ମେଷ: ଆଜିର ଶୁଭଦିନରେ ଆପଣ ନୂତନ ଯୋଜନାର କାର୍ଯ୍ୟ ଆରମ୍ଭ କରିପାରନ୍ତି । ମାତ୍ର ମଧ୍ୟାହ୍ନ ପରେ ଶୁଭ କର୍ମ ଆରମ୍ଭ କଲେ ଏଥିରେ ୟଥେଷ୍ଟ ସଫଳତା ପ୍ରାପ୍ତ ହୋଇପାରେ । ଦିନର ପ୍ରଥମାର୍ଦ୍ଧରେ ଆପଣ କିଛି ସମସ୍ୟା ଘେରରେ ରହିବେ । ମାତ୍ର ଦିବସର ଶେଷ ଆଡକୁ ଖୁସିର ଲହରି ଖେଳିପାରେ । ଦିନ ଆରମ୍ଭରେ ପାଇଥିବା ୟନ୍ତ୍ରଣାକୁ ଭୁଲିବା ପାଇଁ ଧ୍ୟାନ ବା ଯୋଗ କରନ୍ତୁ । ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାରରେ ସଂଜମତା ରକ୍ଷା କରନ୍ତୁ ନଚେତ୍ ସମସ୍ୟା ଉପୁଜିପାରେ । ଭାବି ଚିନ୍ତି କଥାବାର୍ତ୍ତା କରନ୍ତୁ । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ବାହାର ଖାଦ୍ୟରୁ ଦୂରେଇ ରୁହନ୍ତୁ । ସକାଳ ବେଳା ଆପଣଙ୍କ ଅଫିସରେ କିଛି କାମ କରିବାର ସଫଳତା ମିଳିବ ନାହିଁ, ମାତ୍ର ମଧ୍ୟାହ୍ନ ପରେ ସୁଯୋଗ ମିଳିପାରେ ।
ବୃଷ:ଦିବସ ପ୍ରାରମ୍ଭରୁ ଆପଣ ହସଖୁସିରେ ଦିନଟିକୁ କାଟିବାକୁ ଚାଁହିବେ, ମାତ୍ର ଏହା ସମ୍ଭବ ହେବ ନାହିଁ । ଗ୍ରହମାନଙ୍କର ସୁପ୍ରଭାବ ଦିବସର ପ୍ରଥମାର୍ଦ୍ଧରେ ଥିବାରୁ ଆପଣ ନିଜର ପ୍ରିୟଜନ ଏବଂ ବନ୍ଧୁଙ୍କ ଗହଣରେ ବହାରକୁ ଭ୍ରମଣରେ ଯାଇପାରନ୍ତି । ଏହାଦ୍ୱାରା ସନ୍ଧ୍ୟାରେ ଘଟିବାକୁ ଥିବା ଅଶାନ୍ତିକୁ ଭୁଲିଯିବେ । ମଧ୍ୟାହ୍ନରେ ଆପଣ ନିଜର ପ୍ରତିଦ୍ୱନ୍ଦୀଙ୍କ ସହ କାରଣ ନଥାଇ ଯୁକ୍ତିତର୍କ ଏବଂ ଝଗଡା କରିପାରନ୍ତି । ଆପଣ ନିଜର କ୍ରୋଧକୁ ଦମନ କରିପାରିଲେ ସବୁ ଅଶାନ୍ତି ଦୂର ହୋଇୟିବ । ନିଜର ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦିଅନ୍ତୁ । ସନ୍ଧ୍ୟାରେ କୌଣସି କାରଣରୁ ଅଶାନ୍ତ ଓ ଭାରାକାନ୍ତ ରହିବେ । ଧ୍ୟାନ ଓ ଯୋଗ କଲେ ମାନସିକ ଶାନ୍ତି ମିଳିପାରେ ।
ମିଥୁନ: ଆଜିର ଦିନଟି ଆପଣଙ୍କ ପାଇଁ ଆନନ୍ଦମୟ ଏବଂ ଉତ୍ସାହଜନକ ରହିବ । ଆପଣ ଉର୍ଜାରେ ପରିପୂର୍ଣ୍ଣ ରହିବେ ଏବଂ ସକାରାତ୍ମକ ଚିନ୍ତାଧାରା ଆପଣଙ୍କୁ ଘେରି ରହିବ । ନିଜ କାମକୁ ସଫଳତାର ସହ ଶେଷ କରିବା ଆପଣଙ୍କ ପାଇଁ କେକ୍ ଉପରେ ଆଇସିଂ ଭଳି ହେବେ । କାର୍ଯ୍ୟରେ ଆପଣଙ୍କ ଅନୁଦାନ ପାଇଁ ଆପଣ ସ୍ୱୀକୃତି ପାଇବାର ସମ୍ଭାବନା ରହିଛି । ଏହା ଆପଣଙ୍କର ମିଜାଜକୁ ଆହୁରି ଭଲ କରିବ । ଅର୍ଥଲାଭର ସମ୍ଭାବନା ରହିଛି । ବନ୍ଧୁମାନଙ୍କ ସହ ସମୟ ବିତାଇବେ ।
କର୍କଟ: କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ଆଜି ଏକ ଉତ୍ତମ ଦିନର ପୂର୍ବାନୁମାନ କରାଯାଉଛି । ଆପଣଙ୍କ ଅର୍ଥକୁ ସଠିକ୍ ସ୍ଥାନରେ ରଖି ଭବିଷ୍ୟତକୁ ସୁରକ୍ଷିତ କରିବାର ଏହା ପ୍ରକୃଷ୍ଟ ସମୟ ଅଟେ। ଏକାଗ୍ରତା, ଇଚ୍ଛାଶକ୍ତି ଏବଂ ଆତ୍ମବିଶ୍ୱାସ ଆପଣଙ୍କ କାମ ଶେଷ କରିବାରେ ସାହାଯ୍ୟ କରିବ । ଆପଣଙ୍କ ବକେୟା ପ୍ରକଳ୍ପ ଶେଷ ହେବାର ସମ୍ଭାବନା ରହିଛି । ଆପଣଙ୍କ କନିଷ୍ଠ କର୍ମଚାରୀମାନଙ୍କୁ ସେମାନଙ୍କ ସହାୟତା ପାଇଁ ଧନ୍ୟବାଦ ଦେବାକୁ ଭୁଲନ୍ତୁ ନାହିଁ । ଏହା ବ୍ୟତୀତ ବୃତ୍ତିଜୀବି ଓ ଛାତ୍ରଛାତ୍ରୀ ମଧ୍ୟ ଆଜି ଦିନରୁ ଲାଭ ପାଇବେ । ଅତୀତର ସୁଖଦ ସମୟ ମନେ ପକାଇ ପରିବାର ସହ ସନ୍ଧ୍ୟା ବିତାନ୍ତୁ ।
ସିଂହ:ଆଜି ଆପଣ ମାନସିକ ଏବଂ ଶାରୀରିକ ଭାବରେ ଦୁର୍ବଳ ଅନୁଭବ କରିବେ । ଏହାସହ ମାଆଙ୍କ ସ୍ୱାସ୍ଥ୍ୟ ଏବଂ ବଢ଼ୁଥିବା ଖର୍ଚ୍ଚ ମଧ୍ୟ ଆପଣଙ୍କୁ ବ୍ୟସ୍ତ କରିବ । ତେବେ ସନ୍ଧ୍ୟାବେଳକୁ ଆପଣ ଅର୍ଥ ଯୋଗାଡ଼ କରିପାରିବେ । ବୃତ୍ତିଜୀବିମାନେ ପରିଶ୍ରମର ସୁଫଳ ପାଇବେ । ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଏକା ପୂର୍ବାନୁମାନ ରହିଛି । ପାଠପଢ଼ା କ୍ଷେତ୍ରରେ ସେମାନେ ସହଜରେ ନିଜ ଟାସ୍କ କରିପାରିବେ । ନୂଆ କାମ ଆରମ୍ଭ କରିବା ଏବଂ ପୁଞ୍ଜିନିବେଶ କରିବା ପାଇଁ ଏହା ଏକ ଭଲ ଦିନ ନୁହେଁ ।
କନ୍ୟା:ଆଜି ଦିନର ପ୍ରଥମାର୍ଦ୍ଧରେ ଗ୍ରହମାନଙ୍କର ଶୁଭ ଦୃଷ୍ଟି ରହିବ । ନିଜର ପ୍ରିୟଜନଙ୍କ ସହ ଥିବା ସମ୍ପର୍କ ଅଧିକ ନିବିଡ ହେବ ଏବଂ ଆପଣ କେଉଁବାଟରେ ହେଉ ନା କାହିଁକି ସେମାନଙ୍କ ଦ୍ୱାରା ଉପକୃତ ହେବେ । ଦିବସର ଅବଶିଷ୍ଟ ଭାଗରେ ଆପଣ ଶାରୀରିକ ଓ ମାନସିକ ଅସୁସ୍ଥତା ବୃଦ୍ଧି ପାଇପାରେ । ସେଥିପ୍ରତି ସଜାଗ ରୁହନ୍ତୁ । ସମ୍ପର୍କୀୟ ଲୋକମାନଙ୍କ ସହ ମନୋମାଳିନ୍ୟ ବା କଳହ ହୋଇ ସମ୍ପର୍କରେ ତିକ୍ତତା ଦେଖାଦେବ । ନିଜର କ୍ରୋଧ ସମ୍ଵରଣ କରି କଥାବାର୍ତ୍ତାରେ ଶାଳୀନତା ରକ୍ଷା କରନ୍ତୁ । ନିଜ ମାଆଙ୍କର ଶାରୀରିକ ଅସୁସ୍ଥତା ଯୋଗୁଁ ଚିନ୍ତାଗ୍ରସ୍ତ ହେବେ । ଜଳ ଠାରୁ ନିଜକୁ ଦୂରେଇ ରଖନ୍ତୁ ।