ଓଡିଶା

odisha

ETV Bharat / bharat

ଭ୍ରମଣ ଯୋଗ ଅଛି, ଆମୋଦ ପ୍ରମୋଦରେ ଦିନ କାଟିବେ ଏହି ରାଶିର ବ୍ୟକ୍ତି

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

horoscope
horoscope

By ETV Bharat Odisha Team

Published : Nov 20, 2023, 12:06 AM IST

ମେଷ: ଆଜିର ଦିନଟି ଆପଣଙ୍କୁ ଖୁସି ଏବଂ ସନ୍ତୁଷ୍ଟ ରଖିବ। ଶୁସିର ସହିତ ଆପଣ ଘରର ପରିବେଶକୁ ପ୍ରଫୁଲ୍ଲିତ ରଖିବାକୁ ଉଦ୍ୟମ କରିବେ । ଆପଣ ଆପଣଙ୍କ ଘରର ସୌନ୍ଦର୍ଯ୍ୟ ଏବଂ ଭିତରର ସାଜସଜ୍ଜାକୁ ବୃଦ୍ଧି କରି ଏକ ନୂତନ ରୂପ ଦେବାକୁ ଇଛା କରିବେ । ସେହିପରି ଆପଣଙ୍କ ଅପେକ୍ଷାର ଅନ୍ତ ହୋଇଛି । ଆପଣ ଏକ କାର କିଣିବାର ଯୋଜନା କରିପାରନ୍ତି । କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ସବୁ ଜିନିଷ ଆଶା ଅନୁରୂପ ଆଗକୁ ବଢିବାର ସମ୍ଭାବନା ରହିଛି । ଭ୍ରମଣ ଆପଣଙ୍କ କାର୍ଡରେ ଅଛି । ସେଥିପାଇଁ ଆପଣ ପଡୋଶୀ ସହରରେ ଏକ ସାମାଜିକ ଅନୁଷ୍ଠାନରେ ଯୋଗ ଦେବାର ଯୋଜନା କରିଛନ୍ତି ।

ବୃଷ:ଆପଣ ଆଜି ଆପଣଙ୍କ ବ୍ୟବସାୟକୁ ବିସ୍ତାରିତ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିବେ । ଆପଣଙ୍କ ଅଭିନବ କୌଶଳ ଏବଂ ଉନ୍ନତ ଶିଳ୍ପ କଳା ଆପଣଙ୍କ ବ୍ୟବସାୟକୁ ଉଚ୍ଚିତ ଦିଗରେ ଆଗେଇ ନେବାକୁ ପ୍ରୋତ୍ସାହନ ଦେବାର ସମ୍ଭାବନା ଅଛି । ଆପଣ ହୁଏତ ବ୍ୟବସାୟ ପାଇଁ ଭ୍ରମଣ ମଧ୍ୟ କରିପାରନ୍ତି | ଆପଣଙ୍କ ଉଚ୍ଚ ପଦସ୍ଥ କର୍ମଚାରୀ ଆପଣଙ୍କ କାର୍ଯ୍ୟରେ ଖୁସି ଥିବାରୁ ଆପଣ ଏକ ପଦୋନ୍ନତି ଆଶା କରି ପାରନ୍ତି । ଆପଣଙ୍କ ପିତା ଏବଂ ଗୁରୁଜନମାନଙ୍କ ପକ୍ଷରୁ ଲାଭାନ୍ୱିତ ହେବାର ସମ୍ଭାବନା ଅଛି ।

