ଓଡିଶା

odisha

ETV Bharat / bharat

Horoscope: ଜୁନ 18 ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ - ଜୁନ 18 ରାଶିଫଳ

ଆଜି କେମିତି ରହିବ ଆପଣଙ୍କ ଦିନ । ଜାଣିବା ପାଇଁ ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ...

Horoscope
Horoscope

By

Published : Jun 18, 2023, 12:01 AM IST

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ଅଟେ । ଆପଣ ନିଜର ଜିନିଷ ପତ୍ର ସଜାଡନ୍ତୁ । ଏକ ବିଶ୍ରାମ କିମ୍ୱା ବ୍ୟବସାୟିକ ଗ୍ରସ୍ତ କାର୍ଡରେ ଅଛି । ଆପଣ ହଠାତ୍‍ ଅନ୍ତରରେ ଏକ ଆଲୋକପାତ ଅନୁଭବ କରିବେ । ଯାହା ଭବିଷ୍ୟତରେ ଫଳପ୍ରଦ ହେବାର ପ୍ରମାଣିତ ହୋଇପାରେ । ଯଦି ଆପଣ ଡାଏରୀରେ ଏଣୁତେଣୁ ଗାରେଇବାକୁ ଚାହୁଁଛନ୍ତି ତେବେ ଆଗାନ୍ତୁ ।ଆପଣ ନିଜକୁ ପରିପ୍ରକାଶ କରିବାକୁ ଅଧିକ ସ୍ୱାଧୀନ ହୋଇଯିବେ । ଆଜିର ବିଚାର ମୁଲ୍ୟବାନ ହୋଇପାରେ ଯାହା ହଠାତ ଆପଣଙ୍କ ବିଚାର ବଦଳାଇପାରେ ।ସେଥିପାଇଁ ଆପଣଙ୍କର ନିର୍ଣ୍ଣୟ ନେବାରେ ବିଳମ୍ୱ ହୋଇପାରେ । ସେହି ସମୟରେ ଆପଣ କୌଣସି ଲୋକଙ୍କ ସହ ଯୁକ୍ତିତର୍କ ରୁ ଦୁରେଇ ରହନ୍ତୁ । ବିଶେଷତଃ ମହିଳାମାନେ ଖୁସି ରହନ୍ତୁ ଓ ମଜା କରନ୍ତୁ |

ବୃଷ: ଆପଣ ଆଜି ସ୍ଥିର ,ଶାନ୍ତ ରହନ୍ତୁ । ଆପଣଙ୍କର ଆନ୍ଦୋଳିତ ମନ ଆଜି ଅପ୍ରତିଭା ସୃଷ୍ଟି କରିବ । ଯାହାର ଫଳାଫଳ ସ୍ୱରୁପ ସମୟ ନଷ୍ଟ ହେବ । ମନ ଓ କାର୍ଯ୍ୟରେ ସ୍ଥିରତା ଆଣିବା ପାଇଁ ଚେଷ୍ଟା କରନ୍ତୁ । "ପରସ୍ପର ମଧ୍ୟରେ ବୁଝାମଣା ଓ ବ୍ୟବସ୍ଥିତ" ଏହି ମନ୍ତ୍ରର ପ୍ରୟୋଗରେ ଆପଣଙ୍କ ଦିନ ଗୁଡିକ ସହଜ ହେବ । ଏହା ବିଶେଷତଃ ଲେଖକ ଓ କଳାକାର ମାନଙ୍କ ପାଇଁ ଅଟେ । ଯାହା ହେଉ ଆପଣ ଆପଣଙ୍କର ଭ୍ରମଣ ସ୍ଥଗିତ କରନ୍ତୁ । ଆଜି କୌଣସି ନୁତନ ବ୍ୟବସାୟ ଆରମ୍ଭ କରନ୍ତୁ ନାହିଁ ।

ମିଥୁନ: ଆଜି ସମସ୍ତ ଜିନିଷ ଆପଣଙ୍କ ପାଇଁ ସୁନ୍ଦର ଏବଂ ଉଜ୍ଜଳମୟ ହେବ । ଆଜି ଆପଣ ସୁସ୍ୱାଦୁ ଖାଦ୍ୟ ଖାଇବେ । ସେହି ସମୟରେ କିଛି ଆବଶ୍ୟକୀୟ ଗହଣା ଏବଂ ସାଜସଜ୍ଜା ଉପକରଣ କିଣିବାରେ ଆନନ୍ଦ ଅନୁଭବ କରିବେ । ଆପଣଙ୍କ ବଜେଟ ଅନୁସାରେ ଖର୍ଚ୍ଚ କରନ୍ତୁ । ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଆପଣଙ୍କର ପରିବାର ,ବନ୍ଧୁବର୍ଗ ଏବଂ ଆପଣଙ୍କର ଆନନ୍ଦ ପୁର୍ଣ୍ଣ ମନୋବୃତ୍ତି ଏକତ୍ର ମିଶି ଅଧିକ ଉଲ୍ଲାସମୟ କରିପାରିବେ। ଏକାଧିକ ଉଲ୍ଲେଖନୀୟ ଏବଂ ଆଶ୍ଚର୍ଯ୍ୟଜନକ ଉପହାର ପ୍ରାପ୍ତ କରିବ ଏବଂ ଶାନ୍ତି ପୁର୍ଣ୍ଣଭାବେ ଦିନଟି ଶେଷ କରିବେ ।

