ମେଷ:ଆଜିର ଦିନଟିରେ ଚିନ୍ତିତ ରହିବେ । କୌଣସି କଥାକୁ ନେଇ ଚିଡଚିଡ ବା ଉତ୍ତେଜିତ ହୋଇପାରନ୍ତି । ବନ୍ଧୁଙ୍କ ଖରାପ ବ୍ୟବହାରର ଆପଣଙ୍କୁ ଆଘାତ ଦେଇପାରେ । ସେହିସମୟରେ ଧୌର୍ଯ୍ୟହରା ହୁଅନ୍ତୁ ନାହିଁ । ସମ୍ପତ୍ତି ଓ ଜମିବାଡ଼ି ସମ୍ପର୍କୀତ କାର୍ଯ୍ୟକଳାପରେ ନିଜକୁ ସଂପୃକ୍ତ କରନ୍ତୁ ନାହିଁ । ନିଜରମନକଥା ପିତାମତାଙ୍କୁ ଜଣାନ୍ତୁ । ମହିଳାଙ୍କ ନକାରାତ୍ମକ ପ୍ରଭାବରୁ ଦୂରେଇ ରୁହନ୍ତୁ । ମାନସିକ ଶାନ୍ତି ଲାଭ କରିବା ପାଇଁ ଯୋଗ ଏବଂ ଧ୍ୟାନ କରନ୍ତୁ । ବିଦ୍ୟାର୍ଥୀମାନେ ଆଜିର ଦିନରେ କ୍ଲାନ୍ତି ଅନୁଭବ କରିବେ ।
ବୃଷ: ଏହି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ଭଲରେ କଟିବ । ଗ୍ରହମାନଙ୍କ ଶୁଭଦୃଷ୍ଟି ଯୋଗୁଁ ଆଜିରଦିନରେ ଖୁସି ଅନୁଭବ କରିବେ । ଅନେକ ଦିନର କ୍ଲାନ୍ତିରୁ ଆଜି ମୁକ୍ତି ପାଇବେ । ବାହାରକୁ ଯାତ୍ରା କରିପାରନ୍ତି । ସାଙ୍ଗସାଥିଙ୍କ ସହ ଦିନଟି ଅତିବାହିତ ହେବ । ନିଜର ପ୍ରିୟଜନଙ୍କୁ ମନେପକାଇ ମନେ ମନେ ହସିବେ । କିଛି ନୂଆ କରିପାରନ୍ତି । ଆର୍ଥିକ ସମସ୍ୟା ଦେଖା ଦେବାର ସମ୍ଭାବଲା ରହିଛି । କିନ୍ତୁ ଚିନ୍ତିତ ହେବେ ନାହିଁ ।
ମିଥୁନ: ଆଜି ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ଅଟେ । ବନ୍ଧୁବାନ୍ଧବ ଓ ପ୍ରିୟଜନଙ୍କ ସହ ଖୁସିରେ ଖୁସିରେ ଦିନ ଅତିବାହିତ ହେବ । ବିବାହ କିମ୍ବା ନିର୍ବନ୍ଧ ପାଇଁ ଯଦି ଆପଣଙ୍କୁ କିଏ ନିମନ୍ତ୍ରଣ କରୁଛି ତେବେ ଯୋଗଦିଅନ୍ତୁ । କେହି ନୂତନ ବନ୍ଧୁଙ୍କ ସହ ଆପଣଙ୍କର ଦେଖା ହୋଇପାରେ । ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ । ତେଣୁ ବ୍ୟସ୍ତ ବା ବିବ୍ରତ ହେବା ଉଚିତ ନୁହେଁ । ବୃତ୍ତିଜୀବିଙ୍କ ପାଇଁ ଶୁଭ ଦିନ ଅଟେ । ବ୍ୟକ୍ତିଗତ ଜୀବନରେ ଆର୍ଥିକ ସ୍ଥିତିରେ ଉନ୍ନତି ହେବ ।
