ଓଡିଶା

odisha

ETV Bharat / bharat

ଅକ୍ଟୋବର 17 ରାଶିଫଳ, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

ଅକ୍ଟୋବର 17 ରାଶିଫଳ, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ
ଅକ୍ଟୋବର 17 ରାଶିଫଳ, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

By

Published : Oct 17, 2022, 12:02 AM IST

ମେଷ: ଆଜି ଆପଣ ସୁନ୍ଦର ଜିନିଷ ଓ ବିଦେଶୀ କଳାକୃତିକୁ ପସନ୍ଦ କରିବେ। ଆପଣ ଏପରି ଜିନିଷ ସମ୍ପର୍କିତ ବ୍ୟବସାୟ କରିବା ପାଇଁ ମଧ୍ୟ ଗମ୍ଭୀରତାର ସହ ଭାବିପାରନ୍ତି। ଅବଶ୍ୟ ସେ ସମ୍ପର୍କରେ ଆପଣ କୌଣସି ଉପଯୁକ୍ତ ନିଷ୍ପତ୍ତିରେ ପହଞ୍ଚି ନ ପାରନ୍ତି। କିନ୍ତୁ, ଆଗକୁ ସେ ବିଷୟରେ ଭାବିବା ପାଇଁ ମନ ଖୋଲା ରଖିବାକୁ ନିଷ୍ପତ୍ତି ନେବେ।

ବୃଷ: ଆଜି ଆପଣ କିଣା କିଣି କରିବା ସମୟରେ ଖର୍ଚ୍ଚ ଉପରେ ନିୟନ୍ତ୍ରଣ କରି ନ ପାରନ୍ତି। ଆପଣଙ୍କ ଉପରେ କେହି ପ୍ରଲୋଭନ ଦେଖାଇ ପାରିବେ ନାହିଁ । ଆଗକୁ ସମସ୍ୟା ଆସିପାରେ। ତେଣୁ ଜଗିରଖି କାମ କରନ୍ତୁ।

ମିଥୁନ: ଆଜି ସବୁ ସମୟରେ ଆପଣଙ୍କ ସମସ୍ୟାଗୁଡିକ ପାଇଁ ପ୍ରୋତ୍ସାହନ ଓ ସମର୍ଥନ ପାଇବାକୁ ଆଶା କରିପାରନ୍ତି। ଆପଣଙ୍କ ଅଧିକ ଗପିବାର ଏକ ଅଭ୍ୟାସ ଅଛି ଓ ଆପଣଙ୍କ ମତାମତ ଦ୍ଵାରା ଚାପ ହଟାଇବାର ଆପଣଙ୍କ କ୍ଷମତାର ଆଜି ପରୀକ୍ଷା ହେବ।

କର୍କଟ: ଦିନର ପ୍ରଥମ ଭାଗ ଆପଣଙ୍କ ଉପରେ ପ୍ରଭାବ ସଂପୁର୍ଣ୍ଣ ପ୍ରତିକୂଳ ରହିବ । ଭଗବାନଙ୍କ ନାମ ଉଚ୍ଚାରଣ କରିବା ଏବଂ ଧ୍ୟାନ କରିବା ଦ୍ୱାରା ହିଁ ଆପଣ ସେହି ପ୍ରତିକୂଳ ଭାବନାକୁ ନିୟନ୍ତ୍ରଣ ରଖିପାରିବେ । ଆପଣଙ୍କ ମନର ଭାବନା ଅସ୍ଥିର ହେବାର ସମ୍ଭାବନା ରହିଛି । ସତର୍କତା ଅବଲମ୍ବନ କରନ୍ତୁ ଏବଂ ଅନୈତିକତା କାର୍ଯ୍ୟ କଳାପ କରନ୍ତୁ ନାହିଁ ।