କର୍କଟ: ଆଜି ଆପଣଙ୍କର ମନରେ ଅପ୍ରତିଭା ଏବଂ ଦୁବିଧା ଲୁଚୁକାଳି ଖେଳିବ । ତେଣୁ ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତ ନିଅନ୍ତୁ ନାହିଁ । ଏହାକୁ ଅନ୍ୟ ଦିନକୁ ଘୁଞ୍ଚାଇ ଦିଅନ୍ତୁ । ଆପଣଙ୍କର ଜିହ୍ୱାକୁ ସଞ୍ଜତ କରନ୍ତୁ ନଚେତ୍‍ ଆପଣଙ୍କର ପରିବାରରେ ବିବାଦ ହୋଇପାରେ । ସେମାନେ ଆପଣଙ୍କୁ ନିରାଶ କରି ଛାଡି ଚାଲିଯିବେ । ଯଦି କିଛି ତର୍କ ବିତର୍କ ଅଛି, ତାକୁ ସ୍ପଷ୍ଟ ଏବଂ ଖୋଲାଖୋଲି ଭାବେ ଆଲୋଚନା କରନ୍ତୁ । ଆଗକୁଥିବା ଭୁଲ ବୁଝାମଣାକୁ ଦୁରେଇ ଦେବା ବହୁତ ଭଲ ହେବ । ଆପଣଙ୍କର ସ୍ୱାସ୍ଥ୍ୟ,ଧନ, ଖ୍ୟାତି ପାଇଁ ଅତିରିକ୍ତ ଧ୍ୟାନ ଦିଅନ୍ତୁ ।ଆପଣ ଆଜି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।

ସିଂହ:ସିଂହ ରାଶି ମାନଙ୍କ ପାଇଁ କଠିନ ଲାଭ ଦାୟକ ଦିନ ଭାଗ୍ୟରେ ରହିଛି । ଆପଣଙ୍କ ମିତ୍ରମାନେ ଏବଂ ବିଶେଷତଃ ମହିଳା ଘନିଷ୍ଠ ମିତ୍ର ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଖୁସି ହେବେ । ଦିନ କିମ୍ୱା ସପ୍ତାହ ପରେ ଉତ୍ତେଜନାକୁ ଶାନ୍ତ କରିବା ପାଇଁ ଏକ ସୁନ୍ଦର ସ୍ଥାନକୁ ଭ୍ରମଣକୁ ଯିବା ପାଇଁ ଏକ ଭଲ ନିର୍ଣ୍ଣୟ ହୋଇପାରେ । ଧନ ବଳରେ ଆନନ୍ଦ ଉପଭୋଗ କରନ୍ତୁ । ମନେରଖନ୍ତୁ ସମୟ କାହାକୁ ଅପେକ୍ଷା କରେନାହିଁ |ତେଣୁ ଏହି ମୁଲ୍ୟବାନ ସମୟ ନଷ୍ଟ କରନ୍ତୁ ନାହିଁ । ଆପଣଙ୍କର ବ୍ୟବସାୟ ପାଇଁ ଆର୍ଥିକ ଲାଭ କାର୍ଡରେ ଅଛି ।

କନ୍ୟା: ଆପଣଙ୍କର ଆଜି ହେଉଛି ଏକ ବଢିଆ ଦିନ । ଏହା ବ୍ୟବସାୟ ଏବଂ ଚାକିରି କ୍ଷେତ୍ରରେ ହୋଇପାରେ । ଭାଗ୍ୟବାନ କନ୍ୟା ରାଶିମାନେ ,ଆପଣମାନଙ୍କ ପାଇଁ ଚର୍ତୁଦିଗରୁ ସଫଳତାର ବର୍ଷା ହେବ । ଯାହା ଆପଣ ଚାହୁଁଛନ୍ତି ତାହା ପାଇପାରିବେ । ନୁତନ ବ୍ୟବସାୟ ପାଇଁ ଏହା ହେଉଛି ଉପଯୁକ୍ତ ସମୟ । ବୃତ୍ତିଗତ ସଫଳତା, ଆୟ ବୃଦ୍ଧି ଏବଂ ପଦନ୍ନୋତି ଭାବେ ଆପଣଙ୍କ ପାଖକୁ ଆସିପାରେ । ସମସ୍ତ ଜିନିଷ ପାଇଁ ଉତ୍କୃଷ୍ଟ ହେଉଛି ସର୍ବେସର୍ବା । ବ୍ୟକ୍ତିଗତ ଭାବେ ଆପଣ ନିଜ ବାପାଙ୍କ ଠାରୁ ଲାଭବାନ ହେବେ ।ଘରେ ଖୁସି ଏବଂ ଶାନ୍ତି ପୁର୍ବକ ଆପଣଙ୍କ ଦିନ ସମାପ୍ତ ହେବ ।

