ମେଷ: ଆଜି ଦିନଟି ବହୁ ଅସୁବିଧାରେ ଅତିବାହିତ ହୋଇପାରେ। ଶାରୀରିକ ଅସୁସ୍ଥତା ଦେଖା ଦେଇପାରେ। ଅଯଥା ଖର୍ଚ୍ଚର ପରିମାଣ ବୃଦ୍ଧି ହୋଇପାରେ। ନିଜେ ନିଜର ବଳକା ଅର୍ଥକୁ ସଞ୍ଚୟ କରିବା ଯୋଜନା କରିପାରନ୍ତି। ନିଜର ବଦାନ୍ୟତା ଦେଖାଇ କିଛି ଦାନ କରିବା ପ୍ରବୃତ୍ତି ପ୍ରତି ସତର୍କ ରୁହନ୍ତୁ। ଦେବାନେବା ପ୍ରକ୍ରିୟାରେ ସତର୍କତା ଅବଲମ୍ୱନ କରିବା ଉଚିତ୍।
ବୃଷ: ଆଜି ଏକ ଶୁଭଦିନ। ଆପଣଙ୍କର ବ୍ୟବସାୟ ବୃଦ୍ଧି ପାଇବ। ବନ୍ଧୁ ଓ ପ୍ରିୟଜନଙ୍କ ଗହଣରେ ଆମୋଦ ପ୍ରମୋଦରେ ସମୟ ଅତିବାହିତ ହେବ। ନୂତନ ବନ୍ଧୁ ତଥା ୠଣ ଦେବା ବ୍ୟକ୍ତିଙ୍କ ଠାରୁ ବ୍ୟବସାୟ ଓ ବୃତ୍ତିରେ ଲାଭଜନକ ହେବ। ଗୋଟିଏ ଛୋଟକାଟିଆ ପରିଭ୍ରମଣରେ ଯାଇ ହସଖୁସି କରିପାରନ୍ତି। ସଂକ୍ଷିପ୍ତରେ କହିବାକୁ ଗଲେ ଦିନଟିଯାକ ହସଖୁସି ଓ ଆନନ୍ଦ ଉଲ୍ଳାସରେ ଅତିବାହିତ ହେବ।
ମିଥୁନ: ଆଜି ଆପଣଙ୍କର ଶରୀର ସୁସ୍ଥ ରହିବ। ମାନସିକ ଚିନ୍ତାରୁ ମୁକ୍ତ ହୋଇ ନିଜକୁ ହାଲକା ମନେକରିବେ। ନିଜେ ବୃତ୍ତିରେ ନିଜର କାର୍ଯ୍ୟ ଦକ୍ଷତା ପାଇଁ ପ୍ରଂଶସିତ ହେବେ। ଆପଣଙ୍କର ସହକର୍ମୀମାନେ ମଧ୍ୟ ଆପଣଙ୍କୁ ସହଯୋଗ ପ୍ରଦାନ କରିବେ। ସାମାଜିକ ଜୀବନରେ ଆପଣଙ୍କର ସମ୍ମାନ ବୃଦ୍ଧି ପାଇବ। ପାରିବାରିକ ଜୀବନ ଅତ୍ୟନ୍ତ ମଧୁରମୟ ହେବ। ପଦୋନ୍ନତି ମିଳିବାର ଶୁଭ ସୂଚନା ଅଛି।
କର୍କଟ: ଆପଣଙ୍କର କାର୍ଯ୍ୟ ଓ ବ୍ୟବସାୟରେ ଆପଣ କଠିନ ପରିଶ୍ରମ ଦ୍ବାରା ନିଜର ସ୍ଥାନକୁ ସୁରକ୍ଷିତ କରିପାରିବେ। ସହଯୋଗୀଙ୍କ ସହିତ ସମ୍ବନ୍ଧରେ ଉନ୍ନତି ଆସିବ। ଜୀବନସାଥୀଙ୍କ ସହିତ ସମ୍ପର୍କ ସୁଦୃଢ଼ ହେବ। ଘରେ ଆନନ୍ଦର ବାତାବରଣ ରହିବ। ଆପଣ ନିଜର ପ୍ରିୟଜନଙ୍କ ସହିତ ସମୟ ବିତାଇବେ।
ସିଂହ: ଯଦି ଆପଣ କୌଣସି ଜଟିଳ ପରିସ୍ଥିତିର ସମ୍ମୁଖୀନ ହେଉଥାନ୍ତି ତେବେ ଏଥିପାଇଁ ଆଶ୍ଚର୍ଯ୍ୟାନ୍ବିତ ହୁଅନ୍ତୁ ନାହିଁ। ଏହା ବ୍ୟକ୍ତିଗତ ହେଉ ବା କାର୍ଯ୍ୟସମ୍ବନ୍ଧିତ ଆପଣା ଏହାର ସମାଧାନର ମାର୍ଗ ବାହାର କରିବା ଉଚିତ୍। ଆପଣଙ୍କୁ ଏଥିପାଇଁ ବୁଦ୍ଧି ଓ କୂଟନୀତିର ପ୍ରୟୋଗ କରିବା ଆବଶ୍ୟକ।
କନ୍ୟା: ଆଜି ଆପଣଙ୍କ ପାଇଁ ଶୁଭଦିନ ଅଟେ। ଆପଣ ନିଜର ନାମ ଓ ସମ୍ମାନକୁ ବଜାୟ ରଖିବେ। ଆଜି ବ୍ୟବସାୟୀ ଓ ଅଂଶୀଦାରଙ୍କ ମଧ୍ୟରେ ସୁସମ୍ପର୍କ ବୃଦ୍ଧି ପାଇପାରେ। ନିଜପାଇଁ ନୂତନ ବସ୍ତ୍ର କିଣିବାରେ ତୃପ୍ତି ଲାଭ କରିବେ। ବନ୍ଧୁଙ୍କ ଗହଣରେ ଦୂରସ୍ଥାନକୁ ପରିଭ୍ରମଣରେ ଯାଇ ଆମୋଦ ପ୍ରମୋଦ କରିପାରନ୍ତି।