ମେଷ: ଆଜିର ଦିନଟି ଆପଣଙ୍କ ପାଇଁ ଶୁଭଫଳଦାୟକ ଅଟେ । ଆପଣ ପ୍ରତି ପଦକ୍ଷେପରେ ଅତି ସହଜରେ ସଫଳତା ସ୍ୱାଦ ଚାଖିବେ । ସବୁ ସ୍ଥରରେ ଆପଣଙ୍କ ମନ ପ୍ରଫୁଲ୍ଲ ରହିବ । ପାରିବାରିକ ଜୀବନରେ ଶାନ୍ତି ବିରାଜମାନ କରିବା ସଙ୍ଗେ ସଙ୍ଗେ ହସ ଖୁସିରେ ଦିନଟି କଟିବ । ତେଣୁ ଏହି ଅବସରରେ ଆପଣ ନିଜର ବନ୍ଧୁ ଓ ପରିବାରର ସଦସ୍ୟଙ୍କୁ ସଙ୍ଗରେ ନେଇ ଦୂର ଯାତ୍ରା କରିବାର ଯୋଜନା କରନ୍ତୁ । ସାମାଜିକ ସ୍ତରରେ ଆପଣଙ୍କର ସମ୍ମାନ ବୃଦ୍ଧି ପାଇବ । ବୃତ୍ତିଗତ କ୍ଷେତ୍ରରେ କାର୍ଯ୍ୟ କରିବାରେ କୌଣସି ପ୍ରତିବନ୍ଧକ ନ ଆସି କାମ ସୁରୁଖୁରୁରେ ସମ୍ପନ୍ନ ହେବ ଏବଂ ଅର୍ଥଲାଭ ହୋଇପାରେ ।
ବୃଷ: ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିପାରେ । ଆପଣ ଆୟ ବ୍ୟୟର ହିସାବକୁ ତନ୍ନତନ୍ନ କରି ପରୀକ୍ଷା କରି ଖର୍ଚ୍ଚ କରନ୍ତୁ । ଆଜି ଦିନଟିରେ ବିଦ୍ୟାର୍ଥୀମାନେ ନିଜ ବିଦ୍ୟାଳୟରେ କିମ୍ଵା ପଢାପଢିରେ କିଛି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଅପରାହ୍ନ ପରେ ଅବସ୍ଥାରେ ପରିବର୍ତ୍ତନ ଘଟି ସୁଖ ଓ ସମୃଦ୍ଧିର ବାତାବରଣ ଦେଖାଦେବ । ଦିବସର ପ୍ରଥମାର୍ଦ୍ଧରେ ଶାରୀରିକ ଅସୁସ୍ଥତା କ୍ରମେକ୍ରମେ ସୁସ୍ଥ ହେବ । ଏପରିକି ଅଫିସରେ ଆପଣଙ୍କର ସହକର୍ମୀମାନେ ଆପଣଙ୍କୁ ସହଯୋଗ ପ୍ରଦାନ କରିବେ । ଆପଣଙ୍କ ପ୍ରତିଦ୍ୱନ୍ଦୀ ମାନେ ପରାଜୟ ବରଣ କରିବେ ।
ମିଥୁନ: ଜୀବନରେ ସହଜରେ ପରିପୂର୍ଣ୍ଣତା ଆସେନାହିଁ । ପରିବାରର ସଦସ୍ୟଙ୍କ ଲଢୁଆ ମନୋଭାବ ଯୋଗୁଁ ଆପଣଙ୍କୁ ଧର୍ଯ୍ୟ ଧରି ଶାନ୍ତ ରହିବାକୁ ପଡିପାରେ । ମାତ୍ର ଦିନତମାମ ଏପରି ପରିସ୍ଥିତିର ମୁକାବିଲା କରିବା ଅତ୍ୟନ୍ତ କଷ୍ଟଦାୟକ ହୋଇପାରେ । ଗୃହର ଝଗଡା ଯୋଗୁଁ ବୃତ୍ତିରେ ଅଗ୍ରଗତି କରିବ ଅତ୍ୟନ୍ତ କଷ୍ଟକର ମଧ୍ୟ । ଆଜି ଦିନର କୁପ୍ରଭାବ ବିଦ୍ୟାର୍ଥୀ ମାନଙ୍କୁ ହଇରାଣରେ ପକାଇପାରେ । ଆପଣ ନିଜର ଅସ୍ଥିର ମନୋଭାବକୁ ପରିତ୍ୟାଗ କରନ୍ତୁ । ଅପ୍ରତ୍ୟାଶିତ ଭାବେ ଖର୍ଚ୍ଚାନ୍ତ ହୋଇପାରନ୍ତି । ତେଣୁ ନିଜର ଅର୍ଜିତ ଧନପ୍ରତି ସତର୍କ ରୁହନ୍ତୁ ।