ତୁଳା: ସମୁଦାୟ ଆଜି ଏକ ଭଲ ଦିନର ଆଶା କରାଯାଉଛି । କାର୍ଯ୍ୟରେ ସହକର୍ମୀମାନଙ୍କ ଠାରୁ କୌଣସି ପ୍ରକାର ସାହାଯ୍ୟର ଆଶା କରନ୍ତୁ ନାହିଁ । ବିଶ୍ରାମ କିମ୍ୱା ଧାର୍ମିକ ସ୍ଥାନର ଭ୍ରମଣ କାର୍ଡରେ ରହିଛି । ଦିନ ମଧ୍ୟରେ ଏପରି ଏକ ସମୟ ଆସିବ ଯାହା ଆପଣଙ୍କୁ ନିରାଶ କରିପାରେ । ସୃଜନାତ୍ମକ କାର୍ଯ୍ୟକଳାପ ଏବଂ ଆଧ୍ୟାତ୍ମିକ ଆଲୋଚନା ଆପଣଙ୍କର ଶକ୍ତି ବଢାଇପାରେ । ଆପଣଙ୍କର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ଏବଂ ଡାକ୍ତରଙ୍କୁ ସାକ୍ଷାତ କରିବାକୁ ଭୁଲନ୍ତୁ ନାହିଁ । କିଛି ଶୁଭ ଖବର ଆଜି ଆପଣଙ୍କୁ ଖୁସି ଦେଇପାରେ ଏବଂ ଭଲ ଭାବରେ ଦିନ କଟାନ୍ତୁ।

ବିଛା: ଆଜି ଆପଣ ପ୍ରତ୍ୟେକ କୋଣରୁ ଖୁସି ପାଇବେ । ମନୋରଞନ ହୋଇପାରେ , ଆପଣଙ୍କ ଜୀବନର ବହୁତ କାର୍ଯ୍ୟ ଆଜି ସଫଳ ହେବ ଯାହା ଆପଣ ଯୋଜନା କରିଛନ୍ତି ।କାରବାର ଆପଣଙ୍କୁ ଖୁସି ପ୍ରଦାନ କରିବ । ବ୍ୟବସାୟରେ ଭାଗୀଦାରୀ ଏବଂ ଦଳଗତ କାର୍ଯ୍ୟ ଭାଗ୍ୟବାନ ଫଳାଫଳ ବହନ କରିବେ । କେବଳ ସେତିକି ଯଥେଷ୍ଟ ନୁହେଁ,ଯେତେବେଳେ ବନ୍ଧୁ ମାନଙ୍କୁ ମିଳିବେ ଶକ୍ତି ଏବଂ ଉତ୍ସାହ ତାଙ୍କଠାରୁ ପାଇବେ । ଆପଣ ସର୍ବୋତ୍ତମ ସୃଜନକାରିତାକୁ ପହଞ୍ଚି ପାରନ୍ତି । ଏହି ଅମୁଲ୍ୟ ସମୟକୁ ଉପଭୋଗ କରନ୍ତୁ ଏବଂ ସମସ୍ତ ସମୃଦ୍ଧିକୁ ସାଇତି ରଖନ୍ତୁ ।

ଧନୁ: ଆଜି ଆପଣଙ୍କର ଭାଗ୍ୟବାନ ନକ୍ଷତ୍ର ଉଜ୍ଜ୍ୱଳତାରେ ଝଲସି ଯାଉଛନ୍ତି । ପ୍ରତ୍ୟେକ କୋଣରୁ ଖୁସି ପ୍ରଦାନ କରିବ । ମନୋରଞନ ହୋଇପାରେ ଆପଣଙ୍କ ଜୀବନର ବହୁତ କାର୍ଯ୍ୟ ଆଜି ସଫଳ ହେବ ଯାହା ଆପଣ ଯୋଜନା କରିଛନ୍ତି । କାରବାର ଆପଣଙ୍କୁ ଖୁସି ପ୍ରଦାନ କରିବ । ବ୍ୟବସାୟରେ ଭାଗୀଦାରି ଏବଂ ଦଳଗତ କାର୍ଯ୍ୟ ଭାଗ୍ୟବାନ ଫଳାଫଳ ବହନ କରିବେ । ଆପଣ ସର୍ବୋତ୍ତମ ସୃଜନକାରିତାକୁ ପହଞ୍ଚି ପାରନ୍ତି ।ଏହି ଅମୁଲ୍ୟ ସମୟକୁ ଉପଭୋଗ କରନ୍ତୁ ଏବଂ ସମସ୍ତ ସମୃଦ୍ଧିକୁ ସାଇତି ରଖନ୍ତୁ ।

