ମେଷ: ଆଜି କିଛି ନିଷ୍ପତ୍ତି ନେଵା କଠିନ ହୋଇପଡ଼ିଵ । କିନ୍ତୁ ଦୃଢ଼ ସଂକଳ୍ପ ନେଇ କାର୍ଯ୍ୟ କରିବା ପାଇଁ ଆଗଭର ହେବେ । ଭାଵପ୍ରଵଣତା କାର୍ଯ୍ୟକୁ ପ୍ରଭାଵିତ କରିପାରେ । କଠିନ ପରିସ୍ଥିତିକୁ ସାମ୍ନା କରିବାକୁ ପଡିବ । ଜଗିରଖି କାମ କରନ୍ତୁ ।
ବୃଷ: ଆପଣଙ୍କୁ ସତର୍କତା ଏବଂ ସଞ୍ଜମ ରକ୍ଷା କରିବାକୁ ପରାମର୍ଶ ଦିଆହେଉଛି । ଦିନସାରା ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । କୌଣସି କାର୍ଯ୍ୟ କରିବା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ ।ସତର୍କର ସହ କାର୍ଯ୍ୟ କରନ୍ତୁ ।
ମିଥୁନ: ଆଜି ବିଭିନ୍ନ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ । ଯାହାକି ଆପଣଙ୍କ ଖୁସିକୁ ଦ୍ୱିଗୁଣା କରିବ । ଆପଣ ଆପଣଙ୍କର ସ୍ତ୍ରୀ ଏବଂ ପିଲାମାନଙ୍କଠାରୁ ଭଲ ଖବର ଗ୍ରହଣ କରିପାରନ୍ତି । ଆପଣ ବନ୍ଧୁମାନଙ୍କ ସହ ଦେଖାକରି ଖୁସି ହେବେ । ବିବାହ ହେବାକୁ ଥିବା ବ୍ୟକ୍ତିମାନେ ସେମାନେ ସେମାନଙ୍କର ଭଲ ଜୀବନସାଥୀ ପାଇପାରିବେ । ସବୁ ଦୃଷ୍ଟି କୋଣରୁ ଦିନଟି ଭଳରେ କଟିବ ।
କର୍କଟ: ଆଜି ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ । ଆଖିରେ ସମସ୍ୟା ଦେଖାଦେବ ଏବଂ ମାନସିକ ଚିନ୍ତା ବଢ଼ିବ । ଲୋକଙ୍କ ସହ ମିତ୍ର ବ୍ୟବହାର କରନ୍ତୁ । କୌଣସି ପ୍ରକାର ଦ୍ବନ୍ଦ ନ ଉପୁଜେ ସେଥିପ୍ରତି ଧ୍ୟାନ ରଖିବେ । ଦ୍ବିପ୍ରହର ପରେ ସମସ୍ୟାରେ ପରିବର୍ତନ ଆସିବ । ଆର୍ଥିକ ଦୃଷ୍ଟିକୋଣରୁ ଦିନ ଲାଭାଦାୟୀ ରହିବ । ପାରିବାରିକ ପରିବେଶ ଭଲ ରହିବ ମନରୁ ନକରାତ୍ମକ ଭାବନା ଦୁରେଇ ରଖନ୍ତୁ ।
ସିଂହ: ସକାଳ ଭଲରେ ବିତିବ । ସାମାଜିକ ଓ ବ୍ୟବସାୟିକ କ୍ଷେତ୍ରରେ ଆନନ୍ଦପ୍ରଦ ଓ ଲାଭପ୍ରଦ ସମାଚାର ମିଳିବ । ବନ୍ଧୁଙ୍କ ସହ ଦିନ ଭଲରେ ବିତିବ ।ଆୟରେ ବୃଦ୍ଧି ଓ ଧନ ଲାଭ ହେବ । ଦ୍ବିପ୍ରହର ପରେ ଆପଣଙ୍କ କଥା କିମ୍ବା ବ୍ୟବହାର କାହାକୁ ଖରାପ ଲାଗିପାରେ । ଗାଡି ଚଳେଇବା ବେଳେ ସାବଧାନ ରକ୍ଷାକରନ୍ତୁ । ମାନସିକ ଚିନ୍ତା ବଢିପାରେ ସନ୍ତାନ ଓ ପରିଜନଙ୍କ ସହ ମନୋମାଳିନ୍ୟ ରହିପାରେ ।
କନ୍ୟା: ଅର୍ଥନୈତିକ କାର୍ଯ୍ୟ ବାଧାପ୍ରାପ୍ତ ହେଵ । ଆପଣଙ୍କୁ ଅନୁରୋଧ କରାଯାଉଛି କି ମନ ଓ ହୃଦୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ନିଜସ୍ଵ ସମ୍ପତ୍ତିର ଯତ୍ନ ନିଅନ୍ତୁ । ନୈତିକ ଦାୟିତ୍ବ ଵ୍ୟତିତ ନୂଆ ଯୋଜନା ଗୁଡ଼ିକର ଦୀର୍ଘ ଵର୍ଷର ସ୍ଥାୟୀତ୍ବ ପ୍ରତି ଧ୍ୟାନ ଦିଅନ୍ତୁ।