ଓଡିଶା

odisha

ETV Bharat / bharat

Horoscope: ଫେବୃଆରୀ ୧୯ ରାଶିଫଳ, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ - ଫେବୃଆରୀ ୧୯ ରାଶିଫଳ

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

Horoscope
Horoscope

By

Published : Feb 19, 2023, 12:01 AM IST

ମେଷ: ଆଜି ଆପଣଙ୍କ ଜୀବନ ସମ୍ପର୍କରେ ବହୁ ଘଟଣାରେ ଶୁଭଫଳ ମିଳିପାରେ । ପାରିବାରିକ ଜୀବନ ଶାନ୍ତ ରହିବ । ଗୁରୁତ୍ୱପୂର୍ଣ୍ଣ ଆଲୋଚନା ମଧ୍ୟ ଫଳପ୍ରଦ ହେବ । ଆପଣଙ୍କ ଘରର ଭିତରର ସୌନ୍ଦର୍ଯ୍ୟକରଣ ଏହି ଆଲୋଚନାର ବିଷୟବସ୍ତୁ ହୋଇପାରେ । ଆପଣଙ୍କ ମାଆଙ୍କ ଠାରୁ ଆପଣ ସାହାଯ୍ୟ ଓ ସହାନୁଭୁତି ଲାଭ କରିପାରନ୍ତି । କାର୍ଯ୍ୟସ୍ଥଳରେ ନିଜକୁ ନିୟୋଜିତ କରି ଆତ୍ମସନ୍ତୋଷ ଲାଭ କରିବେ ।

ବୃଷ:ଆଜି ଦିନଟି ଆପଣଙ୍କୁ ମିଶ୍ରିତ ଫଳ ପ୍ରଦାନ କରିବ । ବ୍ୟବସାୟୀମାନେ ନୂଆ ବ୍ୟବସାୟ ଆରମ୍ଭ କରି ବିଭିନ୍ନ ଦିଗରେ ନିଜର ଅର୍ଥ ବିନିଯୋଗ କରିବେ ଏବଂ ନିଜ ଭବିଷ୍ୟତ ଯୋଜନା ମଧ୍ୟ କରିବେ । ବିଦେଶ ଭ୍ରମଣର ଯୋଗ ଅଛି । କୌଣସି ଧାର୍ମିକ ସ୍ଥାନକୁ ଯାଇ ନିଜର ଆଧ୍ୟାତ୍ମିକ ଭାବକୁ ବୃଦ୍ଧି କରିପାରନ୍ତି । ନିଜର ସ୍ୱାସ୍ଥ୍ୟପ୍ରତି ଯତ୍ନ ନିଅନ୍ତୁ ।

ମିଥୁନ: ଆଜି ଦିନଟିରେ ଆପଣ ନିଜର କ୍ରୋଧକୁ ଆଦୌ ସମ୍ୱରଣ କରିପାରିବେ ନାହିଁ । ଆପଣଙ୍କର ଚେତନା ଶକ୍ତି ଏବଂ ଇଚ୍ଛାକୁ ନିଜ ଆୟତ୍ତରେ ନରଖିଲେ ଅପଦସ୍ତ ହୋଇପାରନ୍ତି । କୌଣସି କାର୍ଯ୍ୟର ଶୁଭାରମ୍ଭ କରନ୍ତୁ ନାହିଁ । ପର୍ଯ୍ୟଟନ ଏବଂ ଅଜଣା ବ୍ୟକ୍ତିଙ୍କଠାରୁ ଦୁରେଇ ରୁହନ୍ତୁ । ଡାକ୍ତରି ପରିକ୍ଷା ପାଇଁ ଦିନଟି ଶୁଭ ନୁହେଁ । କୌଣସି ଯୁକ୍ତିତର୍କ କିମ୍ୱା ଝଗଡା କରିବା ବର୍ଜନ କରନ୍ତୁ । ରୋଜଗାରର ପନ୍ଥା ନ ଥିବାରୁ ଆର୍ଥିକ ଅନାଟନ ଘଟିପାରେ ।

କର୍କଟ: ଦିନଟି ସବୁ ଦୃଷ୍ତିରୁ ଶୁଭଫଳ ପ୍ରଦାୟକ ଅଟେ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗନେଇ ମୌଜ ମଜଲିସ କରିବେ । କିଛି ଜିନିଷ କିଣାକିଣି କରିବାରେ ଆନନ୍ଦ ପାଇପାରନ୍ତି । ଆପଣ ବହୁ ଦୂରରୁ ଆସିଥିବା ଜଣେ ଭିନ୍ନ ସଂମ୍ରଦାୟର ବ୍ୟକ୍ତିଙ୍କ ସାକ୍ଷାତ ପାଇ ଉଲ୍ଲସିତ ହେବେ । ଏହି ସାକ୍ଷାତକାର ଭବିଷ୍ୟତରେ ଉପକାରୀ ହୋଇପାରେ ।