କର୍କଟ: ଆଜି ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ । ଆଜିର ଦିବସର ପ୍ରାରମ୍ଭରୁ ପ୍ରତି ପଦକ୍ଷେପରେ ନିଶ୍ଚିତ ଭାବେ ଆଗେଇବା ପାଇଁ ଉତ୍ସାହିତ ହେବେ । ମାତ୍ର ଦିବସର ଦ୍ୱିତୀୟାର୍ଦ୍ଧରେ ନିଜକୁ ହତୋତ୍ସାହିତ ମନେ କରିବେ । ସେ ଯାହାହେଉ ଧ୍ୟାନ ଏବଂ ପ୍ରାର୍ଥନା କଲେ କିମ୍ଵା ବ୍ୟାୟାମଶାଳା ଯାଇ ନିଜ ଦେହରୁ କିଛି ଝାଳ ବୋହିଗଲେ ଆରାମ ଲାଗିବ । ଆପଣ ଆଜି ଦିନରେ ଅତ୍ୟଧିକ ସମ୍ଵେଦନଶୀଳ ରହିବେ । ମାତ୍ର ଜଣଙ୍କ ଆଗରେ ଏବଂ ପ୍ରତ୍ୟେକଙ୍କ ସାମନାରେ ଭାବପ୍ରବଣ ହୁଅନ୍ତୁ ନାହିଁ । ମାନସିକ ଚାପ ଓ ଉତ୍କଣ୍ଠିତ ମନ ଆପଣଙ୍କ ମନ ଓ ଶରୀରକୁ ଚଳଚଞ୍ଚଳ କରିବ ନାହିଁ । ଏହାର କୁପ୍ରଭାବ ଯୋଗୁଁ ଆପଣ ଚିନ୍ତାଗ୍ରସ୍ତ ରହିବେ । ପରିବାରର ସଦସ୍ୟଙ୍କ ସହ ମତାନ୍ତର ଓ ମନୋମାଳିନ୍ୟ ଘଟିପାରେ । ତେଣୁ ସେମାନଙ୍କୁ ଶାନ୍ତ ମନରେ ବୁଝାସୁଝା କରି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ଖର୍ଚ୍ଚର ପରିମାଣ ଅଶାତୀତ ଭାବରେ ବୃଦ୍ଧି ପାଇପାରେ ।
ସିଂହ: ଆପଣ ନିଜର ମିଷ୍ଠଭାଷୀ ବ୍ୟକ୍ତିତ୍ୱ ଏବଂ ଶାନ୍ତଶିଷ୍ଟ ବ୍ୟବହାର ପାଇଁ ସମସ୍ତଙ୍କର ହୃଦୟକୁ ଜୟ କରିପାରିବେ । ଏଥିପାଇଁ ଆପଣ ନିଜର ସହକର୍ମୀଙ୍କ ସାହାଯ୍ୟ ଓ ସହଯୋଗ ପାଇପାରିବେ । ଅନ୍ୟମାନଙ୍କ ଠାରୁ ମଧ୍ୟ ସେହିପରି ସାହାଯ୍ୟ ଓ ସହାନୁଭୂତି ହାସଲ କରିବେ । ଆପଣ ପ୍ରତିକ୍ଷେତ୍ରରେ ସଫଳତା ହାସଲ କରିବାରେ ସମର୍ଥ ହେବେ । ନିଜର ଏହି ନମ୍ର ଗୁଣ ଯୋଗୁଁ ପାରିବାରିକ ଜୀବନ ମଧୁମୟ ହେବ । ନିଜର ପ୍ରତିଦ୍ୱନ୍ଦୀ ମାନେ ପରାଜିତ ହେବେ । ଏହା ଲୋକମାନଙ୍କ ସହ ରଖିଥିବା ଉତ୍ତମ ସମ୍ପର୍କର ପରିଣାମ ଅଟେ । ନିଜେ କେବେ ହେଲେ ଆବେଗଶୀଳ ହେବେନାହିଁ । ଭାବିଚିନ୍ତି କାର୍ଯ୍ୟ କରନ୍ତୁ ।
