ମେଷ: କାର୍ଯ୍ୟାଳୟରେ ଆପଣ ନିଜର ଉପରିସ୍ଥ କର୍ମଚାରୀଙ୍କ ସହ ଗୁରୁତ୍ତ୍ୱପୂର୍ଣ୍ଣ ଆଲୋଚନାରେ ବ୍ୟସ୍ତ ରହିବେ । ଆପଣଙ୍କ ଯୋଜନା ପାଇଁ ସରକାରଙ୍କଠାରୁ କିଛି ଅର୍ଥ ମିଳିପାରେ । ନିଜର ମାଆଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ସରକାରୀ କାର୍ଯ୍ୟଟିକୁ ଆପଣ ସୁଚାରୁ ରୁପେ ତୁଲାଇବାରେ ସକ୍ଷମ ହେବେ । ଆଜି ଦିନଟି ମିଶ୍ରିତ ଫଳ ପ୍ରଦାନକାରୀ ଅଟେ ।
ବୃଷ:ଆପଣଙ୍କ ବନ୍ଧୁ ଏବଂ ସମ୍ପର୍କୀୟମାନଙ୍କଠାରୁ ଭଲ ଖବର ଆଶା ପାଇପାରନ୍ତି । ସମସ୍ତ ଦିଗରୁ ଆମଦାନୀ ତୁମ ସୁଖକୁ ଆହୁରି ବୃଦ୍ଧି କରିବ । ଦରମା ବୃଦ୍ଧି ହେବ । ଦୂରଯାତ୍ରା ପାଇଁ ଯନ୍ତ୍ରଣା ଅନୁଭବ କରିପାରନ୍ତି । ଜୀବନ ସାଥି ସନ୍ଧାନରେ ଥିବା ବ୍ୟକ୍ତିଙ୍କ ମନବାଞ୍ଛା ପୂର୍ଣ୍ଣ ହେବ ।
ମିଥୁନ: ଚାପଗ୍ରସ୍ତ ହୋଇପାରନ୍ତି । ଏତେ ଚାପ ରହିବ ଯେ ଆପଣ ଅଶାନ୍ତି ଅନୁଭବ କରିବେ । ବନ୍ଧୁ ଓ ପ୍ରିୟଜନଙ୍କ ସଙ୍ଗେ ଯୁକ୍ତିତର୍କ କିମ୍ୱା ପାଟିତୁଣ୍ଡ କରନ୍ତୁ ନାହିଁ । ଏପରି ଅପ୍ରୀତିକର ପରିସ୍ଥିତିଠାରୁ ଦୂରେଇ ନରହିଲେ ଏହା ଆପଣଙ୍କର ଶରୀର ଉପରେକୁ ପ୍ରଭାବ ପକାଇପାରେ । ଧର୍ମ କାର୍ଯ୍ୟରେ ଯୋଗଦାନ କରି ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି । ଧ୍ୟାନକଲେ ମାନସିକ ଶାନ୍ତି ଫେରିପାଇ ପାରନ୍ତି । ନିଜ ଶରୀରର ଯତ୍ନ ନିଅନ୍ତୁ ।
କର୍କଟ: ଦିନଟି ସବୁ ଦୃଷ୍ଟିରୁ ଶୁଭଫଳ ପ୍ରଦାୟକ ଅଟେ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗନେଇ ମୌଜ ମଜଲିସ କରିବେ । କିଛି ଜିନିଷ କିଣାକିଣି କରିବାରେ ଆନନ୍ଦ ପାଇପାରନ୍ତି । ଆପଣ ବହୁ ଦୂରରୁ ଆସିଥିବା ଜଣେ ଭିନ୍ନ ସମ୍ପ୍ରଦାୟର ବ୍ୟକ୍ତିଙ୍କ ସାକ୍ଷାତ କରି ଉଲ୍ଲସିତ ହେବେ । ଏହି ସାକ୍ଷାତକାର ଭବିଷ୍ୟତରେ ଉପକାରୀ ହୋଇପାରେ ।
ସିଂହ: ସତର୍କ ରହିବା ପାଇଁ ପ୍ରୟାସ କରନ୍ତୁ । ଆପଣଙ୍କର ଶାରୀରିକ ତଥା ମାନସିକ ସ୍ଥିତି ଭଲ ନଥିବାରୁ ବିଶ୍ରାମ ନେବା ଆପଣଙ୍କ ପାଇଁ ଜରୁରୀ ଅଟେ । ଅସନ୍ତୋଷ ଓ ଉଦାସ ମନୋଭାବ ଯୋଗୁଁ ମନ ବିଚଳିତ ହେବ ଏବଂ ଆପଣ ପ୍ରତିକଥାରେ ବିରକ୍ତି ଭାବ ପ୍ରକାଶ କରିପାରନ୍ତି । ତେଣୁ ପରିବାରର ସଦସ୍ୟମାନଙ୍କ ନିମିତ୍ତ ନିଜର ଆଚରଣ ଓ ବ୍ୟବହାରକୁ ମାର୍ଜିତ କରନ୍ତୁ । ସର୍ବୋତ୍ତମ ଫଳ ହାସଲ କରିବାକୁ ବିଦ୍ୟାର୍ଥୀମାନେ କଠିନ ପରିଶ୍ରମ କରିବାକୁ ପଡିବ ।
କନ୍ୟା: ଆଜି ଦିନରେ ଆପଣ ନିଜର ସନ୍ତାନ ଓ ପ୍ରିୟଜନଙ୍କ ଚିନ୍ତାରେ ବିଚଳିତ ହୋଇପାରନ୍ତି । ଏଥିପାଇଁ ଆପଣଙ୍କ ମାନସିକ ଶାନ୍ତି ବ୍ୟାହତ ହେବ । ଅପଣଙ୍କ ପାକସ୍ଥଳୀ ଏବଂ କଲିଜା ଜନିତ ଶାରୀରିକ ଅସୁସ୍ଥତା ମଧ୍ୟ ମୁଣ୍ଡ ବ୍ୟଥାର କାରଣ ହୋଇପାରେ । ଆପଣଙ୍କ ଖର୍ଚ୍ଚ ବୃଦ୍ଧି ପାଇବା ଯୋଗୁଁ ଆପଣ ଏହାର ସମାଧାନର ବାଟ ଖୋଜିପାରନ୍ତି । ଅର୍ଥଲଗାଣ କାରୀ ସଂସ୍ଥାରେ ନିଜ ପୁଞ୍ଜି ଆଦୌ ବିନିଯୋଗ କରନ୍ତୁ ନାହିଁ ।