ସିଂହ: ଆଜି ଦିନଟି ମଧ୍ୟମ ଫଳ ପ୍ରଦାୟକ ହୋଇପାରେ । ପରିବାରରେ ଶାନ୍ତ ପରିବେଶ ପରିଲିକ୍ଷିତ ହୋଇପାରେ । କାର୍ଯ୍ୟରେ ଆପଣଙ୍କ ସହକର୍ମୀ ବନ୍ଧୁଙ୍କଙ୍କ ଠାରୁ ସହଯୋଗ ଲାଭ କରିବେ । ନିୟମିତ ଗୃହ କାର୍ଯ୍ୟ ସମାପନରେ କିଛି ବାଧା ଉପୁଜିପାରେ । ମାମୁଙ୍କଘରୁ କୌଣସି ଅପ୍ରୀତିକର ସମ୍ୱାଦ କିମ୍ୱା ନିଜ କାର୍ଯ୍ୟରେ ଶତ୍ରୁଙ୍କ ହସ୍ତକ୍ଷେପ ଯୋଗୁଁ ଆପଣ ବିଚଳିତ ହୋଇପାରନ୍ତି । ଏଥି ସକାଶେ ଆପଣ ଉଦବିଘ୍ନ ହେବେ ଏବଂ କୌଣସି କଥାରେ ଆଗ୍ରହୀ ହେବେ ନାହିଁ ।

କନ୍ୟା: ଆଜି ଦିନରେ ଆପଣ ନିଜର ସନ୍ତାନ ଓ ପ୍ରିୟଜନଙ୍କ ଚିନ୍ତାରେ ବିଚଳିତ ହୋଇପାରନ୍ତି । ଏଥିପାଇଁ ଆପଣଙ୍କ ମାନସିକ ଶାନ୍ତି ବ୍ୟାହତ ହେବ । ଅପଣଙ୍କ ପାକସ୍ଥଳି ଏବଂ କଲିଜା ଜନିତ ଶାରୀରିକ ଅସୁସ୍ଥତା ମଧ୍ୟ ମୁଣ୍ଡ ବ୍ୟଥାର କାରଣ ହୋଇପାରେ । ଆପଣଙ୍କ ଖର୍ଚ୍ଚ ବୃଦ୍ଧି ପାଇବା ଯୋଗୁଁ ଆପଣ ଏହାର ସମାଧାନର ବାଟ ଖୋଜିପାରନ୍ତି । ଜଣେ ଅନ୍ତରଙ୍ଗ ବନ୍ଧୁ ଓ ପ୍ରିୟଜନଙ୍କ ସାକ୍ଷାତକାର ଆପଣଙ୍କ ଖୁସିକୁ ଦ୍ୱିଗୁଣିତ କରିପାରେ ।

ତୁଳା: କୌଣସି କାରଣରୁ ଆପଣଙ୍କ ମାନସିକ ସ୍ଥିତି ଭଲ ରହିବ ନାହିଁ । ତେଣୁ ଅନ୍ୟ ଦିନ ତୁଳନାରେ ଆଜି ଆପଣଙ୍କର ମାନସିକ ଉତ୍ତେଜନା ବୃଦ୍ଧିପାଇପାରେ । ଜଳ ଠାରୁ ନିଜର ଦୁରତା ରକ୍ଷା କରନ୍ତୁ ଏବଂ ପହଁରା ଶିଖିବାକୁ ଯାଉଥିଲେ ଆଜି ଯାଆନ୍ତୁ ନାହିଁ । ଆଜି ବିଶ୍ରାମ ନିଅନ୍ତୁ । ନିଜର ଯାତ୍ରାକୁ ସ୍ଥଗିତ ରଖନ୍ତୁ । ନିଜର ସମ୍ପର୍କିୟ କାଗଜ ପତ୍ର କରିବାରେ ସତର୍କତା ଅବଲମ୍ୱନ କରନ୍ତୁ ।

ବିଛା:ଏକ ଉଲ୍ଲେଖନୀୟ କାର୍ଯ୍ୟର ସଫଳତା ପରେ ଗୃହ ପ୍ରତ୍ୟାବର୍ତ୍ତନ ଏକ ଶୁଭ ସୂଚନା ଅଟେ । ବନ୍ଧୁ ଗ୍ରହଣରେ ଏବଂ ପରିବାର ସଦସ୍ୟମାନଙ୍କ ସହ ହସ ଖୁସିରେ ସମୟ କାଟିବେ । ମୌଜ ମଜଲିସ କରିବା ପାଇଁ ଏପରି ଦିନ ଆଉ ଆସି ନ ପାରେ । ଆଜି ଆପଣ ଯେଉଁ କାର୍ଯ୍ୟରେ ହାତ ଦେବେ ସେହି କାର୍ଯ୍ୟରେ ସଫଳତା ଅର୍ଜନ କରିବେ । ଏଥିପାଇଁ ଆପଣଙ୍କ ମନ ପ୍ରଫୁଲ୍ଲିତ ହୋଇପାରେ ।

