ମେଷ:ଆଜି ଆପଣଙ୍କ ପାଇଁ ଏକ ମାନ୍ଦା ଦିନ। ଆପଣ କ୍ଳାନ୍ତ, ଅଳସୁଆ ଏବଂ ଅସ୍ଥିର ଅନୁଭବ କରିପାରନ୍ତି । ଯେହେତୁ ଅତ୍ୟନ୍ତ ନିରୁତ୍ସାହ ଅନୁଭବ କରିବେ, କୌଣସି କାର୍ଯ୍ୟ କରିବା ପାଇଁ ଆପଣଙ୍କ ଆଗ୍ରହ ରହିବ ନାହିଁ । ଯଦି ଆପଣଙ୍କ ହତାସ ଏବଂ ବ୍ୟାକୁଳତା ଉପରେ ବିଶେଷ ଭାବରେ ନିୟନ୍ତ୍ରଣ ରଖିବେ, ତେବେ ପରିସ୍ଥିତିରେ ଉନ୍ନତି ହେବାର ସମ୍ଭାବନା ରହିଛି । ଛୋଟ ଛୋଟ ଜିନିଷ ଉପରେ ଆପଣ ଧୈର୍ଯ୍ୟ ହରାନ୍ତୁ ନାହିଁ ।
ବୃଷ:କାର୍ଯ୍ୟବୋଝ ଅଧିକ ହେବ । ଆପଣ କଠିନ ପରିଶ୍ରକ କରିପାରନ୍ତି କିନ୍ତୁ ସଫଳତା ଶୀଘ୍ର ଆସି ନପାରେ। ଆପଣ ଅନିଶ୍ଚିତତା ଅନୁଭବ କରିପାରନ୍ତି । ନୂଆ ପ୍ରକଳ୍ପ ଆରମ୍ଭ କରିବା ପାଇଁ ଉପଯୁକ୍ତ ସମୟ ନୁହେଁ । ଖାଦ୍ୟ ପ୍ରତି ନଜର ଦିଅନ୍ତୁ । ଯାତ୍ରା କ୍ଷେତ୍ରରେ ପ୍ରତିବନ୍ଧକ ଆସିପାରେ । ପାର୍ଥିକ ଲାଭ ପଛରେ ନ ଗୋଡାଇ ଆଜି ଧ୍ୟାନ ଏବଂ ଆଧ୍ୟାତ୍ମିକ ଆଡକୁ ଗତି କରନ୍ତୁ ।
ମିଥୁନ: ଆଜି ଏକ ଆନନ୍ଦ ଉଲ୍ଲାସର ଦିନ ଅଟେ । ଆପଣ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଭଲ ରହିବେ । ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ । ପରିବାର ଏବଂ ବନ୍ଧୁଙ୍କ ସହିତ ନିକଟବର୍ତ୍ତୀ ଏକ ସୁନ୍ଦର ସ୍ଥାନକୁ ଯାତ୍ରା କରିବାର ଅଛି । ଆପଣଙ୍କ ପୋଷାକପତ୍ର ବଦଳାଇବାର ଆଶା ପୂରଣ ହେବ । ଆପଣ ସୁସ୍ୱାଦୁ ଖାଦ୍ୟ ଖାଇବାର ସମ୍ଭାବନା ରହିଛି ।
କର୍କଟ: ଆଜି ବ୍ୟବସାୟୀମାନଙ୍କର ଭାଗ୍ୟ ସେମାନଙ୍କ ସପକ୍ଷରେ ରହିବ। ସହକର୍ମୀମାନେ ଆପଣଙ୍କୁ ସାହାଯ୍ୟ କରିବେ। ଆପଣ ପରିବାର ସହିତ ଅଧିକ ସମୟ ଦେବେ ଏବଂ ସେମାନଙ୍କୁ ଖୁସି କରିବେ । ସାରା ଦିନ ଆପଣଙ୍କ ମନ ଶାନ୍ତ ରହିବ । ଆପଣଙ୍କ ପ୍ରତିଯୋଗୀଙ୍କ ଅପେକ୍ଷା କାର୍ଯ୍ୟ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିବେ। ସହଜରେ ସେମାନଙ୍କୁ ଜିତିପାରିବେ ।
ସିଂହ: କଳା ଏବଂ ସୃଜନଶୀଳ କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତିମାନେ ସେମାନଙ୍କ କାର୍ଯ୍ୟରେ ଉତ୍ତମ ପ୍ରଦର୍ଶନ କରିବେ । ଯେହେତୁ ଦିନଟି ତାଙ୍କ ପାଇଁ ଅନୁକୂଳ ଅଟେ । ଛାତ୍ରମାନେ ସେମାନଙ୍କ ଅଧ୍ୟୟନରେ ଭଲ କରିବେ । ଆପଣଙ୍କର ମିଳନ ବନ୍ଧୁ ଏବଂ ପ୍ରିୟଜନଙ୍କ ସହିତ ହୋଇପାରେ । ସ୍ୱାସ୍ଥ୍ୟ ଭଲ ରହିବ । ଆପଣଙ୍କ ରାଗ ନିୟନ୍ତ୍ରଣରେ ରଖନ୍ତୁ । ଫଳରେ ଆପଣଙ୍କ ଏକାଗ୍ରତା ବଜାୟ ରହିବ ।
କନ୍ୟା: ଦିନଟି ଭଲ ନୁହେଁ । ଶରୀର ଓ ମନ ଭଲ ରହିବ ନାହିଁ । ପ୍ରେମିକାଙ୍କ ସହ ମତଭେଦ ହେବ। ମାଆଙ୍କ ଦେହ ଭଲ ରହିବ ନାହିଁ । ଧନ ସମ୍ପତି ତଥା ଜରୁରୀ କାଗଜ ପତ୍ରର ଯତ୍ନ ନିଅନ୍ତୁ । ପାଣିକୁ ଡରିବେ । ସ୍ତ୍ରୀଙ୍କ ସହ ବାର୍ତ୍ତାଳାପ ନ କରିବା ଭଲ । ଅଯଥା ଗଣ୍ଡଗୋଳରେ ଭାଗ ନିଅନ୍ତୁ ନାହିଁ । ଖର୍ଚ୍ଚ ବଢିବ ।