ଓଡିଶା

odisha

ETV Bharat / bharat

୧୮ ଜାନୁଆରୀ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ - ଆଜିର ରାଶିଫଳ

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ
ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

By

Published : Jan 18, 2022, 12:16 AM IST

ମେଷ: ଆପଣ ଆଜି କୌଣସି କାରଣ ପାଇଁ ଭାବପ୍ରବଣତା ହୋଇଯିବେ ଏବଂ କହିଥିବା କଥା ପାଇଁ ଦାୟୀ ହେବେ । ଯାହା ପରେ ଆପଣଙ୍କୁ ଅନୁପାତ କରିବାକୁ ପଡିପାରେ । ତେଣି କିଛି କହିବା ପୂର୍ବରୁ ଭଲ ଭାବେ ଭାବନ୍ତୁ । ଆପଣଙ୍କର ମାଆଙ୍କ ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ । ସମ୍ପତ୍ତି ସମ୍ୱଦ୍ଧୀୟ ତର୍କ ବିତର୍କ କିମ୍ୱା ବିବାଦ ମଧ୍ୟକୁ ପଶନ୍ତୁ ନାହିଁ । ସାବଧାନତାର ସହ ଗାଡି ଚଳାନ୍ତୁ । ଜଳଜନିତ ବସ୍ତୁଠାରୁ ଦୂରେଇ ରହନ୍ତୁ । ବିଦ୍ୟାର୍ଥୀମାନେ ଅନୁସନ୍ଧାନମୂଳକ କାର୍ଯ୍ୟ କରିବେ ।

ବୃଷ: ଆଜିର ଦିନରେ ଆପଣ ସୁସ୍ଥ, ଉତ୍ସାହିତ ଏବଂ ଆଗ୍ରହୀ ହେବ । ଆପଣ କାଳ୍ପନିକ ଏବଂ ରଚନାତ୍ମକ କାର୍ଯ୍ୟ କରିବେ । ଭ୍ରମଣ କରିବାର ଯୋଗ ରହିଛି । ଆପଣଙ୍କ ପରିବାର ସହ ହସଖୁସିରେ ସମୟ ଅତିବାହିତ କରିବେ । ଆର୍ଥିକ ଲାଭ କେନ୍ଦ୍ରୀୟ ବ୍ୟବଧାନ ନେବାର ସମ୍ଭାବନା ରହିଛି ।

ମିଥୁନ:ଆପଣଙ୍କର ଯୋଜନା ଅନୁଯାୟୀ କାର୍ଯ୍ୟ ସପୂର୍ଣ୍ଣ ହେବ । ଆପଣଙ୍କର ଆର୍ଥିକ ସମସ୍ୟାରେ ଆପଣଙ୍କୁ ଧକ୍କା ଲାଗିବାର ସଙ୍କେତ ଅଛି । କିନ୍ତୁ ଆପଣଙ୍କର ଯୋଜନା ପୁନର୍ବାର ପରେ ସହଜରେ କାର୍ଯ୍ୟ କରିପାରିବ । କାର୍ଯ୍ୟଅନୁସାରେ ଆଜି ଦିନଟି ଅନ୍ୟ ଦିନମାନଙ୍କ ପରି ପ୍ରମାଣିତ ହେବ । ସହକର୍ମୀ ଏବଂ ସହଯୋଗୀଙ୍କ ପାଇଁ ଅସୁବିଧାରେ ପଡିପାରନ୍ତି । ଆପଣଙ୍କର ବନ୍ଧୁ ଏବଂ ଶୁଭଚିନ୍ତକ ଆପଣଙ୍କୁ ଉତ୍ସାହିତ କରିବେ ।

କର୍କଟ:ଦିନଟି ମୋଟାମୋଟି ଭାବେ ଭଲ । ସ୍ୱାଦିଷ୍ଟ ଖାଦ୍ୟ ମିଳିବାର ସମ୍ଭାବନା ରହିଛି । ଆପଣଙ୍କର ମନୋବଳ ଏବଂ ସମ୍ବେଦନଶୀଳତା ଉନ୍ନତ ରହିବ । ଧନ ଲାଭର ସଙ୍କେତ ମିଳୁଛି ।