ମିଥୁନ:ଆପଣଙ୍କ ପାଇଁ ଏହି ଦିନଟି ଘଟଣାପୂର୍ଣ୍ଣ ରହିବ । ନକାରାତ୍ମକ ବିଚାର ଠାରୁ ଦୁରେଇ ରୁହନ୍ତୁ ନଚେତ ଏହା ଆପଣଙ୍କୁ ନିରାଶ ଓ ଉଦାସ କରି ଛାଡି । ଅବୈଧ କାର୍ଯ୍ୟ ଆପଣଙ୍କୁ ବିପଦରେ ପକାଇ ପାରେ । ଆପଣ ଖାଉଥିବା ଖାଦ୍ୟ ଉପରେ ସତର୍କ ଦୃଷ୍ଟି ରଖନ୍ତୁ । ନଚେତ ଅସ୍ଵାସ୍ଥ୍ୟକର ଖାଦ୍ୟ ଆପଣଙ୍କୁ ଅସୁବିଧା କରିପାରେ । ତଥାପି ସନ୍ଧ୍ୟା ସମୟରେ ଜିନିଷ ଗୁଡିକ ଭଲ ଆଡକୁ ପରିବର୍ତ୍ତନ ହୋଇପାରେ । ଆପଣ ଆରମ୍ଭ କରିଥିବା ବ୍ୟବସାୟକୁ ପ୍ରୋତ୍ସାହନ ମିଳିବାର ସମ୍ଭାବନା ଅଛି ।

କର୍କଟ:ଆପଣ କାହା ସହିତ ଅତି ଭାବୁକ ହୋଇ ମିଶି ପାରନ୍ତି । ମନରେ ଏହାର ଦୃଢ ବନ୍ଧନ ହୋଇପାରେ । ବନ୍ଧୁମାନଙ୍କ ସହ ମିଶି ଆନନ୍ଦିତ ହେବେ ଏବଂ ଖୁସି ମନେଇବେ । ସିନେମା ଦେଖିବା, ଖେଳିବା ପରି ମନୋରଞ୍ଜକ କାର୍ଯ୍ୟ ଖୋଜନ୍ତୁ ଯାହା ଆପଣଙ୍କ ଅବକାଶର ମଜ୍ଜାକୁ ଦ୍ଵିଗୁଣିତ କରିବ । ତଥାପି ସନ୍ଧ୍ୟା ସମୟରେ ଏହା ଆପଣଙ୍କୁ ଉତ୍ତେଜିତ କରିପାରେ ତେଣୁ ଆପଣଙ୍କ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ । ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହା ଏକ ଭଲ ଦିନ ନୁହେଁ । ଆପଣ ଦୁର୍ଘଟଣା ଗ୍ରସ୍ତ ହୋଇପାରନ୍ତି, ସତର୍କତାର ସହ ଗାଡି ଚଲାନ୍ତୁ ।

ସିଂହ: ଆର୍ଥିକ ସାଧନ ବ୍ୟବସ୍ଥା କରିବା ପାଇଁ ଏବଂ ବ୍ୟବସାୟକୁ ବୃଦ୍ଧି କରିବା ପାଇଁ ଏହା ଏକ ଉପଯୁକ୍ତ ଦିନ ଅଟେ । ବ୍ୟବସାୟୀମାନଙ୍କ ପାଇଁ ଆପଣଙ୍କ ଦଳ, ବିଶେଷ କରି ଆପଣଙ୍କ କନିଷ୍ଠ ଏବଂ ଅଧିନସ୍ଥ କର୍ମଚାରୀମାନେ ଲାଭାନ୍ୱିତ ହେବାର ସମ୍ଭାବନା ଅଛି।ସୁଧ ଏବଂ ନିବେଶରୁ ଆର୍ଥିକ ଲାଭ ପାଇବାର ମଜଭୁତ ସଂକେତ କାର୍ଡରୁ ମିଳୁଛି ।ଏହା ଆପଣଙ୍କ ଆର୍ଥିକ ଅଭାବ ସମ୍ବନ୍ଧୀୟ ସମସ୍ତ ଅସୁବିଧାକୁ ବିଲୋପ କରିଦେବ । ଅନ୍ତରଙ୍ଗ ବନ୍ଧୁମାନଙ୍କ ସହିତ ଏକ ଛୋଟ ଭ୍ରମଣର ଆୟୋଜନ କରନ୍ତୁ । କିଣାକିଣି, ଖିଆପିଆ ଏବଂ ଆମୋଦ ପ୍ରମୋଦ କରନ୍ତୁ । ଉତ୍ସବ ପାଳନ କରନ୍ତୁ ।

