ଓଡିଶା

odisha

ETV Bharat / bharat

ଅକ୍ଟୋବର ୧୯ ରାଶିଫଳ: ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ - ଅକ୍ଟୋବର ୧୯ ରାଶିଫଳ

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ଅକ୍ଟୋବର ୧୯ ରାଶିଫଳ, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ
ଅକ୍ଟୋବର ୧୯ ରାଶିଫଳ, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

By

Published : Oct 19, 2022, 12:03 AM IST

ମେଷ:ଆପଣଙ୍କ ଭାବ ପ୍ରବଣତା ଲୁଚାଇବା କିମ୍ୱା ନିୟନ୍ତ୍ରଣ କରିବା ଆଜି ଆପଣଙ୍କ ପାଇଁ ଏକ ପରୀକ୍ଷା ସ୍ୱରୁପ ହେବ । ଏହା ଆପଣଙ୍କର ପ୍ରବୃତି ନୁହେଁ ଯେ ଆପଣ ନିଜର ଭିତର ଭାବନାକୁ ସହଜରେ ତ୍ୟାଗ କରିପାରିବେ କିନ୍ତୁ ଆପଣ ଏଥିରେ କିଛି କରିପାରିବେ ନାହିଁ । ନିଜର ଯତ୍ନ ନିଅନ୍ତୁ । ଏହି ଖରାପ ଦୁନିଆଁ ଏଭଳି ଏକ ସ୍ଥାନ ନୁହେଁ ଯେଉଁଠାରେ ଆପଣ ନିଜର ଦୁର୍ବଳତା ପ୍ରଦର୍ଶନ କରିବେ ।

ବୃଷ:ଆପଣ ଦିନସାରା ହାଲୁକା ଏବଂ ଖୁସୀ ଅନୁଭବ କରିବେ । ଆପଣଙ୍କ ହୃଦୟ ଭାବନାରେ ଭରା ରହିବ । କିନ୍ତୁ ଅନୁକୂଳ ଭାବନାରେ ଆପଣ ଭବିଷ୍ୟତର ସ୍ୱପ୍ନ ଦେଖିବେ । ଆପଣ ପ୍ରେମରେ ବୁଡି ରହିଛନ୍ତି କି ? ସ୍ୱପ୍ନ ରାଇଜର ଅଦ୍ଭୁତ ଦୂନିଆଁରେ ଆପଣ ଘୁରି ବୁଲିବେ । ଏହା ସମସ୍ତ ସ୍ୱପ୍ନ ଭରା ରହିବ ।

ମିଥୁନ: ଆଜି ଦିନ ଧୀର ଏବଂ ମନ୍ଥର କିନ୍ତୁ ଲଗାତାର ରହିବ । ତେଣୁ ବ୍ୟସ୍ତ ହୁଅନ୍ତୁ ନାହିଁ ଯଦି କାର୍ଯ୍ୟ ସମାପ୍ତ କରିବା ପାଇଁ ସାଧାରଣରୁ ଅଧିକ ସମୟ ନେଉଛି ତାହାଲେ ଧୈର୍ଯ୍ୟ ରଖନ୍ତୁ । ଏହା ସମାପ୍ତ ହେବ । ଯଦିଓ କିଛି ସମୟ ବିଳମ୍ବ ହେବ, ଫଳ ନିଶ୍ଚୟ ମିଳିବ । ନେଇଥିବା କାର୍ଯ୍ୟ ଏବଂ ଆର୍ଥିକ କାରବାର ମଧ୍ୟ ସଫଳ ହେବ ।

କର୍କଟ: ଆପଣଙ୍କର ଆତ୍ମବିଶ୍ୱାସ ଉଚ୍ଚ ସ୍ତରରେ ଅଛି । ଏହା ପ୍ରତ୍ୟେକ କାରବାରରେ ପ୍ରତିଫଳିତ ହେଉଛି । ଆପଣ ଏହି ଶୁଭ ଦିନ ବନ୍ଧୁ ଏବଂ ପ୍ରୀୟଜନଙ୍କ ଗହଣରେ ବିତାଇବାକୁ ଚାହୁଁଛନ୍ତି । ସାଙ୍ଗମାନଙ୍କ ସହିତ ଭ୍ରମଣ କରିବା ପାଇଁ ଆପଣ ସଫଳ ଯୋଜନା ପ୍ରସ୍ତୁତ କରି ପାରନ୍ତି । ଆଜି ଦିନରେ ଆପଣ ଅନେକ ସୁଯୋଗ ପାଇବେ ଯେତେବେ‌ଳେ ଆପଣ ପ୍ରଦର୍ଶନ କରିବେ ଯେ ଆପଣଙ୍କର ବିଶେଷ ଏକ ସମ୍ବେଦନଶୀଳ ଏବଂ କବିତ୍ୱ ଗୁଣ ରହିଛି ।