ସିଂହ: ଆଜିର ଦିନ ଭଲରେ ଆରମ୍ଭ ହେବ ଏବଂ ଦିନର ଶେଷ ବେଳକୁ ଖରାପ ଆଡକୁ ଗତି କରିବ । ଦିନର ପ୍ରଥମ ଭାଗରେ, ମନ, ଶରୀର ଏବଂ ମନୋବୃତ୍ତି ଆପଣଙ୍କ ସଂପୁର୍ଣ୍ଣ ନିୟନ୍ତ୍ରଣରେ ରହିବ । ଅବଶ୍ୟ, ଆପଣଙ୍କ ପରିବାରକୁ ବ୍ୟସ୍ତ କରୁଥିବା ସମସ୍ୟା ଆପଣଙ୍କ ମନକୁ ଆନ୍ଦୋଳିତ କରିଦେଇପାରେ । ଆପଣ ସେହି ସବୁ ସମସ୍ୟାକୁ ସଫଳତାର ସହିତ ସମାଧାନ କରିପାରିବେ ।

କନ୍ୟା: ଆଜିର ସକାଳ ଆପଣଙ୍କ ପାଇଁ ଦୟାଶୀଳ ଏବଂ ବନ୍ଧୁତ୍ୱପୂର୍ଣ୍ଣ ରହିବ । ଆଜି ଦିନରେ ଶୁଭାରମ୍ଭ ହୋଇଥିବା ସ୍କିମ୍‌ ଏବଂ ପ୍ରକଳ୍ପ ସଫଳତାର ସହ ସ୍ଥିର ହେବ । ପେଶାଦାର ଏବଂ ଅଫିସ୍‌ ଯାଉଥିବା ବ୍ୟକ୍ତି ପଦୋନ୍ନତି ଏବଂ ଦରମା ବୃଦ୍ଧି ପାଇପାରନ୍ତି । ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ଅଧିକ ଲାଭବାନ ହୋଇପାରନ୍ତି । ଆପଣଙ୍କ ବାପାଙ୍କ ତରଫରୁ ବିଶେଷ ବ୍ୟବସ୍ଥା ଏବଂ ଲାଭ ଆସିପାରେ ।

ତୁଳା: ତୁଚ୍ଛତା ବିଷୟରେ ଆପଣ କୌଣସି ଚିନ୍ତିତ ହେବା ଉଚିତ ନୁହେଁ। ଛୋଟ ଛୋଟ ବିଷୟକୁ ନିଜ ଉପରେ ପ୍ରଭାବୀ ହେବାକୁ ଦିଅନ୍ତୁ ନାହିଁ। କାର୍ଯ୍ୟସ୍ଥଳରେ ଆପଣ ଆପଣଙ୍କ ତଳେ ଥିବା କର୍ମଚାରୀମାନଙ୍କ ଠାରୁ ଚାପରେ ରହିପାରନ୍ତି। କିଛି କହିବା ପୂର୍ବରୁ ଭାବିଚିନ୍ତି କୁହନ୍ତୁ।

ବିଛା: ଅନୈତିକ କିମ୍ବା ଆଇନ୍‌ ବିରୁଦ୍ଧ କାର୍ଯ୍ୟକଳାପରୁ ନିବୃତ ରହନ୍ତୁ । ଯୋଦ ଧ୍ୟାନ କରନ୍ତୁ। ବାପା ମାଆଙ୍କ ସେବା କରନ୍ତୁ। କୌଣସି କାର୍ଯ୍ୟ କରିବାକୁ ଯାଉଥିଲେ ତାପୂର୍ବରୁ ବାପା ମାଅଙ୍କ ଆର୍ଶିବାଦ ଗ୍ରହଣ କରନ୍ତୁ।

