ମେଷ :ଆଜି ଆପଣଙ୍କୁ ମିଶ୍ରିତ ଫଳ ମିଳିପାରେ । ନିଜକୁ ଏକାଗ୍ର ଚିତ୍ତ ଏବଂ ସ୍ଥିର ନରଖିପାରନ୍ତି । ଏଥିପାଇଁ ଆପଣ ଧ୍ୟାନ ଓ ଯୋଗର ସାହାଯ୍ୟ ନେଲେ ଏଥିରୁ ମୁକ୍ତି ପାଇପାରିବେ । ପୁଞ୍ଜିବିନିଯୋଗକାରୀ ମାନେ ନିଜର ପୁଞ୍ଜିକୁ ବହୁ ଯାଗାରେ ବିନିଯୋଗ କରି ମଧ୍ୟ କୌଣସି ସଫଳ ପାଇବେନାହିଁ । ଆଜି କୌଣସି ଆଇନ ସମ୍ପର୍କିତ କାଗଜରେ ଦସ୍ତଖତ କରିବାବେଳେ ସତର୍କତା ଅବଲମ୍ଵନ କରନ୍ତୁ । ସନ୍ଧ୍ୟାରେ ସମସ୍ୟାର ପରିବର୍ତ୍ତନ ହୋଇ ସୁଖଶାନ୍ତି ମିଳିପାରେ । ପାରିବାରିକ ପରିବେଶ ଅତ୍ୟନ୍ତ ପ୍ରୀତିକର ଓ ମଧୁମୟ ହେବ । ଯଦି କିଛି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଚାହୁଁଥାନ୍ତି କିମ୍ଵା ନୂତନ କାର୍ଯ୍ୟର ଶୁଭାରମ୍ଭ କରିବାକୁ ମନସ୍ଥ କରିଛନ୍ତି, ତାହାହେଲେ ଏହି ସନ୍ଧ୍ୟାଟି ଆପଣଙ୍କ ପାଇଁ ସର୍ବୋତ୍କୃଷ୍ଟ । ଆପଣ ନିଜର ଖର୍ଚ୍ଚ ପ୍ରତି ସଜାଗ ରୁହନ୍ତୁ । ଅତ୍ୟଧିକ ଖର୍ଚ୍ଚ ଆର୍ଥିକ ସ୍ଥିତିକୁ ଦୁର୍ବଳ କରିପାରେ ।
ବୃଷ : ଆଜି ଆପଣଙ୍କୁ ଦୁଇପ୍ରକାରର ସ୍ୱାଦ ଚାଖିବାକୁ ପଡ଼ିପାରେ । ଦିବସର ପ୍ରଥମାର୍ଦ୍ଧରେ ସାମାଜିକ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିବେ । ବ୍ୟବସାୟୀ ବନ୍ଧନରେ ବାନ୍ଧି ହୋଇପାରନ୍ତି । ବନ୍ଧୁ ଓ ପରିବାର ସଦସ୍ୟଙ୍କ ସହ ବଣଭୋଜି କରିବାକୁ ଯାଇ ମୌଜ ମଜଲିସରେ ସମୟ କାଟିପାରନ୍ତି । ବେଶେଷତଃ ପିଲାମାନଙ୍କ ସହ ମିଶି ଅଧିକ ଉତ୍ଫୁଲ୍ଳିତ ହେବେ । ଦିବସର ଦ୍ୱିତୀୟାର୍ଦ୍ଧରେ ଗ୍ରହମାନଙ୍କର ଶୁଭଫଳ ଅଭାବରୁ ଶାରୀରିକ ଅସୁସ୍ଥତା ଦେଖା ଦେଇପାରେ । ନିଜକୁ ଦୁର୍ବଳ ଓ ଶିଥିଳ ଅନୁଭବ କରିବେ । ଉତ୍କଣ୍ଠା ବୃଦ୍ଧି ପାଇପାରେ । ପରିବାରର ସଦସ୍ୟଙ୍କ ସହ ମନୋମାଳିନ୍ୟ ପରିବାରର ବାତାବରଣକୁ ନଷ୍ଟ କରିପାରେ । ଏହି ପରିସ୍ଥିତିରୁ ନିଜକୁ ରକ୍ଷା କରିବା ପାଇଁ ଏବଂ ଶାନ୍ତ ବାତାବରଣକୁ ପୁନର୍ବାର ଫେରାଇ ଆଣିବାକୁ କ୍ରୋଧରେ ସଞ୍ଜମତା ରଖନ୍ତୁ ।
ମିଥୁନ : ଆଜି ଦିନଟି ବ୍ୟବସାୟୀ ଓ ସେମାନଙ୍କ ବ୍ୟବସାୟ ପାଇଁ ସର୍ବୋତ୍କୃଷ୍ଟ । ଆଜି ସେମାନଙ୍କର ପ୍ରଚୁର ଲାଭ ହେବ । କର୍ମଜୀବିଙ୍କ ପାଇଁ ଆଜି ଦିନଟି ଅତ୍ୟନ୍ତ ଶୁଭଦାୟକ । ଅଫିସ୍ରେ ଆପଣଙ୍କର କାର୍ଯ୍ୟଦକ୍ଷତା ଓ କଠିନ ପରିଶ୍ରମର ଫଳ ସ୍ୱରୁପ ହାକିମଙ୍କ ପ୍ରିୟପାତ୍ର ହୋଇପାରିବେ । ଏହି ଖୁସିରେ ସେ ପଦୋନ୍ନତି ଦେଇ ପାରନ୍ତି । ଦିନଟିକୁ ମଧୁମୟ କରିବାକୁ ଆଜି ସନ୍ଧ୍ୟାରେ ନିଜ ବନ୍ଧୁମାନଙ୍କ ସହ ବାହାରକୁ କିମ୍ଵା ବଣଭୋଜି କରିବାକୁ ଯାଇପାରନ୍ତି । ଅର୍ଥଲାଭ ହୋଇପାରେ । ଭବିଷ୍ୟତରେ ଆହୁରି ଅଧିକ ଅର୍ଥଲାଭ ହେବାର ସମ୍ଭାବନା ମଧ୍ୟ ରହିଛି ।
କର୍କଟ : ଦିନର ପ୍ରଥମାର୍ଦ୍ଧ ଭଲରେ ନକଟିଲେ ମଧ୍ୟ ପ୍ରତି ଘଣ୍ଟାରେ ଏହା କ୍ରମଶଃ ଶୁଭଫଳ ଦେବାରେ ସକ୍ଷମ ହେବ । ଉତ୍କଣ୍ଠିତ ହୋଇ ରହିବେ । ପାକସ୍ଥଳୀ ଜନିତ ଯନ୍ତ୍ରଣା ଭୋଗିପାରନ୍ତି | ଶରୀର ପାଇଁ ହିତକାରୀ ଖାଦ୍ୟ ଖାଆନ୍ତୁ । ମାନସିକ ଶାନ୍ତି ପାଇବାକୁ ଧ୍ୟାନ ଓ ଯୋଗର ଆଶ୍ରୟ ନିଅନ୍ତୁ । କଠିନ ପରିଶ୍ରମ କରି କାର୍ଯ୍ୟ କଲେ ମଧ୍ୟ ସଫଳତା ମିଳିବନି । ମଧ୍ୟାହ୍ନ ପରେ ଅସୁସ୍ଥ ଶରୀର ଧିରେ ଧିରେ ସୁସ୍ଥ ହେବ । ଭାଙ୍ଗି ପଡ଼ିଥିବା ମନ ଓ ସାହାସ ପୁନର୍ବାର ଯୋଡ଼ି ହୋଇଯିବ । ଆତ୍ମବିଶ୍ୱାସ ମଧ୍ୟ ଦୃଢ଼ ହେବ । ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ଓ ସମ୍ମାନ ମଧ୍ୟ ବୃଦ୍ଧି ପାଇବ । ବ୍ୟବସାୟୀମାନେ ସେମାନଙ୍କର ବ୍ୟବସାୟରୁ ଯଥେଷ୍ଟ ଲାଭ ପାଇପାରନ୍ତି ।