ସିଂହ: ଅନ୍ୟଜଣକ ମନ୍ତବ୍ୟ ପ୍ରତି ଅଧିକ ପ୍ରତିକ୍ରିୟାଶୀଳ ହୁଅନ୍ତୁ ନାହିଁ । ଆପଣଙ୍କ ରାଗ ନିୟନ୍ତ୍ରଣ କରନ୍ତୁ । ଯେହେତୁ ଅନ୍ୟ ସମ୍ବେଦନଶୀଳ ସଙ୍କେତ ମଧ୍ୟ ଦେଖା ଦେଉଛି । ତେଣୁ ଅତ୍ୟଧିକ ପ୍ରତିକ୍ରିୟାଶୀଳ ହୋଇ ପରିସ୍ଥିତିକୁ ଜଟିଳ କରିବାକୁ ଚାହାଁନ୍ତୁ ନାହିଁ । ଅତ୍ୟଧିକ ଯୂକ୍ତିତର୍କରୁ ଦୁରେଇ ରୁହନ୍ତୁ । ନହେଲେ ନିଃସନ୍ଦେହରେ ଆଇନଗତ ସମସ୍ୟା ସୃଷ୍ଟି କରିବ ।

କନ୍ୟା: ଆପଣଙ୍କ ରାଶି ଚକ୍ର ପାଇଁ ଏହି ଭାବପ୍ରବଣତା ଭରା ଦିନ ବିଶେଷ ଭାବରେ ସ୍ୱପ୍ନ-ଭଳି ଗୁଣ ପ୍ରତିଫଳନ କରୁଛି । ଆପଣଙ୍କ କୌଶଳ ପ୍ରତି ଅଧିକ ପ୍ରତିକ୍ରିୟାଶୀଳ ହେଉଥିବା ବ୍ୟକ୍ତିଙ୍କ ବ୍ୟତିତ, ଆପଣ ଜଣକ ପାଇଁ ଅତ୍ୟଧିକ ପ୍ରେମ ପ୍ରକାଶ କରିପାରନ୍ତି । ଆଗକୁ ଚାଲନ୍ତୁ ଏହା ଆପଣଙ୍କ ପାଇଁ ଭାଗ୍ୟଶାଳୀ ହୋଇପାରେ ।

ତୁଳା:ଆପଣଙ୍କ ଜୀବନର ପ୍ରତ୍ୟେକ କ୍ଷେତ୍ର ପାଇଁ ଆଜି ଦିନ ଭାଗ୍ୟଶାଳୀ ରହିବ । ବର୍ତ୍ତମାନ ସୁଦ୍ଧା ଆପଣ ହୁଏତ ସବୁଠାରୁ ଅଧିକ ସନ୍ତୁଳନ ପ୍ରାପ୍ତ କରିଥାଇ ପାରନ୍ତି । ଆପଣଙ୍କ ପାଇଁ ଆଜି ସହଜ ଦିନ ରହିବ । କାରଣ କୌଣସି କାର୍ଯ୍ୟ କରିବା ପାଇଁ ଆପଣ ସଂଘର୍ଷ କରିବାକୁ ପଡିବ ନାହିଁ । ତେଣୁ ଆଶା କରନ୍ତୁ ଯେ ସମସ୍ତ କାର୍ଯ୍ୟ ସହଜରେ ଶେଷ ହେବ କିମ୍ୱା ସମାଧାନ ହେବ । ଘରେ ପ୍ରିୟଜନଙ୍କ ସହିତ ପ୍ରେମଭରା ଏବଂ ଖୁସୀଭରା ସମୟ କଟିବ ।

ବିଛା: ଆଜି ସକାଳେ ସମସ୍ତ ଘଣ୍ଟାକୁ ଆପଣ ଅତିକ୍ରମ କରିବା ପାଇଁ ଚାହିଁବେ ଏବଂ ଆପଣ ଛୁଟି ସହଜରେ ପାଇପାରିବେ ନାହିଁ । ଆଜି ସହଜରେ କାମ କରିପାରିବେ ନାହିଁ କିମ୍ୱା ସହଜରେ କାମରେ ଧ୍ୟାନ ଦେଇପାରିବେ ନାହିଁ । ସଂକ୍ଷେପରେ କହିବାକୁ ଗଲେ ସଂଘର୍ଷ କରିବାକୁ ପଡିବ । ଆପଣ ମାନ୍ଦା ଅନୁଭବ କରିପାରନ୍ତି ଏବଂ ଦିନସାରା ବ୍ୟସ୍ତ ରହିବେ ।

