ମେଷ: ଆଜି ଆପଣଙ୍କ ଦିନଟି ବନ୍ଧୁ ମାନଙ୍କ ସହିତ ମୌଜ ମଜଲିସରେ କଟିବ । ବନ୍ଧୁମାନଙ୍କ ଠାରୁ ଆକସ୍ମିକ ଭାବେ ଉପହାର ପାଇବେ । ପ୍ରତିଦାନରେ ଆପଣ ମଧ୍ୟ ସେମାନଙ୍କ ପାଇଁ ଯଥେଷ୍ଟ ଖର୍ଚ୍ଚ କରିପାରନ୍ତି । ନୂତନ ବନ୍ଧୁତା ସ୍ଥାପନ କରି ପାରନ୍ତି, ଯାହା ଆପଣଙ୍କୁ ଭବିଷ୍ୟତରେ ଉପକୃତ କରିପାରେ । ଆପଣ ନିଜ ସନ୍ତାନମାନଙ୍କ ଠାରୁ ବହୁ ସାହାଯ୍ୟ ପାଇବେ । କୌଣସି ଏକ ରମଣୀୟ ଦର୍ଶନୀୟ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି । ସରକାରୀ କାର୍ଯ୍ୟ ଆପଣଙ୍କ ପାଇଁ ଫଳପ୍ରଦ ହୋଇପାରେ ।
ବୃଷ: କର୍ମଚାରୀମାନଙ୍କ ପାଇଁ ଓ କାର୍ଯ୍ୟ ସମ୍ପର୍କିତ ସବୁ ବିଷୟ ପାଇଁ ଆଜି ଦିନଟି ଶୁଭଙ୍କର ଅଟେ । ନୂଆ ଦୁଃସାହାସିକ କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପୂର୍ଣ୍ଣ କରିପାରନ୍ତି । ସହକର୍ମୀଙ୍କ ସହଯୋଗ ପାଇବେ । ପଦୋନ୍ନତି ହେବାର ସମ୍ଭାବନା ଅଛି । ବ୍ୟବସାୟ ଓ ବୃତ୍ତିରେ ସମୃଦ୍ଧିଲାଭ କରିବାର ସୂଚନା ମିଳିବ । ଆଜି ବାକି ପଡିଥିବା ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସଫଳତାର ସହ ସମ୍ପୂର୍ଣ୍ଣ କରିବେ । ଗୃହସ୍ତ ଜୀବନ ସୁଖମୟ ହେବ । ସରକାରୀ କାର୍ଯ୍ୟରେ ସଫଳତା ମିଳିପାରେ ।
ମିଥୁନ: ଆଜି ନୂତନ କାର୍ଯ୍ୟ ଶୁଭାରମ୍ଭ କରିବା ପାଇଁ ଯୋଜନା କରନ୍ତୁ ନାହିଁ । ଦିନଯାକ ଆପଣଙ୍କୁ ଅଳସୁଆ ଲାଗିବ । ତେଣୁ ଆପଣ କୌଣସି କାମ କରିବା ପାଇଁ ଉତ୍ସାହିତ ହେବେ ନାହିଁ । ପାକସ୍ଥଳୀରେ ଯନ୍ତ୍ରଣା ଏବଂ ଆଉ କିଛି ସାମାନ୍ୟ ରୋଗ ଆପଣଙ୍କ ମାନସିକ ଯନ୍ତ୍ରଣାକୁ ବଢାଇ ଦେଇପାରେ । କାର୍ଯ୍ୟସ୍ଥଳ ଓ ବ୍ୟବସାୟରେ କିଛି ପ୍ରତିପକ୍ଷ ବାଧା ସୃଷ୍ଟି କରିପାରନ୍ତି । ଏଥିପାଇଁ ଆପଣଙ୍କର ସହକର୍ମୀ ଏବଂ ଉପରିସ୍ଥ କର୍ମଚାରୀମାନେ ନୈରାଶ୍ୟ ହୋଇପାରନ୍ତି । ଆପଣଙ୍କର ପୁଞ୍ଜିରୁ କିଛି ଧନ ଖର୍ଚ୍ଚରେ ଲାଗିପାରେ । କୌଣସି ଗୁରୁତ୍ବପୂର୍ଣ୍ଣ ସିଦ୍ଧାନ୍ତ ଆଜି ନିଅନ୍ତୁ ନାହିଁ ।
କର୍କଟ: ଆଜି ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ନୁହେଁ । ତେଣୁ କିଛି ଅଘଟଣ ଘଟିବା ଆଗରୁ ସେଠାରୁ ଦୂରରେ ରହିବା ଭଲ । ସମୟକୁ ସମ୍ମାନ ଦିଅନ୍ତୁ ଓ ଶାନ୍ତ ରୁହନ୍ତୁ । ଯଦି ଏହା ନ କରନ୍ତି ତେବେ ଘରେ ପରିସ୍ଥିତି ଅସମ୍ଭାଳ ହେବ । ଅସାମାଜିକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ, ଅଜଥା କଚେରୀ ଯାଏଁ କଥା ଯାଇପାରେ । ଆଜି ଦୁଃଶ୍ଚିନ୍ତା ଆପଣଙ୍କୁ ବ୍ୟସ୍ତ କରିବ ।
ସିଂହ: ସିଂହ ରାଶିମାନଙ୍କ ପାଇଁ ଆଜି ଏକ ମଧ୍ୟମ ଧରଣର ଦିନ ଅଟେ । ଲୋକଙ୍କ ସହ କଳହ ହୋଇପାରେ । ପତ୍ନୀଙ୍କ ଦେହ ଭଲ ରହିବ ନାହିଁ । ବାଣିଜ୍ୟ ବନ୍ଧୁଙ୍କ ପ୍ରତି ସତର୍କ ରୁହନ୍ତୁ। ତାଙ୍କର ବ୍ୟବହାର ଓ ଚାଲିଚଳନ ପାଇଁ କ୍ଷୁବ୍ଧ ହେବେ, ଏବଂ ମନମାଳୀନ୍ୟ ହୋଇପାରେ। ଏହାସହ ଅକାରଣରେ ପାଟିତୁଣ୍ଡ ଠାରୁ ଦୁରେଇ ରୁହନ୍ତୁ । ଆଜି ବିଭିନ୍ନ ଧରଣର ଲୋକଙ୍କ ସହ ମିଶିବେ, ଏହାର ସୁଯୋଗ ଉଠାଇ ଆନନ୍ଦ ହୁଅନ୍ତୁ ।
କନ୍ୟା: ଆଜି ସାମାଜିକ, ବନ୍ଧୁ ମିଳନ ଓ ଅର୍ଥ ସମାଗମନରେ ସମୟ ଅତିବାହିତ କରିବେ । ସ୍ୱାସ୍ଥ୍ୟ ଭଲ ରହିବ। ଯେଉଁମାନେ ଶାରୀରିକ ପୀଡା ଭୋଗୁଛନ୍ତି, ଆଜିର ଦିନରେ ଅନେକ ସୁସ୍ଥ ଅନୁଭବ କରିବେ । କାର୍ଯ୍ୟାଳୟରେ ମଧ୍ୟ ସାଥିମାନେ ମିଶିବେ ଏବଂ ଆପଣଙ୍କୁ କାମ କରିବାରେ ସାହାଯ୍ୟ କରିବେ ।