କନ୍ୟା:ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ଫଳଦାୟକ ଅଟେ । ଆପଣଙ୍କର ପ୍ରଥମ ଭାଷଣରେ ଲୋକଙ୍କର ଧ୍ୟାନକୁ ମୋହିତ କରିବାରେ ସମର୍ଥ ହେବେ । ଏହା ଫଳରେ ସେମାନଙ୍କର ସ୍ନେହ ଓ ପ୍ରଶଂସାରେ ଆପଣ ପୋତିହୋଇ ପଡିବେ । ଏହା ଆପଣଙ୍କ ପାଇଁ ସର୍ବୋତ୍କୃଷ୍ଟ ଉପହାର ଅଟେ । ନିଜର ଏହି ଗୁଣଯୋଗୁଁ ବନ୍ଧୁଙ୍କ ସହିତ ଉତ୍ତମ ବନ୍ଧୁତ୍ୱ ସ୍ଥାପନ କରିପାରିବେ । ସେମାନେ ମଧ୍ୟ ଆପଣଙ୍କର ଏହି ଚିନ୍ତାଧାରାରେ ପ୍ରଭାବିତ ହେବାକୁ ଚେଷ୍ଟା କରିବେ । ନିଜର ମେଧାବୀ ସାହାସ , ବିଜ୍ଞଲୋକଙ୍କ ସହ ଆଲୋଚନା ଓ ତର୍କରେ ଉଚ୍ଚ ପ୍ରଶଂସିତ ହେବେ । ଏପରି ପ୍ରତିଦାନ ମିଳିବା ଫଳରେ ଆପଣ ଆମୋଦିତ ହେବେ । ଅର୍ଥଲାଭ ହେବ ଏବଂ ବ୍ୟବସାୟରେ ମଧ୍ୟ ଅନୁରୁପ ଲାଭବାନ ହେବେ ।
ତୁଳା: ଆଜି ଦିନଟିକୁ ଆପଣ କଷ୍ଟରେ କାଟିପାରନ୍ତି । ନିଜର ଶାରୀରିକ ଓ ମାନସିକ ଅସୁସ୍ଥତା ଯୋଗୁଁ ଆପଣ ଅସନ୍ତୋଷ ଭାବ ପ୍ରକାଶ କରିବା ସହ ନିଜକୁ ଦୁର୍ବଳ ଓ ଅସମର୍ଥ ବୋଲି କ୍ରୋଧାନ୍ବିତ ହୋଇପାରନ୍ତି । ଏହା ଫଳରେ ବନ୍ଧୁ ଓ ପ୍ରିୟଜନଙ୍କ ସହ ସମ୍ପର୍କ ଭଲ ରହିବ ନାହିଁ । ତେଣୁ ନିଜକୁ ଯୁକ୍ତିତର୍କରୁ ଦୂରେଇ ରହିବା ସହ ନମ୍ର ଏବଂ କୋମଳ ବ୍ୟବହାର ପ୍ରଦର୍ଶନ କରନ୍ତୁ । ଅପରାହ୍ନରେ ଧିରେ ଧିରେ ଉନ୍ନତି ପରିଲକ୍ଷିତ ହୋଇପାରେ । ଏହା ପରେ ଆପଣଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ଆପଣଙ୍କ ବ୍ୟବହାର ଏବଂ କଥାଭାଷାରେ ମଧ୍ୟ ପରିବର୍ତ୍ତନ ଘଟିପାରେ । ଯେତେଦୂର ସମ୍ଭବ ଆପଣ କୌଣସି ଆଇନ ସମ୍ଵନ୍ଧୀୟ କାର୍ଯ୍ୟରେ ନିଜକୁ ଜଡିତ କରନ୍ତୁ ନାହିଁ । ନିଜେ ସାବଧାନ ରହିଲେ ପଛରେ ପଶ୍ଚାତାପ କରିବାକୁ ପଡିବ ନାହିଁ ।