ସିଂହ: ଆଜି ଆପଣଙ୍କର ଭାବନା ଅଧିକ ରହିବ ଯାହାଦ୍ୱାରା ଆପଣ ମାନସିକ ଭାବେ ଅସ୍ଥିର ରହିବେ । କିଛି କଥାକୁ ନେଇ ଅଧିକ ଭାବନ୍ତୁ ନାହିଁ । କୌଣସି ଲୋକ ପାଇଁ ପ୍ରତିନିଧିତ୍ୱ ନିଅନ୍ତୁ ନାହିଁ କିମ୍ୱା ସାକ୍ଷୀ ହୁଅନ୍ତୁ ନାହିଁ । ତର୍କ ବିତର୍କ ଏବଂ ବିବାଦରୁ ଦୂରେଇ ରହନ୍ତୁ । ଆଇନ ମାମଲାରେ ସାବଧାନ ହେବା ଆବଶ୍ୟକ । ଅନୁଭବ ପୂର୍ଣ୍ଣ ଏବଂ ନିଷ୍ପକ୍ଷତାର ସହ କାର୍ଯ୍ୟ କରନ୍ତୁ । ବ୍ୟୟ ନିୟନ୍ତ୍ରଣରୁ ବାହାରକୁ ଯିବାର ସମ୍ଭାବନା ଅଛି । ସତର୍କ ରୁହନ୍ତୁ ।

କନ୍ୟା: ଲାଭପ୍ରାପ୍ତି ନେଇ ସଙ୍କେତ ମିଳୁଛି । ମିତ୍ରଙ୍କ ସହି ମହିଳାମାନଙ୍କର ସମ୍ପର୍କ ମଧୁର ହେବା ସମ୍ଭାବନା ଅଛି । ବନ୍ଧୁମାନଙ୍କ ସହ ବାହାରେ କିଛି ସୁରମ୍ୟ ସ୍ଥାନରେ ମଉଜ ମଜଲିସ କରିବାର ସମ୍ଭାବନା ରହିଛି । ପିଲାଙ୍କଠାରୁ ଖୁସି ଖବର ମିଳିପାରେ ।

ତୁଳା: ଆଜି ଦିନରେ ବୃତ୍ତିଗତ ସଙ୍ଗେ ସଙ୍ଗେ ବ୍ୟବସାୟରେ ମଧ୍ୟ ଉଜ୍ୱଳ ଏବଂ ଅନୁକୂଳ ରହିବ । ଚୂଡାନ୍ତ ଏବଂ ଗୁରୁତ୍ୱପୂର୍ଣ୍ଣ ବୈଠକରେ ବିଶିଷ୍ଟ ବ୍ୟକ୍ତିମାନଙ୍କ ସହ ସାମିଲେ ହୋଇପାରନ୍ତି । ଆଜି ଦିନଟିରେ ପଦୋନ୍ନତିର ସୁଯୋଗ ମହଜୁତ ରହିଛି । ଘରେ ଶାନ୍ତି ଏବଂ ସଦ୍‍ଭାବ ପରିପୂର୍ଣ୍ଣ ରହିବ । ଆପଣଙ୍କର ମାଆ ଆପଣଙ୍କର ଲାଭ ଓ ସପକ୍ଷରେ ଯିବେ । ସରକାରୀ କାର୍ଯ୍ୟ ଆପଣଙ୍କ ପାଇଁ ଉପଯୋଗୀ ହେବ ।

ବିଛା : ଆପଣଙ୍କ କର୍ମକ୍ଷେତ୍ରରେ ଆପଣଙ୍କୁ ସତର୍କତା ଅବଲମ୍ବନ ସହିତ ଜାଗ୍ରତ ହେବା ଦରକାର । ଆପଣ ଆଳସ୍ୟ ଓ ନିରୁତ୍ସାହ ଅନୁଭବ କରିପାରନ୍ତି । କୌଣସି ଗୁରୁତ୍ୱପୂର୍ଣ୍ଣ ନିର୍ଣ୍ଣୟ ନେବାପାଇଁ ଆଜି ଦିନଟି ଠିକ୍‍ ନୁହେଁ । ଅଯଥା ଖର୍ଚ୍ଚ ଏଡାଇବାରୁ ନିବୃତ୍ତ ରୁହନ୍ତୁ । ଛୋଟକାଟିଆ ଟ୍ରିପରେ ଯାଇପାରନ୍ତି ।