କର୍କଟ: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଆଉ ଶୁଭ ଦିନ ନାହିଁ । ଆଜି ଦିନଟି ନିଜ ଇଚ୍ଛା ଅନୁସାରେ କାଟିପାରିବେ । ବନ୍ଧୁଙ୍କ ସହ ଭୋଜନ କରି ଖୁସିଗପରେ ମସଗୁଲ୍ ରହିବେ । ଉପହାର ପାଇବା ସହ ଅତ୍ୟଧିକ ଉଲ୍ଲସିତ ହେବେ । ନିଜ ମନ କଥା ଯଦି କାହା ଆଗରେ କହିବାକୁ ଇଚ୍ଛା କରନ୍ତି, ତା ହେଲେ ବର୍ତ୍ତମାନ କୁହନ୍ତୁ । ଭ୍ରମଣର ସମ୍ଭାବନା ରହିଛି । ସ୍ବାଦିଷ୍ଟ ଭୋଜନରେ ଆତ୍ମ ସନ୍ତାଷ ବୃଦ୍ଧି ପାଇପାରେ । କୌତୁକପୂର୍ଣ୍ଣ ଖେଳରେ ନିଜକୁ ନିୟୋଜିତ କରିପାରନ୍ତି । ପ୍ରେମରେ ସାଥୀଙ୍କ ସହ ସମୟ ଅତିବାହିତ କରିବେ ।
ସିଂହ:ଆଜି ଆପଣ ଦ୍ବନ୍ଦରେ ପଡିବେ । କୌଣସି ସିଦ୍ଧାନ୍ତରେ ନ ପହଞ୍ଚି ପାରିବା ଯୋଗୁଁ ଆପଣ ବ୍ୟଥିତ ହୋଇପାରନ୍ତି । କାମକୁ ନେଇ ବିଚଳିତ ହୋଇପାରନ୍ତି । ନିଜର କ୍ରୋଧ ଏବଂ ବାର୍ତ୍ତାଳାପ ଶୈଳୀକୁ ନିୟନ୍ତ୍ରଣରେ ରଖନ୍ତୁ । ଆଇନଗତ କାର୍ଯ୍ୟକଳାପ ପ୍ରତି ସତର୍କ ରୁହନ୍ତୁ । ଆଇନଗତ ଏବଂ ଅମଲାତାନ୍ତ୍ରିକ ନିଷ୍ପତ୍ତି ସ୍ଥଗିତ କରନ୍ତୁ । ନିଜର ଚିନ୍ତାଧାରା ଉପରେ ନିୟନ୍ତ୍ରଣ ରଖନ୍ତୁ । ବ୍ୟସ୍ତ ବିବ୍ରତ ହୋଇ କୌଣସି ନିଷ୍ପତ୍ତି ନିଆନ୍ତୁ ନାହିଁ । ପରେ ନହେଲେ ଅନୁତାପ କରିବେ । ନୂଆ ମହିଳା ବନ୍ଧାବୀଙ୍କଠାରୁ ଦୂରେଇ ରୁହନ୍ତୁ । ବିଦେଶରୁ କିଛି ଖବର ମିଳିପାରେ ।
କନ୍ୟା:ଆଜି ଦିନଟି ଶୁଭ ରହିବ । ଆଜି ଯାହା ଇଚ୍ଛା କରିବେ ତାହା ଆପଣଙ୍କୁ ପ୍ରାପ୍ତି ହେବ । ଘର, ପରିବାର କିମ୍ବା ବ୍ୟବସାୟ ଯେକୌଣସି କ୍ଷେତ୍ରରେ ଆପଣ ଲାଭବାନ ହେବା ସହ ଉପହାର ମଧ୍ୟ ମିଳିପାରେ । ଏହି ସମୟରେ ଯାତ୍ରା ଶୁଭଙ୍କର ହେବ, ଆପଣଙ୍କ ଜୀବନସାଥୀଙ୍କ ସହ ଘନିଷ୍ଠତା ବଢ଼ିବ । ଗ୍ରହଙ୍କର ମଙ୍ଗଳକର ସ୍ଥିତି ଯୋଗୁଁ ପ୍ରେମ ଏବଂ ଲାଭ ଆଶା କରୁଥିବା ବ୍ୟକ୍ତିମାନେ ଲାଭାନ୍ୱିତ ହେବେ । ମହିଳା ବାନ୍ଧବୀଙ୍କଠାରୁ ଅନୁଗ୍ରହ ଲାଭ କରିବେ । ବ୍ୟବସାୟ ସମ୍ପର୍କିତ ଅର୍ଥ ସଂଗ୍ରହ ପାଇଁ ଯାତ୍ରା କରିପାରନ୍ତି ଏବଂ ଏହା ଫଳପ୍ରଦ ରହିବ ।
