର ଅଟେ । ନିଜର ବୃତିଗତ ଜୀବନରେ ଆପଣ ନିଜର ସହକର୍ମୀ ତଥା ବରିଷ୍ଠ ସଦସ୍ୟଙ୍କ ଠାରୁ ସହଯୋଗ ଓ ପ୍ରେରଣା ପାଇ ନିଜ କାର୍ଯ୍ୟଟିକୁ ସୁଚାରୁରୁପେ ସମ୍ପନ୍ନ କରିବାରେ ସକ୍ଷମ ହେବେ । ବ୍ୟବସାୟୀଙ୍କ ନିମନ୍ତେ ଲାଭର ପରିମାଣ ବୃଦ୍ଧି ପାଇପାରେ । ତୀର୍ଥଯାତ୍ରା କରିପାରନ୍ତି ।

ବିଛା: ଆଜି ଦିନର ପ୍ରତ୍ୟେକ ମୂହୁର୍ତ୍ତରେ ଆପଣଙ୍କୁ ସତର୍କତା ଅବଲମ୍ୱନ କରିବାକୁ ପଡିବ । କୌଣସି ନୂତନ କାର୍ଯ୍ୟର ଶୁଭାରମ୍ଭ କରନ୍ତୁ ନାହିଁ । ଖର୍ଚ୍ଚର ପରିମାଣକୁ କମାଇବାକୁ ଚେଷ୍ଟା କରନ୍ତୁ । ବିଳାସପୂର୍ଣ୍ଣ ଖାଦ୍ୟ ଖାଇ ବିଳାସରେ ଅତ୍ୟାଧିକ ଖର୍ଚ୍ଚ କଲେ ଅତିଶୀଘ୍ର ଆପଣଙ୍କ ଅର୍ଥର ଭଣ୍ଡାର ଶୂନ୍ୟ ହୋଇଯିବ । ବେଆଇନ ଓ ଅନୈତିକ କାର୍ଯ୍ୟକଳାପରୁ ନିଜକୁ ଦୂରେଇ ରଖନ୍ତୁ । ଯୋଗ ଓ ଧ୍ୟାନ କରିବା ଦ୍ୱାରା ଆପଣଙ୍କର ମାନସିକ ଶାନ୍ତି ଅବ୍ୟାହତ ରହିପାରେ ।

ଧନୁ: ଆଜି ଦିନଟି ଶୁଭଫଳ ପ୍ରଦାୟକ ଅଟେ । ଦିନଟିକୁ ଆମୋଦ ପ୍ରମୋଦରେ କଟାଇବେ । ସାମାଜିକ ଉତ୍ସବରେ ବିଭିନ୍ନ ପ୍ରାନ୍ତରୁ ଆସିଥିବା ସଂସ୍କୃତି ସମ୍ପନ୍ନ ଲୋକଙ୍କ ସାଙ୍ଗରେ ସାକ୍ଷାତ ହୋଇପାରେ । ବନ୍ଧୁବାନ୍ଧବ ଓ ପ୍ରିୟଜନଙ୍କ ସହ ସୁଖ ପର୍ଯ୍ୟଟନରେ ଯିବାର ଯୋଜନା କରିପାରନ୍ତି ଏବଂ ଏହା ଏକ ଶୁଭଚିନ୍ତା ଅଟେ । ଆପଣଙ୍କର ଭାଗ୍ୟ ଆଜି ଆପଣଙ୍କ ସୃଜନଶୀଳତାକୁ ଶୀର୍ଷ ସ୍ଥାନରେ ପହଞ୍ଚାଇପାରେ । ଆଜି ଆପଣ ସମ୍ମାନିତ ହେବେ ।

ମକର: ଏହି ଦିନଟି ଆପଣଙ୍କ ପାଇଁ ଫଳପ୍ରଦ ହେବ । ଆପଣଙ୍କର ବିଶ୍ୱାସ ଏବଂ ମନୋବଳ ଆପଣଙ୍କୁ ବହୁତ ଉପରକୁ ପହଞ୍ଚାଇ ଦେବ । ଏପରି କି ଆପଣଙ୍କର ଶରୀରର ରକ୍ଷଣାବେକ୍ଷଣ ଆପଣଙ୍କୁ ନିରାଶ କରିବ ନାହିଁ । ପରିବାର ବାତାବରଣ ଆନନ୍ଦମୟ ରହିବ ।

କୁମ୍ଭ: ଆଜି ଦ୍ୱନ୍ଦ୍ୱରେ ରହିବେ । ମନରେ ନକରାତ୍ମକ ଭାବନା ହେତୁ ଭୟ ରହିବ । ପରିବାର ସଦସ୍ୟଙ୍କ ସହିତ ମତଭେଦ କିମ୍ବା ବିବାଦ ହୋଇପାରେ । ଭୁଲ ବାଟରେ ଖର୍ଚ୍ଚ ହେବାର ସମ୍ଭାବନା ଅଛି । ଛାତ୍ରମାନେ ଅଧ୍ୟୟନରେ ଏକାଗ୍ର ହୋଇପାରିବେ ନାହିଁ । କାହା ସହିତ କୌଣସି ବିବାଦ କିମ୍ବା ଆଲୋଚନାରେ ପ୍ରବେଶ କରନ୍ତୁ ନାହିଁ ।

ମୀନ: ପ୍ରତ୍ୟେକ କ୍ଷେତ୍ରରେ ଆପଣ ସମ୍ମୁଖୀନ ହେଉଥିବା ଅସୁବିଧା କମ୍‌ ହେବାର ଦେଖାଯାଉନାହିଁ । ଫଳରେ ଆପଣଙ୍କ ମନୋବଳ ଦିନସାରା କମ୍‌ ରହିବ । ଆପଣଙ୍କ ସ୍ୱାସ୍ଥ୍ୟ ଏବଂ ସମ୍ପତ୍ତି ଉନ୍ମୟ କ୍ଷତିଗ୍ରସ୍ତ ହୋଇପାରେ । ତେଣୁ ଅନ୍ୟନ୍ତ ଶାନ୍ତ ଏବଂ ନିରବରେ ଏହି ଦିନ କାଟିବା ପାଇଁ ଚେଷ୍ଟା କରନ୍ତୁ ।

ABOUT THE AUTHOR

...view details