କନ୍ୟା: ଆପଣଙ୍କ ଆଲମାରୀକୁ ଏକ ନୂଆ ରୂପ ଦେବା ପାଇଁ ନୂଆ ଢଙ୍ଗର ସୁନ୍ଦର ସାଜିଲା କପଡା କିଣିବାକୁ ଯାଉଥିବାରୁ ବହୁତ ଉତ୍ସାହିତ ରହିବେ । କଳାତ୍ମକ ବସ୍ତୁ ଏବଂ କଳାକୃତି ଆଡକୁ ପ୍ରେରିତ ହେବେ । ବ୍ୟବସାୟୀ ଏବଂ ପେଶାଦାର ଉଭୟଙ୍କ ପାଇଁ କାର୍ଯ୍ୟକ୍ଷେତ୍ରରେ ଏକ ଫଳପ୍ରଦ ଦିନ ଅଟେ । ଆପଣ ଆପଣଙ୍କ ପ୍ରତିଦ୍ଵନ୍ଦୀମାନଙ୍କ ଠାରୁ ଉନ୍ନତ ପ୍ରମାଣିତ ହେବା କାରଣରୁ ଆଜି ଦିନର ବାକି ସମୟ ଆପଣଙ୍କୁ ଖୁସି କରିବ । ଆପଣଙ୍କ ପାଇଁ ଏହା ଏକ ଅତ୍ୟୁତମ ଦିନ ଅଟେ ।

ତୁଳା:ଏହା ଆପଣଙ୍କ ପାଇଁ ଏକ ସାଧାରଣ ଦିନ ଅଟେ । ପରିପକ୍ଵ ହୁଅନ୍ତୁ ଏବଂ ପରିବାରରେ ଛୋଟ-ଛୋଟ ବିବାଦରୁ ଦୁରେଇ ରହିବାକୁ ଚେଷ୍ଟା କରନ୍ତୁ । ମାଆଙ୍କ ଦେହ ଅସୁସ୍ଥ ହୋଇପାରେ । ତାଙ୍କ ସ୍ବାସ୍ଥ୍ୟ ପ୍ରତି ସାବଧାନ ରୁହନ୍ତୁ। ଭୂମି କିମ୍ବା ସଂପତ୍ତି ସମ୍ପର୍କିତ ଘଟଣା ବିଷୟରେ କଥାବାର୍ତ୍ତା କଲାବେଳେ ସାବଧାନତାର ସହ କାର୍ଯ୍ୟ କରନ୍ତୁ । ସଂଗୀତ ଶୁଣିବା କିମ୍ବା ନିଜ ପାଇଁ ଏକ ଗୀତ ଗାଇବା ପରି କିଛି ରଚନାତ୍ମକ କାର୍ଯ୍ୟ ଦ୍ୱାରା ଆପଣ ନିଜକୁ ମୁକ୍ତ କରିବାର ସମ୍ଭାବନା ଅଛି । ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ଏକ ଫଳପ୍ରଦ ଦିନ ଉପଭୋଗ କରିବେ ।

