ମେଷ:ଆଧ୍ୟାତ୍ମିକ ଭାବରେ କହିଲେ, ଆଜି ଆପଣ କିଛି ଅଭୁତପୁର୍ବ ଅନୁଭବ କରିପାରନ୍ତି । ସମସ୍ତ ଆଶ୍ଚର୍ଯ୍ୟମୟ ଜିନିଷ ଆପଣଙ୍କୁ ଆକର୍ଷଣ କରିବ । ଆପଣଙ୍କ ମନ ଭିତରେ ଏଗୁଡିକ ପାଇଁ ଏକ ଗଭୀର ସଂପର୍କ ଅନୁଭବ କରିବେ । ଏଭଳି ଅନୁଭବ କରିବେ ଯେ ଆଧ୍ୟାତ୍ମିକ ଭାବରେ ଆପଣ ପରିପକ୍ୱ ହୋଇଛନ୍ତି । ଅବଶ୍ୟ, ନିଶ୍ଚିତ କରନ୍ତୁ ଯେ ଆପଣ ଏଭଳି ବିଶ୍ୱାସ କରନ୍ତୁ ନାହିଁ ଯେ ଆପଣ ଅନ୍ୟମାନଙ୍କ ଅପେକ୍ଷା ଉପରେ ଅଛନ୍ତି ।
ବୃଷ: ଆପଣଙ୍କର ଜୀବନ ସୁନ୍ଦର ରହିବ । ପରିବାର ଏବଂ ପ୍ରିୟଜନଙ୍କ ସହିତ ମିଳିମିଶି ହସଖୁସିରେ ସମୟ ବିତାଇବେ । ଏକ ଛୋଟ ଯାତ୍ରାର ସମ୍ଭାବନାକୁ ଏଡାଇ ଦିଆଯାଇ ପାରିବ ନାହିଁ । ବିଦେଶରେ ବାସ କରୁଥିବା ଜଣେ ପ୍ରିୟଜନଙ୍କଠାରୁ ଭଲ ଖବର ଆପଣଙ୍କୁ ଅତିରିକ୍ତ ଆନନ୍ଦ ଦେବ । ଆପଣ ଆଜି ଏକ ଆଶିର୍ବାଦ ପ୍ରାପ୍ତ କରିପାରନ୍ତି ।
ମିଥୁନ: ଆପଣଙ୍କ ମନ ଅନ୍ୟମାନଙ୍କ ପାଇଁ ଚିନ୍ତା ଓ ସମ୍ଵେଦନଶୀଳତାରେ ଭରିଯିବ ଓ ଅନେକଙ୍କ ଉପରେ ଆପଣଙ୍କ ଆଶୀର୍ବାଦ ପଡିବ । କିନ୍ତୁ ଅତ୍ୟଧିକ ଭାବନାତ୍ମକ ହେବା ମଧ୍ୟ ଠିକ ନୁହେଁ । ଆପଣଙ୍କ ଭାବନା କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ପ୍ରଗତିରେ ବାଧା ଦେଇପାରେ ।
କର୍କଟ:ଏହା ଆହ୍ଵାନର ଦିନ ହେବ । ଆପଣ ନୂଆ ବ୍ୟବସାୟରେ ପ୍ରବେଶ କରିବା ପାଇଁ ଇଚ୍ଛୁକ ହେବେ । କିନ୍ତୁ ଏହି ବିଷୟରେ ହଠାତ କୌଣସି ନିଷ୍ପତ୍ତି ନେବା କିମ୍ଵା ଚିନ୍ତାର ଆବଶ୍ୟକତା ନାହିଁ । ବାକିଆ ଥିବା କାମ ଶେଷ ହେବ । ବ୍ୟବସାୟ ଓ ଟ୍ରାଞ୍ଜାକ୍ସନ ଭଲରେ ଶେଷ ହେବ । ବ୍ୟବସାୟ କିମ୍ଵା ଘରୋଇ କାରଣ ପାଇଁ ସ୍ଥାନାନ୍ତରଣ ହୋଇପାରନ୍ତି ।
ସିଂହ:ଆପଣଙ୍କ ଉତ୍ସାହ ଓ ଭାବାପ୍ରବଣ ପ୍ରକୃତି ଯୋଗୁଁ ହଠାତ ଭାବନାଗୁଡିକ ଆପଣଙ୍କ ମଧ୍ୟରୁ ବାହାରିବ । ଆଜି ଆପଣ ହଠାତ ରାଗିଯାଇପାରନ୍ତି । ଏଥିପାଇଁ ଆପଣ ଉଭୟ କାର୍ଯ୍ୟସ୍ଥଳ ଓ ଘରେ ଯେଉଁଠି ବି ହେଉ ଭାବନାରେ ବହି ଯାଇପାରନ୍ତି ।
କନ୍ୟା: ଆପଣଙ୍କ ନେତୃତ୍ଵ ଦକ୍ଷତା ହେଉଛି ଏକ ବିଶେଷତା ଓ ଆପଣ ଯେପରି ଆପଣଙ୍କ ଦଳକୁ ସମ୍ଭାଳିଥାଆନ୍ତି ସେଥିପାଇଁ ଆପଣ ପ୍ରଶଂସା ପାଇବେ । ଅପେକ୍ଷା କରିଥିବା ପଦୋନ୍ନତି ମିଳିବ ଓ ଆପଣଙ୍କୁ କିଛି ଅଧିକ ଟଙ୍କା ମଧ୍ୟ ମିଳିବ । ଏହା ପାଇବା ସହ ଆପଣ ଉଭୟ ଘର ଓ କାମ ମଧ୍ୟରେ ଉତ୍ତମ ସନ୍ତୁଳନ ରକ୍ଷା କରିଛନ୍ତି ।