ଧନୁ:କାର୍ଯ୍ୟ ହସ୍ତାନ୍ତର କିମ୍ୱା ନୂଆ ଯୋଜନା ପାଇଁ ଏହି ଦିନଟି ଠିକ ନୁହେଁ । ଆପଣଙ୍କ କଥା କହିବାର ଶୈଳୀ ଏବଂ ବ୍ୟବହାର ପାଇଁ ସାବଧାନ ରହନ୍ତୁ । ବହୁତ ଅଧିକ ସମ୍ବେଦନଶୀଳତା ଆପଣଙ୍କ ପାଇଁ ହାନିକାରକ ହୋଇପାରେ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଅଧିକ ଖର୍ଚ୍ଚ ହୋଇପାରେ ସେଥି ଉପରେ ଧ୍ୟାନ ଦିଅନ୍ତୁ । ବେଆଇନ କାର୍ଯ୍ୟରୁ ନିବୃତ୍ତ ରୁହନ୍ତୁ । ମନର ଶାନ୍ତି ପାଇଁ ପ୍ରାର୍ଥନା ଏବଂ ଯୋଗ କରନ୍ତୁ ଏହା ସହାୟକ ହେବ ।

ମକର: ଆଜି ଦିନର ଉପଲବ୍ଧି ଆପଣଙ୍କୁ ଅନୁଭବ କରାଇବ ଯେ ଆପଣ ଜୀବନରେ କେବଳ ସଫଳତା ପାଇବା ପାଇଁ ଜନ୍ମ ନେଇଛନ୍ତି । ହଁ, ଆଜି ଆପଣ ଯାହା କରିବେ ସେଥିରେ ସଫଳତା ପାଇବେ ଓ ସେଥିପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ମଧ୍ୟ ପଡିବ ନାହିଁ । ଅବଶ୍ୟ, ଆପଣଙ୍କୁ ଅତି କମରେ ଆରମ୍ଭ କରିବାକୁ ହେବ ଓ କୌଣସି କାରଣ ନଥାଇ ପୁରସ୍କାର ଆଶା କରିବା ଠିକ ନୁହେଁ ।

କୁମ୍ଭ:ଆଜି ଆପଣ କାର୍ଯ୍ୟର ଶୀର୍ଷରେ ପହଞ୍ଚିବାକୁ ଯାଉଛନ୍ତି । ବ୍ୟବସାୟ ଭାଗିଦାର ଏବଂ ସହକର୍ମୀ ଆପଣଙ୍କୁ ସାହାଯ୍ୟ କରିବେ ଓ ବନ୍ଧୁତ୍ୱ ବଢିବ । ପରିବାର ସହିତ ସମୟ ବିତାଇବା ନିଶ୍ଚିନ୍ତ ଭାବେ ସୁଖମୟ ଏବଂ ମନୋଭରା ହେବ । ମୋଟାମୋଟି ଭାବେ ଦିନଟି ଆପଣଙ୍କ ପାଇଁ ଭଲ ।

ମୀନ: ଆଜିର ଦିନଟି ବହୁତ ରଚନାତ୍ମକ ହେବା ଆଶା କରାଯାଉଛି । ଆଜି ଆପଣ ଆଶାତିତ ଭାବେ ଭାବୁକତା ଏବଂ ବିଚାରଶୀଳତା ଅନୁଭବ କରିବାର ସମ୍ଭାବନା ଅଛି । ସବୁ କ୍ଷେତ୍ରରେ ଦେଖିଚାହିଁ କାର୍ଯ୍ୟ କରନ୍ତୁ ।

ABOUT THE AUTHOR

...view details