ଓଡିଶା

odisha

ETV Bharat / bharat

ଆଜିର ଯଶ ଏବଂ ସୈାଭାଗ୍ୟର ଦିନ, ଏହି ରାଶିର ବ୍ୟକ୍ତିଙ୍କ ସନ୍ଧ୍ୟା ସମୟ ଭଲରେ କଟିବ

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ ।

horoscope
horoscope

By ETV Bharat Odisha Team

Published : Dec 1, 2023, 12:06 AM IST

ମେଷ: କର୍ମକ୍ଷେତ୍ରରେ ଉତଥାନ ପତ୍ତନ ଲାଗି ରହିବ । ସଂଧ୍ୟାରେ ସମୟ ଭଲରେ କଟିବ । କ୍ୟାଣ୍ଡେଲ ଲାଇଟ, ଗୋଲାପ ଫୁଲ, ସଙ୍ଗୀତକୁ ବ୍ୟବହାର କରନ୍ତୁ ।

ବୃଷ: ଆଜି ଦିନରେ ସମସ୍ତ ଆଶା ପୂର୍ଣ୍ଣ ହେବା ପରି ଲାଗିବ। ସହଜ କିନ୍ତୁ ଅଧିକ କାମ ମିଳିବ । ସନ୍ଧ୍ୟା ସମୟରେ ଖୁସି ଖବର ପାଇ ଆପଣ ଆଶ୍ଚର୍ଯ୍ୟଚକିତ ହୋଇଯିବେ। ସନ୍ଧ୍ୟା ଭ୍ରମଣ କି ସଙ୍ଗୀତ ପ୍ରତି ରୁଚି ବଢିବ ।

ମିଥୁନ:ସକାରାତ୍ମକ ଏବଂ ବୁଦ୍ଧିମତା ଆପଣଙ୍କ ପାଇଁ କାର୍ଯ୍ୟକ୍ଷେତ୍ରରେ ସଫଳତା ଆଣିଦେବ । ନିଜ ସହ ସମୟ ବିତାଇବେ ଏବଂ ବ୍ୟକ୍ତିତ୍ଵ ବିକାଶ ପାଇଁ ଗୁରୁତ୍ୱ ଦେବେ । ବାସଗୃହର ସାଜସଜ୍ଜା ପ୍ରତି ରୁଚି ବଢିବ।

କର୍କଟ:ଆଜି ନିଜ କାର୍ଯ୍ୟର ଫଳ ପାଇବେ । ନିଜର ବ୍ୟକ୍ତିତ୍ବ କିପରି ଉନ୍ନତ ହେବ ସେଥିପ୍ରତି ଗୁରୁତ୍ୱ ଦେବେ । ଘରର ସାଜସଜ୍ଜା ପ୍ରତି ରୁଚି ବଢିବ ।

ସିଂହ: ନିଜର ମହତ୍ତ୍ବକୁ ନ୍ୟୁନ ଭାବନ୍ତୁ ନାହିଁ । ଅନେକ ସମସ୍ୟାର ସମାଧାନ ଆପଣଙ୍କ ପାଖେ ଅଛି । ଲୋକଙ୍କୁୁ ପ୍ରଭାବିତ କରିବେ । ନୂଆ ଡିଲ୍ କରି ପ୍ରମୁଖ ଦାୟିତ୍ବ ନିର୍ବାହ କରିବେ ।

କନ୍ୟା: ଆପଣଙ୍କ କଳା ପ୍ରସ୍ଫୁଟିତ ହେବ । ନିଜ ଲୋକଙ୍କୁୁ ନେଇ ଖୁସି ଅନୁଭବ କରିବେ । ଘରେ ଉପଯୁକ୍ତ ସ୍ଥାନରେ ଆସବାବପତ୍ର ସଂଖ୍ୟା ବୃଦ୍ଧି କରିବେ ।

ତୁଳା: ଆଜି ଆପଣଙ୍କ ପାଇଁ ଗୋଟେ ଭଲ ଦିନ ହେବାକୁ ଯାଉଛି । ଅନ୍ୟମାନଙ୍କ ସହ ମିଶିବାକୁ ଚେଷ୍ଟା କରନ୍ତୁ । ସଂଧ୍ୟାରେ ପ୍ରିୟାଙ୍କ ପାଇଁ ଖର୍ଚ୍ଚ କରି ଦାମୀ ଜିନିଷ କିଣିବେ ।

ବିଛା:ନିଜର ବିକାଶକୁ ପ୍ରାଧାନ୍ୟ ଦେବେ । ବ୍ୟବସାୟ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ବ୍ୟକ୍ତିମାନେ ଲାଭବାନ ହେବେ । କାର୍ଯ୍ୟରେ ଅଧିକ ଖର୍ଚ୍ଚ କରିବାକୁ ପଡିବ । ସନ୍ଧ୍ୟାରେ ପରିବାର ସହ ସମୟ ବିତାଇବେ।

ଧନୁ:ନିଜର ଆଗ୍ରହ ଏବଂ କର୍ମ ଦୁଇଟିରେ ପାର୍ଥକ୍ୟ ଅନୁଭବ କରିବେ । ଏହା ମଧ୍ୟରେ ସମନ୍ବୟ ପାଇଁ ଚେଷ୍ଟା କରିବେ । ସନ୍ଧ୍ୟା ବେଳକୁ ଆପଣ ନିଜର ବୁଦ୍ଧି ଓ ଆଗ୍ରହ ଥିବା କାର୍ଯ୍ୟ ଦୁଇଟିରେ ସମନ୍ୱୟ ପାଇଁ ଚେଷ୍ଟା କରିବେ ।

ମକର: ଦୁନିଆରେ ନିଜ ପରିବାରକୁ ଛାଡ଼ିଦେଲେ ଆଉ କାହା ଠାରୁ ସେହିପରି ସହଯୋଗ ପାଇବେ ନାହିଁ । ଏହା ଦ୍ବାରା ଅସାଧ୍ୟ କାର୍ଯ୍ୟଗୁଡ଼ିକୁ ମଧ୍ୟ ସାଧନ କରିପାରିବେ ।

କୁମ୍ଭ: ଆପଣଙ୍କର ଆଜିର ଦିନ ଯଶ ଏବଂ ସୈାଭାଗ୍ୟର ଦିନ । ଚରିଆଡୁ ବହୁ ଉତ୍ସାହ ପାଇବେ । ଉପରସ୍ଥ କର୍ମଚାରୀ ଆପଣଙ୍କୁ ପ୍ରଶଂସା କରିବେ । ଦିନଟି ଆନନ୍ଦ ଦାୟକ ଅଟେ।

ମୀନ:ଖୁସି ଖବର ପାଇବେ ଯାହାକି ପରିବାରରେ ଉତ୍ସବର ବାତାବରଣ ସୃଷ୍ଟି କରିବ । କିଛି ପୁରୁଣା ଡିଲ ଆଜି ସମ୍ପୂର୍ଣ୍ଣ ହୋଇପାରେ । ବ୍ୟବସାୟ ପାଇଁ ବାହାରକୁ ଯାଇପାରନ୍ତି ।

ABOUT THE AUTHOR

...view details