ବିଛା: ସମସ୍ତ ଉତ୍ତର ହିଁ ପ୍ରଶ୍ନର ସମାଧାନ । ହୁଏତ ଏହା ଆପଣଙ୍କ ବ୍ୟକ୍ତିଗତ ବିଷୟ କିମ୍ବା ଆପଣଙ୍କ ସମ୍ପତ୍ତି ସମ୍ବନ୍ଧୀୟ ହୋଇପାରେ । ଆପଣଙ୍କ ଦ୍ୱାରା ଆଜି ଏସବୁର ସମାଧାନ ହେବାର ସମ୍ଭାବନା ଅଛି । ଆପଣଙ୍କ ଭାଇ ଭଉଣୀଙ୍କ ସହିତ ଆପଣଙ୍କ ସମୀକରଣ ଆଜି ବହୁତ ଭଲ ରହିବ । ଦିନର ଦ୍ୱିତୀୟାର୍ଦ୍ଧରେ ଆପଣ ଚିଡିଚିଡା ଏବଂ ଉତ୍ତେଜିତ ହୋଇପାରନ୍ତି । ପରିବାର ସହିତ ବିବାଦ ଏବଂ ଖର୍ଚ୍ଚ ଆପଣଙ୍କ କାର୍ଡରେ ଅଛି । ସମାଜରେ ଆପଣଙ୍କ ଚରିତ୍ରରେ କଳଙ୍କ ଲାଗିଲା ପରି କୌଣସି କାର୍ଯ୍ୟ କରନ୍ତୁ ନାହିଁ ।

ଧନୁ:ଆପଣଙ୍କ ରାଗ ଏବଂ ଭାଷାକୁ ନିୟନ୍ତ୍ରଣରେ ରଖିବାର ଏକ ଚେଷ୍ଟା ଆପଣଙ୍କୁ ଅନେକ ବିବାଦରୁ ଦୁରେଇ ରଖିପାରେ। ଧାର୍ମିକ ଗତି ବିଧିରେ ସଂପୃକ୍ତ ହୋଇ ଏବଂ ଧ୍ୟାନ କରି ନିଜକୁ ଶାନ୍ତ କରିବାକୁ ପଡିବ । ତଥାପି ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ଧ୍ୟାନ ଏବଂ ଏକାଗ୍ରତା ରଖିବା ପାଇଁ ଅଧିକ ଚେଷ୍ଟା କରିବାକୁ ପଡିବ । ସନ୍ଧ୍ୟା ସୁଧା ଆପଣ ଆପଣଙ୍କ ଚିନ୍ତା ପାଇଁ ବିଭିନ୍ନ ରାସ୍ତା ପାଇଯିବେ । ଯାହା ହୁଏତ ଆପଣଙ୍କର ମନକୁ ଶାନ୍ତି କରିବ । ଆପଣଙ୍କ ପ୍ରତିଦ୍ଵନ୍ଦୀ ଏବଂ ଆଲୋଚକ ବହୁତ ପଛରେ ଅଛନ୍ତି । ତେଣୁ ସେମାନଙ୍କ ବିଷୟରେ ଚିନ୍ତା କରିବା ବନ୍ଦ କରନ୍ତୁ । ଏକ ଶାନ୍ତି ପୂର୍ଣ୍ଣ ସନ୍ଧ୍ୟା ବିତାନ୍ତୁ ।

ମକର:ପ୍ରତୀକ୍ଷାରେ ଥିବା ପରି ଯୋଜନାଗୁଡିକର ପ୍ରାରମ୍ଭ କରିବାର ଏକ ଉପଯୁକ୍ତ ଦିନ ଅଟେ । ଏହା ଦ୍ୱାରା ଆପଣ କାର୍ଯ୍ୟ କ୍ଷେତ୍ରରେ ଏକ ଭଲ ଛବି ପ୍ରସ୍ତୁତ କରିପାରିବେ । ତଥାପି ଘରେ ଜିନିଷଗୁଡିକ ଅଳ୍ପ ଚିନ୍ତାଜନକ ଏବଂ ଚାପ ଯୁକ୍ତ ହେବ। ଧ୍ୟାନ କରନ୍ତୁ ହୁଏତ ଏହା ଆପଣଙ୍କ ଅଶାନ୍ତ ମନକୁ କିଛିଟା ବିରାମ ଦେଇପାରିବ । ବିଳମ୍ବରେ କେତେକ ନକାରାତ୍ମକ ବିଚାର ଆପଣଙ୍କୁ ଚିନ୍ତାରେ ପକାଇପାରେ । ଏହା ଆପଣଙ୍କ ନିର୍ଣ୍ଣାୟକ ଶକ୍ତିକୁ ପ୍ରଭାବିତ କରିବ । ଆପଣଙ୍କୁ ହୁଏତ ବ୍ୟକ୍ତିଗତ ଖର୍ଚ୍ଚ ପାଇଁ ଅର୍ଥ ବହନ କରିବାକୁ ପଡିପାରେ । ଯଦି ଆପେଆପେ ସୁଯୋଗ ମିଳେ, ତେବେ ଆପଣଙ୍କ କଷ୍ଟ ଉପାର୍ଜିତ ଅର୍ଥକୁ ସେୟାର ବଜାର କିମ୍ବା ସଂପତ୍ତିରେ ନିବେଶ କରନ୍ତୁ ।