ଧନୁ:ଭାବପ୍ରବଣତା ଏବଂ ଆବେଗତା,ଦୁର୍ଭାଗ୍ୟବସତଃ, ଆଜି ଆପଣଙ୍କୁ ଘେରି ରହିବ । ସାଧାରଣ ଭାବରେ ଏହାର ଅର୍ଥ ଯେ ଆପଣଙ୍କର ଭାବ ପ୍ରବଣତା ପ୍ରଦର୍ଶନ କରି କିଛି ଲାଭ ହେବ ନାହିଁ । କାରଣ ଏହାର କୌଣସି ଅନ୍ତ ନାହିଁ । ଏହାକୁ ନିୟନ୍ତ୍ରଣ ରଖନ୍ତୁ ।

ମକର: ଆଜି ଦିନଟି ଆପଣଙ୍କ ପାଇଁ ସବୁ ଦିଗରୁ ଶୁଭଙ୍କର ହେବ । ଆପଣଙ୍କର ଆୟ ବୃଦ୍ଧି ଘଟିବା ସହିତ ଆପଣ ଯେମିତି ଚାହିଁବେ ସେମିତି ଖର୍ଚ୍ଚ କରିବେ । ବ୍ୟବସାୟରେ ଆପଣ ବିଭିନ୍ନ ସଂସ୍ଥାମାନଙ୍କର ବିଶ୍ୱାସଭାଜନ ହେବେ । ଏହା ଦ୍ୱାରା ବହୁ ସଫଳତା ଲାଭ କରି ସମାଗରେ ପ୍ରତିଷ୍ଠିତ ହେବେ । ଆପଣଙ୍କର ସୃଜନଶୀଳ ପ୍ରତିଭା ବଳରେ ଆପଣ ନିଜର ଦକ୍ଷତାକୁ ଆପଣଙ୍କ ପସନ୍ଦଯୋଗ୍ୟ କାର୍ଯ୍ୟରେ ବିନିଯୋଗ କରିପାରିବେ । ଏହା ଦ୍ୱାରା ଆପଣ ଅତୀତରେ ହରାଇଥିବା ସମ୍ମାନ ଫେରିପାଇବେ । ମୌଜ ମଜଲିସରେ ସମୟ କାଟିବା ସହ ବହୁ ଜିନିଷ କିଣିପାରନ୍ତି । ସ୍ୱାସ୍ଥ୍ୟ ଭଲ ରହିବ । ସବୁ ଦିଗ ପାଇଁ ଦିନଟି ଆନନ୍ଦଦାୟକ ରହିବ ।

କୁମ୍ଭ: ଆପଣ ଆନନ୍ଦ ଅନୁଭବ କରିବେ ଏବଂ ନିଜର ସଫଳତା ଏବଂ ଉତ୍ତମ ଜୀବନର ଝଲକ ପ୍ରତିଫଳିତ ହେବ । କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ, ଆପଣଙ୍କ ଖ୍ୟାତି ଏବଂ ସହକର୍ମୀମାନଙ୍କ ମଧ୍ୟରେ ସମ୍ମାନ ମଧ୍ୟ ବୃଦ୍ଧି ହେବ । ଆପଣଙ୍କ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ସନ୍ତୁଷ୍ଟ ହେବେ ଏବଂ ଆପଣଙ୍କ ଗୃପରେ ନିର୍ଭରଶୀଳ ହେବେ । ଘରେ ମଧ୍ୟ ଭଲ ସମୟ ଅତିବାହିତ ହେବ । ପରିବାର ସହିତ ପ୍ରେମଭାବ ଏବଂ ହସଖୁସୀରେ ସମୟ ବିତିବ ।

ମୀନ:ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ ଯଦି ଆପଣ ଏକ ଗୀତ ଲେଖିପାରିଲେ କିମ୍ୱା ବ୍ଲଗ୍‌ରେ ଏକ ପ୍ରଭାବଶୀଳ ପ୍ରବେଶ କଲେ । ଆପଣ ଏପରିକି ଏକ ନୁଆ କ୍ଷେତ୍ରକୁ ପ୍ରବେଶ କରିପାରନ୍ତି । ଏବଂ ଆପଣଙ୍କ ପାଖରେ ଥିବା ଏକ ସୁନ୍ଦର କଳ୍ପନାତ୍ମକ ସୃଷ୍ଟି ଦୁନିଆକୁ ଉପକାର ସଦୃଶ ଦେଇପାରନ୍ତି । ଆପଣଙ୍କ ପ୍ରେମିକା ମନମୁଗ୍‌ଧକର ଆଶ୍ଚର୍ଯ୍ୟ ହୋଇପାରନ୍ତି ଯେତେବେଳେ ଆପଣ ତାଙ୍କର ପ୍ରଶଂସା କରିଚାଲିବେ । ଛାତ୍ର ଏବଂ ସେମାନଙ୍କର ଶିକ୍ଷା ପାଇଁ ଏକ ଉତ୍କୃଷ୍ଟ ସମୟ ଅଟେ ।

ABOUT THE AUTHOR

...view details