ବିଛା: ଗ୍ରହମାନଙ୍କର ଶୁଭ ଦୃଷ୍ଟିରୁ ଆଜି ଦିନଟି ଆପଣଙ୍କୁ ଆନନ୍ଦ ପ୍ରଦାନ କରିପାରେ । ଏହାର ଶୁଭ ନିଦର୍ଶନ ସ୍ୱରୁପ ଆପଣଙ୍କର ବ୍ୟବସାୟ ଓ ବୃତ୍ତିରେ ଅର୍ଥଲାଭ ହୋଇପାରେ । ନିଜର ବନ୍ଧୁ ଏବଂ ପ୍ରିୟଜନଙ୍କ ସହ ଆପଣ ଏକ ସୁଖମୟ ପରିଭ୍ରମଣର ଯୋଜନା କରିପାରନ୍ତି । ମାତ୍ର ନିଜର ଖର୍ଚ୍ଚପ୍ରତି ସତର୍କତା ଅବଲମ୍ଵନ କରନ୍ତୁ । ମଧ୍ୟାହ୍ନ ପରେ ଆପଣଙ୍କ ସ୍ୱାସ୍ଥ୍ୟର ଅବନତି ଘଟିପାରେ । ସେଥିପାଇଁ ଆପଣ ଅତ୍ୟଧିକ ଭୋଜନ କରନ୍ତୁ ନାହିଁ । ଆଜି ଏପରି ଘଟିପାରେ ଯେ ଆପଣଙ୍କ ଚତୁଃପାର୍ଶ୍ୱରେ ଥିବା ଲୋକମାନେ ନିଜର ଭୂମିକା ପ୍ରଦର୍ଶନ କରି ଆପଣଙ୍କୁ ଅପଦସ୍ତ କରିପାରନ୍ତି । ଆପଣ ସେମାନଙ୍କୁ ସମ୍ଭାଳିବା କଷ୍ଟକର ହୋଇପଡିବ । ସେଥିପାଇଁ ସେମାନଙ୍କ ସହ ବାର୍ତ୍ତାଳାପ କରନ୍ତୁ ନାହିଁ । କାରଣ ଏହା କଲେ ଆପଣ ନିଜର କ୍ରୋଧାନ୍ୱିତ ପ୍ରକୃତିକୁ ରୋକିବାରେ ସମର୍ଥ ହେବେ ନାହିଁ ।
ଧନୁ:ଆଜି ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ଅଟେ । ପ୍ରତ୍ୟେକ କ୍ଷେତ୍ରରେ ଆପଣ ସୁଫଳ ପାଇବେ । ଗୃହରେ ଏବଂ ଅଫିସରେ ସୁସ୍ଥ ବାତାବରଣ ଯୋଗୁଁ ଏହା ସମ୍ଭବପର ହୋଇପାରେ । ବନ୍ଧୁ ଏବଂ ପରିବାରବର୍ଗଙ୍କ ସହ ଆପଣ ପରିଭ୍ରମଣରେ ଯିବା ପାଇଁ ଯୋଜନା କରିପାରନ୍ତି । ନିଜ ବୃତ୍ତିରେ ବହୁ ପରିମାଣରେ ଉପକୃତ ହେବା ସହ ଆପଣଙ୍କର ପଦୋନ୍ନତି ହେବାର ଯଥେଷ୍ଟ ସମ୍ଭାବନା ଅଛି । ଦରମା ବୃଦ୍ଧି ମଧ୍ୟ ହୋଇପାରେ । ସାମାଜିକ କ୍ଷେତ୍ରରେ ଆପଣଙ୍କର ସୁନାମ ଓ ଖ୍ୟାତି ବୃଦ୍ଧି ପାଇବ । ଶାରୀରିକ ସୁସ୍ଥତା ଦିନତମାମ ବଜାୟ ରହିବ ।
ମକର: ଆଜି ଦିନଟି ଆପଣଙ୍କୁ ଶୁଭଫଳ ପ୍ରଦାନ କରିବ । ଆପଣ ଯଦି କିଛି ନୂଆ ଯୋଜନାର ଶୁଭାରମ୍ଭ କରିବାକୁ ମନସ୍ଥ କରିଛନ୍ତି । ତାହେଲେ ତୁରନ୍ତ ତାହାକୁ କାର୍ଯ୍ୟକାରୀ କରନ୍ତୁ । ଆଜିର ଦିନଟି ଆପଣଙ୍କ ପାଇଁ ସର୍ବୋତ୍କୃଷ୍ଟ ଅଟେ । ବ୍ୟବସାୟୀଙ୍କ ନିମନ୍ତେ ଏହି ଦିନଟି ଆଶୀର୍ବାଦ ସୂଚକ ମନେ ହୋଇପାରେ । ତେଣୁ ଏହି ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ । ଭଗବାନଙ୍କ ଦର୍ଶନ ନିମନ୍ତେ ମନ୍ଦିର ଯିବାପାଇଁ ଯୋଜନା କରନ୍ତୁ । ତା’ଛଡା କୌଣସି ତୀର୍ଥସ୍ଥାନକୁ ବୁଲିଯିବାକୁ ସ୍ଥିର କରନ୍ତୁ । ବିଦେଶରେ ରହୁଥିବା ସମ୍ପର୍କୀୟଙ୍କ ନିକଟରୁ ଶୁଭ ଖବର ମିଳିପାରେ ।