ମକର: ଆଜି ଦିନଟି ଆପଣଙ୍କ ପାଇଁ ଉଜ୍ଜଳମୟ ହୋଇପାରେ । ବ୍ୟବସାୟୀ , କର୍ମଚାରୀ , ଗୃହିଣୀ ଏବଂ ବିଦ୍ୟାର୍ଥି ମାନଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭଙ୍କର ଅଟେ । ସେମାନେ ଦିନଟିକୁ ପୂର୍ଣ୍ଣ ପ୍ରାଣରେ ଉପଭୋଗ କରିପାରିବେ । ପାରିବାରିକ ଜୀବନରେ , ବୃତିଗତ ଜୀବନରେ ଆର୍ଥିକ ସ୍ୱଚ୍ଛଳତା ରହିବ । ଶତୃମାନେ ପରାଜୟ ବରଣ କରିବେ । ଶାରୀରିକ ସୁସ୍ଥତା ବଜାୟ ରହିବ ।

କୁମ୍ଭ: ଆଜି ଆପଣ ବହୁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଦିନତମାମ ଆପଣ ଉତ୍କଣ୍ଠିତ ଥିବା ଯୋଗୁଁ ନୂତନ କାର୍ଯ୍ୟର ଶୁଭାରମ୍ଭ କିମ୍ୱା ଯାତ୍ରା କରନ୍ତୁ ନାହିଁ । ମହିଳାମାନେ ନିଜର ବିବାଦୀୟ ମନୋବୃତିକୁ ପ୍ରତ୍ଯାହାର କରି ସବୁବେଳ ପାଇଁ ଶାନ୍ତ ରହିବା ଉଚିତ୍‍ । ଆପଣଙ୍କୁ କିଏ ଉତ୍ତେଜିତ କରୁଛି ବୋଲି ଆପଣ ଧନ୍ଦି ହୋଇପାରନ୍ତି । ଆଜି ଦିନଟି ଆପଣଙ୍କ କଳାତ୍ମକ ସୃଜନ ଶୀଳତାକୁ ଉତ୍ସାହିତ କରିପାରେ । ଆପଣଙ୍କ ମେଧାଶକ୍ତି ପ୍ରଖର ଥିବା ହେତୁ ଆପଣ ମେଧାବୀ ମାନଙ୍କ ଗହଣରେ ଆଲୋଚନାରେ ଭାଗ ନେଇ ପ୍ରଶଂସିତ ହେବେ । ଖର୍ଚ୍ଚର ପରିମାଣ ବୃଦ୍ଧି ପାଇପାରେ ।

ମୀନ: ଆଜି ଦିନଟିରେ ଆପଣ ବହୁତ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଏହି କାରଣ ଯୋଗୁଁ ଆପଣଙ୍କ ନୈତିକ ଚରିତ୍ରର ଅବସ୍ଥା ଦିନସାରା କ୍ଷୀଣ ରହିବ । ଶାରୀରିକ ଅସୁସ୍ଥତା ଦେଖାଦେବ । ଆର୍ଥିକ ଅବସ୍ଥା ବାଧାପ୍ରାପ୍ତ ହେବ । ତେଣୁ ଯେତେ ସମ୍ଭବ ଆପଣ ନିଜ ମନକୁ ଦିନସାରା ଶାନ୍ତ ରଖନ୍ତୁ । ମହିଳାମାନଙ୍କ ସହ ବାର୍ତ୍ତାଳାପ କଲାବେଳେ ଆପଣ ନିଜର କଥାରେ ସଞ୍ଜମତା ରକ୍ଷା କରନ୍ତୁ । କର୍ମଚାରୀ ମାନେ ନିଜ କାର୍ଯ୍ୟରେ ବହୁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ଏବଂ ଚିନ୍ତାଗ୍ରସ୍ତ ରହିପାରନ୍ତି । ଆଜି ଆପଣ ନିଜର ସମ୍ପତ୍ତି କିମ୍ୱା ଯାନବାହନ ସମ୍ୱନ୍ଧୀୟ କୌଣସି କାର୍ଯ୍ୟରୁ ନିଜକୁ ଦୂରେଇ ରଖନ୍ତୁ ।

ABOUT THE AUTHOR

...view details