ମେଷ: ଆଜିର ଦିନ ଆପଣଙ୍କ ପାଇଁ ମିଶ୍ରିତ ଫଳ ପ୍ରଦାନ କରିବ । ଆପଣଙ୍କ ଭାଷା ଏବଂ ରାଗ ଉପରେ ନିୟନ୍ତ୍ରଣ ରଖିବା ପାଇଁ ପରାମର୍ଶ ଦିଆହେଉଛି । ଅନାବଶ୍ୟକ କଳହରେ ନିଜକୁ ସଂପୃକ୍ତ କରିବେ ନାହିଁ । ବିରୋଧିମାନେ ଆପଣଙ୍କ ପଛରେ ଲାଗିବେ। କିନ୍ତୁ ଧୌର୍ଯ୍ୟହରା ହୁଅନ୍ତୁ ନାହିଁ।
ବୃଷ:ଆଜି ଦିନ ଆପଣଙ୍କ ସପକ୍ଷରେ ରହିବ। ଆଜି ମନ ଏବଂ ଶରୀର ସୁସ୍ଥ ରହିବ। ବ୍ୟବହାର ଠିକ କରିଲେ ପ୍ରିୟ ଭାଜନ ହେବେ।ମନ ଭଲ ରହିବ । ପରିବାର ଓ ସାଙ୍ଗମାନଙ୍କ ପାଇଁ ସମୟ ବାହାର କରନ୍ତୁ । ସମାଜିକ କାର୍ଯ୍ୟରେ ସଫଳତା ମିଳିବ । ଦୂରରୁ ସୁସମ୍ୱାଦ ପାଇବେ । ବୈବାହିକ ଜୀବନ ଆନନ୍ଦମୟ ହେବ । ଅଚାନକ ଧନ ପ୍ରାପ୍ତି ହେବ ।
ମିଥୁନ: ଆଜି ଦିନଟି ଶୁଭଫଳ ପ୍ରଦାନକାରୀ ଅଟେ । ଆପଣ କିଛି କାର୍ଯ୍ୟ ସୁଚାରୁରୂପେ ସମ୍ପନ୍ନ କରିବାରେ ସକ୍ଷମ ହେବେ । ଆଜି ଦିନଟିରେ ଆପଣଙ୍କର ନାମ ଓ ସମ୍ମାନ ବୃଦ୍ଧି କରିବ। ପାରିବାରିକ ଜୀବନ ସୁଖମୟ ହେବ । ଆପଣ ଆଜି ବହୁତ ପରିମାଣର ଅର୍ଥ ଉପାର୍ଜନ କରିବେ | ମାତ୍ର କୌଣସି ଅନିର୍ବାଯ୍ୟ କାରଣ ପାଇଁ ଅତ୍ୟଧିକ ପରିମାଣର ଅର୍ଥ ଖର୍ଚ୍ଚ କରିବେ । ଆପଣଙ୍କ ଶାରିରୀକ ଓ ମାନସିକ ସୁସ୍ଥତା ଅତୁଟ ରହିବ । ନିଜ କାର୍ଯ୍ୟରେ ନିଜର ସହକର୍ମୀଙ୍କଠାରୁ ସାହାଯ୍ୟ ପାଇ ନିଜର କଠିନ ପରିଶ୍ରମ ପାଇଁ ନିଜକୁ ଯୋଗ୍ୟ ବୋଲି ପ୍ରତିପାଦନ କରିପାରିବେ।
କର୍କଟ: ନିଜର ଚିନ୍ତାଗ୍ରସ୍ତ ମନ ଯୋଗୁଁ ଖୁସି ଅନୁଭବ କରିପାରିବେ ନାହିଁ। ଆପଣଙ୍କର ସନ୍ତାନ ଏବଂ ବନ୍ଧୁଙ୍କ ଚିନ୍ତା ଆପଣଙ୍କୁ ବ୍ୟଥିତ କରିବ। ବାହାରକୁ ଯାତ୍ରା କରିବା ବେଳେ ସତର୍କ ରୁହନ୍ତୁ। ଅଯଥା ଯୁକ୍ତିତର୍କରୁ ନିବୃତ ରୁହନ୍ତୁ। ଯାତ୍ରାର ଯୋଜନାକୁ ସ୍ଥଗିତ ରଖନ୍ତୁ। ଗ୍ରହମାନଙ୍କର ଶୁଭଦୃଷ୍ଟି ନ ଥିବରୁ ଆପଣ ଏପରି କାର୍ଯ୍ୟରେ ଲିପ୍ତ ରହୁନ୍ତୁ ନାହିଁ।
ସିଂହ: ଆଜିଦିନ ଆପଣଙ୍କ ସପକ୍ଷରେ ନାହିଁ । ନକ୍ଷତ୍ରଗଣ ଆପଣଙ୍କ ପାଇଁ ଶୁଭ ଜଣା ପଡୁ ନାହାନ୍ତି। ଘରୋଇ ଝଗଡା ଆପଣଙ୍କୁ ଅଶାନ୍ତି କରିପାରେ କିମ୍ୱା କାର୍ଯ୍ୟ କ୍ଷେତ୍ରରେ ଆପଣ ଅପମାନଜନକ ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି । ଚାକିରିକୁ ନେଇ ଚିନ୍ତିତ ରହିବେ। ଏହା ଆପଣଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ ପ୍ରତିକୂଳ ଭାବରେ ପ୍ରଭାବିତ କରିପାରେ।
କନ୍ୟା: ସମସ୍ତ ଦୃଷ୍ଟିକୋଣରୁ ଆଜି ଆପଣଙ୍କ ପାଇଁ ସବୁ ଜିନିଷ ସପକ୍ଷରେ ଜଣା ପଡୁଛି । ଆଜି କୌଣସି ସିଦ୍ଧାନ୍ତ ନିଅନ୍ତୁ ନାହିଁ। କୌଣସି କାର୍ଯ୍ୟ କରିବା ପୂର୍ବରୁ ଭାବିଚିନ୍ତି କରନ୍ତୁ । ଘରେ ପରିବାର ସହିତ ଖୁସିରେ ରୁହନ୍ତୁ । ପ୍ରୀୟଜନ, ବନ୍ଧୁ ଏବଂ ଭାଇଭଉଣୀଙ୍କ ଗହଣରେ ଆନନ୍ଦ ଉଲ୍ଲାସରେ ସମୟ ବିତାନ୍ତୁ ।