ତୁଳା: ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଆଜି ପ୍ରତିଟି କାମରେ ଆତ୍ମସନ୍ତୋଷ ଏବଂ ତୃପ୍ତି ମିଳିବ । ପ୍ରିୟତମାଙ୍କୁ ଯେକୌଣସି ସ୍ଥିତିରେ ଦେଖା କରିବେ, ଦୂରତା ବାଧକ ସାଜିବ ନାହିଁ । ଯଦି ସୌଭାଗ୍ୟବଶତଃ ଆପଣ ଆଜି ତାଙ୍କ ସହ ଏକାଠି ଥାନ୍ତି, ଘନିଷ୍ଠତା ଆହୁରି ବଢ଼ିବ । ଆପଣ ଭାବପ୍ରବଣ ଅଛନ୍ତି, ଏବଂ ନିଜ ପ୍ରେମ ପ୍ରତି ଉତ୍ସର୍ଗ କରିବା ପାଇଁ କବିତା ଲେଖିପାରନ୍ତି । ବୃତ୍ତିଗତ ଏବଂ ଆର୍ଥିକ ବିଷୟଗୁଡ଼ିକ ପାଇଁ ମଧ୍ୟ ଭଲ ସମୟ ଅଟେ । ମାଆଙ୍କଠାରୁ ସ୍ନେହଶ୍ରଦ୍ଧା ମିଳିବ । ନିଜ ସ୍ୱପ୍ନର କାମ ପାଇପାରନ୍ତି, କିମ୍ବା କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି । ସମ୍ପତ୍ତି ସଂକ୍ରାନ୍ତୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଫଳପ୍ରଦ ହେବ ଏବଂ ବ୍ୟବସାୟରେ ଉନ୍ନତି ହେବ ।
ବିଛା:ଏହି ରାଶିର ବ୍ୟକ୍ତି ଆଜି ଦିନଟି ବିଭିନ୍ନ ଚିନ୍ତାରେ ମଗ୍ନ ରହିବେ । ନିଜକୁ ନିୟନ୍ତ୍ରଣରେ ରଖନ୍ତୁ ନହେଲେ କଷ୍ଟ ପାଇବେ । ଏଥିରେ ଆପଣଙ୍କର ମଙ୍ଗଳ ନିହିତ ରହିଛି । ଦିନଟିରେ ସୁଃଖ ଓ ଦୁଃଖରେ ମଧ୍ୟ କଟିବାରେ । ଏଥି ପାଇଁ ହଡବଡ ହୋଇପାରନ୍ତି । ଲେଖକଙ୍କ ପାଇଁ ଦିନଟି ମଙ୍ଗଳମୟ ଅଟେ । ବ୍ୟବସାୟୀମାନେ ଅପ୍ରତ୍ୟାଶିତ ବାଧାର ସମ୍ମୁଖୀନ ହୋଇ ପାରନ୍ତି । କର୍ତ୍ତୃପକ୍ଷ ଗୋଟିଏ ମୁହୂର୍ତ୍ତରେ ଖୁସି ଏବଂ ଅନ୍ୟ ମୂହୁର୍ତ୍ତରେ ଅସନ୍ତୁଷ୍ଟ ହୋଇପାରନ୍ତି । କାର୍ଯ୍ୟକ୍ଷେତ୍ରରେ ଇର୍ଷାନ୍ବିତ ପ୍ରତିଦ୍ୱନ୍ଦୀଙ୍କଠାରୁ ଦୂରେଇ ରୁହନ୍ତୁ । ଏପରିକି ହଇରାଣ କରୁଥିବା ଛୋଟ ପିଲାଙ୍କଠାରୁ ମଧ୍ୟ ଦୂରରେ ରୁହନ୍ତୁ । ଯାତ୍ରା ଯୋଗ ରହିଛି । ଖର୍ଚ୍ଚ ବଢ଼ିପାରେ ।
ଧନୁ: ବହୁଦିନ ଧରି ଆପଣ ଯନ୍ତ୍ରଣାରେ ପେଷି ହେଉଛନ୍ତି । ବର୍ତ୍ତମାନ ଆପଣଙ୍କ ପାଇଁ କୋଳାହଳ ହେବାର ସମୟ ବୋଲି ଅନୁମାନ କରାଯାଉଛି । ଏଥିରେ ସହମତ ଯେ ଆପଣଙ୍କ ମନ ତଥାପି ବେଳେବେଳେ ଭାବପ୍ରବଣତାରେ ବିଚଳିତ ହେଉଛି । ଆଜିର ଦିନରେ ଆରମା କରନ୍ତୁ । ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ଏବଂ ଶୁଭ ଚିନ୍ତା କରନ୍ତୁ । ଖର୍ଚ୍ଚ ବଢ଼ିଲେ, କାମ ଅଟକିଗଲେ ଏବଂ ମନ ଭାରି ହେଲେ ବିଚଳିତ ହୁଅନ୍ତୁ ନାହିଁ । ଯାହା ହେଉଛି ହେବାକୁ ଦିଅନ୍ତୁ! ପୂର୍ବରୁ କ୍ଲାନ୍ତ ଶରୀର ଏବଂ ମନ ଉପରେ ଅଧିକ ଚାପ ପକାନ୍ତୁ ନାହିଁ । ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ବରଂ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଖାଆନ୍ତୁ, ଭୋଜନର ସୁଗନ୍ଧ ଉପଭୋଗ କରନ୍ତୁ ଏବଂ ଆରାମରେ ଶୁଅନ୍ତୁ ।
ମକର: ଆଜିର ଦିନଟି ବହୁତ ଭଲ ରହିବ । ନିଜର କାମ ଓ ବ୍ୟକ୍ତିତ୍ବକୁ ନେଇ ପ୍ରଶଂସିତ ହେବେ । ନିଜେ ଖୁସି ରିବା ସହ ଅନ୍ୟକୁ ମଧ୍ୟ ଖୁସୀ ବାଣ୍ଟିବେ । ଚଳିତମାସରେ ଆଜିର ଦିନଟି ସବୁଠାରୁ ଅଧିକ ଖୁସିର ଦିନ ହୋଇପାରେ । କିଛି ନୂଆ କରିବାକୁ ଯଦି ଚାହୁଁଛନ୍ତି ତେବେ ଆଜିଠୁ ଆରମ୍ଭ କରନ୍ତୁ । ବିବାହ ନେଇ ଶୁଭ ଖବର ମିଳିପାରେ । ଜୀବନ ସାଥିକୁ ନେଇ ଚିନ୍ତିତ ହୋଇପାରନ୍ତି । ବୁଝିସୁଝି ନିଷ୍ପତ୍ତି ନିଅନ୍ତୁ ।
କୁମ୍ଭ:ଗ୍ରହମାନଙ୍କର ସୁପ୍ରଭାବ ଫଳରେ ଆପଣଙ୍କର ସାମାଜିକ ମାନ ସମ୍ମାନ ଓ ପ୍ରତିଷ୍ଠା ପାଇଁ ଗର୍ବିତ ହେବେ । ଯେଉଁ କାର୍ଯ୍ୟର ଦାୟିତ୍ୱ ବହନ କରିବେ, ସେଥିରେ ଆପଣଙ୍କ ସହକର୍ମୀମାନେ ଆଶା ଥିବା ଭାବରେ ସାହାଯ୍ୟ କରିବେ । ଅନ୍ୟମାନଙ୍କ ପ୍ରତି ଆପଣଙ୍କର ଭଲ ବ୍ୟବହାର ଯୋଗୁଁ ଆପଣ ପ୍ରିୟଭାଜନ ହେବେ । ମାତୃପକ୍ଷ ସଦସ୍ୟଙ୍କଠାରୁ ସୁଖବର ପାଇବେ । ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ । ଶରୀର ସୁସ୍ଥ ରହିବ । ସବୁ ଖୁସିକୁ ଏକାଠି କରି ଆପଣ ପ୍ରକୃତିକୁ ଉପଭୋଗ କରିବା ପାଇଁ ଇଚ୍ଛା କରିବେ ।
ମୀନ:ବ୍ୟସ୍ଥତାରେ ଦିନଟି କଟିବ । ଅଫିସରୁ ଘରକୁ ଯାଇ ପାରିବେନି କିନ୍ତୁ ଫୋନରେ ଅଧିକ ସମୟ ବାର୍ତ୍ତାଳପ କରିବେ । ଯେଉଁଥି ପାଇଁ ମନ ଖୁସି ରହିବ । ନୂଆ କାମ ଆରମ୍ଭ ପାଇଁ ସୁଯୋଗ ପାଇବେ । ବୃତ୍ତିଗତ କାର୍ଯ୍ୟ ପାଇଁ ଏହା ଭଲ ଦିନ ଏବଂନୂଆ କ୍ୟାରିଅର୍ ଆରମ୍ଭ କରିବାର ସୁଯୋଗ ମିଳିପାରେ । ଆଜି ସନ୍ଧ୍ୟାରେ ପ୍ରିୟଜନଙ୍କ ସହ ବିତାଇଥିବା ମୁହୂର୍ତ୍ତଗୁଡ଼ିକ ସ୍ମରଣୀୟ ହେବ । ଜଣି କାହାସହ ସମ୍ବନ୍ଧରେ ନହାନ୍ତି ତେବେ ଅନେକ ସୁଯୋଗ ମିଳିବ । ଦେଖିଚାହିଁ ଖର୍ଚ୍ଚକରନ୍ତୁ ।