କୁମ୍ଭ: ଆଜି ଆପଣ ନିଜକୁ ଶାନ୍ତ, ନମ୍ର ଭାବକୁ ଆପଣେଇ ନେଲେ ଦିବସଟି ଆପଣଙ୍କ ପାଇଁ ସର୍ବୋତ୍କୃଷ୍ଟ ବୋଲି ମନେ ହେବ । ନିଜର କ୍ରୋଧକୁ ସମ୍ଵରଣ କଲେ ସବୁ କାର୍ଯ୍ୟରେ ସଫଳତା ହାସଲ କରିପାରିବେ । ପାରିବାରିକ ଜୀବନ ଅତ୍ୟନ୍ତ ସୁଖକର ମନେହେବ । ଆପଣ ନିଜର ତର୍କବିତର୍କ ମନୋଭାବକୁ ଦମନ କରି ପରିସ୍ଥିତିକୁ ଧୀରସ୍ଥିର ଚିତ୍ତରେ ସୁଧାରି ନେଇପାରିବେ । ମଧ୍ୟାହ୍ନ ପରେ ସବୁଦିଗରୁ ସୁଖଶାନ୍ତି ପ୍ରାପ୍ତିର ଯୋଗ ରହିଛି । ପାରିବାରିକ କ୍ଷେତ୍ରରେ ଏହା ଅଧିକ ପରିଦୃଷ୍ଟି ହୋଇପାରେ । ସକାଳର ମନୋମାଳିନ୍ୟ ତୁଟିଯାଇ ମୌଜ ମଜଲିସରେ ସମୟ କାଟିବେ। ବନ୍ଧୁମାନେ ଆପଣଙ୍କ ଗୃହକୁ ଆସି ଆପଣଙ୍କୁ ଖୁସିକରିବା ପାଇଁ ଟାଣିନେବେ । ଦିବସର ଶେଷାର୍ଦ୍ଧରେ ଆପଣ ମନ୍ଦିରକୁ ଯାଇ ଠାକୁରଙ୍କ ଆଶୀର୍ବାଦ ଭିକ୍ଷା କରନ୍ତୁ ।
ମୀନ: ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିପାରେ । ଦିବସର ପ୍ରଥମାର୍ଦ୍ଧରେ ଆପଣ ନିଜର ବନ୍ଧୁ ଓ ପ୍ରିୟଜନଙ୍କ ସହ ମୌଜ ମଜଲିସ କରିବା ପାଇଁ ପରିଭ୍ରମଣରେ ଯିବାର ଯୋଜନା କରିପାରନ୍ତି । କର୍ମଜୀବୀଙ୍କ କ୍ଷେତ୍ରରେ ସେମାନେ ନିର୍ବିଘ୍ନରେ ବା କୌଣସି କାର୍ଯ୍ୟରେ ସଫଳତା ଲାଭ କରିବେ । ଯୁଗ୍ମ ବ୍ୟବସାୟରେ ସହକର୍ମୀଙ୍କ ସହଯୋଗ ତଥା ଉତ୍ତମ ବୁଝାମଣା ଯୋଗୁଁ ବ୍ୟବସାୟରେ ଯଥେଷ୍ଟ ଉନ୍ନତି ପରିଲକ୍ଷିତ ହେବ । ମଧ୍ୟାହ୍ନ ପରେ ଆପଣ ସ୍ୱାସ୍ଥ୍ୟରେ ସାମାନ୍ୟ ଅବନତି ଘଟିପାରେ । ପରିବାର ମଧ୍ୟରେ କୌଣସି ତର୍କବିତର୍କ ଆଲୋଚନା ନ କରିବା ଭଲ ଅଟେ । ନଚେତ ପରିବାରର ଜଣେ ସଦସ୍ୟଙ୍କ ବାର୍ତ୍ତାଳାପ ଆପଣଙ୍କୁ ଆଘାତ ଦେଇପାରେ । ଆର୍ଥିକ ସ୍ଥିତି ଦୁର୍ବଳ ରହିପାରେ ।