ମେଷ: ଉଠନ୍ତୁ ଏବଂ ଆପଣଙ୍କ ଭଲ ଗୁଣର ଉପଯୋଗ କରନ୍ତୁ । ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆଜିର ସକାଳ ହେଉଛି ସବୁଠାରୁ ଉତ୍ତମ । ବ୍ୟବସାୟୀ ଏବଂ ପେଶାଦାରମାନେ ସେମାନଙ୍କ କାର୍ଯ୍ୟରେ ଉତ୍ତମ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରିବେ । ସେମାନଙ୍କ ବରିଷ୍ଠ କାର୍ଯ୍ୟରେ ସନ୍ତୁଷ୍ଟ ଏବଂ ଖୁସି ହେବେ । ସରକାରଙ୍କ ଠାରୁ ଲାଭ ପାଇବାର ସମ୍ଭାବନା ରହିଛି ।
ବୃଷ:ଆଜିରଦିନଟିଆପଣଙ୍କ ପାଇଁ ମଧ୍ୟମ ଧରଣର ହେବ । ଆପଣଙ୍କ ବନ୍ଧୁଙ୍କ ସହିତ ଆନନ୍ଦରେ ସମୟ ବିତାଇବେ । ସେମାନଙ୍କ ସହିତ ଖେଳକୁଦ କରିବାର ଆନନ୍ଦ ନେବେ କିମ୍ୱା ଡ୍ୟାନ୍ସ କରିବେ । ଅବଶ୍ୟ ଅନ୍ୟ ପକ୍ଷରେ, ଆପଣଙ୍କ ମଧ୍ୟରୁ କେତେକ ସାରାଦିନ ଅର୍ଥ ଯୋଗାଡ କରିବାରେ ବିତାଇବେ ।
ମିଥୁନ:ଆପଣ ଆପଣଙ୍କ ଚାରିପଟେ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିବେ । ଯାହାକି ଆପଣଙ୍କ ମନୋବୃତ୍ତି ଏବଂ ପ୍ରଚେଷ୍ଟାରେ ପ୍ରତିଫଳିତ ହେବ । ଅତ୍ୟନ୍ତ ହସ ଖୁସିରେ ପରିବାର ଏବଂ ବନ୍ଧୁ ମେଳରେ ଦିନଟି ବିତାଇବେ । ହୁଏତ ଆପଣ ଅନେକ ସପିଙ୍ଗ୍ କରିବାକୁ ଯାଇପାରନ୍ତି । ସ୍ବାଦିଷ୍ଟ ଖାଦ୍ୟ ଖାଇପାରନ୍ତି ।
କର୍କଟ:ଆପଣଙ୍କ ଖର୍ଚ୍ଚ ଆୟ ଅପେକ୍ଷା ଅଧିକ ହେବ । ତେଣୁ ଭାବିଚିନ୍ତି ଖର୍ଚ୍ଚ କରନ୍ତୁ । ଆଖି ସମସ୍ୟା ଦେଖାଦେଲେ, ଜଣେ ଚକ୍ଷୁ ବିଶେଷଜ୍ଞଙ୍କୁ ଦେଖାନ୍ତୁ । ଯେପରିକି ଅଧିକ କ୍ଷତି ନ ହେବ । ଆପଣଙ୍କ ରାଗ ଏବଂ ଜିଭ ନିୟନ୍ତ୍ରଣରେ ରଖନ୍ତୁ । ଆପଣ ଅନ୍ୟଙ୍କ ବିରୋଧି ହୋଇପାରନ୍ତି ।
ସିଂହ:ଆପଣଙ୍କ ଦିନ ଆଜି ଅଧା-ଅଧା ପରିସ୍ଥିତି ହେବ । ଦିନର ପ୍ରଥମ ଭାଗ ଭଲ ଖବରରେ ଭରା ରହିବ । ସେ ବ୍ୟକ୍ତିଗତ କିମ୍ବା ପେଶାଗତ ହେଉ । ଯେହେତୁ ଖବର ଲାଭଦାୟକ ହେବ, ଆପଣ ଅତ୍ୟନ୍ତ ଖୁସି ଅନୁଭବ କରିବେ । ଶାନ୍ତ ରୁହନ୍ତୁ । ଆୟରେ ବୃଦ୍ଧି ହୋଇପାରେ ଏବଂ ଅନ୍ୟ ଆର୍ଥିକ ସୁତ୍ର ମଧ୍ୟ ପାଇପାରନ୍ତି ।
କନ୍ୟା:ଆଜି ପରିବାର ସହିତ ସଂପର୍କ ମଜବୁତ ହେବ । ବନ୍ଧୁ ଏବଂ ସଂପର୍କୀୟ ମାନଙ୍କ ସହିତ ମିଶିବେ । ତାଙ୍କ ସହିତ ହସଖୁସିରେ ଦିନ ଅତିବାହିତ ହେବ । ଯଦି ସମ୍ଭବ, ତାଙ୍କ ସହିତ ବାହାରକୁ ଯାଆନ୍ତୁ । ପ୍ରକଳ୍ପ ସଫଳ ହେବ ଏବଂ ବରିଷ୍ଠମାନେ ଆପଣଙ୍କ ଦ୍ୱାରା ପ୍ରଭାବିତ ହେବେ ।