ଧନୁ: ଆଜି ଦିନଟିରେ କୌଣସି କାର୍ଯ୍ୟ ଆପେ ଆପେ ହେବ ନାହିଁ । ଆପଣଙ୍କ ସହଯୋଗୀ କିମ୍ୱା ଘନିଷ୍ଠ ସମ୍ପର୍କୀୟଙ୍କ ନିର୍ଦ୍ଦେଶରେ କୌଣସି ଦଣ୍ଡନୀୟ ଅପରାଧ ଯୁକ୍ତ କାମ ପାଇ ଯାଆନ୍ତୁ ନାହିଁ । ଏପରି କରିଲେ ଆଜି ଦିନଟି ଆପଣଙ୍କର ଅଶାନ୍ତିରେ କଟିପାରେ । ଆପଣଙ୍କ ଉଦ୍ୟମ ଓ ଅର୍ଥ ସଙ୍ଗତିର ସବୁ କ୍ଷେତ୍ରରେ ଆବଶ୍ୟକତା ଥିବା ଯୋଗୁଁ ଆପଣ କ୍ଳାନ୍ତି ଅନୁଭବ କରିପାରନ୍ତି ।

ମକର: ଆଜି ସାମାଜିକ , ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ । ବ୍ୟବସାୟୀ ତଥା କର୍ମଚାରୀ ମାନେ ଉନ୍ନତି କରିବେ । ହାତକୁ ନେଇଥିବା କାର୍ଯ୍ୟଗୁଡିକ ଭଲ ଫଳ ପ୍ରଦାନ କରିବ । ସମାଜରେ ପ୍ରତିଷ୍ଠା ବଢିବ । ପଦୋନ୍ନତି ହୋଇପାରେ । ସାଙ୍ଗମାନଙ୍କ ସହ ଖୁସୀରେ ସମୟ ବିତିବ । ଘରେ ମନ ଖୁସୀ ଓ ମୌଜ ରହିବେ । ଦୁର୍ଘଟଣା ହୋଇପାରେ ।

କୁମ୍ଭ: ଆଜି ଦିନଟି ଆପଣ ନିଜର ଖର୍ଚ୍ଚ ପ୍ରତି ଧ୍ୟାନ ଦେବେ । ଆପଣ ଏହା ଉପରେ ସୁନିଶ୍ଚିତ ରୂପେ ଜୋର ଦେଇ କାର୍ଯ୍ୟ ନ କଲେ ନିଜେ କଷ୍ଟ ଭୋଗିବେ । କୌଣସି କାରଣରୁ ଆପଣ ଉତ୍ତେଜିତ ହେବାପରି ଘଟଣାରେ ଅନ୍ୟମାନଙ୍କ ଯୋଗୁଁ ଛନ୍ଦି ହୋଇପାରନ୍ତି କିମ୍ୱା ଅନ୍ୟମାନଙ୍କ ମତକୁ ଭୁଲ ବୁଝିପାରନ୍ତି । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ଆର୍ଥିକ ସ୍ଥିତି ପ୍ରତି ସଜାଗ ରୁହନ୍ତୁ ଏବଂ ମାନସିକ ଶାନ୍ତି ପ୍ରତି ଧ୍ୟାନ ଦିଅନ୍ତୁ ।

ମୀନ: ଗ୍ରହଙ୍କର ଉଜ୍ଜଳ ଜ୍ୟୋତିର ପ୍ରଭାବରେ ଆପଣଙ୍କ ନିଜର ବନ୍ଧୁ, ସମକକ୍ଷ ବ୍ୟକ୍ତି ଏବଂ ପ୍ରିୟଜନଙ୍କର ପ୍ରିୟଭାଜନ ହୋଇପାରିବେ । ସମ୍ପର୍କୀୟ ପ୍ରିୟଜନମାନେ ଆପଣଙ୍କ ପାଇଁ ହିତକାରୀ ଓ ଫଳଦାୟକ ସାବ୍ୟସ୍ତ ହେବେ । ଆପଣଙ୍କ ସେମାନଙ୍କ ପିଛା ଯଥେଷ୍ଟ ଖର୍ଚ୍ଚ କରିପାରନ୍ତି । ନୂତନ ବନ୍ଧୁତ୍ୱ ଓ ସନ୍ଧି ସ୍ଥାପନ କରିପାରନ୍ତି ଯାହାକି ଆପଣଙ୍କୁ ଭବିଷ୍ୟତରେ ଉପକାରି ହୋଇପାରେ ।

ABOUT THE AUTHOR

...view details