ସିଂହ : ଆଜିର ଦିନ ମିଶ୍ରିତ ଫଳ ପ୍ରଦାନ କରିବ । ଆଜି ନିଜକୁ ବେଆଇନ ଓ ଅନୈତିକ କାର୍ଯ୍ୟକଳାପରୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ । ନଚେତ୍ ଅସୁବିଧାରେ ପଡ଼ିପାରନ୍ତି । ଆଜି ଅଫିସରେ ମନ ଲଗାଇ କାମ କରନ୍ତୁ ଏବଂ ପ୍ରତି ଘଣ୍ଟାରେ ଅଜସ୍ର କାମ ଆସିପାରେ । ତେଣୁ ମଝିରେ ମଝିରେ ବିଶ୍ରାମ ନିଅନ୍ତୁ | ନଚେତ୍ ଏପରି ଅନବରତ କାର୍ଯ୍ୟରେ ମନନିବେଶ କଲେ ସ୍ୱାସ୍ଥ୍ୟରେ ଅବନ୍ନତି ଘଟିପାରେ । ଅପ୍ରତ୍ୟାସିତ ଭାବରେ ଅର୍ଥଲାଭ ହୋଇପାରେ । ନିଜର ପ୍ରତିଦ୍ୱନ୍ଦୀଙ୍କ ସଙ ଯୁକ୍ତିତର୍କ କରନ୍ତୁନାହିଁ । ନିଜର କ୍ରୋଧ ସମ୍ଵରଣ ନକଲେ ଦିନଟିର ମାଧୁର୍ଯ୍ୟ ନଷ୍ଟ ହୋଇଯିବ । ସବୁବେଳେ ନମ୍ର ଓ ଶାନ୍ତ ରୁହନ୍ତୁ ।
କନ୍ୟା: ନିଜକୁ କଳା ଜଗତରେ ସକ୍ରିୟ ଭାବରେ ବ୍ୟସ୍ତ ରଖିବେ ଓ ସାମାଜିକ ଜୀବନରେ ବହୁ ଅନୁଷ୍ଠାନ ସହିତ ଜଡ଼ିତ ରହି ସମୟ କାଟିବେ । ଏହାଦ୍ୱାରା ସମ୍ମାନ ବୃଦ୍ଧି ପାଇବା ସହିତ ସ୍ୱୀକୃତି ମିଳିପାରେ । ବୃତ୍ତିରେ ଆପଣଙ୍କ ଅଂଶୀଦାର ବ୍ୟବସାୟୀ ମାନେ ସହଯୋଗର ହାତ ବଢାଇବେ ଓ ଅର୍ଥଲାଭ କରିବେ | ଆଜି ଦିନର ଅଧିକାଂଶ ସମୟ ମନୋରଞ୍ଜନ ଓ ଆମୋଦ ପ୍ରମୋଦରେ କାଟିପାରନ୍ତି । ମଧ୍ୟାହ୍ନ ପରେ ଆପଣଙ୍କର ସ୍ୱାସ୍ଥ୍ୟର ଅବନ୍ନତି ମଧ୍ୟ ଘଟିପାରେ, ତେଣୁ ଶରୀର ପ୍ରତି ଯତ୍ନବାନ ହୁଅନ୍ତୁ । ଧ୍ୟାନ, ପ୍ରାର୍ଥନା ଓ ଯୋଗ କଲେ ମାନସିକ ଶାନ୍ତି ପାଇବେ ।