କୁମ୍ଭ: ଆଜି ଆପଣ ଧାର୍ମିକ ଅବତାରର ମୁଖିଆ ହେବେ । ଫଳ ସ୍ଵରୁପ, ଆପଣ ନିଜକୁ ଧାର୍ମିକ ଗତି ବିଧିରେ ବ୍ୟସ୍ତ ରଖିବେ । ଆହୁରି ମଧ୍ୟ ଆପଣ ଏକ ବଡ ପରିମାଣର ଅର୍ଥ ଧାର୍ମିକ ଭ୍ରମଣରେ ଖର୍ଚ୍ଚ କରି ପାରନ୍ତି । ଶେଷରେ ଆଜି ସମସ୍ତ ଘଟଣାର ସମାଧାନ ହେବାର ସମ୍ଭାବନା ଅଛି । ଦିନର ପରବର୍ତ୍ତୀ ଭାଗ ଆପଣ ଯାହା ବି କାର୍ଯ୍ୟ କରିବେ ତାହା ଆପଣଙ୍କୁ ସଫଳତା ଆଣିଦେବ । ଆଜି ଆପଣଙ୍କ ଦେହ ବହୁତ ଭଲ ରହିବାର ଜଣାଯାଉଛି । ଏହାର ସଦୁପଯୋଗ କରି ପରିବାର ସହ ସମୟ ବିତାନ୍ତୁ ।

ମୀନ: ସେୟାର ବଜାରରେ ଆପଣଙ୍କ ଦ୍ୱାରା କରାଯାଇଥିବା ନିବେଶ ଆପଣଙ୍କୁ ଆର୍ଥିକ ଲାଭ ଦେବାର ସମ୍ଭାବନା ଅଛି । କାର୍ଯ୍ୟର ବୃଦ୍ଧି ଏବଂ ଲାଭ ଆପଣଙ୍କ ପାଇଁ ଭଣ୍ଡାରରେ ଅଛି । ଘର ଆଡୁ ମଧ୍ୟ ଶାନ୍ତ ଏବଂ ଉତ୍ସାହିତ ରହିବେ । ଅନ୍ତରଙ୍ଗ ବନ୍ଧୁମାନଙ୍କ ସହ ଦର୍ଶନୀୟ ସ୍ଥାନକୁ ଏକ ଭ୍ରମଣର ଆୟୋଜନ କରନ୍ତୁ । ସନ୍ଧ୍ୟା ହୁଏତ ଆପଣଙ୍କ ପାଇଁ ଏକ ଚିନ୍ତାର ପୁଟୁଳି ଆଣିଦେବ । ଯାହା ମଧ୍ୟରେ ଖର୍ଚ୍ଚ ମଧ୍ୟ ଥିବ । ଖର୍ଚ୍ଚର ଏକ କାରଣ ଧାର୍ମିକ ଗତି ବିଧି, ସଂସ୍କାର ଏବଂ ଅନୁଷ୍ଠାନ ପାଇଁ ଥିବ ।

ABOUT THE AUTHOR

...view details