ଓଡିଶା

odisha

ETV Bharat / bharat

ଅଗଷ୍ଟ ୨୦ ରାଶିଫଳ : ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ଅଗଷ୍ଟ ୨୦ ରାଶିଫଳ : ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ
ଅଗଷ୍ଟ ୨୦ ରାଶିଫଳ : ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

By

Published : Aug 20, 2022, 12:00 AM IST

ମେଷ: ଘରୋଇ କାର୍ଯ୍ୟ କଲାବେଳେ ବାସ୍ତବିକତାପୂର୍ଣ୍ଣ ଏବଂ ଗଠନାତ୍ମକ ହେବା ଉଚିତ୍‌ । ଅନ୍ୟ ମାନଙ୍କ ପ୍ରତି ନମ୍ର ହୁଅନ୍ତୁ । ଅଯୁକ୍ତିକର ଏବଂ ବିବାଦମୂଳକ ପରିସ୍ଥିତି ହେବାକୁ ଦିଅନ୍ତୁ ନାହିଁ ।ଖାଇବା ପିଇବାରେ କଷ୍ଟ ଅନୁଭବ ହୋଇପାରେ । ଆପଣଙ୍କ ଖର୍ଚ୍ଚକୁ ବଜେଟ୍‌ ଭିତରେ ରଖନ୍ତୁ । ବେକାରିଆ ଖର୍ଚ୍ଚ କରନ୍ତୁ ନାହିଁ ।ସମସ୍ତ ପ୍ରକାର ଆର୍ଥିକ ବିଷୟରେ ସଜାଗ ରୁହନ୍ତୁ ।

ବୃଷ: ଆପଣ ଅର୍ଥ ସମନ୍ଧୀୟ ଦାୟିତ୍ୱ ଏବଂ କର୍ତ୍ତବ୍ୟ ପାଇଁ ଦିନଟିକୁ ଉତ୍ସର୍ଗ କରିପାରନ୍ତି । ସେଥିପାଇଁ ଆପଣଙ୍କୁ ସେ ବିଷୟରେ ଯୋଜନା ଏବଂ କାର୍ଯ୍ୟସୂଚୀ ବିସ୍ତାର ଭାବରେ ତିଆରି କରିବାକୁ ପଡିପାରେ । ଅର୍ଥ ଲାଭର ସଂଙ୍କେତ ଅଛି । ଆପଣ ଶକ୍ତି ସାମର୍ଥ୍ୟ ଭରା ହେବେ ।

ମିଥୁନ: ଆଜି ପରିବାର ସହ ଯୁକ୍ତିତର୍କ କରିପାରନ୍ତି । ଆପଣ ଅତ୍ୟନ୍ତ ବିରକ୍ତି ପ୍ରକାଶ ଏବଂ ରାଗ ଅନୁଭବ କରିପାରନ୍ତି । ନିଜ ଉପରେ ନିୟନ୍ତ୍ରଣ ରଖନ୍ତୁ । ନଚେତ୍‌ ଆପଣ ଅପମାନିତ ହୋଇପାରନ୍ତି, ପ୍ରିୟଜନକୁ ଆଘାତ କରିପାରନ୍ତି। ଏହି ପ୍ରକାର ବିରକ୍ତି ଭାବ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ ।

କର୍କଟ: ଆପଣଙ୍କ ଆୟ ମାର୍ଗରେ ବୃଦ୍ଧି ଆସିପାରେ । ଯାହାକି ଆପଣଙ୍କ ଖୁସିକୁ ଦ୍ବିଗୁଣିତ କରିପାରେ । ପରିବାର କିମ୍ବା ବନ୍ଧୁ ବର୍ଗ ସହ ବୁଲାବୁଲିରେ ସମୟ ବିତାଇପାରନ୍ତି ।ରାତିରେ ସୁସ୍ବାଦୁ ଭୋଜନ ଖାଇ ଆନନ୍ଦିତ ହେବେ ।

ସିଂହ:ଆଜି ଦିନ ଚେସରୁ ଆରମ୍ଭ କରନ୍ତୁ । ଯୁକ୍ତି ତର୍କରେ ଦିନଟି ଅତିବାହିତ ହେବ । ପରିବାର ସହ ମନୋମାଳିନ୍ୟ ହୋଇପାରେ । ଯିଗିରଖି କାମ କରନ୍ତୁ ।

କନ୍ୟା: ଆଜି ଦିନଟି ଖୁସିରେ କଟିବ । ଆପଣ ବିଦେଶ ମାଟିରେ ଆପଣଙ୍କ ବ୍ୟବସାୟ ଆରମ୍ଭ କରିବା ସ୍ଵପ୍ନ ଆଜି ସାକାର ହେବ । ବାକି ରହିଥିବାକାମ ଆଜି ସମ୍ପୁର୍ଣ୍ଣ ହେବ । ଦିର୍ଘ ଦିନର ଆଶା ପୂରଣ ହେବ ।