ଧନୁ: ଆଜିର ଦିନ ଆପଣଙ୍କ ପାଇଁ ଖୁସିରେ କଟିବ । ଅନେକ ଆମୋଦ ପ୍ରମୋଦ ଏବଂ ହସମଜା ହେବାର ଅଛି । ସାମାଜିକ ଏକତ୍ରିକରଣ ଏବଂ ଘଟଣାରେ ଆପଣ ବିଭିନ୍ନ ସାଂସ୍କୃତିତ ଲୋକଙ୍କ ସହିତ ମିଶିବା ସୁଯୋଗ ପାଇବେ । ବନ୍ଧୁ ଏବଂ ପ୍ରୀୟଜନଙ୍କ ସହିତ ଆମୋଦ ଭ୍ରମଣରେ ଯିବା ପାଇଁ ଯୋଜନା କରିବା ଏକ ଭଲ ଚିନ୍ତାଧାରା ହେବ ।

ମକର: ବ୍ୟବସାୟରେ ବିସ୍ତାରଣ ଆଜି ପାଇଁ ଅତ୍ୟନ୍ତ ଲାଭଜନକ ପ୍ରମାଣିତ ହେବ । ପ୍ରତ୍ୟେକ ଜିନିଷ ଯୋଜନା ମୁତାବକ ହେବାର ଆଶା କରାଯାଏ । ଆର୍ଥିକ କାରବାର ଆପଣଙ୍କ ସପକ୍ଷରେ ଯିବ । ବ୍ୟବସାୟରେ ବିନା ଦ୍ୱିଧାରେ ଆଗକୁ ବଢିବ । ପାର୍ଟ୍‌ନର୍‌ ଏବଂ ସହକର୍ମୀମାନେ ବନ୍ଧୁତ୍ୱପୂର୍ଣ୍ଣ ରହିବେ । ଉତ୍ତମ ଶରୀର ସୁନିଶ୍ଚିତ । ଶାନ୍ତି ଏବଂ ମୈତ୍ରୀ ଆପଣଙ୍କ ଦ୍ୱାରସ୍ଥ ହେବେ ।

କୁମ୍ଭ: ଆଜି ଦିନରେ ଆପଣଙ୍କର ଭାବିବା ଏବଂ କହିବା ଭିତରେ ଫରକ୍‌ ଆସିବ । ଆପଣ ଏକ ଜ୍ଞାନଭିତ୍ତିକ ଆଲୋଚନା ଏବଂ ଭାଷଣରେ ଭାଗ ନେଇପାରନ୍ତି । କଳ୍ପନାମୂଳକ ଏବଂ ସୃଜନଶୀଳତାର ବୀଜ ଦୃଢ ଭାବରେ ଅଙ୍କୁରିତ ହେବ । ଅଚାନକ ଖର୍ଚ୍ଚ ବଢିଯିବାର ମଧ୍ୟ ସମ୍ଭାବନା ଅଛି । ଆପଣ ବଦହଜମୀ ଉପରେ ପୀଡିତ ହୋଇପାରନ୍ତି ଏବଂ ସମ୍ପୂର୍ଣ୍ଣ ଦୁର୍ବଳ ହୋଇଯିବେ ।

ମୀନ: ଆଜି ଆପଣଙ୍କଠାରେ ଆଗ୍ରହ ଏବଂ ଶକ୍ତିର ଅଭାବ ଦେଖାଦେବ । ଆପଣଙ୍କ ପରିବାର ସଦସ୍ୟ ସହ ଦ୍ୱନ୍ଦ ବିବାଦର ଆଶା କରାଯାଇପାରିବ। ଆପଣ କଳହ ଏବଂ ଯୁକ୍ତିତର୍କ ନ କରିବା ପାଇଁ ପରାମର୍ଶ ଦିଆଯାଇଅଛି । ଉଭୟ ଶାରୀରିକ ଏବଂ ମାନସିକ ସ୍ତରରେ ଦୁର୍ବଳ ଏବଂ ଶକ୍ତିହୀନ ଅନୁଭବ କରିବେ ।

ABOUT THE AUTHOR

...view details