ତୁଳା: ଆଜି ଦିନଟି ଶୁଭ ଫଳଦାୟକ ଅଟେ ଅଟେ । ମାନସିକ ତଥା ଶାରିରୀକ ସୁସ୍ଥତା ବଜାୟ ରହିବ । ଆର୍ଥିକ ସ୍ଥିତି ସୁଦୃ଼ଢ ହେବ । ନିଜର ବନ୍ଧୁ ଓ ପ୍ରିୟନଙ୍କ ସହ ଆମୋଦ ପ୍ରମୋଦରେ ସମୟ କଟାଇବେ । ଯେକୌଣସି ଯାତ୍ରା ପାଇଁ ଦିନଟି ଶୁଭ ଅଟେ ।

ବିଛା: ଆଜି ଦିନରେ ଆପଣଙ୍କ ଭାଗ୍ୟ ଉଜ୍ଜଳ ରହିବ । କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ । କିଛି ସମୟ ମଜାରେ ଅତିବାହିତ କରନ୍ତୁ । ପରିବାର ବର୍ଗଙ୍କ ସହ ଆନନ୍ଦ ଉଲ୍ଳାସରେ ବୁଲନ୍ତୁ । ଭଲ ପାଉଥିବା ବ୍ୟକ୍ତିଙ୍କ ସାଙ୍ଗରେ ସୁଖଦ ମୂହୁର୍ତ୍ତ ବିତାନ୍ତୁ । ମାନସିକ ଶାନ୍ତି ତଥା ଶାରୀରିକ କ୍ଳାନ୍ତି ଦୂରେଇ ଯିବ ।

ଧନୁ: ଆପଣଙ୍କୁ ସହିବା ଶକ୍ତି ବଢାଇବାକୁ ପଡିବ । ନଚେତ ଆପଣଙ୍କ ନିଜ ଲୋକ ଆପଣଙ୍କୁ ସମାଲୋଚନା କରିପାରନ୍ତି । ଆପଣଙ୍କ ପ୍ରିୟଜନଙ୍କ ପାଇଁ ଭଲ କାମ କରି ଆପଣ ଖୁସି ଅନୁଭବ କରିପାରନ୍ତି ।

ମକର: ବିଦ୍ୟାର୍ଥୀମାନଙ୍କ ପାଇଁ ଖୁସି ଖବର । ଯଦି ଆପଣ ବିଦେଶରେ ପଢିବାକୁ ଚେଷ୍ଟା ଚଳାଇଛନ୍ତି, ତେବେ ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ । ବ୍ୟର୍ଥ ଯୁକ୍ତିତର୍କ ହୋଇପାରେ । ହସିବା ପାଇଁ ଆଭ୍ୟାସ କଲେ ଖୁବ୍‍ ଭଲ ହେବ ।

କୁମ୍ଭ:ଯଦି ଆପଣ କୌଣସି ନୂଆ ଜିନିଷ ଯୋଜନା କରୁଛନ୍ତି, ସେଥିପାଇଁ ଆଜି ଦିନଟି ଉପଯୁକ୍ତ ନୁହେଁ । ଆପଣଙ୍କ ରାଗ ଏବଂ କଡା କଥା ଉପରେ ନିୟନ୍ତ୍ରନ ରଖନ୍ତୁ, ଯାହା ଫଳରେ ଅଶାନ୍ତି ପରିସ୍ଥିତିର ସାମନା କରିବାକୁ ପଡିବ ନାହିଁ । ଆପଣଙ୍କ ପରିବାର ସହ ଏକ ଭୟଙ୍କର ଯୁକ୍ତି ଆପଣଙ୍କୁ ଅଶ୍ଆନ୍ତିରେ ରଖି ଦେଇପାରେ । ଆଜି ଆପଣଙ୍କର ଅତ୍ୟଧିକ ଖର୍ଚ୍ଚ ହୋଇପାରେ ।

ମୀନ: ଆଜି ଏକ ଶୁଭଦିନ । ଆପଣଙ୍କର ବ୍ୟବସାୟ ବୃଦ୍ଧି ପାଇବ । ବନ୍ଧୁ ଓ ପ୍ରିୟଜନଙ୍କ ଗହଣରେ ଆମୋଦ ପ୍ରମୋଦରେ ସମୟ ଅତିବାହିତ ହେବ । ନୂତନ ବନ୍ଧୁ ତଥା ୠଣ ଦେବା ବ୍ୟକ୍ତିଙ୍କ ଠାରୁ ବ୍ୟବସାୟ ଓ ବୃତ୍ତିରେ ଲାଭଜନକ ହେବ । ଗୋଟିଏ ଛୋଟକାଟିଆ ପରିଭ୍ରମଣରେ ଯାଇ ହସଖୁସି କରିପାରନ୍ତି ।

ABOUT THE AUTHOR

...view details